Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବରିଷ୍ଠ ଅଭିନେତା ତଥା ଗୋପାଳ ରହସ୍ୟ ଫେମ ରବି ମିଶ୍ର ଆଉ ନାହାଁନ୍ତି

ଭୁବନେଶ୍ବର, ଓଡିଆ ଚଳଚିତ୍ର ତଥା ଧାରାବାହିକର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା। ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ଓଡିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ରବି ମିଶ୍ର ଦୂରଦର୍ଶନରେ ପ୍ରସାରିତ ଗୋପାଳ ରହସ୍ୟରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିିଥିଲେ। 90 ଦଶକରେ ପ୍ରସାରିତ ଏହି ଧାରାବାହିକ ସେତେବେଳେ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଥିଲା। ସେ ମଞ୍ଚ ନାଟକରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ଅଭିନିତ ହେ ପ୍ରଭୃ ଧାରାବାହିକ ଜୀ ସାର୍ଥକରେ ପ୍ରସାରିତ ହେଉଛି।