Categories
ଆଜିର ଖବର ଜାତୀୟ ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ୨ ଟି ବର୍ଗ ରେ skoch ୨୦୨୧ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ରାଜ୍ୟର ମହିଳା,ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଆଜି ପୂର୍ବାହ୍ନ ରେ ଆୟୋଜିତ ୭୫ ତମ skoch ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୨ ଟି ପ୍ରମୁଖ କାର୍ଯ୍ୟକ୍ରମ “ଘରେ ଘରେ ଅରୁଣିମା “କୁ ପ୍ଲାଟିନମ୍ ବର୍ଗ ରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ “ନିର୍ଭୟ। କଢି କୁ” ସମ୍ମାନଜନକ ଗୋଲ୍ଡ ବର୍ଗ ରେ skoch ୨୦୨୧ ପୁରସ୍କାର ରେ ସମ୍ମାନିତ କର।ଯାଇଛି। ଆଦ୍ୟ ଶୈଶବ କାର‌୍ୟ୍ୟକ୍ରମ ବାତ୍ସଲ୍ୟ ” ନୋମିନେସନ ପର‌୍ୟ୍ୟାୟରେ ସେମି ଫାଇନାଲ୍ ରେ ସ୍ଥାନିତ ହୋଇଛି।

ଆଭାସୀ ମାଧ୍ୟମରେ ଏହି ବିଶାଳ କାର‌୍ୟ୍ୟକ୍ରମ ରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ମାନେ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିର୍ଦ୍ଦେଶକ, ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି କାର‌୍ୟ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସଂମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଉଦଘାଟନୀ ସମାରୋହରେ skoch ଗ୍ରୁପ ର ଅଧ୍ୟକ୍ଷ ଶ୍ରୀ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଡ ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଥିଲେ। ଚୟନ ହୋଇଥିବା ତିନୋଟି ଅଭିନବ କାର‌୍ୟ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ କହିଥିଲେ,କୋଭିଡ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀ ର ପରିଚାଳନା ରେ କେବଳ ଓଡିଶା ସଫଳ ହୋଇନି, ସବୁ ବର୍ଗର ଉନ୍ନତି ସହ ରାଜ୍ୟ ର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ।ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମ ପାଇଁ ଚୟନ ହୋଇଥିବା ଯୋଜନା ଗୁଡିକ ର ତୃଣମୂଳ ସ୍ତରରେ ସଫଳ ରୂପାୟନ ସମ୍ଭବ ହୋଇପାରିଛି।