Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବା ଆଶଙ୍କା

ଭୁବନେଶ୍ୱର: ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ କହିଛି।

ପରେ ଏହାର ଗତିପଥରେ ପରିବର୍ତନ ହେବା ସହ ଉତର କିମ୍ବା ଉତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ତେବେ ପୁରୀ, ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲା ଉପକୂଳରେ ପବନର ବେଗ ଏହି ସମୟରେ ଘଂଟା ପ୍ରତି ୫୫ ରୁ ୭୦ କିଲୋମିଟର ରହିପାରେ ବୋଲି କୁହାଯାଇଛି।

ନଭେମ୍ବର ୧୮ତାରିଖ ସକାଳେ ବାଲେଶ୍ୱର ଉପକୂଳ ଠାରୁ କିଛି ଦୂରରେ ରହିବ ଯେଉଁ ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୫ କିଲୋମିଟର ରହିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ପବନର ବେଗ କମ୍ ରହିବ।
ଏହାର ପ୍ରଭାବରେ ନଭେମ୍ବର ୧୫ ରାତିରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟମରୁ ଭାରି ବର୍ଷା ଜାରି ରହିବ। ତେବେ ନଭେମ୍ବର ୧୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଏହି ସିଷ୍ଟମ ସାରାଦିନ ଭଦ୍ରକ ଉପକୂଳରେ ସ୍ଥ୍‌ିର ରହିବ । ନଭେମ୍ବର ୧୬ ଏବଂ ୧୭ ତାରିଖରେ ଭୁବନେଶ୍ୱରରେ ୪୦ ରୁ ୬୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧାରେ ୩୦ ରୁ ୪୫ ମିମି ର ବର୍ଷା ହୋଇପାରେ।

ନଭେମ୍ବର ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର , ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ୨୪ ଘଂଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୬ ଲକ୍ଷ ୩୦ ହଜାର ସହାୟତା

ଭୁବନେଶ୍ୱର: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି।

ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ।

Categories
ଜାତୀୟ ଖବର ବିଶେଷ ଖବର

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ମୁକାବିଲା ପ୍ରସ୍ତୁତି ନିମନ୍ତେ ଏନସିଏମସି ର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଥିବା ଗଭୀର ଅବପାତର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି ଯାହା ଆଜି ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ୭୫ରୁ ୮୫ କିଲୋମିଟର ବେଗରେ ଏବଂ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ସହିତ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଏବଂ ଓଡିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବମାନେ ଘୂର୍ଣ୍ଣିଝଡ ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂକ୍ରାନ୍ତରେ କମିଟିକୁ ଅବଗତ କରାଇବା ସହିତ ଟେଲିଯୋଗାଯୋଗ ଏବଂ ଶକ୍ତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଗୁଡିକର ସର୍ବନିମ୍ନ କ୍ଷତି ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଥିଲେ । ଘୂର୍ଣ୍ଣିଝଡ ପରେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ ନିଶ୍ଚିତ କରିବାକୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।

ଏନ୍‍ଡିଆରଏଫ୍‍ ଏହି ରାଜ୍ୟଗୁଡିକରେ ୧୮ ଟି ଟିମ୍ ନିୟୋଜିତ କରିଛି ଏବଂ ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।

ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସିଗୁଡିକର ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି ଶ୍ରୀ ରାଜୀବ ଗୌବା କହିଛନ୍ତି ଯେ ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସିଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୃତ୍ୟୁ ସଂଖ୍ୟାକୁ ଶୂନ ପାଖାପାଖି ରଖିବା ଏବଂ ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି କମ୍ କରିବାକୁ ପଦକ୍ଷେପ ନିଆଯିବା ଉଚିତ୍‍ । କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ ଏବଂ ସହାୟତା ପାଇଁ ଉପଲବ୍ଧ ହେବେ ।

ଏହି ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ଗୃହ ଓ ଶକ୍ତି ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସଦସ୍ୟ (ଟେଲିକମ୍‌), ଡିଜି ଏନଡିଆରଏଫ, ଡିଜି ଆଇଏମଡି, ସିଆଇଏସସି ଆଇଡିଏସ୍ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସତର୍କ ସୂଚନା: ୫ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୫ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେଥିପାଇଁ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ତେବେ ଆଜି ରାଜଧାନୀର ତାପମାତ୍ରାରେ ହ୍ରାସ ପାଇ ୩୮.୨ ଡିଗ୍ରୀରେ ପହଞ୍ଚିଥିବା ବେଳେ ଆଗାମୀ ୩ ଦିନରେ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତର ସତର୍କ ସୂଚନା ମିଳିଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପାଇଁ ସତର୍କ ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।