Categories
ଆଜିର ଖବର ରାଜ୍ୟ ଖବର

ଚନ୍ଦ୍ରାଣୀଙ୍କ ସମ୍ପର୍କରେ ପ୍ରଦୀପଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ

ଭୁବନେଶ୍ୱର:  ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ  ନିଷ୍ପତ୍ତି  ନିଆଯାଇଛି।  ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି  ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ ଭିଡିଓ କିଏ କରିଥିଲା ତାକୁ ଧରାଯିବା ଉଚିତ। ଫେକ ଭିଡିଓ ମୂଳ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚି ପାରିନଥିବା ଶ୍ରୀ ମାଝୀ କହିଛନ୍ତି।