Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି।

ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ ଯେ, ୫ ଜଣ ଡକାୟତି ଦଳ ଚାରମାଳ ଅଂଚଳରୁ ବିଭିନ୍ନ ସମୟରେ ଡକାୟତି କରୁଥିଲେ। ଆଜି ଚାରମାଳ ବଜାରରେ ଜଣେ ଡକାୟତି ମୋବାଇଲ ଫୋନ୍ ବିକ୍ରି କରିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଚାରମାଳ ଥାନାଧିକାରୀ ସୂଚନା ପାଇ ଡକାୟତିକୁ ଧରିବାରେ ସଫଳ ହୋଇଥିଲେ। ତାକୁ ପଚରାଉଚୁରା ପରେ ସେ ପୋଲିସ୍ ଆଗରେ ଅନ୍ୟ ସାଥି ଡକାୟତ ମାନଙ୍କ ସଂପର୍କରେ ସତକଥା କହିଦେଇଥିଲା।

ସେ ଆଧାରରେ ଚାରମାଳ ପୋଲିସ ରେଢାଖୋଲ ଓ ଚାରମାଳ ଅଂଚଳରୁ ଅନ୍ୟ ସାଥି ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ତିନି ଦିନ ତଳେ ଏହି ୫ ଜଣିଆ ଡକାୟତି ଚାରମାଳ ଅଂଚଳରୁ ଡକାୟତ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଚାରମାଳ ପୋଲିସ୍ ପହଂଚି ଯିବାରୁ ଡକାୟତ ଦଳ ୨ ଟା ମୋବାଇଲ ଓ ଶାବଳ ଛାଡି ପଳାଇଯିବାରେ ସକ୍ଷମ ହୋଇଥିଲେ। ପୋଲିସ୍ ଏମାନଙ୍କୁ ଧରିବାରେ ସେ ଦିନ ବିଫଳ ହୋଇଥିଲା। ଏମାନଙ୍କ ସହ ୩ ଜଣ ନାବାଳକ ମଧ୍ୟ ଡକାୟତ କାମରେ ଲିପ୍ତ ଥିବା ଜଣାପଡିଥିଲା।

ପୂର୍ବରୁ ୩ ଜଣ ଡକାୟତଙ୍କ ନାମରେ ୨ଟା ଲେଖାଏଁ କେସ୍ ଥିବା ବେଳେ ୨ ଜଣ ଡକାୟତି ନାମରେ ଗୋଟିଏ ଲେଖାଏଁ କେସ୍ ଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପେବୃଆରି ଓ ସେପ୍ଟେମ୍ବର ମାସରେ ଏମାନଙ୍କ ନାମରେ ଚାରମାଳ ଥାନାରେ କେସ୍ ହୋଇଥିଲା। ଚାରମାଳ ପୋଲିସ ଆଜି ଏମାନଙ୍କ ପାଖରୁ ୧୪ ଟି ମୋବାଇଲ ଫୋନ୍, ୨ ଟି ସାଉଣ୍ଡ ବକ୍ସ, ୧ ଟି ପାଓାରବେଙ୍କ, ଏବଂ ୧୫ ଟି ଚାର୍ଜର ଜବତ କରିଛି। ୫ ଜଣ ଡକାୟତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।