Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତ୍ରିପୁଟ ଏବଂ ମାଲିଗୁଡା ମଧ୍ୟରେ ଦୋହରୀକରଣ: ପ୍ରଭାବିତ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଉପରୋକ୍ତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଚଳାଚଳ ପ୍ରଭାବିତ ହେବ।

ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ବାତିଲ୍:

1. 18512/18511 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 17.03.2023 ଓ 20.03.2023 ଏବଂ କୋରାପୁଟରୁ 18.03.2023 ଓ 21.03.2023 ରେ ଉଭୟ ଦିଗରୁ ବାତିଲ ରହିବ।

2. 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କୋରାପୁଟରୁ 23.03.2023 ରେ ବାତିଲ ରହିବ।

3. 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କିରାଣ୍ଡୁଲରୁ 23.03.2023 ରେ ବାତିଲ ରହିବ।

ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଆଂଶିକ ବାତିଲ:

1. 18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ରାଉରକେଲାରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

2. 18108 ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 18.03.2023 ରୁ 22.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ଠାରୁ ଛାଡିବ।

3. 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

4. 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 18.03.2023 ରୁ 22.03.2023 ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡିବ।

5. 18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

6. 18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 19.03.2023 ରୁ 23.03.2023 ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡିବ।

7. 08546 ବିଶାଖାପାଟନମ୍-କୋରାପୁଟ ପାସେଞ୍ଜର ସ୍ପେସିଆଲ ବିଶାଖାପାଟନମ୍ରୁ 17.03.2023 ରୁ 22.03.2023 ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟାଗଡା ପର୍ଯ୍ୟନ୍ତ ଚଳାଚଳ କରିବ।