Categories
ଆଜିର ଖବର ରାଜ୍ୟ ଖବର

କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ

 ଭୁବନେଶ୍ଵର: ବର୍ତ୍ତମାନ କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନରେ ଦୋହରୀକରଣ କାର୍ଯ୍ୟ ଚାଲୁରହିଛି। ସମୁଦାୟ ୪୪୫ କିଲୋମିଟର ଦୋହରୀକରଣ କାର୍ଯ୍ୟ ମଧ୍ୟରୁ ୨୩୭ କିଲୋମିଟର ଦୋହରୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି।  କୋଟାଭାଲାସା-କିରାଣ୍ଡୁଲ ମଧ୍ୟରେ ସିଂଗିଲ ଲାଇନ ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ଟ୍ରାଫିକ୍ ସମସ୍ୟା ହେତୁ ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିବହନ ମାର୍ଗରେ ଟ୍ରେନ୍ ଚଳାଚଳରେ ବିଳମ୍ବର ସମ୍ମୁଖୀନ ହେଉଛି। ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ସହିତ ଏବଂ ଅସୁବିଧାଜନକ ବାଧା ଦୂର କରାଯାଇ ହେବ।

ଆଜି ପୂର୍ବ ତଟ ରେଳପଥ ୱାଲଟିୟର ରେଳ ସେକ୍ସନ ଅଧୀନରେ ଥିବା ଓଡିଶାର କୋରାପୁଟ ଜିଲ୍ଲାର ଛତ୍ରିପୁଟ-ମାଲିଗୁଡା ଷ୍ଟେସନ ମଧ୍ୟରେ ୬.୯୫ କିଲୋମିଟର ଲମ୍ବ ବ୍ରଡ ଗେଜ ଦୋହରୀକରଣ ରେଳ ଲାଇନ ସେକ୍ସନରେ ଟ୍ରେନ ଚଳାଚଳ ପାଇଁ ଅନୁମତି ଗ୍ରହଣ କରିଛି। ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) /ଦକ୍ଷିଣ ପୂର୍ବାଞ୍ଚଳ (ଏସଇ) ସର୍କଲ ଏ.ଏମ.ଚୌଧୁରୀ ଆଜି ଏହି ଦୋହରୀକରଣ ମାର୍ଗରେ ନୀରିକ୍ଷଣ କରି ଟ୍ରେନ ଚଳାଚଳ ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି ପ୍ରକଳ୍ପ ନିର୍ମାଣରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଭିନନ୍ଦନ ଜଣାଇଛନ୍ତି।

କେକେ ଲାଇନ ତିନୋଟି ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ରେଳ ନେଟୱାର୍କ ମାଧ୍ୟମରେ ଏହି ଅଞ୍ଚଳର ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳିତ ବର୍ଷ ଜଗଦଲପୁର-କୋରାପୁଟ ଜଟିଳ ଦୋହରୀକରଣ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ୨୪୮.୭୫ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଛତ୍ରୀପୁଟ ଏବଂ ଜୟପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ପାଇଁ ୨୦୨୩-୨୪ ଆର୍ଥିକ ଜଵାର୍ସାରେ ୧୭୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି।

ପ୍ରସ୍ତାବିତ ରେଳ ନେଟୱାର୍କ ଗୁଡିକ ଏହି ଅଞ୍ଚଳରେ ସଂଯୋଗ ଓ ଯୋଗାଯୋଗକୁ ଉନ୍ନତ କରିବ ଏବଂ ଏହାର ବିକାଶ କରିବ। ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ୱିବେଦୀ, ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅନୁପ ଶତପଥୀ ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଏବଂ ୱାଲଟିୟର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ସିଆରଏସଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତ୍ରିପୁଟ ଏବଂ ମାଲିଗୁଡା ମଧ୍ୟରେ ଦୋହରୀକରଣ: ପ୍ରଭାବିତ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଉପରୋକ୍ତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଚଳାଚଳ ପ୍ରଭାବିତ ହେବ।

ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ବାତିଲ୍:

1. 18512/18511 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 17.03.2023 ଓ 20.03.2023 ଏବଂ କୋରାପୁଟରୁ 18.03.2023 ଓ 21.03.2023 ରେ ଉଭୟ ଦିଗରୁ ବାତିଲ ରହିବ।

2. 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କୋରାପୁଟରୁ 23.03.2023 ରେ ବାତିଲ ରହିବ।

3. 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କିରାଣ୍ଡୁଲରୁ 23.03.2023 ରେ ବାତିଲ ରହିବ।

ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଆଂଶିକ ବାତିଲ:

1. 18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ରାଉରକେଲାରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

2. 18108 ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 18.03.2023 ରୁ 22.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ଠାରୁ ଛାଡିବ।

3. 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

4. 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 18.03.2023 ରୁ 22.03.2023 ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡିବ।

5. 18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ।

6. 18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 19.03.2023 ରୁ 23.03.2023 ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡିବ।

7. 08546 ବିଶାଖାପାଟନମ୍-କୋରାପୁଟ ପାସେଞ୍ଜର ସ୍ପେସିଆଲ ବିଶାଖାପାଟନମ୍ରୁ 17.03.2023 ରୁ 22.03.2023 ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟାଗଡା ପର୍ଯ୍ୟନ୍ତ ଚଳାଚଳ କରିବ।