Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେଲେ ଆସାମର ମୁଖ୍ୟମନ୍ତ୍ରୀ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

ଗୌହାଟି: ଆସାମର ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ହିମନ୍ତ ବିଶ୍ଵଶର୍ମା ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିମନ୍ତଙ୍କ ସହ କିଛି ବିଧାୟକ ମଧ୍ୟ ଶପଥ ପାଠ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆସମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ବହୁ କଳ୍ପନା ଜଳ୍ପନା ଲାଗିରହିଥିଲା। ଏହାକୁ ନେଇ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ଯାଳୟରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବହୁ ଆଲୋଚନା ହୋଇଥିଲା। ଏବଂ ଗତକାଲି ଆସାମର ବିଜେପି ବିଧାୟକ ବୈଠକ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା। ହିମନ୍ତଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନିଜେ ଏହି ବୈଠକରେ ପ୍ରସ୍ତାବ ଦେଇଥିଲେ।