Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ 156 କୋଟି ଟଙ୍କା ଫେରିଲା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ୟେସ ବ୍ୟାଙ୍କରୁ ଫେରିଛି ଶ୍ରୀମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ସ୍ଥାୟୀ ଜମା ଟଙ୍କା। ଦ୍ୱିତୀୟ ସ୍ଥାୟୀ ଜମା ବାବଦରେ 156କୋଟି ଟଙ୍କା ସୁଧମୁଳ ସହ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଫେରିଛି ବୋଲି ଜଣାପଡିଛି।  ମ୍ୟାଚୁରିଟି ସରିବା ପରେ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି ଏହି ଟଙ୍କା। ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାରେ ଥିବା ଆକାଉଣ୍ଟକୁ ଏହି ଟଙ୍କା ଫେରିଛି। ପ୍ରଥମ ପର୍ଯ୍ୟାୟରେ  ଗତ 19 ତାରିଖରେ ପ୍ରଭୁ ଜଗନ୍ନାଥଙ୍କ 397 କୋଟି 23 ଲକ୍ଷ 27 ହଜାର ଟଙ୍କା ଇ-ଟ୍ରାନ୍ସଫର୍‌ ମାଧ୍ୟମରେ ଫେରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ୟେସ୍‌ ବ୍ୟାଙ୍କରେ ଫସିରହିଥିବା ଜଗାଟଙ୍କାକୁ ନେଇ ଉତ୍ତର ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ୟେସ ବ୍ୟାଙ୍କରେ ଫଶି ରହିଥିବା ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜନୀତି ବେଶ୍‌ ସରଗରମ । ଆଜି ଗୃହରେ ଏହି ଟଙ୍କା ନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରଖି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିଛି ବୋଲି କହିଛନ୍ତି ଖୋଦ ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ଆହୁରି କହିଛନ୍ତି ଯେ, ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। 12ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍ ବ୍ୟାଙ୍କର ସୁଧ ହାର ସର୍ବାଧିକ ଥିବାରୁ ବର୍ଷକ ପାଇଁ ଏହି ବ୍ୟାଙ୍କରେ ଟଙ୍କା ଜମା ହୋଇଥିଲା।

ଅର୍ଥମନ୍ତ୍ରୀଙ୍କ ଜବାବ ଶୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସରକାର ଭକ୍ତଙ୍କ ଆବେଗ ସହ ଖେଳୁଛନ୍ତି ବୋଲି କହିଛନ୍ତି ମୋହନ ମାଝୀ ।