Categories
ଆଜିର ଖବର ରାଜ୍ୟ ଖବର

ଚମାଖଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ମଧ୍ୟରାତ୍ରିରେ ଚମାଖଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର ଭାରସାମ୍ୟ ହରାଇ ବିଦ୍ୟୁତ୍ ପୋଲକୁ ଧକ୍କା ଦେଇଛି। ଯେଉଁଥିରେରେ କାରରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକଙ୍କ ନାମ ଦେବାଶିଷ ଚୌଧୁରୀ। ସେହିଭଳି ଗୁରୁତର ଦ୍ୱୟ ହେଲେ ଅମନ ସିଂ ଓ ଦେବାଶିଷ ପାଢ଼ୀ। ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

କାର ଏବଂ ମୃତାହତ ବ୍ୟକ୍ତି ମାନେ ବିଜିପୁର ନେହେରୁ ନଗର ଅଞ୍ଚଳର ହୋଇଥିବା ନେଇ ଅନୁମାନ କରାଯାଉଛି। ଖବର ପାଇ ଚମାଖଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୋକାନ ଭିତରେ ଟ୍ରକ୍ ପଶି ଜଣେ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ବାହାଡାଗୁଡା ଛକରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଦୋକାନ ଭିତରେ ମାଲବାହୀ ଟ୍ରକ୍ ପଶି ଯିବା ଫଳରେ ଦୋକାନ ମାଲିକ ମହେନ୍ଦ୍ର ବିଷୋୟୀଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦୋକାନ ଭିତରେ ବସିଥିବା ରାମେଶ୍ବର ସେଠୀ ଓ ବୃନ୍ଦାବନ ସ୍ବାଇଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ  ମାମଲା ନଂ ୨୦୮/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲରେ କାଳ ବୈଶାଖୀର ତାଣ୍ଡବ: ବ୍ୟାପକ କ୍ଷୟ କ୍ଷତି, ଜଣେ ମୃତ, କ୍ଷତି ପୂରଣ ଦାବୀରେ ରାସ୍ତା ରୋକ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ପବନ ପ୍ରଭାବରେ ଗଛ ପଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଖବର ଜଣାପଡିଛି। ମୃତକକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

ପ୍ରକାଶ ଯେ, ଗତ କାଲି ରାତିରେ କାଳ ବୈଶାଖୀରେ ରେଢ଼ାଖୋଲ ଏନଏସି ଅନ୍ତର୍ଗତ କେନ୍ଦୁକଟା ଗ୍ରାମ ନିକଟ ଛକରେ ବାଇକ୍ ଆରୋହୀଙ୍କ ଉପରେ ଗଛ ପଡ଼ିଯିବାରୁ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ କେନ୍ଦୁକଟା ଗାଁର ସୁଦାମ ପ୍ରଧାନ( ୩୪)।

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ରାତ୍ରି ପ୍ରାୟ ୧୦ଟା ୩୦ ମି ସମୟରେ ସୁଦାମ ବାଇକ୍ ଯୋଗେ ଘରକୁ ଫେରିବା ବାଟରେ ବର୍ଷା ପାଇଁ ଛିଡା ହୋଇଥିଲେ। ହେଲେ ପ୍ରବଳ ପବନ ହେବାରୁ ରାସ୍ତା କଡ଼ରେ ଥିବା ଏକ ଗଛ ସମ୍ପୂର୍ଣ୍ଣ ଉପାଡ଼ି ହୋଇ ସୁଦାମଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗଛ ପଡ଼ି ବାଇକ୍‌ଟି ଚୁରମାର ହୋଇଯାଇଥିବା ବେଳେ ରାସ୍ତାରେ ଗଛ ପଡ଼ିବାରୁ ରେଢ଼ାଖୋଲରୁ ବୌଦ୍ଧ ରାସ୍ତାରେ ଶହଶହ ଗାଡି ଅଟକି ରହିଥିଲା।

ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଗଛକାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ଆଜି ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ହଜାର ହଜାର ଗାଡି ଅଟକି ରହିବା ସହ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ଘଟଣାସ୍ଥଳରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଓ ରେଢ଼ାଖୋଲ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା ପରେ ରେଡକ୍ରସ୍ ପକ୍ଷରୁ ୨୦,୦୦୦ ଓ ଏନ୍ ଏ ସି ପକ୍ଷରୁ ୪୦୦୦ ଟଙ୍କା ର ସହାୟତା ସହ ପରିବାର ର ଭୋରଣ ପୋଷଣ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ସବୁକିଛି ସହାୟତା କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି କୌଣସି କାରଣବଶତଃ ନୂଆଗଡ ଓଭରବ୍ରିଜ ଠାରେ ଛିଡା ହୋଇଥିଲା।  ସେପଟେ ସମାନ ଦିଗରୁ ଆସୁଥିବା ଏକ ପିକ ଅପ ଗାଡିଟି ହଠାତ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପିକ ଅପ ଗାଡି ଡ୍ରାଇଭରଙ୍କ ଗାଡି ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିଲା।

ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପିଆଜ ଟ୍ରକ୍ ଓଲଟି ଚାଳକ ମୃତ, ହେଲ୍ପର ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଆଙ୍କୁଲି ବାଇପାସ୍ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ଏକ ପିଆଜ ଟ୍ରକ୍ ଓଲଟି ପଡିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ନଂ ଟି ଏନ୍୫୨ କେ ୫୧୭୩। ଉକ୍ତ ଟ୍ରକ୍ କଲିକତାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏହି ଭଳି ଘଟଣା ଘଟିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଭିତରେ ଚାଳକ ଓ ହେଲ୍ପର ଚାପି ହୋଇ ରହିଯାଇଥିଲେ। ଖବର ପାଇ ବୈଦ୍ୟନାଥପୁର୍ ଥାନା ଓ ଟ୍ରାଫିକ ଥାନା ପୋଲିସ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ କାଚ ଭାଙ୍ଗି ଚାଳକ ଓ ହେଲ୍ପର କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚାଳକ ପି ଗୋବିନ୍ଦ ରାଜୁକୁ ମୃତ ଘୋଷଣା କରିଥିଲା ବେଳେ ଗୁରୁତର ଆହତ ହେଲ୍ପର ଏସ୍ ନନିଭାଲୁ ଚିକିତ୍ସିତ ହେଉଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: ହାଟବରଡ଼ି ତରାପି ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟବରଡ଼ି ତରାପି ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ନଇରୀ ଗ୍ରାମର ଜୟ ବେହେରାଙ୍କ ପୁତ୍ର ରାଜେଶ ବେହେରା ବୋଲି ଜଣାପଡିଛି।

କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ସୂଚନା ମୁତାବକ ଗତକାଲି ରାତିରେ ଏକ ବାଇକରେ ରାଜେଶ ଓ ତାଙ୍କ ସହଯୋଗୀ ହାଟବରଡ଼ି ତରାପି ରୋଡରେ ଯାଉଥିବା ବେଳେ ଅସାବଧାନତା ବଶତଃ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଉଭୟ ଘଟଣାସ୍ଥଳରେ ବାଇକରୁ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ଦୁର୍ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିବା ବେଳେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପଞ୍ଚାୟତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଶ୍ରମିକ, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ ଗୁରୁତର ଜଣକ ହେଲେ ତାରୁ ଖାଁ (୨୦)। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଯୁବଙ୍କ ଶବକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ମାଣିକପୁର-ପ୍ରତାପ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ମୁତାବକ ପ୍ରତାପ ଗ୍ରାମର ହୁଲାସ ବାରିକଙ୍କ ପୁତ୍ର ନିବାସୀ ବାରିକ (୨୧) ଏବଂ କାଳିଆ ବେହେରାଙ୍କ ପୁତ୍ର ଶିବୁନ ବେହେରା (୧୭) ଏକ ଆପାଚି ବାଇକ ଯୋଗେ ମାଣିକପୁର ଗ୍ରାମରୁ ପ୍ରତାପ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଗ୍ରାମର କୈଳାସ ସ୍ୱାଇଁଙ୍କ ପୁତ୍ର କାଁହୁଚରଣ ସ୍ୱାଇଁ (୨୮) ଏକ ହିରୋହୋଣ୍ଡା ବାଇକରେ ବାଣପୁର ଅଭିମୁଖେ ଆସୁଥିଲେ। ଠିକ ସେତିକି ବେଳେ ମାଣିକପୁର ସ୍କୁଲ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାଁହୁଚରଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିବାସୀ ଓ ଶିବୁନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ସାପ୍ତାହିକୀ ବଜାରରେ ଗଛ ପଡ଼ି ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ସାପ୍ତାହିକ ବଜାରରେ ଆଜି ଅପରାହ୍ନ ୧.୩୦ ରେ ଏକ ଗଛ ପଡ଼ି ସରାପାଲି ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ପେଣ୍ଠବାହାଳର ଜଣେ ଗୁରୁତର ଥିବା ଜଣା ପଡ଼ିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ନିଳାଞ୍ଚଳ ନାଗ (୩୨) ସାପ୍ତାହିକ ବଜାରକୁ କୌଣସି କାମରେ ଯାଇଥିଲେ। ବଜାରରେ ଜିନିଷ କିଣୁଥିବା ବେଳେ ହାଟ ମଧ୍ୟରେ ଥିବା ଏକ ଗଛର ଡାଳ ତାଙ୍କ ଦେହରେ ପଡ଼ିଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସେହିଭଳି ପେଣ୍ଠବାହାଳ ଗ୍ରାମର ପାହାନ୍ତ ଶବର (୫୦) ଉପରେ ମଧ୍ୟ ଗଛର ଡାଳ ପଡ଼ିଯାଇଥିଲା। ସେ ଗୁରୁତର ଥିବାରୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନା ଏବଂ ପରେ ପରେ ରେଢ଼ାଖୋଲ ଡାକ୍ତରଖାନାକୁ ଆମ୍ବୁଲାନସରେ ନିଆଯାଇଥିଲା। ଘଟଣା ସ୍ଥଳକୁ ନାକଟିଦେଉଳ ସରପଂଚ ଜିତେନ୍ଦ୍ର ପ୍ରଧାନ ପହଂଚି ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ରେଢ଼ାଖୋଲ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପୁଣି ସଡକ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର, ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮)।

କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀଵନ କ୍ଷୟ କ୍ଷତି ହେଉଥିଵାରୁ ଲୋକେ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଛନ୍ତି।

ଉଲ୍ଲେଖ ଥାଉ ଯେ, ଗତକାଲି ମଧ୍ୟ ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟିଥିଲା। ଗତକାଲି ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଥିଲେ। ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ହେଉଥିବାରୁ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୋଟିଏ ଦିନ ପୂର୍ବରୁ କିଣିଥିଲେ ଇଲେକ୍ଟ୍ରିକ୍ ସ୍କୁଟର, ପରଦିନ ହେଲା ବିସ୍ଫୋରଣ, ଜଣେ ମୃତ, ଦୁଇ ଆହତ

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ନିଜାମାବାଦର ଏକ ଘରେ ଏକ ବୈଦ୍ୟୁତିକ ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହା ପରେ Pure EV କମ୍ପାନୀ ଏହାର ୨୦୦୦ ଗାଡି ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।

ଏବେ ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଏକ ଘରେ ଗୋଟିଏ ଇଲେକ୍ଟ୍ରିକ୍ ମୋପେଡ୍ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଶିବ କୁମାର (୪୦) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ଶିବ କୁମାର ଶୁକ୍ରବାର ଦିନ ବୁମ ମୋଟର୍ସର କର୍ବେଟ ୧୪ ବୈଦ୍ୟୁତିକ ଗାଡି କିଣିଥିଲେ ଏବଂ ସେହି ରାତିରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ଚାର୍ଜିଂ ଉପରେ ରଖାଯାଇଥିଲା। ଶନିବାର ଦିନ ଭୋର ପ୍ରାୟ ୩.୩୦ ସମୟରେ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇ ଘର ସାରା ବ୍ୟାପି ଯାଇଥିଲା। ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି ଏବଂ ଅଗ୍ନିକାଣ୍ଡ ହେତୁ ଉଭୟ ଶିଶୁ ଆହତ ହୋଇଛନ୍ତି। ଘରର ସମସ୍ତ ଜିନିଷ ପାଉଁଶ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

କୁଡାନାଳି ନିକଟରେ ଟ୍ରାକଟର ଓଲଟି ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ଥାନା କୁଡାନାଳି ନିକଟରେ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁବରଣ ହୋଇଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଜୋରୀ ଗ୍ରାମର ଆର୍ତତ୍ରାଣ କୁମ୍ଭାର କୁଡାନାଳି ରାସ୍ତାରେ ଯାଉଥିବା ବେଳେ କୁଡାନାଳି ନିକଟସ୍ଥ ଏକ ସ୍ଥାନରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଆର୍ତତ୍ରାଣ କୁମ୍ଭାର ଟ୍ରାକଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।

ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି। ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ୬୦ ମହଲା କୋଠାରେ ବଡ ଧରଣର ଅଗ୍ନିକାଣ୍ଡ: ବାଲକୋନିରୁ ଖସି ଜଣେ ମୃତ

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୬୦ ମହଲା ଅଭିଗ୍ନ ପାର୍କ ବିଲ୍ଡିଂର ୧୯ ତମ ମହଲାରେ ନିଆଁ ଲାଗିଯାଇଥିବା ସୂଚନା ରହିଛି। ବିଲଡିଂରୁ ନିଆଁ ବାହାରୁଛି। ୧୪ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାର ଭିଡିଓ ଏବଂ ଚିତ୍ର ମଧ୍ୟ ବାହାରକୁ ଆସୁଛି, ଯେଉଁଥିରେ ଚାରିଆଡେ ଧୂଆଁ ଦେଖାଯାଉଛି। ଜଣେ ବ୍ୟକ୍ତି ବାଲକୋନୀରୁ ଖସି ସେ ତଳେ ପଡ଼ିଯାଇଛଥିବା ଏକ ଭିଡିଓରେ ଦେଖାଯାଉଛି। ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ନାମ ଅରୁଣ ତିୱାରୀ ଏବଂ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସର ପାଟ୍ରୋଲିଂ ଗାଡିକୁ ଦେଖି ଓଲଟିଲା ପଥର ବୋଝେଇ ମିନି ଟ୍ରକ୍: ଜଣେ ମୃତ, ୨ ଗୁରୁତର

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: କୋରୋନା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି।  ଏହି ଲକ୍ ଡାଉନ୍ କୁ କଡା କଡି କରିବା ପାଇଁ ପୋଲିସ୍ ବିଭାଗ ସଂପୂର୍ଣ୍ଣ ତତ୍ପର ହୋଇଛ। ବିଭିନ୍ନ ସ୍ଥାନରେ ନାକା ଲଗାଇବା ସହ କଡା କଡି ପାଟ୍ରୋଲିଂ କରୁଛି।

ତେବେ ଏସଵୁକୁ ଖାତିର ନକରି ପଥର ମାଫିଆମାନେ ସେମାନଙ୍କର କାରବାର ଵେଧଡକ ଚଳାଉଛନ୍ତି। ନିସ୍ତବ୍ଧ ରାତିରେ ଏହି ପଥର ମାଫିଆମାନେ ସେମାନଙ୍କର କାରବାର ଚଳାଉଛନ୍ତି।

ଗତ କାଲି ରାତିରେ ଟାଙ୍ଗୀ ତଳଗଡ କୁହୁଡି ମୌଜାରୁ ଚୋରା ପଥର ବୋଝେଇ ହୋଇ ବାଲୁଗାଁ ଅଭିମୁଖେ କେତେକ ଟ୍ରକ, ମିନିଟ୍ରକ୍ ବାହାରିଥିଲେ। ହେଲେ କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡିକୁ ଦେଖି କେତେକ ପଥର ବୋଝେଇ ଗାଡି ଦେଖି ବାଟ କାଟି ଅନ୍ୟ ରାସ୍ତାରେ ପଳାଇ ଯାଇଥିଲେ। ତେବେ ଗୋଟିଏ ମିନିଟ୍ରକ୍ ପୋଲିସ୍ ଗାଡିକୁ ଦେଖି ଦୃତ ଵେଗରେ ପଳାଇ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଫଳରେ ଗାଡି ଭିତରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଯୁବ ଶ୍ରମିକ ଚିତ୍ତରଂଜନ ପଲେଇ (୩୫ ବର୍ଷ) ଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ଗୁରୁତର ଅଵସ୍ଥାରେ ଭୁଵନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ୩ ଜଣ ଶ୍ରମିକ କୁହୁଡି ଗ୍ରାମର ବୋଲି ଜଣାପଡିଛି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ୨ ଆହତ: ଗ୍ରାମରେ ଉତ୍ତେଜନା

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମ ପତ୍ର ଫଡିରେ ହାତୀ ଆକ୍ରମଣରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ ଅଧିନସ୍ଥ ଲୁହାପଙ୍କ ଗ୍ରାମରେ ଗତକାଲି ରାତି ପ୍ରାୟ ୧୧ଟାରେ ବନବିଭାଗର କର୍ମଚାରୀମାନେ ହାତୀ ଘଉଡାଉଥିଲେ। ଗାଡୁମୁଣ୍ଡା ପତ୍ରଫଡିରେ ପ୍ରାୟ ୧୩ ଜଣ ପତ୍ର ବନ୍ଧାଳି କେନ୍ଦୁପତ୍ର ବନ୍ଧା କାମରେ ନିୟୋଜିତ ଥିଲେ। ସେମାନେ ରାତିରେ ଖାଇ ପିଇ ନିଘୋଡ ନିଦ୍ରାରେ ଶୋଇ ପଡିଥିଲେ। ସେଇ ସମୟରେ ଗାଡୁମୁଣ୍ଡା ପତ୍ର ଫଡିରେ ଦନ୍ତା ହାତୀଟି ପତ୍ର ବନ୍ଧାଳି ଅନୁଗୋଳ ଜିଲ୍ଲା ବାମୁର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ନାଏକ (୫୦)କୁ ଶୋଇ ଥିବା ଅବସ୍ଥାରେ ଶୁଣ୍ଡରେ ଟାଣିଆଣି ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିମ୍ବାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨ ଜଣ ପତ୍ର ବନ୍ଧାଳି ପବିତ୍ର ଦେହୁରୀ(୫୩), ବିନାୟକ ନାଏକ(୫୦)କୁ ମଧ୍ୟ ହାତୀଟି ଆକ୍ରମଣ କରିଥିଲା। ଅନ୍ୟମାନେ ଜୀବନକୁ ବଂଚାଇ ପ୍ରାଣ ବିକଳରେ ଦୈାଡି ପଳାଇଥିଲେ।

ଖବର ପାଇ ଗ୍ରାମବାସୀ ଓ ବନବିଭାଗ ଘଟଣା ସ୍ଥଳକୁ ତୁରନ୍ତ ଯାଇ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। କେନ୍ଦୁପତ୍ର ବିଭାଗ କର୍ମଚାରୀ ସେମାନଙ୍କୁ ପତ୍ର ବନ୍ଧା କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ ସେଠାରେ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ବନବିଭାଗ ସେଇ ଫଡିରେ ରାତିରେ ପତ୍ର ବନ୍ଧାଳିମାନେ ନ ରହିବାକୁ ମନା କରିଥିଲେ ମଧ୍ୟ ସେମାନେ ମାନି ନ ଥିଲେ ବୋଲି ବନବିଭାଗର ଜନୈକ କର୍ମଚାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ଘଟଣା ସ୍ଥଳରେ ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀମଞିତ ବିଶ୍ୱାଳଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଦିଆଯାଉଥିବା ସହଯୋଗ ରାଶି ମୃତକଙ୍କ ପରିବାରକୁ ଖୁବ୍ ଶିଘ୍ର ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି। ସେଇ ଦନ୍ତାହାତୀଟି ରେଢାଖୋଲ ଓ ନାକଟିଦେଉଳ ଅଂଚଳରେ ଆତଙ୍କ ଚଳାଇଥିଲେ ମଧ୍ୟ ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜର ଦେଇ ନିଜ ଆୟତକୁ ଆଣିବାରେ ବିଫଳ ହୋଇଛି ଯା’ ଫଳରେ ବହୁ ଜଣଙ୍କର ଜୀବନ ଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଙ୍ଗଲି କନ୍ଦା ସଂଗ୍ରହ କରିବାକୁ ଯାଇ ବଡମାଳରେ ହାତୀ ଆକ୍ରମଣରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଜଣେ ବୃଦ୍ଧ ଲୁହାପଙ୍କ ସେକ୍ସନର ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଭାର୍ଜିଲ୍ ଲାକଡା (୫୬) ନାମକ ବ୍ୟକ୍ତି ଗ୍ରାମର କେତେଜଣ ଲୋକମାନଙ୍କ ସହ ରେଢାଖୋଲ ରେଞ୍ଜ ଅଧୀନସ୍ଥ ଲୁହାପଙ୍କ ସେକ୍‌ସନ୍ ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିଲେ। ପାଖାପାଖି ଅପରାହ୍ନ ୩ ଟା ସମୟରେ ସେମାନେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇ ଥିଲେ। ଅନ୍ୟମାନେ ଦଉଡି ପଳାଇ ଯାଇଥିବା ବେଳେ ଭାର୍ଜିଲ ଲାକଡା ଦଉଡି ନ ପାରି ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ଭାର୍ଜିଲ କୁ ଦଳି ଚକଟି ମାରି ଦେଇ ପଳାଇ ଯାଇଥିଲା।

ମୃତ ବ୍ୟକ୍ତିର ଖଣ୍ଡ ବିଖଣ୍ଡିତ ଶରୀର ବିଭିନ୍ନ ଅଂଶକୁ ବନବିଭାଗ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି ବନ ବିଭାଗ। ଖବର ପାଇ ବନବିଭାଗର ଫରେଷ୍ଟର ଧର୍ମୁ ପ୍ରଧାନ, ଫରେଷ୍ଟଗାର୍ଡ ଅଜିତ୍ କୁମାର ସାହୁ, କିଶୋର ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଂଚିଥିଲେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ପରିବାରକୁ ସରକାରଙ୍କ ତରଫରୁ ମିଳୁଥିବା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ସୂଚନା ଯୋଗ୍ୟ ଯେ ,ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ, ୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଗୁରୁତର ଆହାତ ଦ୍ଵୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସଂପୂକ୍ତ କାରକୁ ଜବତ କରିବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଆସିନଥିବା ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସ୍ ରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ପ୍ରବାସୀ ଆହତ ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଆଜି ସକାଳେ କେରଳରୁ ଏକ ବସ୍ ଯୋଗେ ଓଡିଆ ପ୍ରବାସୀ ନିଜ ଗାଁକୁ ଫେରୁଥିଲେ। ହେଲେ ଟାଙ୍ଗୀ ବାଇପାସ୍ ନିକଟରେ ରାସ୍ତା କାମ ଚାଲୁଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲୁଥିଲା। ସେହି ସମୟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବସ୍ ଟି ଡିଭାଇଡର ଡେଇଁ ୪୦ ଫୁଟ ପଛକୁ ଚାଲିଯାଇଥିଲା। କିନ୍ତୁ ଟ୍ରକ ଚାଳକଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବସ୍ ରେ ଥିବା କିଛି ପ୍ରବାସୀ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି। ବସ୍ ରେ ଆସୁଥିବା ପ୍ରବାସୀମାନେ କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡ଼ିଛି।

ତେବେ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ବସ୍ ଯୋଗେ ସେମାନଙ୍କୁ ଘରକୁ ପଠାଇଦେଇଛି। ହେଲେ ମୃତ ଟ୍ରକ ଚାଳକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଟାଙ୍ଗୀ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀଙ୍କ ସହଯୋଗରେ ଚାଳକଙ୍କ ମୃତ ଦେହକୁ ଟ୍ରକ କ୍ୟାବିନରୁ ବାହାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଟି ପଛରୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ନୂଆଁ ବରଷ ହେଉଛି ଆନନ୍ଦ ଓ ଉଲ୍ଲାସର ବର୍ଷ। ନୂଆଁ ବରଷ ଆସିଲେ ସଭିଙ୍କ ମନରେ ଖୁସି କାହିଁରେ କଣ। ହେଲେ ନୂଆଁ ବର୍ଷର କିଛି ସମୟ ଆଗରୁ ଯେ, ଯୁବକଟି ଚାଲିଯିବ ଆରପାରିକି କେବେ ବି କଳ୍ପନା କରି ନ ଥିଲା। ଏଭଳି ଏକ ଅଭାବନୀୟ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକ ଆଜି ସକାଳୁ ସକାଳୁ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ଘଟିଛି ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମରେ।

ପ୍ରକାଶ ଯେ, ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମର ଲୁହୁରାପଡା ଠାରେ ସକାଳ ୮.୩୦ ମିନିଟ୍ ସମୟରେ ନାକଟିଦେଉଳ ପଟୁ ରେଢାଖୋଲକୁ କୌଣସି କାମରେ ସ୍କୁଟିରେ(ଓଡି୧୫ପି-୬୨୬୪) କଂଚନପୁର ଗ୍ରାମର ଜୟନ୍ତ ପାତ୍ର ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା (୩୭) ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ପିଟି ଥିଲା। ସ୍କୁଟି ଚାଳକ ଜୟନ୍ତ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସୁରେଶ କୁମାର ବେହେରା ଗୁରୁତର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ସ୍କୁଟି ଚାଳକ ଜୟନ୍ତ ପାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବଂ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଟ୍ରକଟି ସେମାନଙ୍କୁ ପିଟି ଫେରାର ହେବାରେ ସକ୍ଷମ ହୋଇଛି। ନାକଟିଦେଉଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ସୁରେଶକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ୍।