Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ୧ ଗିଗାୱାଟ ସୌର ଶକ୍ତି ପ୍ରକଳ୍ପର ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ଵର: ଭାରତର ବୃହତ୍ତମ ଜଳ ବିଦ୍ୟୁତ ବିକାଶ ସଂଗଠନ ଏନଏଚପିସି ଲିମିଟେଡ୍‌, ଓଡ଼ିଶା ସରକାରଙ୍କ ଗ୍ରିଡ୍‍କୋ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଅତି କମ୍‍ରେ ୨୦୦୦ ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୧୦୦୦ ମେଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ (ଭୂମି ଉପରେ ସୌର ପ୍ରକଳ୍ପ/ ଭାସମାନ ସୌର ପ୍ରକଳ୍ପ) ସ୍ଥାପନ କରିବାକୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ୨୩ଜୁନ୍‍ ୨୦୨୩ରେ ଏନଏଚପିସିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ (ରଣନୀତିକ ବ୍ୟବସାୟ ବିକାଶ ଏବଂ ପରାମର୍ଶ) ରଜତ ଗୁପ୍ତା ଏବଂ ଗ୍ରିଡ୍‍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ରାଜିନାମା ସ୍ୱାକ୍ଷର ସମୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରିଡ୍‍କୋର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଏନଏଚପିସି ଲିମିଟେଡର ନିର୍ଦ୍ଦେଶକ (ପ୍ରକଳ୍ପ) ବିଶ୍ୱଜିତ ବସୁ ଏବଂ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।