Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନରେ ଜାତୀୟ ଆଇନସେବା ଦିବସ ପାଳିତ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନ ମାଧ୍ୟମରେ ଜାତୀୟ ଆଇନସେବା ଦିବସ ପାଳନ କରାଯାଇଛି। ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ ଅନଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ଜାତୀୟ ଆଇନସେବା ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।

ଶ୍ରୀ ରାଉତ ଉଦବୋଧନରେ କହିଥିଲେ ଯେ ୧୯୮୦ ମସିହାରେ ଶ୍ରୀ ଜଷ୍ଟିସ ଭଗବତୀଙ୍କ ନେତୃତ୍ୱରେ ଏକ ଆଇନସେବା ବୋର୍ଡ଼ ଗଠନ କରାଯାଇଥିଲା। ଉକ୍ତ ବୋର୍ଡ଼ ୧୯୮୬ ମସିହାରେ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ ଆଇନସେବା ପ୍ରାଧିକରଣ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ୧୯୮୭ ମସିହାରେ ଆଇନସେବା ପ୍ରାଧିକରଣ ଅଧିନିୟମ ସଂସଦ ଦ୍ୱାରା ପ୍ରଣୟନ ହୋଇଥିଲା।ପରେ ଆଜିକାର ଦିନ ଯଥା ୯.୧୧.୧୯୯୫ ଦିନ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।

ଏହି ଆଇନରେ ଦେଶର ଗରିବ ନିଷ୍ପେଷିତ ଲୋକ ଯେପରି ନ୍ୟାୟ ପାଇପାରିବେ ସେଥିପାଇଁ ଜାତୀୟ ସ୍ତରରେ ଜାତୀୟ ଆଇନସେବା ପ୍ରାଧିକରଣ ରାଜ୍ୟ ସ୍ତରରେ ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ତରରେ ଜିଲ୍ଲା ଆଇନସେବା କମିଟି ମାନ ଗଠନ କରାଯାଇ ଲୋକଙ୍କୁ ମାଗଣାରେ ଆଇନସେବା ଯୋଗାଇ ଦିଆଯିବା ସହିତ ପୀଡିତା ମାନଙ୍କୁ କ୍ଷତିପୂରଣ ଆଦି ପ୍ରଦାନ କରାଯାଉଛି।