Categories
ଆଜିର ଖବର ଧର୍ମ

ଆଉ ଦିନ କେଇଟା ପରେ ଆସିବ ନୂଆ ବର୍ଷ, ଜାଣନ୍ତୁ ଜାନୁୟାରୀ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଉ ଚାରିଦିନ ପରେ 2021 ଶେଷ ହେବ ଆସିବ 2022। ଏହିଦିନକୁ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ। ତେବେ ଏହା ହିନ୍ଦୁ ଧର୍ମର କୌଣସି ପର୍ବପର୍ବାଣୀରେ ଆସେ ନାହିଁ। ତେବେ ଜାନୁୟାରୀ ମାସରେ କଣ ରହିଛି ବଡ ପର୍ବ ଆସନ୍ତୁ ଜାଣିବା।

ବକୁଳ ଅମବାସ୍ୟା- ଜାନୁୟାରୀ 2 ତାରିଖରେ ପଡୁଛି ବକୁଳ ଅମବାସ୍ୟା। ଏହି ଅମବାସ୍ୟା ହିନ୍ଦୁ ଧର୍ମରେ ବେଶ୍ ମହତ୍ବ ରଖେ। କାରଣ ଏହିଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କରାଯାଏ। ଏହିଦିନ ଆମ୍ବ ଗଛରେ ବଉଳ ଧରେ। ସେଥିପାଇଁ ଏହାକୁ ବଉଳ ଅମବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ବରାହଙ୍କ ଜନ୍ମଦିନ।

ଶାମ୍ବ ଦଶମୀ- ଜାନୁୟାରୀ 12 ତାରିଖରେ ପଡୁଛି ଶାମ୍ବ ଦଶମୀ। ଏହିଦିନ ଓଡିଶାର ଘରେ ଘେ ସୂର୍ଯ୍ୟ ପୂଜା କରାଯାଇଥାଏ। ଖୋଲା ସ୍ଥାନରେ ସୂର୍ଯ୍ୟ ପୂଜା କରାଯାଏ। ଏଥିରେ ଘଡଘଡିଆ ତରକାରୀ ଏବଂ ସ୍ବତନ୍ତ୍ର ପିଠା ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ।

ମକର ସଂକ୍ରାନ୍ତି- ଜାନୁୟାରୀ 14 ତାରିଖରେ ପଡୁଛି ମକର ସଂକ୍ରାନ୍ତି। ଏହିଦିନ ଘରେଘରେ ମକର ଚାଉଳ ପ୍ରସ୍ତୁ କରି ପୂଜା କରାଯାଇଥାଏ। ଏହିଦିନ ଓଡିଆମାନେ ସାଙ୍ଗର ସଂପର୍କକୁ ବୃଦ୍ଧି କରିବା ପାଇଁ ମକର ବସିଥାନ୍ତି। ଏହି ଦିନ ଦକ୍ଷିଣ ଭାରତରେ ପୋଙ୍ଗଲ ମଧ୍ୟ ପାଳନ କରାଯାଏ। ଏହି ଦିନରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ।

ପୁଷ୍ୟାଭିଷେକ- ଏହି ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ ।

ଏଥିସହିତ ଜାନୁୟାରୀ 23 ତାରିଖରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତି ପାଳନ କରାଯିବ। ସେହିପରି ଜାନୁୟାରୀ 26 ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯିବ।

( ଫଟୋ- ପୁରୀର ଶ୍ରୀରାଧାବଲ୍ଲଭ ମଠ ତରଫରୁ ପ୍ରତିବର୍ଷ ଶ୍ରୀଜିୟୁଙ୍କ ପାଇଁ ମକର ଚାଉଳ ଭୋଗ ପଠାଯାଇଥାଏ। ତାହାର ପ୍ରସ୍ତୁତି କରାଯାଉଛି। ଫଟୋଟି  2021 ଜାନୁୟାରୀ 14 ତାରିଖର )