Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଜିଏସଟି ରେଡ଼ ବାହାନାରେ ନକଲି ଜିଏସଟି ଅଧିକାରୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ଗୋଦାମ ସମେତ ସୁନା ଗହଣା ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଯାହାଫଳରେ ଦୋକାନୀ ମାଲିକମାନଙ୍କ ଭିତରେ ଏକ ପ୍ରକାର ଛନକା ପଶିଯାଇଛି। ଯାହାର ସୁଯୋଗ ନେଇ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଜକୁ ଜିଏସଟି ଅଧିକାରୀ ପରିଚୟ ଦେଇ ଏକ ବେକରି ଫ୍ୟାକ୍ଟ୍ରିରେ ପହଞ୍ଚି କାଗଜପତ୍ର ଦେଖାଇବାକୁ କହିଥିଲେ।

ଏଥିସହିତ ସମ୍ପୃକ୍ତ ବେକରି ଫ୍ୟାକ୍ଟ୍ରି ମାଲିକଙ୍କ ସହ ନାନାଦି ବଚସା କରି ଲାଞ୍ଚ ମାଗିଥିଲେ। ମାତ୍ର ଫ୍ୟାକ୍ଟ୍ରି ମାଲିକଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ନକଲି ଜିଏସଟି ଅଧିକାରୀଙ୍କ ପରିଚୟପତ୍ର ଦେଖାଇବାକୁ କହିବା ସହ ଆପଣଙ୍କ ଟିମ କାହଁନ୍ତି କହିବାରୁ ସେ ସେଠାରୁ ନିଜ ବାଇକ ଯୋଗେ କ୍ଷିପ୍ର ଗତିରେ ପଳେଇ ଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ନକଲି ଜିଏସଟି ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମାର୍ବଲ ଦୋକାନରେ ଜିଏସଟି ରେଡ଼

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ସହରର ଏକ ମାର୍ବଲ ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଖବର ମୁତାବକ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ଦୋକାନରେ ୨୬ ଜଣିଆ ଜିଏସଟି ଟିମ ଚଢ଼ାଉ କରିଛି। ସମ୍ପୃକ୍ତ ଦୋକାନୀ ମାଲିକ ଘନଶ୍ୟାମ ସ୍ୱାଇଁ ଦୀର୍ଘ ଦିନ ଧରି ମାର୍ବଲ ଓ ଟାଇଲସ ବେପାର କରିଆସୁଥିବା ବେଳେ ଜିଏସଟି ଫାଙ୍କୁ ଥିବା ଅଭିଯୋଗ ହୋଇଆସୁଥିଲା। ଏଥିସହିତ ଖୁବ କମ ଦିନ ମଧ୍ୟରେ ଏକାଧିକ ଜାଗାବାଡି ସାଙ୍ଗକୁ କୋଠାବାଡି କରି ଚର୍ଚ୍ଚାକୁ ଆସିଥିଲେ।

ଅଭିଯୋଗ କ୍ରମେ ଆଜି ୨୬ ଜଣିଆ ଜିଏସଟି ଟିମ ଘନଶ୍ୟାମଙ୍କ ଦୋକାନ, କୋଦପୁର ସ୍ଥିତ ନିଜ ଘର ଓ ବାଲୁଗାଁରେ ନିର୍ମିତ କୋଠା ଘର ଉପରେ ଅତର୍କିତ ଚଢ଼ାଉ କରି ଛାନଭିନ କରିଛି। ସୁତରାଂ ଜିଏସଟି ଚଢ଼ାଉ ଜାରିରହିଥିବା ଖବର ପ୍ରଚାରିତ ହେବାପରେ ଅନେକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।