Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ପରିଷଦ ସଭ୍ୟାଙ୍କ କାର ପୋଡି ଘଟଣା: ୨ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ ପୋଖରିଆରେ ପୁଣି ହିଂସା ଘଟିଥିଲା। ୨ ତାରିଖ ରାତି ଅଧରେ ଜିଲ୍ଲା ପରିଷଦ ସଭ୍ୟାଙ୍କ କାରକୁ ଦୂର୍ଵୁର୍ତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିଲେ। ବଡପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାର ସିଂହଙ୍କର କାର ପୋଡି ଦେଇ ଦୁର୍ବୁତ୍ତ ଫେରାର ଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡପୋଖରିଆ ଗ୍ରାମର ଆତ୍ମପ୍ରକାଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ବଡଜେନା। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ ରେ ନିଆଁ ଲଗାଇଲେ ଦୁର୍ବୃତ୍ତ: କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କିଛି ଦିନର ନୀରବତା ପରେ ବଡ ପୋଖରିଆରେ ପୁଣି ହିଂସା ଦେଖାଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିବା ଖବର ହସ୍ତଗତ ହୋଇଛି। ଟାଙ୍ଗୀ ବ୍ଲକ ବଡ ପୋଖରିଆ ପଂଚାୟତରେ ଏଭଳି ଏକ ହିଂସା ଘଟଣା ସାମ୍ନାକୁ ଆସିଛି।

ବିଳମ୍ବିତ ରାତ୍ରିରେ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଅଗ୍ନୀଶମ ବାହିନୀ ନିଆଁକୁ ଆୟତ କରିଛି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିକୁ ଝଟକା୍: ନିର୍ଵାଚନ ପୂର୍ବରୁ ଦଳ ଛାଡିଲେ ଟାଙ୍ଗୀ ବ୍ଲକର ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବହୁ ପୁରୁଖା ନେତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବିଜେପିକୁ ଝଟକା୍ ଲାଗିଛି। ପଂଚାୟତ ନିର୍ଵାଚନ ପୂର୍ବରୁ ୯ ନଂ ଜିଲ୍ଲା ପରିଷଦ ସଭ୍ୟା ମମତା  ଜେନା ବିଜେପି ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟାଙ୍କ ସହ ପୂର୍ବତନ ବଡ ପୋଖରିଆ ଗ୍ରାମ ପଂଚାୟତ ସରପଂଚ ଜ୍ୟୋସ୍ନାରାଣୀ ଜେନା, ଜୋନ୍ ସଭାପତି ରବିନ୍ଦ୍ର ବଳିୟାର ସିଂହ, ଦିନ ବନ୍ଧୁ ଚହଟରାୟ, ମାଧବ କୁମାର ମହାନ୍ତି ପ୍ରମୁଖ ବହୁ ପ୍ରମୁଖ କର୍ମୀଦଳ ଛାଡିଛନ୍ତି।

ଆଜି ଟାଙ୍ଗୀ ବ୍ଲକର ଶକ୍ତି ପୀଠ ମା’ ଉଗ୍ରତାର ଦେବୀଙ୍କ ପୀଠରେ ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା ଏନେଇ ଘୋଷଣା କରିଛନ୍ତି। ଗତ କିଛି ଦିନ ହେଲା ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ଯାଉନଥିବା ସହ ବିଭିନ୍ନ ସଭା ସମିତିରେ ତାଙ୍କୁ ଉପେକ୍ଷା କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦେଢଶୁର ତଥା ପୂର୍ବତନ ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାରୀ ଏପର୍ଯ୍ୟନ୍ତ ଗିରଫ କରାଯାଉନଥିବା ବେଳେ ବିଜେପି ଏହି ଘଟଣାରେ ନୀରବ ରହିବା ଘଟଣାକୁ ଶ୍ରୀମତୀ ଜେନା ସମାଲୋଚନା କରିଛନ୍ତି।

ତେବେ ନିକଟରେ କୌଣସି ଦଳରେ ଯୋଗ ଦେବା ପୂର୍ବରୁ ନିଜ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ସାମ୍ବାଦିକ ମାନଙ୍କୁ  କହିଛନ୍ତି। ଗତ ପଂଚାୟତ ନିର୍ବାଚନରେ ମମତା ଜେନା ଏକ ମାତ୍ର ଜିଲ୍ଲା ପରିଷଦ ସଭ୍ୟା ଭାବେ ଟାଙ୍ଗୀ ବ୍ଲକରୁ ନିର୍ବାଚନ ଜିତି ବିଜେପିର ଖାତା ଖୋଲିଥିଲେ। ତାଙ୍କର ଏହି ଇସ୍ତଫା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଢେର କ୍ଷତି ପହଂଚାଇବ ବୋଲି ଆଲୋଚନା ହେଉଛି।