Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ଘୋଷଣା ପରେ ବିରୋଧୀ ଦଳର ନେତା ହେଲେ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଆଜି ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜୟନାରୟଣ ମିଶ୍ର ବିରୋଧୀ ଦଳର ନେତା ହେଲୋ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଆସନରେ ବସିଥିଲେ। ଶନିବାର ଦିନ ବିଜେପି ବିଧାୟକ ଦଳର ନେତା ଭାବେ ଜୟନାରାୟଣଙ୍କ ନାମ ଦଳ ଘୋଷଣା କରିଥିଲା। ଏହାପରେ ଗୃହକୁ ବିଜେପି ବିଧାୟକମାନେ ଜଣାଇବା ପରେ ବାଚସ୍ପତି ଏହି ଘୋଷଣା କରିଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ ନାୟକ ଗୃହ କାର୍ଯ୍ୟରେ ଯୋଗ ଦେଇପାରିଲେ ନାହିଁ। ଫଳରେ ଗୃହରେ ବିଜେପି ବିଧାୟକମାନେ ଯେପରି କାମ କରିବା କଥା ତାହା କରିପାରୁ ନ ଥିଲେ। ଜଣେ ନୂଆ ବିରୋଧୀ ଦଳର ନେତା ଦିଆଯାଉ ବୋଲି ବିଧାୟକମାନେ ଦାବୀ କରି ଆସୁଥିଲେ। ଯାହା ବର୍ତ୍ତମାନ ପୁରଣ ହୋଇଛି।