Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ମୃତ୍ୟୁଞ୍ଜୟ ପାଢ଼ୀ ନାମରେ ଜଣେ ଠକ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉକ୍ତ ଠକ ଯୁବକ ମୃତ୍ୟୁଞ୍ଜୟ ବିଭିନ୍ନ ବ୍ୟବସାୟ  ଲୋଭ ଦେଖାଇ ଚନ୍ଦ୍ରମଣିପେଟା ସାହିର ସତ୍ୟନାରାୟଣ ସାମଲ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୨୭ ଲକ୍ଷ ଟଙ୍କା, ଏସ୍ କେ ଅନୱର ନାମରେ ଜଣେ ଯୁବକ ଠାରୁ ୨୦ ଲକ୍ଷ, ସନ୍ଦୀପ କୁମାର ପାତ୍ର ଠାରୁ ୪ ଲକ୍ଷ ୫୦ ହଜାର, ଅଲେଖ ସାହୁ ଠାରୁ ୮ ଲକ୍ଷ ଓ ସନ୍ଦୀପ କୁମାର ଯେନା ନାମରେ ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଏହି ଭଳି ସେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଅଭିନବ ଉପାୟରେ ବ୍ୟବସାୟ ରେ ଟଙ୍କା ଲଗାଇ ଦୁଇ ଗୁଣ କରାଇଦେବାର ଲୋଭ ଦେଖାଇ ଠକି ଚାଲିଥିଲା।

ପରବର୍ତ୍ତୀ ସମୟରେ ସେ ଟଙ୍କା ନେଇ ଥିବା ଲୋକଙ୍କୁ ଚେକ୍ ମଧ୍ୟ ଦେଇଥିଲା,ଯେ ବ୍ୟବସାୟ ନହେଲେ ଟଙ୍କା ଫେରାଇବାକୁ ଚୁକ୍ତି କରିଥିଲା। କିନ୍ତୁ ଉକ୍ତ ଚେକ୍ ନେଇ ଟଙ୍କା ଦେଇ ଥିବା ବ୍ୟକ୍ତି ଗଣ ବ୍ୟାଙ୍କ କୁ ଦେଖିଲା ବେଳକୁ ତାର ବ୍ୟାଙ୍କ ଏକାଉଣ୍ଟ୍ ରେ ଜିରୋ ବାଲାନ୍ସ୍ ରହିଛି। ଏହି ଭଳି ପରିସ୍ଥିତିରେ ଟଙ୍କା ଦେଇ ଥିବା ଲୋକଙ୍କ ସନ୍ଦେହ ସ୍ରୁଷ୍ଟି ହୋଇଥିଲା, ଯାହା ଫଳରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ବୈଦ୍ୟନାଥ ପୁର ଥାନା ପୋଲିସ ୪୫୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଠକ ଠକ ଯୁବକ କୁ ନେଇ ଥାନା ରେ ଜେରା କରିବା ପରେ ପୋଲିସ ବହୁ ତଥ୍ୟ ହାସଲ କରିଛନ୍ତି।