Categories
ଆଜିର ଖବର ରାଜ୍ୟ ଖବର

ମଦ୍ୟପ ଯୁବକର ଉନ୍ମୁକ୍ତ କାଣ୍ଡ: ଟାୱାରରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜଣେ ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ ଯୋଗୁଁ ଅଂଚଳବାସୀ ତଥା ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି।

ଘଟଣାରୁ ପ୍ରକାଶ ଯେ ସୁକୁଣ୍ଡା ଗ୍ରାମର ଶିବରାମ ଗୌଡ଼ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା। ଏହା ଦେଖି ଆଖପାଖ ଲୋକେ ଜମାହୋଇ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସେ ତଳକୁ ଆସିନଥିଲା। ମଦ ନିଶାରେ ଚୁର୍ ହୋଇ କାଳେ ତଳେ ପଡ଼ିଯିବ ଭାବି ଲୋକେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବାହିନୀ ଯୁବକଙ୍କୁ ଟାୱାରରୁ ଓହ୍ଲାଇବାରେ ସଫଳ ହୋଇଥିଲା। ପରେ ଶିବରାମ ଗୌଡ଼ଙ୍କୁ ସଦରଥାନାକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଶିବରାମଙ୍କ ନିଜ ଘର ଦିଗପହଣ୍ଡି ଗୋଡ଼ପଲ୍ଲୀ ଅଂଚଳର। ସେ ଶ୍ୱଶୁର ଘର ଗ୍ରାମ ସୁକୁଣ୍ଡାରେ ଏକ ଘର ଭଡ଼ା ନେଇ ସ୍ତ୍ରୀ ସହ ରହୁଥିଲା। ଘଟଣାଦିନ କୌଣସି କଥାକୁ ନେଇ ପରିବାର ଏବଂ ଶ୍ୱଶୁର ଘର ଲୋକ ସହ କଥାକଟା କଟି ହୋଇଯିବାରୁ ପ୍ରଚୁର ମଦ୍ୟପାନ କରି ଆତ୍ମହତ୍ୟା କରିବାକୁ ମୋବାଇଲ୍ ଟାୱାର ଉପରେ ଚଢ଼ିଥିଲା।

ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଫାୟାର ମ୍ୟାନ ପବିତ୍ର ମଲିକ, ଜ୍ୟୋତି ପ୍ରକାଶ, ରଘୁନାଥ ସେଠୀ, ବିମଲ ବେହେରା, ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।