Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ୨୫୦ ଟଙ୍କା!: ଖୁବ ଶୀଘ୍ର ହୋଇପାରେ ଔପଚାରିକ ଘୋଷଣା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ମଧ୍ୟ ଏହି ଟିକା ନେବାର ବ୍ୟବସ୍ଥା ରହିଛି। ତେବେ ଘରୋଇ ହସ୍ପିଟାଲରେ ୧୦୦ ଟଙ୍କାର ସର୍ଭିସ ଚାର୍ଜକୁ ମିଶାଇ ଗୋଟିଏ ଡୋଜ ପିଛା ୨୫୦ ଟଙ୍କା ହେବ ବୋଲି ସୂଚନା ରହିଛି।

ହେଲେ କରୋନା ଟିକାର ମୂଲ୍ୟ ଏଯାଏଁ ଘୋଷଣା କରାଯାଇ ନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାର ଔପଚାରିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଘୋଷଣା ପରେ ଏହାର ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଉଲ୍ଲେଖ ଯୋଗ୍ୟଯେ , ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବହୁବିଧି ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ।