Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବଧାନ, ଟିକା ସାର୍ଟିଫିକେଟକୁ ଦୟାକରି ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ

କଟକ, ଆପଣ ଟିକା ନେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାର୍ଟିଫିକେଟ୍ ବା ପ୍ରମାଣପତ୍ର ଆସିବ। ତାହାକୁ ଡାଉନଲୋଡ କରି ଆପଣ ଆପଣଙ୍କର ପାଖରେ ରଖନ୍ତୁ। କେବେ ହେଲେ ଏହି ସାର୍ଟିଫିକେଟକୁ ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ। ଏହିପରି ସତର୍କ କରାଇଛି କଟକ କମିଶନରେଟ ପୋଲିସ।

ପୋଲିସ ତରଫରୁ କୁହାଯାଇଛି, ଏହି ଟିକା ସାର୍ଟିପିକେଟରେ ଏକ QR କୋଡ ରହିଛି। ଏହି କୋର୍ଡଟି ସୋସିଆଲ ମିଡିଆରେ ସେୟାର ହେଲେ ହୁଏତ କିଛି ଅସୁବିଧା ହୋଇପାରେ। କାରଣ ଏହି QR କେତେକ ଲୁକାୟିତ ତଥ୍ୟ ରଖାଯାଇଛି। ଏହା ସାଇବର ହାକରମାନେ ପାଇଗଲେ ସେମାନେ ହୁଏତ ବ୍ଲାକ ମେଲିଂ କରିପାରନ୍ତି। ସେଥିପାଇଁ ଏହାକୁ ସେୟାର ନ କରିବା ପାଇଁ ପୋଲିସ ତରଫରୁ ସତର୍କ କରାଯାଇଛି।