Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟୋଲ୍‌ଗେଟ୍‌ରେ ଗଣ୍ଡଗୋଳ: କର୍ମଚାରୀ ଆହତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଖଲିକୋଟ ଟୋଲ୍‌ଗେଟ୍ ନିକଟରେ ଦୁଇଗୁଣ ଟୋଲ୍ ଫି ମାଗିବାକୁ ନେଇ ଟୋଲ୍‌ଗେଟ୍ କର୍ମଚାରୀ ଓ କିଛି ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ୍ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ର ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ବସ୍‌ଗାଡ଼ିରେ ବରଯାତ୍ରୀ ଯାଉଥିଲା। ଗାଡ଼ିରେ ଫାସ୍‌ଟ୍ୟାଗ ନଥିବାରୁ ଖଲିକୋଟ ଗୁରାପଲ୍ଲୀ ଟୋଲ୍‌ଗେଟ୍ କର୍ମଚାରୀ ଜଣକ ଦୁଇଗୁଣ ଟୋଲ୍‌ଫିସ୍ ମାଗିଥିଲେ। ଏହାପରେ ବସ୍‌ରେ ବସିଥିବା ଲୋକ ହଠାତ୍ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ୍ ମଧ୍ୟ କରିଥିଲେ। ଏପରିକି ଟୋଲ୍‌ଗେଟ୍‌ର କିଛି କର୍ମଚାରୀ ଏଥିରେ ଆହତ ମଧ୍ୟ ହୋଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା।