Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ପାର୍କିଂ ସ୍ଥାନରୁ ଟ୍ରକ୍ ଚୋରି ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଟୋନଗର୍ ନିକଟ ଜାତୀୟ ରାଜପଥ କଡ ଢାବା ନିକଟ ପାର୍କିଂ ସ୍ଥାନରୁ ଏକ ଟ୍ରକ ଚୋରି ଘଟଣାର ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଓଡି ୧୫ ଜି ୬୩୨୭ ନଂ ବିଶିଷ୍ଟ ଏକ ଟ୍ରକ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍ ର କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଗାଡ଼ି ମାଲିକ ଅଶୋକ କୁମାର ଦଳବେହେରା ଗୋଳନ୍ଥରା ଥାନା ରେ ଅଭିଯୋଗ କରିଛନ୍ତି। ଉକ୍ତ ଗାଡ଼ି ଗଲାପରେ ଖଲିକୋଟ ନିକଟ ଗୋରାପଲି ଟୋଲ୍ ଗେଟ୍ ରେ ଖଜଣା ପୈଠ କରିଥିବା ତଥ୍ୟ ଫାଷ୍ଟଟେଗ୍ ଜରିଆରେ ଜଣା ପଡ଼ିଛି ଓ ଜି ପି ଆର୍ ଏ ସ୍ ରେ ଉକ୍ତ ଗାଡି ଆନ୍ଧ୍ର ପ୍ରଦେଶରେ ଥିବା ଜଣାପଡିଛି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।