Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାବୁଲରେ ସିରିଏଲ ବୋମା ବିସ୍ଫୋରଣ, ଟ୍ରେନିଂ ସେଣ୍ଟର ଏବଂ ସ୍କୁଲ ଉପରେ ଆକ୍ରମଣ, ୮ ଶିଶୁ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ତାଲିମ କେନ୍ଦ୍ର ଏବଂ ବିଦ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। କାବୁଲର ଦଶ୍ତ-ଇ-ବରଚି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂତ୍ରରୁ ପ୍ରକାଶ ଯେ ତିନିରୁ ପାଞ୍ଚ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ଅବଦୁର ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ଆକ୍ରମଣ କରିଥିଲେ। ସେଥିମଧ୍ୟରୁ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଅନେକ ଛାତ୍ର ଶ୍ରେଣୀ ଭିତରେ ଥିଲେ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, କାବୁଲର ପଶ୍ଚିମରେ ଥିବା ମମତାଜ ଟ୍ରେନିଂ ସେଣ୍ଟର ନିକଟରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଅତି କମରେ ୫ ଜଣ ଆହତ ହୋଇଛନ୍ତି। ଅବଦୁର ରହୀମ ସହିଦ ହାଇସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣକୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନିଶ୍ଚିତ କରି କହିଛି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପରେ ସବିଶେଷ ତଥ୍ୟ ସେୟାର କରାଯିବ।