Categories
ଆଜିର ଖବର ରାଜ୍ୟ ଖବର

ଗୁରୁତ୍ୱପୂର୍ଣ୍ଣ ସୂଚନା: ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ ଚଳାଚଳ

ଭୁବନେଶ୍ଵର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି ଏବଂ କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଅଛି।

ବାତିଲ୍ ହେବାକୁ ଥିବା ଟ୍ରେନ:

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ।

18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 21 ଅଗଷ୍ଟ 2023 ଦିନ।

20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ 21 ଏବଂ 22 ଅଗଷ୍ଟ 2023 ଦିନ।

18309 ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ 19, 21 ଏବଂ 22 ଅଗଷ୍ଟ 2023 ଦିନ।

18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ 18 ଏବଂ 20 ଅଗଷ୍ଟ 2023 ଦିନ।

18311 ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 23 ଅଗଷ୍ଟ 2023 ଦିନ।

18312 ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ 21 ଏବଂ 24 ଅଗଷ୍ଟ 2023 ଦିନ।

20832 ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 22 ଅଗଷ୍ଟ 2023 ଦିନ।

20831 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ 21 ଏବଂ 23 ଅଗଷ୍ଟ 2023 ଦିନ।

08317 ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ 18 ରୁ 24 ଅଗଷ୍ଟ 2023 ପର୍ଯ୍ୟନ୍ତ।

08318 ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ ରୁ 19 ରୁ 25 ଅଗଷ୍ଟ 2023 ପର୍ଯ୍ୟନ୍ତ।

08264/08277 ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ 18 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ।

08263/08278 ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ 19 ରୁ 24 ଅଗଷ୍ଟ 2023 ପର୍ଯ୍ୟନ୍ତ।

08311 ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ 23 ଅଗଷ୍ଟ 2023 ଦିନ।

08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ 25 ଅଗଷ୍ଟ 2023 ଦିନ।

08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

ସମ୍ବଲପୁର ଷ୍ଟେସନକୁ ସ୍ପର୍ଶ ନକରି ସରଲା ଏବଂ ସମ୍ବଲପୁର ସିଟି ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ:

A. 18451/18452 ହଟିଆ-ପୁରୀ-ହଟିଆ ତାପସ୍ୱିନି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

B. 12880/12879 ଭୁବନେଶ୍ୱର- ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ 21 ଅଗଷ୍ଟରେ ଏବଂ ଏଲଟିଟି ରୁ 19 ଅଗଷ୍ଟ 2023 ଦିନ।

C. 22866 ପୁରୀ- ଏଲଟିଟି ଏକ୍ସପ୍ରେସ 22 ଅଗଷ୍ଟ 2023 ରେ ପୁରୀରୁ।

D. 20471 / 20472 ବିକାନର୍-ପୁରୀ-ବିକାନର୍ ଏକ୍ସପ୍ରେସ୍ ବିକାନେରରୁ 20 ଅଗଷ୍ଟରେ ଏବଂ ପୁରୀରୁ 23 ଅଗଷ୍ଟ 2023 ଦିନ।

E. 20807 / 20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବିଶାଖାପାଟନମରୁ 19 ଓ 22 ଅଗଷ୍ଟରେ ଏବଂ ଅମୃତସରରୁ 19 ଏବଂ 23 ଅଗଷ୍ଟ 2023 ଦିନ।

F. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ 23 ଅଗଷ୍ଟରେ ଏବଂ ଯୋଧପୁରରୁ 19 ଅଗଷ୍ଟ 2023 ଦିନ।

ଟ୍ରେନର ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 19.08.2023 ରୁ 23.08.2023 ପର୍ଯ୍ୟନ୍ତ ଉଭୟ ଦିଗରୁ ଜୁଜୋମୁରା ଏବଂ ବାଲାଙ୍ଗୀର ମଧ୍ୟରେ ବାତିଲ ରହିବ।

19 ଅଗଷ୍ଟ 2023 ରେ ନନ୍ଦେଡରୁ ଛାଡିବାକୁ ଥିବା 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ବରଗଡ ରୋଡରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ।

19.08.2023 ରେ ଶାଲିମାରରୁ ଛାଡିବାକୁ ଥିବା 22803 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ବଲପୁର ସିଟିରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

17.08.2023 ରେ ଜାମ୍ମୁ ତାୱିରୁ ଛାଡ଼ିବାକୁଥିବା 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ।

18.08.2023 ରେ ଏରୋଡରୁ ଛାଡ଼ିବାକୁଥିବା 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ।

ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଗୁଡିକୁ ଏଡ଼ାଇବାପାଇଁ ଏବଂ ଭବିଷ୍ୟତରେ ଉନ୍ନତ ସୁବିଧା ଟ୍ରେନ ଚଳାଚଳ ପାଇଁ ରେଳବାଇକୁ ସହଯୋଗ କରିବାକୁ ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ଵର: ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ ସେବା ପ୍ରଭାବିତ ହେବ।

ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2023 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ।

05 ଅଗଷ୍ଟ 2023 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ନୌପଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ।

06 ଅଗଷ୍ଟ 2023 ଦିନ ଗୁଣୁପୁରରୁ ଛାଡ଼ିବାକୁଥିବା 18118 ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ଗୁଣୁପୁର ପରିବର୍ତ୍ତେ ନୌପଡ଼ାରୁ ଯାତ୍ରା ପ୍ରାରମ୍ଭ କରି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ: ଅକ୍ଟୋବର ପହିଲାରୁ ଟ୍ରେନ ଚଳାଚଳ ପାଇଁ ପ୍ରକାଶ ପାଇଲା ନୂଆ ସମୟ ସାରଣୀ

ଭୁବନେଶ୍ବର: ନୂତନ ରେଳବାଇ ସମୟ ସାରଣୀ 1 ଅକ୍ଟୋବର, 2022 ରୁ କାର୍ଯ୍ୟକାରୀ ହେବ। ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ୍ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ୍ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଅଛି।

1 ଅକ୍ଟୋବର, 2022 ରୁ ଟ୍ରେନ ସମୟ ସାରଣୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ:

1 ଅକ୍ଟୋବର, 2022 ରୁ ଟ୍ରେନ ଉତ୍ପତ୍ତି ଷ୍ଟେସନ (ଛାଡୁଥିବା ମୂଳ ଷ୍ଟେସନ) ରେ ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ ସତଚାଳିଶ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଟ୍ରେନର ସୁଗମ ଚଳାଚଳ ଦୃଷ୍ଟିରୁ ଅନେକ ଟ୍ରେନର ସମୟ ମଧ୍ୟ ବିଭିନ୍ନ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି।  ନିମ୍ନଲିଖିତ ଟ୍ରେନ ଗୁଡ଼ିକ ହେଉଛି: –

A. ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟର ପରିବର୍ତ୍ତନ:

B. ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ:

C. ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନ୍ ସମୟରେ ପରିବର୍ତ୍ତନ:

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ 10 ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

20813 20813 ପୁରୀ-ଯୋଧପୁର ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଏବଂ କଟକ ଠାରେ; 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ଠାରେ; 20815/20816 ଟାଟା-ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଟାଟା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଠାରେ; 18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ବିଶାଖାପାଟନମ୍, ମହାସମୁନ୍ଦ, ଲାଖୋଲି, ରାୟପୁର, ବିଲାସପୁର ଏବଂ କୋରବା ଠାରେ; 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର, ବିଜୟନଗରମ୍, ରାୟଗଡା, ଦମନଯୋଡି, କୋରାପୁଟ, ଜୟପୁର ଏବଂ ଜଗଦଲପୁର ଠାରେ; 18452 ପୁରୀ-ହାଟିଆ ତାପସ୍ୱିନି ଏକ୍ସପ୍ରେସ ପୁରୀ-ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ଏବଂ ଅନୁଗୁଳ ଠାରେ; 18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ଦୁର୍ଗ, ବିଜୟନଗରମ, କୋଟାଭାଲାସା, ସିମାଚଳମ ଏବଂ ବିଶାଖାପାଟନମ୍ ଠାରେ; 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ବିଜୟନଗରମ ଏବଂ ବିଶାଖାପାଟନମ୍ ଠାରେ ଏବଂ 17243 ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଦୁଭାଡା, ବିଶାଖାପାଟନମ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ ଷ୍ଟେସନ ମାନଙ୍କ ଠାରେ ସମୟରେ ପରିବର୍ତ୍ତନ କରାଯାଇଛି।

ଏହା ବ୍ୟତୀତ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେସିଆଲ୍ ର ସମୟ ଉଭୟ ଦିଗରୁ ପରିବର୍ତ୍ତନ କରାଯାଇଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

D. ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ:

13 ଟି ଟ୍ରେନର ସମୟ ମୂଳ ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପୂର୍ବ ନିର୍ଧାରିତ ସମୟ ଠାରୁ କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ନିର୍ଧାରିତ କରାଯାଇଛି। 20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ, 22873 ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, 20807 ବିଶାଖାପାଟନମ୍-ଅମୃତସର ହିରାକୁଦ ଏକ୍ସପ୍ରେସ, 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ, 18309 ସମ୍ବଲପୁର-ଜାମ୍ମୁ ତବୀ ଏକ୍ସପ୍ରେସ, 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ, 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ, 22879 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ ଏବଂ 12278 ପୁରୀ-ହାଓଡ଼ା ଏକ୍ସପ୍ରେସକୁ ସର୍ବନିମ୍ନ 05 ମିନିଟ ଏବଂ ସର୍ବାଧିକ 25 ମିନିଟ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଅଛି ଯାହାଦ୍ୱାରା କିଛି ଟ୍ରେନ ନିର୍ଧାରିତ ସମୟ ପୂର୍ବରୁ ଏବଂ କିଛି ନିର୍ଧାରିତ ସମୟ ପରେ ଷ୍ଟେସନ ମାନଙ୍କ ଠାରୁ ଛାଡିବ। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

E. କିଛି ଟ୍ରେନର ଗତି ବୃଦ୍ଧି:

25 ଟି ଟ୍ରେନର ସମୟ ସର୍ବନିମ୍ନ 05 ମିନିଟ୍ ଏବଂ ସର୍ବାଧିକ 55 ମିନିଟ୍ ପର୍ଯ୍ୟନ୍ତ ମୂଳ ଷ୍ଟେସନ୍ ଠାରୁ ଗନ୍ତବ୍ୟ ସ୍ଥଳ ମଧ୍ୟରେ ତ୍ୱରାନ୍ୱିତ ହୋଇଛି। ଏହି ଟ୍ରେନ୍ ଗୁଡିକ ହେଉଛି – 18567 ବିଶାଖାପାଟନମ୍-କୋଲାମ ଏକ୍ସପ୍ରେସ, 12277 ହାଓଡ଼ା -ପୁରୀ ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ, 18574 ଭଗତ କି କୋଠି-ବିଶାଖାପାଟନମ୍ ଏକ୍ସପ୍ରେସ, 22836 ପୁରୀ-ଶାଲୀମାର ଏକ୍ସପ୍ରେସ, 20816 ବିଶାଖାପାଟନମ-ଟାଟା ଏକ୍ସପ୍ରେସ, 18424 ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, 18529 ଦୁର୍ଗ-ବିଶାଖାପାଟଣା ଏକ୍ସପ୍ରେସ, 20804 ଗାଂଧିଧାମ-ବିଶାଖାପାଟଣା ଏକ୍ସପ୍ରେସ, 22827 ପୁରୀ-ସୁରଟ ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896 ପୁରୀ-ଶାଲୀମାର ଏକ୍ସପ୍ରେସ, 20823 ପୁରୀ-ଅଜମେର ଏକ୍ସପ୍ରେସ, 12832 ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସ, 20861 ପୁରୀ-ଅହମଦାବାଦ ଏକ୍ସପ୍ରେସ, 18518 ବିଶାଖାପାଟଣା-କରବା ଏକ୍ସପ୍ରେସ, 12882 ପୁରୀ-ଶାଲୀମାର ଏକ୍ସପ୍ରେସ, 18310 ଜାମ୍ମୁ ତାବି-ସମ୍ବଲପୁର ଏକ୍ସପ୍ରେସ, 12888 ପୁରୀ-ଶାଲୀମାର ଏକ୍ସପ୍ରେସ, 12831 ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ, 18573 ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ, 18452 ପୁରୀ-ହାତୀଆ ତପସ୍ୱିନି ଏକ୍ସପ୍ରେସ, 12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 20824 ଅଜମେର-ପୁରୀ ଏକ୍ସପ୍ରେସ କେତେକ ଷ୍ଟେସନରେ ପୂର୍ବ ନିର୍ଦ୍ଧାରିତ ସମୟର ପୂର୍ବରୁ ଏବଂ ପରେ ଆଗମନ ଓ ପ୍ରସ୍ଥାନ କରିବ।

F. ଟ୍ରେନର ସମ୍ପ୍ରସାରଣ:

ପରୀକ୍ଷାମୂଳକ ଭିତ୍ତିରେ ତିନି ଯୋଡ଼ା ଟ୍ରେନ୍କୁ ସାମୟିକ ଭାବରେ ସମ୍ପ୍ରସାରଣ କରାଯାଇଅଛି।  ଏହି ଟ୍ରେନ୍ ଗୁଡିକ ହେଉଛି… 08429/08430 (58429/58430) ଖୋର୍ଦ୍ଧା ରୋଡ୍-ମହିପୁର-ଖୋର୍ଦ୍ଧା ରୋଡ୍ ସ୍ପେସାଲ୍ ନୂଆଗାଁ ରୋଡ୍ ପର୍ଯ୍ୟନ୍ତ; 08421/08422 (68433/68434) କଟକ-ଇଛାପୁରମ୍-କଟକ ସ୍ପେଶାଲ୍ ଗୁଣୁପୁର ପର୍ଯ୍ୟନ୍ତ ଏବଂ 08456/08455 (68426/68425) ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ସମ୍ପ୍ରସାରଣ କରାଯାଇଅଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

G. ନୂତନ ଟ୍ରେନ ପ୍ରଚଳନ:

ତିନୋଟି ଯୋଡ଼ା ଟ୍ରେନ୍ ନିକଟ ଅତୀତରେ ପ୍ରଚଳିତ ହୋଇଛି ଏବଂ ନୂତନ ସମୟ ସାରଣୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି – 58437/58438 (08423/08424) ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର, 22861/22862 ହାଓଡ଼ା-କାଣ୍ଟାବାଞ୍ଜି-ହାଓଡ଼ା ଏକ୍ସପ୍ରେସ ଏବଂ ଭଦ୍ରକ, ଭୁବନେଶ୍ୱର ଏବଂ ବିଶାଖାପାଟଣା ମାର୍ଗ ଦେଇ 22305/22306 ଜସିଡିହ-ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

H. ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟରେ ପରିବର୍ତ୍ତନ:

20813 ପୁରୀ-ଯୋଧପୁର ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896/22836/12882 ଏବଂ 12888 ପୁରୀ-ଶାଲିମାର ଏକ୍ସପ୍ରେସ ଟ୍ରେନ, 15643 ପୁରୀ-କାମାକ୍ଷା ଏକ୍ସପ୍ରେସ, 20861 ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, 22974 ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, 12146 ପୁରୀ-ଏଲଟିଟି ଏକ୍ସପ୍ରେସ, 22202 ପୁରୀ-ସିଆଲଦା ଏକ୍ସପ୍ରେସ ଟ୍ରେନ ଗୁଡିକ ପୁରୀ ଠାରୁ; 22882 ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱରରୁ ଏବଂ ପାରାଦୀପରୁ 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

I. ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ:

ପୁରୀ ଠାରେ 12277 ହାଓଡ଼ା-ପୁରୀ ଏକ୍ସପ୍ରେସର ସମୟ; 18424 ନୟାଗଡ଼ ଟାଉନ୍-ଭୁବନେଶ୍ୱର, 12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରେ; 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଏବଂ 18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ ଠାରେ ଏବଂ ସମ୍ବଲପୁରରେ 18304 ପୁରୀ-ସମ୍ବଲପୁର ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି।  କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପୂର୍ବରୁ ସେମାନଙ୍କର ଟ୍ରେନ୍ ସମୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି | ଯାତ୍ରୀମାନେ ଭାରତୀୟ ରେଳ ଯାତ୍ରୀ ସଂରକ୍ଷଣ ଅନୁସନ୍ଧାନ https://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index.html
ପରିଦର୍ଶନ କରିପାରିବେ କିମ୍ବା ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ https://enquiry.indianrail.gov.in/ntes/ ଅନୁସରଣ କରିପାରିବେ। ଟ୍ରେନ୍ ସମୟ ବିଷୟରେ ଜାଣିବା ପାଇଁ ବିଭିନ୍ନ ଷ୍ଟେସନର ଷ୍ଟେସନ ଅନୁସନ୍ଧାନ କାଉଣ୍ଟରରୁ ମଧ୍ୟ ଯାତ୍ରୀମାନେ ସୂଚନା ପାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ ପୁରୀ-ବିକାନେର ଏକ୍ସପ୍ରେସ

ଭୁବନେଶ୍ବର: ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଚଳ କରାଇ ସୋଗରିଆ ଷ୍ଟେସନ ଠାରେ ରହଣି ଦେବାକୁ ନିଷ୍ପତ୍ତି ନିଆଯାଇଅଛି।

20471 ବିକାନେର-ପୁରୀ ଏକ୍ସପ୍ରେସ ବିକାନେର ଷ୍ଟେସନ ଠାରୁ ଅକ୍ଟୋବର ମାସ 2 ତାରିଖ ଠାରୁ ସୋଗରିଆ ଷ୍ଟେସନ ଠାରେ ସକାଳ 5ଘ.30ମି.ରେ ପହଞ୍ଚି 5ଘ.40ମି. ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ 20472 ପୁରୀ-ବିକାନେର ଏକ୍ସପ୍ରେସ ପୁରୀ ଠାରୁ ଅକ୍ଟୋବର ମାସ 05 ତାରିଖ ଠାରୁ ସୋଗରିଆ ଷ୍ଟେସନ ଠାରେ ପୂର୍ବାହ୍ନ 9ଘ.15ମି.ରେ ପହଞ୍ଚି 9ଘ.25ମି. ରେ ବିକାନେର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଲାଇନ ଦୋହରୀକରଣ କାର୍ଯ୍ୟ ପାଇଁ ଏହି ସବୁ ଟ୍ରେନକୁ ବାତିଲ କଲା ରେଳବାଇ

ଭୁବନେଶ୍ବର: ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏବଂ ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡ଼ିକୁ ବାତିଲ, ଆଂଶିକ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ସମୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଟ୍ରେନର ବାତିଲ୍:

A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 2 ରୁ 8 ଅଗଷ୍ଟ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

B. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ୱତନ୍ତ୍ର ଏକ୍ସପ୍ରେସ 11 ଏବଂ 14 ଅଗଷ୍ଟ, 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

C. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 14.08.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 2 ରୁ 5 ଅଗଷ୍ଟ 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଓ ରେଢ଼ାଖୋଲ ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

ମାର୍ଗ ପରିବର୍ତ୍ତନ :

20808/20807 ଅମୃତସର-ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 03.08.2022 ରେ ଏବଂ ବିଶାଖାପାଟନମ୍ ଠାରୁ 05.08.2022 ଦିନ ଉଭୟ ଦିଗରୁ ସମ୍ବଲପୁର-ଟିଟିଲାଗଡ-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ। ଉପରୋକ୍ତ ଦିନରେ ଏହି ଟ୍ରେନ ସମ୍ବଲପୁର-ଭୁବନେଶ୍ୱର-ବିଜୟନଗରମ ମାର୍ଗରେ ବାତିଲ ରହିବ।

ସମୟ ପରିବର୍ତ୍ତନ :

13.08.2022 ରେ ନିଜାମୁଦ୍ଦିନରୁ ଛାଡିବାକୁ ଥିବା 12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ସକାଳ 7 ଘଟିକା ପରିବର୍ତ୍ତେ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡିବ।

Categories
ବିଶେଷ ଖବର ରାଜ୍ୟ ଖବର

ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ ଆରମ୍ଭ

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଉତ୍ପନ ହେଉଥିବା 93 ଟି ଟ୍ରେନ ରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ। ମଇ ମାସ ପହିଲା ଠାରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ ହେବ। ଏହି ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ୍ (UTS) ପ୍ରଣାଳୀ ଟିକେଟ୍ ଦିଆଯିବ।

COVID-19 ମହାମାରୀ ସମୟରେ, ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରାଯାଇଥିଲା।

Covid19 ପରିସ୍ଥିତିକୁ ନଜର ଦେଇ ଏବଂ ସ୍ଥିତିର ସ୍ବାଭାବିକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଶ୍ରେଣୀରେ ବସିକି ଯାତ୍ରା କରିବା ସେବା ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଏବଂ ସଂରକ୍ଷିତ ରଖିବା ପାଇଁ ସ୍ଥିର କରାଯାଇଛି।

ପରିସ୍ଥିତିର ଆହୁରି ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ (UTS) ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦ୍ଵିତୀୟ ଶ୍ରେଣୀ ସିଟିଂ କୋଚରେ 93 ଟି ମେଲ ଏବଂ  ଏକ୍ସପ୍ରେସ ଟ୍ରେନ ମାନଙ୍କରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ-ସଂରକ୍ଷିତ ଯାତ୍ରା ସୁବିଧା ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛି।

1 ମଇ 2022 ଠାରୁ ଏହି ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଇ ଅଗଷ୍ଟ ପହିଲା ମଧ୍ୟରେ ସମସ୍ତ ଟ୍ରେନ ରେ ଏହି ସେବା ଉପଲବ୍ଧ କରାଯିବ। 93 ଟି ମେଲ୍  ଏବଂ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରୁ 17 ଟି ଟ୍ରେନ୍ ଇଣ୍ଟର ସିଟି ପରି ଟ୍ରେନ୍ ମାନଙ୍କରେ ଯେଉଁଠାରେ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଅଣ ସଂରକ୍ଷିତ ଏବଂ ସଂରକ୍ଷିତ କୋଚ୍ ଭାବରେ ଚିହ୍ନିତ ହେବ। ସେହିଭଳି, ଅନ୍ୟ 76 ଦୂରଗାମୀ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ ସିଟିଂ ଯାତ୍ରା କୋଭିଡ୍ ପୂର୍ବ ଭଳି ପ୍ରଯୁଜ୍ୟ ହେବ।

Categories
ଜାତୀୟ ଖବର ବିଶେଷ ଖବର

ରେଳବାଇର ବଡ ନିଷ୍ପତି, ଏଣିକି ସମସ୍ତ ଟ୍ରେନ ଚଳାଚଳ କରିବାକୁ ହେଲା ଘୋଷଣା

ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣ ହ୍ରାସ ହେତୁ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସମସ୍ତ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତି କରିଛି। ମେଲ, ଏକ୍ସପ୍ରେସ, ପାସେଞ୍ଜର ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ନିୟମିତ ଟ୍ରେନ୍ ଚଳାଚଳ କରିବ। କୋଭିଡ୍ ପୂର୍ବରୁ ଯେଉଁ ଟ୍ରେନ ଭଡା ନିଆଯାଉଥିଲା ସେହି ଅନୁଯାୟୀ ତତ୍କାଳ ଟ୍ରେନ୍ ଚଳାଚଳ କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ଅନୁଯାୟୀ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା କିମ୍ବା ଯାତ୍ରା ସମାପ୍ତ କରୁଥିବା ପ୍ରାୟ ୭୬ ମେଲ୍, ଏକ୍ସପ୍ରେସ ଓ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୪ ଟି ପାସେଞ୍ଜର ଟ୍ରେନ୍ ଗୁଡିକୁ ତୁରନ୍ତ ଚଳାଚଳ କରିବ। ହେଲେ କୋଭିଡ ମହାମାରୀ ସମୟରେ କଟକଣା ଲାଗୁ ହୋଇଥିବା ପ୍ରତିବନ୍ଧକ ଲାଗୁ ରହିବ ବୋଲି ନିଷ୍ପତି ହୋଇଛି।

ଟ୍ରେନ ନମ୍ବରର ପ୍ରଥମ ଅଙ୍କ ବର୍ତ୍ତମାନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପରି ଶୂନ୍ୟ ରହିବ ନାହିଁ। ଟ୍ରେନ୍ ଗୁଡିକ ବର୍ତ୍ତମାନ ସେମାନଙ୍କର ନିୟମିତ ସଂଖ୍ୟା ସହିତ ପୂର୍ବଭଳି ଚଳାଚଳ କରିବ ଏବଂ ଟ୍ରେନ ଭଡା କୋଭିଡ୍ ପୂର୍ବବର୍ତ୍ତି ସମୟ ପରି ସ୍ୱାଭାବିକ ଅବସ୍ଥାକୁ ଫେରିବ।

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିୟମିତ ମେଲ୍, ଏକ୍ସପ୍ରେସ ଟ୍ରେନ୍ ଗୁଡିକ ସ୍ୱତନ୍ତ୍ର ମେଲ୍, ଏକ୍ସପ୍ରେସ ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପରିଚାଳିତ ହେଉ ନ ଥିଲା। ବର୍ତ୍ତମାନ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ୱାର୍କିଂ ଟାଇମ୍ ଟେବୁଲ୍, ୨୦୨୧ ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସ୍ତୃତ ନିୟମ ଅନୁଯାୟୀ ଟ୍ରେନ୍ ସେବା ନିୟମିତ ନମ୍ବର ଏବଂ କୋଭିଡ ପୂର୍ବ ଭଡା ସହିତ ସମ୍ପୃକ୍ତ ଶ୍ରେଣୀ ଏବଂ ଟ୍ରେନ୍ ଗୁଡିକର ପ୍ରକାର ପାଇଁ ପ୍ରଯୁଜ୍ୟ ହେବ।

ଦୀର୍ଘ ଦୂରତା ମେଲ୍ ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ (ସାଧାରଣ କୋଚ୍ ଏବଂ SLR କୋଚର ଯାତ୍ରୀ ଅଂଶ) ସଂରକ୍ଷିତ ଭାବରେ ବୁକ୍ ହୋଇ ରହିବ ଏବଂ ବିଶେଷ କ୍ଷେତ୍ରରେ ଅନୁମତି ପ୍ରାପ୍ତ କେତେକ ଟ୍ରେନରେ ଅଣସଂରକ୍ଷିତ ଉପଲବ୍ଧ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ୨୬ ଟି ଦୂରଗାମୀ ସ୍ବତନ୍ତ୍ର ଟ୍ରେନ ପୁରୀ ଯିବ ନାହିଁ, ଜାଣନ୍ତୁ କାରଣ

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୬ ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ। ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ। ସେହି ଟ୍ରେନଗୁଡିକ ହେଲା

ଅଧିକ ଖବର ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ- thesamikhsya.com/odia

ଏହି ଟ୍ରେନ ମଧ୍ୟରେ ରହିଛି ୫ ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ। ସେହିପରି ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ପାଇଁ ପୁରୀ ନୂଆଦିଲ୍ଲୀ ପୁରୁଷତ୍ତମ ଏକ୍ସପ୍ରେସ ଉପରେ କରାଗଲା ଏକ ନୂଆ ଘୋଷଣା

ଭୁବନେଶ୍ବର, କରୋନା ପାଇଁ ବିଭିନ୍ନ ସମୟରେ ରେଳ ବିଭାଗ ତାହାର କଟକଣା ଜାରୀ କରିଥାଏ। କେତେବେଳେ ଟ୍ରେନ ବାତିଲ ତ କେତେବେଳେ କରୋନା ପରୀକ୍ଷା ବାଧ୍ୟତାମୁଳକ। ତେବେ ଆଜି ରେଳ ବିଭାଗ ପୁରୀ ନୂଆଦିଲ୍ଲୀ ଯାଉଥିବା ପୁରୁଷତ୍ତମ ଏକ୍ସପ୍ରେସ ଉପରେ ଏକ ନୂଆ ନିଷ୍ପତି ଘୋଷଣା କରିଛି। ତାହା ହେଲା ଏହି ଏକ୍ପପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଉ ଖାଇବାକୁ ଦିଆଯିବ ନାହିଁ। କାରଣ ହେଲା କୋଭିଡ ପାଇଁ ଏହି ଟ୍ରେନରୁ ପ୍ୟାଣ୍ଟ୍ରିଂ କାର ପ୍ରତ୍ୟାହାର କରାଯାଇଛି।

ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆଜିଠାରୁ ଅର୍ଥାତ 28 ତାରିଖରୁ ଏହାକୁ ଲାଗୁ କରାଯାଇଛି। ଉଭୟ ପଟ ଟ୍ରେନ ଚଳାଚଳରେ ଏହା ଲାଗୁ କରାଯାଇଛି। ତେବେ କେତେ ଦିନ ପର୍ଯ୍ୟନ୍ତ ଏହା ବାତିଲ ରହିବ ତାହା କୁହାଯାଇ ନାହିଁ। କେବଳ କୁହାଯାଇଛି ଯେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ଲାଗୁ ରହିବ। ଏଥିସହିତ ଯାତ୍ରୀମାନେ ନିଜ ଖାଇବା ବ୍ୟବସ୍ଥା ନିଜେ କରିବେ ବୋଲି ଅନୁରୋଧ କରାଯାଇଛି।