Categories
ଆଜିର ଖବର ଜାତୀୟ ଖବର

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡମ୍ପରକୁ ଧକ୍କା ଦେଲା କାର, ୫ ମୃତ୍ୟୁ

ଗ୍ରେଟର ନୋଏଡା: ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଦୁଇ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗ୍ରେଟର ନୋଏଡାର ଜେବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଆଗ୍ରା ଠାରୁ ନୋଏଡା ଅଭିମୁଖେ ଯାଉଥିବାବେଳେ ଜେବର ଟୋଲ ପ୍ଲାଜା ପୂର୍ବରୁ ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଦ୍ରୁତ ଗତିରେ ଆସୁଥିବା ବୋଲେରୋ କାର ନିୟନ୍ତ୍ରଣ ବାହାରକୁ ଯାଇ ଆଗକୁ ଯାଉଥିବା ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।

ସୂଚନା ପାଇବା ପରେ ଜେବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ଡାକ୍ତରମାନେ ଚାରିଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଦୁଇଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି।