Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ୨ ଗରୁତର, ଡାକ୍ତରଖାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଦେବଗଡ ରାସ୍ତାର ସିନ୍ଦୁରକଲି ଠାରେ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି।

ପ୍ରକାଶ ଯେ, ନୃସିଂହତଇଲା ଗ୍ରାମର ରାମ ମୁଣ୍ଡା ଓ କୁନ୍ଥା ପୁର୍ତି ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୨ ଟାରେ ସିନ୍ଦୁରକଲି ଆଶ୍ରମ ନିକଟସ୍ଥ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡିଥିଲେ। ରାସ୍ତାରେ ଯାଉଥିବା ବାଟୋଇ ମାନେ ନାକଟିଦେଉଳ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳକୁ ଦମକଳ ବାହିନୀ ଯାଇ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାରେ ଭର୍ତି କରିଥିବା ଜଣା ପଡିଛି।