Categories
ଆଞ୍ଚଳିକ

ବେଆଇନ ଡିଜେ ବଜାଇବା ମହଙ୍ଗା ପଡିଲା, କୋଦଳା ଥାନା ପୋଲିସ ଦ୍ବାରା ଗାଡି ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ସହର ଗୌରାଦେଇ ପୁର ସାହିରେ ଡିଜେ ଗାଡ଼ି ଜରିଆରେ ନାଚ ଗୀତ ପରିବେଷଣ ହେଉଥିଲା। ଶବ୍ଦ ପ୍ରଦ୍ୟୁଷଣ ଖବର ପାଇ କୋଦଳା ପୋଲିସ ଚଢ଼ାଉ କରି ଉକ୍ତ ଡି ଜ ଗାଡ଼ିକୁ ଆଣି କୋଦଳା ଥାନାରେ ଅଟକ ରଖିଛି।

ସୁଚନା ଅନୁଯାୟୀ ବେଗୁନିଆ ପଡ଼ା ଅଞ୍ଚଳର ଟୁଲୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଉକ୍ତ ଗାଡି ବିନା ଅନୁମତିରେ ବିଳମ୍ବିତ ରାତିରେ କୋଦଳା ସହରରେ ଏକ ବରଯାତ୍ରୀ ଦଳକୁ ନେଇ ନାଚ, ଗୀତ ଓ ଶବ୍ଦ ପ୍ରଦ୍ୟୁଷଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗାଡ଼ି ଜବତ କରି ଆଜି କୋଦଳା ଅଦାଲତର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଇଛନ୍ତି ଓ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।