Categories
ଆଜିର ଖବର ରାଜ୍ୟ ଖବର

ପରୀ ଗାଁରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ବର: ପରୀ ଗାଁରେ ପହଁଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାବରୀ ଡି. ପୁରନ୍ଦେଶ୍ବରୀ। ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରସୋରରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ପରୀର ଦେହାବଶେଷ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି ଡି. ପୁରନ୍ଦେଶ୍ୱରୀ। ଏଥିସହ ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି। ଏ ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଆଗରେ ସମଗ୍ର ରାଜ୍ୟବାସୀ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ବରୀ । ସେହିପରି ଏସ୍‌ଆଇଟି ପାଖରେ କୌଣସି ନ୍ୟାୟିକ କ୍ଷମତା ନାହିଁ ବୋଲି କହିଛନ୍ତି ପୁରନ୍ଦେଶ୍ବରୀ । ଏହି ମାମଲାରେ ସିବିଆଇ ତଦନ୍ତ କରିଲେ ହିଁ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ପୁରେନ୍ଦଶ୍ବରୀ ।