Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

Breaking News: ପାରାଦ୍ବୀପ ବନ୍ଦରରୁ ଧରାପଡିଲା ୧୧୦୦ କୋଟି ଟଙ୍କାର କୋକେନ

ପାରାଦ୍ବୀପ: ଆଜି କଷ୍ଟମ୍ ବିଭାଗର ଏକ ବଡ ଧରଣର ଚଢାଉ କରି ନିଶାଦ୍ରବ୍ୟ କୋକେନ ଚାଲାଣ ହେଉଥିବା ବେଳେ ଧରିଛନ୍ତି। ଏକ ଜାହାଜରେ ଏହି ନାଶାଦ୍ରବ୍ୟ ବୋଝେଇ ହୋଇ ପାରାଦ୍ବୀପ ବନ୍ଦରରେ ଲାଗିଥିଲା। ଏହି ଖବର ପାଇବା ପରେ କଷ୍ଟମ ବିଭାଗ ତରଫରୁ ଏହି ଚଢାଉ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜାହାଜରୁ ୨୦ ପ୍ୟାକେଟ ପରେ ୫୫ ପ୍ୟାକେଟ କୋକେନ ମିଳିଥିବାର ଜଣାପଡିଛି। ଯାହାର ଓଜନ ପ୍ରାୟ ୧ କ୍ବାଣ୍ଟାଲ ୧୦ କେଜି ହେବ ବୋଲି ଜଣାପଡିଛି। ଏହାର ବଜାର ମୂଲ୍ୟ ୧୧୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଇଣ୍ଡୋନେସିଆରୁ ଏକ ଜାହାଜ ଗତକାଲି ପାରାଦ୍ବୀପ ବନ୍ଦରରେ ଲାଗିଥିଲା।ଏହା ଓଡିଶାରୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିବାର ଜଣାପଡିଛି। ହେଲେ ଖାଲି ଜାହାଜରୁ କେତେକ ପ୍ୟାକେଟ ଆଉ ଏକ ଜାହାଜକୁ ସ୍ଥାନାନ୍ତରିତ ହେଉ ଥିବାର ଖବର ମିଳିଥିଲା।

ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ ଏବଂ କଷ୍ଟମ୍ ବିଭାଗ ଚଢାଉ କରି ଏହି ପ୍ୟାକେଟ ଜବତ କରିଥିଲେ। ପରେ ଜଣାପଡିଥିଲା ଯେ ଏହା କୋକେନ ପ୍ୟାକେଟ। ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ ଏହା ଡେନମାର୍କ ଯିବାକୁ ଥିବା ଜାହାଜରେ ବୋଝେଇ କରାଯାଉଥିଲା। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ପ୍ରକୃତରେ କେତେ ପ୍ୟାକେଟ କୋକେନ ରହିଛି ତାହାର ପୁରା ବିବରଣୀ ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

Viral Video: ବାହାଘର କାର୍ଡ ଭିତରେ ଡ୍ରଗ୍ସ ବେପାର, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏକ ବିବାହ ନିମନ୍ତ୍ରଣ ପତ୍ର ଭିଡିଓ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଏହି ଭିଡିଓରେ ଥିବା ନିମନ୍ତ୍ରଣ ପତ୍ର ଭିତରୁ ଡ୍ରଗ୍ସ ବାହାରୁଛି। ଏ ନେଇ ପୋଲିସ ବିମାନ ବନ୍ଦରରୁ ଏକ ମହିଳାକୁ ଧରିଛି ବୋଲି ଏହି ଭିଡିଓରେ ଉଲ୍ଲେଖ ରହିଛି। ଏହି ଭିଡିଓ ଯେ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ବିବାହ କାର୍ଡ ଭିତରେ ଡ୍ରଗ୍ସ ବେପାର କରିବା କାହାର ବି ବିଶ୍ବାସ ହେଉ ନାହିଁ।

ତେବେ ଏହି ଭିଡିଓଟି କେବେର ଏବଂ କେଉଁ ବିମାନ ବନ୍ଦରର ତାହା ଉଲ୍ଲେଖ କରାଯାଇ ନାହିଁ। ହେଲେ ଏହି ଭିଡିଓଟି ଭାଇରାଲ ହେବାର କାରଣ ହେଲା ଯେ, ଏହାକୁ ଯେ ପୋଷ୍ଟ କରିଛନ୍ତି ସେ ହେଉଛନ୍ତି ଜଣେ ବରିଷ୍ଠ ଆଇପିଏସ ଅଫିସର ରୁପିନ ଶର୍ମା। ତେବେ ଏହି ଭିଡିଓଟି ବହୁ ପୁରୁଣା ବୋଲି ଅନେକ କମେଣ୍ଟ ବକ୍ସରେ ଉଲ୍ଲେଖ କରିଛନ୍ତି।