Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କାହିଁକି ଲଣ୍ଡନ ପଳାଇଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ?

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଂଗ ନେଇ ବିବାଦୀୟ ହୋଇଛନ୍ତି। ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଛି। ସେହିପରି ସେ କେତେବେଳେ ରାଜନୀତିକୁ ନେଇ, ପୁଣି କେତେବେଳେ ତାଙ୍କର ବାନ୍ଧବୀଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ସବୁ ବିବାଦ ଭିତରେ ଘାଣ୍ଟି ହେବା ପରେ ଏବେ ଅନୁଭବ ମହାନ୍ତି କୁଆଡେ ଲଣ୍ଡନ ପଳାଇଛନ୍ତି। ମିଛ କଥା ନୁହେଁ ସଂପୂର୍ଣ୍ଣ ସତ।

ତେବେ ସେ ଲଣ୍ଡନ ରାଗି କରି ନୁହେଁ ବଂର ବିଗ ବଜେଟର ଏକ ନୂଆ ଚଳଚିତ୍ର ସୁଟିଂ ପାଇଁ ସେ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ‘ଲଭ ଇନ ଲଣ୍ଡନ’। ନାମ ଅନୁସାରେ ଚଳଚିତ୍ରଟିକୁ ସେହିପରି କରିବା ପାଇଁ ବର୍ତ୍ତମାନ ପୁରା ଟିମ୍ ଲଣ୍ଡନ ଗସ୍ତରେ ଅଛନ୍ତି।

ସେଠାରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ବହୁ ବର୍ଷ ପରେ ଗୋଟିଏ ଓଡିଆ ଚଳଚିତ୍ର ବିଦେଶରେ ସୁଟିଂ ଆରମ୍ଭ ହୋଇଛି।

ଲଣ୍ଡନରେ କେତେକ ଦୃଶ୍ୟ ସୁଟିଂ କରାଯିବା ସହିତ ପୁରା ଗୀତ ମଧ୍ୟ ସେଠାରେ କରାଯିବ ବୋଲି ଜଣାପଡିଛି।  ତେବେ ଏହି ଚଳଚିତ୍ରଟି କେବେ ମୁକ୍ତିଲାଭ କରିବ ସେ ନେଇ ପ୍ରଯୋଜନା ସଂସ୍ଥା ତରଫରୁ କୌଣସି ସୂଚନା ପ୍ରଦାନ କାରଯାଇ ନାହିଁ। ହେଲେ ଚଳଚିତ୍ରର ଲୋକପ୍ରିୟତା ପାଇଁ ପ୍ରଯୋଜନା ସଂସ୍ଥା ସାମାଜିକ ଗଣ ମାଧ୍ୟମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ଚଳଚିତ୍ରର ଟ୍ରିଜର ଖୁବ ଶିଘ୍ର ସୋସିଆଲ ମିଡିଆରେ ମୁକ୍ତି ଲାଭ କରିବ ବୋଲି ଜଣାପଡିଛି।