Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା CBSE ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ: ପ୍ରଥମେ ସ୍ଥାନରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: CBSE ବୋର୍ଡ ଦ୍ୱାଦଶ ଫଳାଫଳ ପ୍ରକାଶ ପାଇଛି। ଏଥର ବାଳିକାମାନଙ୍କର ମୋଟ ପାସ୍ ପ୍ରତିଶତ 90.68% ରହିଛି। ବାଳକମାନଙ୍କ ସାମଗ୍ରିକ ପାସ୍ ପ୍ରତିଶତ 84.67 ପ୍ରତିଶତ ଅଛି। ଏହି ବର୍ଷର ମୋଟ ପାସ୍ ପ୍ରତିଶତ 87.33% ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ଭଲ।

ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ଵାଦଶ ଫଳାଫଳରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀମାନେ ସର୍ବୋତ୍ତମ ରେଜଲ୍ଟ କରିଛନ୍ତି। ସେଠାରେ ମୋଟ 99.91 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି।

ତ୍ରିଭେନ୍ଦ୍ରମ୍ ପ୍ରଥମେ ସ୍ଥାନରେ ରହିଛି। ବାଙ୍ଗାଲୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେଠାରେ 98.64 ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେନ୍ନାଇ 97.40 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ୱାଦଶରେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି। ସେଠାରେ ମୋଟ 97.51 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି।