Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ଦୋଳପୂର୍ଣ୍ଣମୀରେ ଚରମ ଅବହେଳା, ଠାକୁରଙ୍କ ସ୍ଥାନରେ ଅପବିତ୍ର ଜିନିଷ ବ୍ୟବହାର କରୁଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରସିଦ୍ଧ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଠାକୁରଙ୍କ ବିମାନ ବସିଥିବା ସ୍ଥାନକୁ ଅପବିତ୍ର କରୁଥିବା ଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାଫଳରେ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହିନ୍ଦୁ ଆସ୍ଥା ପ୍ରତି ମନ୍ଦିର ପ୍ରଶାସନର ଚରମ ଅବହେଳା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଦୋଳ ପୂର୍ଣମୀ ଉପଲକ୍ଷେ ଆଜି ବାଲୁଗାଁ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଏବଂ ଦକ୍ଷେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଦୁଇ ଗୋଟି ବିମାନରେ ମନ୍ଦିର ସମ୍ମୁଖରେ ବର୍ତ୍ତମାନ ଅବସ୍ଥାପିତ ହୋଇଥିବାବେଳେ ଅପରାହ୍ନରେ ଅଗ୍ନିପୋଡା ଉତ୍ସବ ପାଳନ କରାଯିବ।

କିନ୍ତୁ ଅଞ୍ଚଳର ପ୍ରସିଦ୍ଧ ଠାକୁର ବସିଥିବା ସ୍ଥାନକୁ ଏକ ପ୍ରକାର ଅପବିତ୍ର କଲା ଭଳି ଦେଖିବାକୁ ମିଳିଛି। ବିମାନ ବସିଥିବା ସ୍ଥାନ ଏବଂ ଦୋଳ ବେଦି ଉଭୟ ସ୍ଥାନରେ ଚାନ୍ଦୁଆ ପରିବର୍ତ୍ତେ ଏକ ଟେଣ୍ଟ କପଡା ବାନ୍ଧଯାଇଛି। ଯେଉଁ କନାକୁ ବାହାଘର, ଶୁଦ୍ଧ କ୍ରିୟା ଭଳି ଅନେକ କାମରେ ବ୍ୟବହାର କରାଯାଉଛି। ଯାହାକି ଶହ ଶହ ଭକ୍ତଙ୍କ ମନକୁ ଗଭୀର ଆଘାତ ଦେଇଛି।

ଏଠି ପ୍ରଶ୍ନ ଉଠୁଛି କଣ ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଓମେଣ୍ଟର ଆର୍ଥିକ ପରିସ୍ଥିତି ଏତେ ନିମ୍ନ ଯେ ସାଧାରଣ ଚାନ୍ଦୁଆ କିଣିବାକୁ କମିଟି ପାଖେ ପଇସା ନାଇଁ? ଟେଣ୍ଟ କପଡା ଠାକୁରଙ୍କ ଉପରେ ବନ୍ଧାଯାଉଛି?

ଅନୁରୂପ ଭାବେ ଆଜି ଅପରାହ୍ନରେ ଦୋଳବେଦିରେ ଦକ୍ଷେଶ୍ୱର ଦେବ ଦୋଳି ଖେଳିବାର ପ୍ରାବଧାନ ଅଛି। ଦୋଳ ବେଦି ଉପରେ ମଧ୍ୟ ସାଧାରଣ ଅପରିଷ୍କାର ଏବଂ ଅପବିତ୍ର ଟେଣ୍ଟ କପଡା ବନ୍ଧାହୋଇଛି। ଏଦୃଶ୍ୟକୁ ଭକ୍ତମାନେ ଦୃଢ  ବିରୋଧ କରିବା ସହ ଏପରିକି ନୂଆ ଚାନ୍ଦୁଆ ଦାନ ଦେବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି।

ଯଥାଶୀଘ୍ର ବିମାନ ଉପରୁ ଏବଂ ଦୋଳବେଦି ଉପରୁ ମଇଳା ଟେଣ୍ଟ କପଡା କାଢି ପ୍ରଥା ମୁତାବକ ଚାନ୍ଦୁଆ ଲଗେଇବାକୁ ସାଧାରଣରେ ଦାବି ହେଉଛି।