Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ ପୋଲିସ ଦ୍ୱାରା ‘ଦାଦାବଟି କୁ ନା’ ଅଭିଯାନ ଜାରି: ଗିରଫ ହେଲେ ୩ ଅଭିଯୁକ୍ତ

ପୁରୀ: ପୁରୀ ପୋଲିସ ଦ୍ୱାରା ‘ଦାଦାବଟି କୁ ନା’ ଅଭିଯାନ ଜାରି ରହିଛି। ଉକ୍ତ ଅଭିଯାନ ଅନ୍ତର୍ଗତ ଦାଦାବଟି ଆଦାୟ କରୁଥିବା ଅଭିଯୁକ୍ତଙ୍କ ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହି ପରିପ୍ରେକ୍ଷୀରେ ପୁରୀ ଟାଉନ ଥାନା ଅଞ୍ଚଳରେ ଦାଦାବଟି ମାଗି ୩ ଅଭିଯୁକ୍ତ ଗିରଫ ହୋଇଥିବାର ଟାଉନ ଥାନାଧିକାରୀ ସୁନୀଲ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଗୁଡ଼ିଆ ସାହିର ରବି ନାୟକ (୨୫), ବାସେଳୀ ସାହିର ବିଶ୍ୱଜିତ ପୃଷ୍ଟି (୨୩) ଏବଂ ରାମଜି ମଠର ଅର୍ଜୁନ ପୃଷ୍ଟି (୨୯)।

ଉପରୋକ୍ତ ଅଭିଯୁକ୍ତ ମାନେ ଶ୍ରୀ କୃଷ୍ଣ ସିନେମା ହଲ ଗଳିରେ ଥିବା ବିଭିନ୍ନ ଦୋକାନୀଙ୍କୁ ଲୁହା ରଡ଼ ଓ କାଠ ବାଡ଼ି ଦେଖାଇ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିଲେ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଲୁହା ରଡ଼, କାଠ ବାଡ଼ି ଓ ୫୦୦ ନକଦ ଟଙ୍କା ଜବତ କରିଥିବା ବେଳେ ସେମାନଙ୍କ ବିରୋଧରେ ଟାଉନ ଥାନାରେ କେସ ନମ୍ବର ୨୭୦/୨୩ ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।