Categories
Diwali2021 ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦୀପାବଳି ପୂର୍ବରୁ ସୁନା ଓ ରୂପା ମୂଲ୍ୟ ବୃଦ୍ଧି: ଏଭଳି ଯାଞ୍ଚ କରିବେ ଆପଣଙ୍କ ସହରରେ ଦର

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ସୁନା ଓ ରୂପା କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ନବରାତ୍ରୀ ଏବଂ ଦିୱାଲୀ ଅବସରରେ ଅନେକ ଲୋକ ସୁନା କିଣିବାକୁ ଚାହାଁନ୍ତି, ଯାହାର ପ୍ରଭାବ ସୁନା ମୂଲ୍ୟରେ ସ୍ପଷ୍ଟ ଦେଖାଯାଏ।

ତେଣୁ ଉଭୟ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ଏଥି ସହିତ ଗତ ବାଣିଜ୍ୟ ଦିନରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୪୭,୫୪୮ ସ୍ତରରେ ବନ୍ଦ ହୋଇଯାଇଥିଲା। ଏହା ବ୍ୟତୀତ, ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୫,୬୦୭ ଟଙ୍କା ସ୍ତରରେ ଅଛି।

ଅନେକ ବଜାର ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ, ଦିୱାଲୀ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଇପାରେ। ଏହି ସମୟ ମଧ୍ୟରେ ସୁନାର ମୂଲ୍ୟ ୫୭ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ଯାଇପାରେ। ଏଥି ସହିତ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ହୋଇପାରେ। ଏହି ସମୟ ମଧ୍ୟରେ ରୂପା ମୂଲ୍ୟ ୭୬ ହଜାରରୁ ୮୨ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ଆପଣଙ୍କ ସହରରେ ସୁନା ଦର କେତେ ଅଛି? ଏଭଳି କରନ୍ତୁ ଯାଞ୍ଚ:

ଆପଣ ନିଜ ଘରେ ବସି ସୁନା ମୂଲ୍ୟ ମଧ୍ୟ ଯାଞ୍ଚ କରିପାରିବେ। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ଆପଣ କେବଳ ୮୯୫୫୬୬୪୪୩୩ ନମ୍ବରକୁ ଏକ ମିସ୍ କଲ ଦେଇ ମୂଲ୍ୟ ଯାଞ୍ଚ କରିପାରିବେ। ଆପଣଙ୍କ ବାର୍ତ୍ତା ସେହି ସମାନ ନମ୍ବରକୁ ଆସିବ। ଏହି ଉପାୟରେ ଆପଣ ଘରେ ବସି ସୁନାର ସର୍ବଶେଷ ମୂଲ୍ୟ ଜାଣିପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫୋନ୍ ନେକ୍ସଟ୍ ଅଗ୍ରଣୀ ପରୀକ୍ଷଣ ପର୍ଯ୍ୟାୟରେ, ଦୀପାବଳି ପୂର୍ବରୁ ବଜାରକୁ ଆସିବ

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି। ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି। ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛିଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍।

ଅଧିକ ମାର୍ଜିତ ଓ ଉନ୍ନତ କରିବା ଲାଗି ଉଭୟ କଂପାନି ପକ୍ଷରୁ ସୀମିତ ସଂଖ୍ୟକ ବ୍ୟବହାରକାରୀଙ୍କୁ ନେଇ ଜିଓଫୋନ୍ ନେକ୍ସଟ୍‌ର ଅଗ୍ରଣୀ ପରୀକ୍ଷଣ ଆରମ୍ଭ କରାଯାଇଛି ଏବଂ ଦୀପାବଳି ଉତ୍ସବ ସମୟରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ନିମନ୍ତେ ଉଭୟ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅତିରିକ୍ତ ସମୟ ସଂପ୍ରତି ଶିଳ୍ପ ଜଗତରେ ବିଶ୍ୱସ୍ତରରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଅଭାବର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ।

ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ଗୁଗୁଲ୍ ଆସିଷ୍ଟାଂଟ୍‌ଅନ୍‌-ସ୍କ୍ରିନ୍ ଟେକ୍ସଟ୍ ପରୀକ୍ଷଣ ପାଇଁ ଅଟୋମେଟିକ୍ ରିଡ୍‌-ଆଲାଉଡ୍ (ସ୍ୱଂୟକ୍ରିୟ ଉଚ୍ ସ୍ୱରରେ କହିବା) ଓ ଭାଷା ଅନୁବାଦ ତଥା ଭାରତ କୈନ୍ଦ୍ରୀକ ଫିଲ୍‌ଟର୍ ସହିତ ଏକ ସ୍ମାର୍ଟ କ୍ୟାମେରା ଓ ଆହୁରି ବହୁତ କିଛିକୁ ନେଇ ଜିଓଫୋନ୍ ନେକ୍ସଟ୍‌କୁ ଗଠନ କରାଯାଇଛି। ନିୟୁତାଧିକ ଭାରତୀୟବିଶେଷ କରି ଯେଉଁମାନେ ପ୍ରଥମ ଥର ଇଟଂରନେଟ୍‌ର ଅନୁଭୂତି ହାସଲ କରିବେ ସେମାନଙ୍କ ପାଇଁ ନୂଆ ସମ୍ଭାବନା ଉଜାଗର କରିବାକୁ ରହିଥିବା ଲକ୍ଷ୍ୟ ପ୍ରତି ଉଭୟ କଂପାନୀ ପ୍ରତିବଦ୍ଧ ରହିଛନ୍ତି।

Categories
ବିଶେଷ ଖବର ସଂସ୍କୃତି

ଦୀପାବଳିରେ ମା ଲକ୍ଷ୍ମୀଙ୍କ ପୂଜା କରୁଥିଲେ 5ଟି ବିଷୟରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

2-ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

3-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

4-ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

5-ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଜୟ ଶ୍ରୀରାମ: ଆଜି ସଂଧ୍ୟାରେ ସାଢେ ପାଞ୍ଚ ଲକ୍ଷ ଦୀପରେ ସଜେଇ ହେବ ଅଯୋଧ୍ୟା ନଗରୀ

ଅଯୋଧ୍ୟା, ଦୀପାବଳି ପାଇଁ ଅଯୋଧ୍ୟାରେ ଚାଲିଛି ଯୋରଦାର ପ୍ରସ୍ତୁତି। ପ୍ରଭୃ ରାମଚନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟା ବର୍ତ୍ତମାନ ସଜାଇ ହେବାରେ ଲାଗିଛି। ପୁରାଣ ଅନୁସାରେ ଦୀପାବଳି ଦିନ ପ୍ରଭୃ ଶ୍ରୀରାମ ଲଙ୍କା ବିଜୟ ପରେ ଫେରି ଆସିଥିଲେ। ତାହାକୁ ମନେ ପକାଇବା ପାଇଁ ଆଜି ସଂଧ୍ୟାରେ ଆଯୋଧ୍ୟାରେ ଆରମ୍ଭ ହେବ ରଂଗାରଗ କାର୍ଯ୍ୟକ୍ରମ। ଆଜି ସାଢେ ପାଞ୍ଚଲକ୍ଷ ଦୀପ ଲଗାଇ ଏହି ଉତ୍ସବକୁ ପାଳନ କରାଯିବ।

ତେବେ ପ୍ରତିବର୍ଷ ପରି ଏଥର ଭିନ୍ନ ଧରଣର ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ସରଜୁ ନଦୀରେ ଏହି 5 ଲକ୍ଷ 51 ଟି ଦୀପ ଜଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏକ ନଦୀପାଣିରେ ଏତେ ସଂଖ୍ୟକ ଦୀପ ଜଳିବା ଏକ ନୂଆ ରେକର୍ଡ ହେବ। ଏଥିପାଇଁ ଅଯୋଧ୍ୟାରେ ବହୁଦିନରୁ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

କେଉଁ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଦ୍ବାରା ମିଳିବ ଶୁଭଫଳ, ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

ଭୁବନେଶ୍ବର :  ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ଦିପାବଳୀ ହେଉଛି ସୁଖ- ସମୃଦ୍ଧିର ପର୍ବ । ଏହି ଦିନ ବିଧିବିଧାନ ଓ ଶ୍ରଦ୍ଧା ଭାବରେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଧନ ବର୍ଷା କରିଥା’ନ୍ତି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରି ମା’ଙ୍କର କୃପା ପାଇବାକୁ ସମେସ୍ତ ଚେଷ୍ଟା କରିଥା’ନ୍ତି ।  ଏହି ଦିନ ନବବସ୍ତ୍ର ପିନ୍ଧି ଆମେ ମାତା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ତେବେ ଏହି ଦିନ ଯଦି ଆମେ ଆମର ଶୁଭ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କର ପୂଜା କରିବା ତେବେ ବିଶେଷ ଆଶୀର୍ବାଦ ପାଇପାରିବା । ତେବେ ଆସନ୍ତୁ ଜାଣିବା ଆମେ ଦୀପାବଳି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ।

ରଙ୍ଗ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଏହି ରଙ୍ଗଗୁଡିକ ଆମର ଭାଗ୍ୟ ଓ ଭାବନାରେ ପ୍ରଭାବ ପକାଇଥାଏ । ଏଥିପାଇଁ ଦୀପାବଳି ଦିନ ରାଶି ଅନୁସାରେ ପୋଷାକ ପିନ୍ଧିବା ଉଚିତ୍‌ । ପ୍ରତ୍ୟେକ ରାଶି ପାଇଁ ଗୋଟିଏ ଗୋଟିଏ ରଙ୍ଗ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଏ କେଉଁ ରଙ୍ଗର ପୋଷାକ ପିନ୍ଧି ପୂଜା କରିବେ ।

ମେଷ ରାଶି : ମେଷ ରାଶିର ବ୍ୟକ୍ତିବିଶେଷମାନେ ଏହି ଦିନ ସୁନେଲୀ ଅର୍ଥାତ୍‌ ଗୋଲ୍ଡେନ୍‌ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କ ପୂଜା କରିବା ଦ୍ବାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ । ସୁନେଲୀ ରଙ୍ଗ ମେଷ ରାଶିଙ୍କ ପାଇଁଙ୍କ ବିଶେଷ ଫଳପ୍ରଦ ହୋଇଥାଏ ।

ବୃଷ ରାଶି : ଏହି ରାଶିର ଲୋକମାନେ ଧଳା ପୋଷାକ ପିନ୍ଧି ପୂଜା କରିବା ଆବଶ୍ୟକ। ଯଦି ସେମାନେ ଧଳା ପୋଷାକ ନ ପିନ୍ଧୁଛନ୍ତି, ତେବେ ପାଖରେ ଧଳା ରୁମାଲ୍‌ ରଖିପାରିବେ ।

ମିଥୁନ ରାଶି : ଏହି ରାଶିର ଲୋକମାନେ ନୀଳ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଆବଶ୍ୟକ ।

କର୍କଟ ରାଶି : ଏହି ରାଶିର ଲୋକମାନେ ନାରଙ୍ଗୀ ଅଥବା ଲାଲ୍‌ ରଙ୍ଗର ପୋଷାକ ଧାରଣ କରିବା ଆବଶ୍ୟକ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତିବିଶେଷମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ବାରା ବିଶେଷ କୃପା ପାଇପାରିବେ ।

କନ୍ୟା ରାଶି : ଏହି ରାଶିର ଲୋକମାନେ ଧଳା ଅଥବା ନୀଳ ରଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ବାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବେ ।

ତୁଳା ରାଶି : ଏହି ରାଶିର ବ୍ୟକ୍ତିବିଶେଷ ମାନେ ନୀଳ ଅଥବା ଧଳା ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଉଚିତ୍‌ ।

ବିଛା ରାଶି : ଏହି ରାଶିର ଲୋକମାନେ ଦୀପାବଳି ଦିନ ଧଳା ଅଥବା ହଳଦିଆ ପୋଷାକ ପିନ୍ଧିବା ଉଚିତ୍‌ ।

ଧନୁ ରାଶି : ଏହି ରାଶିର ଲୋକମାନେ ଲାଲ୍‌ ବସ୍ତ୍ର ଧାରଣ କରିବା ଉଚିତ୍‌ ।

ମକର ରାଶି : ଏହି ରାଶିର ଲୋକମାନେ ପୂଜା କରିବା ସମୟରେ ଇଷତ୍‌ ହଳଦିଆ ଅଥବା କ୍ରିମ୍‌ ରଙ୍ଗ କିମ୍ବା ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଅତ୍ୟନ୍ତ ଶୁଭ ହେବ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତିମାନେ ସବୁଜ ଅଥବା ଧଳା ପୋଷାକ ପିନ୍ଧି ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍‌ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏଥର ଦୀପାବଳିରେ ୪୯୯ ବର୍ଷ ପରେ ପଡୁଛି ଏକ ବିରଳ ସଂଯୋଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଆସନ୍ତା ୧୪ ନଭେମ୍ବର ଶନିବାର ଦିନ ପଡୁଛି ଚଳିତ ବର୍ଷର ଦୀପାବଳି। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଏଥର ଦୀପାବଳିରେ ୪୯୯ ବର୍ଷ ପରେ କେତେକ ଗ୍ରହମାନଙ୍କର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି। ପୂର୍ବେ ଏପରି ବିରଳ ସଂଯୋଗ ୧୫୨୧ ମସିହାରେ ଦେଖା ଦେଇଥିଲା।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ଧନୁ ରାଶି ଏବଂ ଶନି ମକର ରାଶିରେ ରହିବେ। ସେହିପରି ଶୁକ୍ର କନ୍ୟା ରାଶିରେ ରହିବେ। ଏହି ଗ୍ରହଙ୍କର ଏପରି ରାଶିରେ ରହିବା ପରି ବିରଳ ସଂଯୋଗ ୧୫୨୧ ମସିହାର ଦୀପାବଳିରେ ସଂଗଠିତ ହୋଇଥିଲା। ନିଜ ନିଜ ରାଶିରେ ଦେବଗୁରୁ ବୃହସ୍ପତି ଏବଂ ଶନିଙ୍କ ଉପସ୍ଥିତି ହେତୁ ଏହା ଅନେକ ଦେଶବାସୀଙ୍କ ପାଇଁ ଏକ ଶୁଭ ସମୟ ହେବ।

ଦେବଗୁରୁ ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ଏହି ଦିୱାଲୀରେ ରହିବା ଦ୍ବାରା କେତେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା ଆଣିବ। ଦୀପାବଳି ପର୍ବରେ ତୁଳା, କର୍କଟ, ବିଛା ଏବଂ କୁମ୍ଭ ମାନଙ୍କ ପାଇଁ ଏକ ବହୁତ ଭଲ ସମୟ ସୂଚାଉଛି। ମିଥୁନ, ସିଂହ ଏବଂ କନ୍ୟା ରାଶି ଟିକେ ସତର୍କ ହେବା ଆବଶ୍ୟକ। ଏଥର ସର୍ବାର୍ଥ ସିଦ୍ଧ ଯୋଗ ଯୋଗୁଁ ଦିୱାଲୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ କିଣିବା ଶୁଭ ବୋଲି ବିବେଚନା କରାଯାଏ।

ନଭେମ୍ବର ୧୧ ରୁ ସର୍ବାର୍ଥ ସିଦ୍ଧି ଯୋଗ ଆରମ୍ଭ ହୋଇ ଯାହା ଦିୱାଲୀ ଅର୍ଥାତ୍ ୧୪ ନଭେମ୍ବର ପର୍ଯ୍ୟନ୍ତ ରହିବ। ଏହି ମୁହୁର୍ତ୍ତରେ ଗାଡି କିଣିବା ପାଇଁ ଏକ ଭଲ ସମୟ ହେବ। ଏହା ସହିତ, ଏହି ସମୟରେ ମଧ୍ୟ ଏକ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର :  30 ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍‌

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ 3737 କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ଆଜି ଏହି ଘୋଷଣା କରିଛନ୍ତି । 30 ଲକ୍ଷରୁ ଅଧିକ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ସୁବିଧା ମିଳିବ । 2019-20 ଆର୍ଥିକ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ଏହି ବୋନସ ଅର୍ଥରାଶି ଗୋଟିଏ ଥରରେ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ଏହି ବୋନସ୍‌ ମିଳିବ । ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଏହି ଅର୍ଥ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଜାଭାଡେକର ସୂଚନା ଦେଇଛନ୍ତି । (ଏଜେନ୍ସି)