Categories
ଆଞ୍ଚଳିକ

ଦେଶୀ ମଦ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ବାଣପୁର ଥାନା କୋଷରଡା ରୋଡରୁ ଦେବରାଜ ନାୟକ (୭୨) ୨୨ ଲିଟର ଦେଶୀ ମଦ ସହ ଗିରଫ ହୋଇଥିବା ବେଳେ ବାଲୁଗାଁ ଥାନା ଆଙ୍କୁଲାଚଟି ଗ୍ରାମରୁ ଅଭିଯୁକ୍ତ ଦୀପକ ନାୟକ (୩୨) ୬୦ ଲିଟର ଦେଶୀ ମଦ ସହ ଗିରଫ ହୋଇଛନ୍ତି।

ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ସୂଚନା ଦେଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ହେବ ନିରନ୍ତର ଭାବେ ବାଣପୁର ଏନଏସି ଅଞ୍ଚଳରୁ ବାଇକ ଚୋରି ହେବାରେ ଲାଗିଛି। ତେବେ ଦୁର୍ବୁତ୍ତ ମାନେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ବାଇକ ଚୋରି କରିବାକୁ ପଛାଉନାହାନ୍ତି। ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବାଇକ ଚୋରି କରିନେଇଥିବା ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ମୁତାବକ ଭେଷରୀ ଗ୍ରାମର ନୀଳମଣି ରାଉତ ଏକ ପାରିବାରିକ ପୂଜାରେ ଯୋଗ ଦେବା ନିମନ୍ତେ ସକାଳେ ଘଣ୍ଟଶିଳା ପାହାଡ଼ ନିକଟ ମନ୍ଦିରକୁ ନିଜର ଏକ ନାଲି ରଙ୍ଗର ବାଇକ ଯୋଗେ ଯାଇଥିଲେ। ହେଲେ ଅପରାହ୍ନରେ ପୂଜା ସରିବା ପରେ ଘରକୁ ଫେରିବା ପାଇଁ ନୀଳମଣି ଉଦ୍ୟତ ହେବା ସମୟରେ ତାଙ୍କ ବାଇକକୁ ଉକ୍ତ ସ୍ଥାନରେ ପାଇନଥିଲେ।  ତେବେ ବହୁ ଖୋଜାଖୋଜି ପରେ ଉକ୍ତ ବାଇକଟି ଭେଷରୀ ଗ୍ରାମର କୈଳାସ ଖୁଣ୍ଟିଆ ନେଇ ପଳାଇଥିବାର ନୀଳମଣି ଜାଣିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ନୀଳମଣି ଏବଂ କିଛି ଗ୍ରାମବାସୀ କୈଳାଶଙ୍କ ଘରକୁ ଯାଇ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଇକ ଉପରେ ଗଛ ଡାଳ ଓ ପତ୍ର ପକାଇ ଲୁଚାଇ ରଖାଯାଇଛି। ଅଧିକ ତଦନ୍ତ କରିବାରୁ ଉକ୍ତ ବାଇକ ଚୋରିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଗୌତମ ପ୍ରଧାନ ନାମକ ଯୁବକ ମଧ୍ୟ ସାମିଲ ଥିବାର କୈଳାସ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗ୍ରାମବାସୀ ଚୋରି ହୋଇଥିବା ବାଇକ ସମେତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ।

ଏ ନେଇ ବାଣପୁର ପୋଲିସ କେଶ ନମ୍ବର ୨୬୮/୨୨ ରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ତେବେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢୁଥିବା ବେଳେ ଜନସାଧାରଣ ମାନେ ସେମାନଙ୍କ ବାଇକକୁ ଆଉ ଘର ଭିତରେ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ସହ ନାଇଟ ପେଟ୍ରୋଲିଂକୁ ଜୋରଦାର କରିବା ଏବଂ ଉଭୟ ସହରରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର

ଜଘନ୍ୟ ହତ୍ୟାକାଣ୍ଡର ଗୁମର ଖୋଲିଲା ବାଣପୁର ପୋଲିସ: ଦୁଇ ଅଭିଯୁକ୍ତ ହେଲେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ଉକ୍ତ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ଵୟ ହେଲେ ବିକ୍ରମ ନରେନ୍ଦ୍ରସିଂହ ଏବଂ ଦୁଲି ପ୍ରଧାନ। ଏ ନେଇ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଆଇଆଇସିଙ୍କ ସୂଚନା ମୁତାବକ ଗତକାଲି ଝିଣ୍ଟିକାପଲ୍ଲି ଗ୍ରାମର କାଁହୁଚରଣ ପରିଡାଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏନେଇ କାହ୍ନୁଙ୍କ ପତ୍ନୀ ବବିତା ପରିଡା ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୨୯୦/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଥିଲା।

ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ଉକ୍ତ ହତ୍ୟାକାଣ୍ଡର ତଦନ୍ତ ଜାରିରଖିଥିବା ବେଳେ ଚବିଶ ଘଣ୍ଟା ମଧ୍ୟରେ ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଛନ୍ତି। ପୂର୍ବଶତ୍ରୁତା ଲାଗି ଉକ୍ତ ହତ୍ୟାକାଣ୍ଡ ହୋଇଥିବାର ପୋଲିସ ପ୍ରକାଶ କରିଛି।

ତେବେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଜାରିରହିଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।