Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ଅପରାଧ

ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

July 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ହେବ ନିରନ୍ତର ଭାବେ ବାଣପୁର ଏନଏସି ଅଞ୍ଚଳରୁ ବାଇକ ଚୋରି ହେବାରେ ଲାଗିଛି। ତେବେ ଦୁର୍ବୁତ୍ତ ମାନେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ବାଇକ ଚୋରି କରିବାକୁ ପଛାଉନାହାନ୍ତି। ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବାଇକ ଚୋରି କରିନେଇଥିବା ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ମୁତାବକ ଭେଷରୀ ଗ୍ରାମର ନୀଳମଣି ରାଉତ ଏକ ପାରିବାରିକ ପୂଜାରେ ଯୋଗ ଦେବା ନିମନ୍ତେ ସକାଳେ ଘଣ୍ଟଶିଳା ପାହାଡ଼ ନିକଟ ମନ୍ଦିରକୁ ନିଜର ଏକ ନାଲି ରଙ୍ଗର ବାଇକ ଯୋଗେ ଯାଇଥିଲେ। ହେଲେ ଅପରାହ୍ନରେ ପୂଜା ସରିବା ପରେ ଘରକୁ ଫେରିବା ପାଇଁ ନୀଳମଣି ଉଦ୍ୟତ ହେବା ସମୟରେ ତାଙ୍କ ବାଇକକୁ ଉକ୍ତ ସ୍ଥାନରେ ପାଇନଥିଲେ।  ତେବେ ବହୁ ଖୋଜାଖୋଜି ପରେ ଉକ୍ତ ବାଇକଟି ଭେଷରୀ ଗ୍ରାମର କୈଳାସ ଖୁଣ୍ଟିଆ ନେଇ ପଳାଇଥିବାର ନୀଳମଣି ଜାଣିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ନୀଳମଣି ଏବଂ କିଛି ଗ୍ରାମବାସୀ କୈଳାଶଙ୍କ ଘରକୁ ଯାଇ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଇକ ଉପରେ ଗଛ ଡାଳ ଓ ପତ୍ର ପକାଇ ଲୁଚାଇ ରଖାଯାଇଛି। ଅଧିକ ତଦନ୍ତ କରିବାରୁ ଉକ୍ତ ବାଇକ ଚୋରିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଗୌତମ ପ୍ରଧାନ ନାମକ ଯୁବକ ମଧ୍ୟ ସାମିଲ ଥିବାର କୈଳାସ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗ୍ରାମବାସୀ ଚୋରି ହୋଇଥିବା ବାଇକ ସମେତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ।

ଏ ନେଇ ବାଣପୁର ପୋଲିସ କେଶ ନମ୍ବର ୨୬୮/୨୨ ରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ତେବେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢୁଥିବା ବେଳେ ଜନସାଧାରଣ ମାନେ ସେମାନଙ୍କ ବାଇକକୁ ଆଉ ଘର ଭିତରେ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ସହ ନାଇଟ ପେଟ୍ରୋଲିଂକୁ ଜୋରଦାର କରିବା ଏବଂ ଉଭୟ ସହରରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି।

ଦୁଇ ଅଭିଯୁକ୍ତ ପୋଲିସ ଜିମା ବାଇକ ଲୁଟେରା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ

April 23, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ରାଜଧାନୀରେ ସିରିଜ ଦୁର୍ଘଟଣା

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.