Categories
ଆଞ୍ଚଳିକ

ପୁର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆରୋଗ୍ୟ ପାଇଁ ଦୀପଦାନ

ରମେଶ ମହାନ୍ତି

ଜଗତସିଂହପୁର: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷୀୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି ଏବଂ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ଜଗତସିଂହପୁର ଆଳିପିଙ୍ଗଳ ସ୍ଥିତ ଦୁର୍ଗା ମନ୍ଦିରରେ ସମୂହ ଦୀପଦାନ କରାଯାଇଛି। ଏହି ଦୀପଦାନ କାର୍ଯ୍ୟକ୍ରମରେ ସମାଜସେବୀ ସରୋଜ ନାୟକ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡ଼ା ,ଅରୁଣ ଆଚାର୍ଯ୍ୟ, ରମେଶ ମହାନ୍ତି, କୈଳାସ ଚନ୍ଦ୍ର ସାହୁ, କୃତିବାସ ଦାସ, ଲିଟୁ ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ। ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।