Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ମାଲଗୁଣ୍ଡ/ସମ୍ବଲପୁର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜଭୂତ କରିବାକୁ ହେବ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି। ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି।

ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହକାରେ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା। ଏହା ସହ କେନ୍ଦ୍ରମନ୍ତ୍ରୀ ଲୋକମାନଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ। ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ସଂସ୍କୃତ ଭାଷା ଜ୍ଞାନ ବିଜ୍ଞାନର ପ୍ରବାହର ମାଧ୍ୟମ ଥିଲା। ଆଜିର ସମୟରେ ସଂସ୍କୃତ ଅଧ୍ୟୟନରେ ନୂତନ ଦୃଷ୍ଟିଭଙ୍ଗୀ ଆସିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ହିଁ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତର ପ୍ରଚାର ପ୍ରସାରରେ ନୂଆ ଉପକ୍ରମ ଯୋଡିହେଉଛି । ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁନଃ ସଂରଚନା କରି ମୋଦିଜୀ ଭାରତର ମୂଳ ବିଦ୍ୟା ଭଣ୍ଡାରକୁ ସଂରକ୍ଷିତ କରିବା ପାଇଁ ପ୍ରୟାସକୁ ଅଧିକ ଗତି ଦେଇଛନ୍ତି ।

ସଭ୍ୟତାର ସବୁଠୁ ପୁରୁଣା ଗ୍ରନ୍ଥ ବେଦ ସଂସ୍କୃତରେ ଲେଖାଯାଇଥିଲା । ବେଦ କେବଳ ଏକ ଗ୍ରନ୍ଥ ନୁହେଁ ବଂର ସର୍ବବିଦ୍ୟାର ମହାଗ୍ରନ୍ଥ । ଏହି ସବୁ ବିଷୟକୁ ସର୍ବଜନବିଦିତ କରିବାର ମାଧ୍ୟମ ହେଉଛି ସଂସ୍କୃତ । ଆଜିର ସମୟରେ ସଂସ୍କୃତକୁ ନୂଆ ଦୃଷ୍ଟିକୋଣରେ ପଢିବା, ପଢାଇବା ଏବଂ ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏହି ଶିକ୍ଷା ନୀତିର ଉଦ୍ଦେଶ୍ୟ ଅନୁସାରେ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସଂସ୍କୃତ ସମେତ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ କରିବ ତଥା ଭାରତୀୟତା ମୂଲ୍ୟବୋଧ ଏବଂ ବେଦରେ ସମାହିତ ଅନନ୍ତ ଜ୍ଞାନକୁ ସର୍ବବିଦିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ପଦକ ଓ ଉପାଧି ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର। ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି। ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି। କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ। ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ। ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ – ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ।

ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Categories
ବିଶେଷ ଖବର

ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୁଣ୍ଡଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ  ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍ (F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଫୁଟବଲ ବଣ୍ଟନ କରାଯିବ । ସେହିପରି ଓଡ଼ିଶାରେ ପ୍ରାୟ ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ । ଆଗାମୀ ଦୁଇ ମାସ ମଧ୍ୟରେ ଫୁଟବଲ ଖେଳକୁ ନେଇ ଥିବା ଅନୁକୂଳଯୁକ୍ତ ବାତାବରଣକୁ ଲକ୍ଷ୍ୟ କରି ସେହି ସ୍କୁଲ ଗୁଡିକୁ ଫୁଟବଲ ଦିଆଯିବ । କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବା ପାଇଁ ଉପଦେଶ ଦେବା ସହ କହିଛନ୍ତି ଯେ ଫୁଟବଲ ଏକ ରୁଚିପୂର୍ଣ୍ଣ ଖେଳ । ଫୁଟବଲ ଖେଳରେ କେବଳ ଖେଳାଳୀ ନୁହେଁ ଦର୍ଶକମାନେ ଆନନ୍ଦିତ ହୁଅନ୍ତି । ମୁଁ ମଧ୍ୟ ପିଲାବେଳେ ଫୁଟବଲ ଭାବେ ଖେଳୁଥିଲି । ଫୁଟବଲରେ ରେଜଲ୍ଟ ତୁରନ୍ତ ମିଳିଥାଏ। ଏଥିପାଇଁ ଏହା ମୋର ପ୍ରିୟ ଖେଳ ।  ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ ।  ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ । ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ଦେଖିଥିଲେ। ଶ୍ରୀ ପ୍ରଧାନ ବିଜୟୀ ଟିମ ନବୋଦୟ ବିଦ୍ୟାଳୟ ଓ ପ୍ରତିଦ୍ୱନ୍ଦୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର

‘ଯୁବା ସଂଗମ’ ଫେଜ୍-୩ରେ ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱର ସହର ସମେତ ଅନ୍ୟାନ୍ୟ ବୁଲି ସ୍ଥାନୀୟ କଳା, ସଂସ୍କୃତି ଓ ସାମାଜିକ ସମ୍ପର୍କକୁ ଅନୁଭବ କରିଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ନେଇ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିଛନ୍ତି।

ଛାତ୍ରଛାତ୍ରୀମାନେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ  ସମାଜ ଜୀବନର ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ଭେଟି ନିଜର ଖୁସି ପ୍ରକାଶ କରିଛନ୍ତି। ଏହିପରି ଭାବରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ କେରଳର ଏନଆଇଟି କାଲିକଟ୍ ନେତୃତ୍ୱରେ ସେହି ରାଜ୍ୟକୁ ଯାଇ ସମାନ ଅନୁଭବ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଦେଶରେ ବିବିଧତା ମଧ୍ୟରେ ଆମେ କିପରି ଏକ ଅଛୁ, ତାହାକୁ ଯୁବାଶକ୍ତିଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାର ଏହା ଅନନ୍ୟ ପ୍ରୟାସ। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଯୁବା ସଂଗମ ଏକ ଭାରତ ଶ୍ରେଷ୍ଠ ଭାବନାକୁ ସୁଦୃଢ଼ କରୁଛି  ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଆଲୋଚନା କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏନଆଇଟି, ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ। ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ। ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଗୁରୁବାର ଏନଆଇଟି ରାଉରକେଲା ଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମଏଲଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଅଧ୍ୟାପକ ନିବାସ ନିର୍ମାଣ ହେବ । ସେହିପରି ଏମସିଏଲ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ । ଏହାବ୍ୟତିତ ଏନଆଇଟି ରାଉରକେଲା କ୍ୟାମ୍ପସ ପରିସରରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି, ରାଉରକେଲା ଆମ ଦେଶର ଗୌରବ । ଆମ ରାଜ୍ୟର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର  । ଦେଶ ବିଦେଶର ୮ ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି । ଓଡ଼ିଶାର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସଫଳ ନାଗରିକ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ପିଏସୟୁ ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଗୌରବମୟ ଉପଲବ୍ଧି । ଆଜିର ସୁବିଧା ଦ୍ୱାରା ଅଧିକ ଅଢେଇ ହଜାର ଛାତ୍ରଛାତ୍ରୀମାନେ ଲାଭ ପାଇବେ । ଏହାବ୍ୟତିତ ରାଉରକେଲାରେ ପୂର୍ବରୁ ୨ଟି କେଭି ଥିଲା ବେଳେ ଆଜି ଏନଆଇଟି ରାଉରକେଲା ପରିସରରେ ତୃତୀୟ କେଭି ହେବା ଖୁସିର ବିଷୟ । ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟାନ ମିଶନରେ ସାମିଲ ଥିବା ଅଧିକରୁ ଅଧିକ ବୈଜ୍ଞାନିକ କେଭିରୁ ହିଁ ପାଠ ପଢିଛନ୍ତି ।  ତେଣୁ ଆଜି ଶୁଭାରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଭବିଷ୍ୟତର ନୂଆ ନୂଆ ନେତୃତ୍ୱ ନେଉଥିବା ପିଲା ବାହାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଦେଶରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ଏନଆଇଟି, ରାଉରକେଲାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ଓ ବୈଷୟିକ ଅନୁଷ୍ଠାନକୁ ନେଇ ଏନଆଇଟି ରାଉରକେଲା ନ୍ୟୁ ଏଜୁକେସନ ମଡେଲ ବିକଶିତ କରିବାର ଆବଶ୍ୟକତା ରହିଛି । ମୋଦିଙ୍କ ଶାସନ ପ୍ରଣାଳୀରେ ସାମାନ୍ୟ ଘରର ପିଲା ବି କୋଟିପତି ହେବାର ସ୍ୱପ୍ନ ସାକାର ହେଉଛି । ଏନଆଇଟି ରାଉରକେଲାର ଆଇଆଇଟି ଓ ପଲିଟେକନିକ କରିଥିବା ଗରିବ ଓ ସାମାନ୍ୟ ଘର ପିଲାଙ୍କୁ ନିଜର ବୃଦ୍ଧି ଖର୍ଚ୍ଚ କରି ଆଗକୁ ବଢିବା ପାଇଁ ଇନକ୍ୟୁବେସନ ସେଣ୍ଟର କରାଯାଇଛି । ସେହିଭଳି ସେଣ୍ଟରାଲ ଟୁଲ ରୁମର ଗୋଟିଏ ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି । ଏଥିରେ ରାଜ୍ୟ ସରକାର ସହଯୋଗୀ ହେବା ଦରକାର ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର କଳ୍ପନା କରୁଛନ୍ତି । ବିକଶିତ ଭାରତର ଅର୍ଥ ନୁହେଁ ଭଲ ପ୍ୟାକେଜରେ ଚାକିରି କରିବା ।  ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଓ୍ୱେଲଥ କ୍ରିଏଟର ହେବା, ଉଦ୍ୟମୀ ହେବା । । ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଖୁବ ଶୀଘ୍ର ତୃତୀୟ ବୃହତମ ଅର୍ଥନୀତିର ଦେଶ ହେବା ଦୌଡରେ ଅଛି । ଏହି ସମୟରେ  ଆମେ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପଡିବ । ଆଗାମୀ ୨୫ ବର୍ଷ ଭିତରେ ଭାରତ ସମୃଦ୍ଧ ଏକ ସମୃଦ୍ଧ ଅର୍ଥନୀତି ଓ ବିକଶିତ ହେବ । ଆମେ ଉଦ୍ୟମିତା ବଢାଇବାକୁ ହେବାକୁ ହେବ । ଚାକିରି କରିବା ନୁହେଁ ଚାକିରି ଦେବାର ନୂଆ ଯୁଗ ଆରମ୍ଭ କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ ବିଜନେସ୍ ଏଫଟିବିଆଇ ବୁଲି ଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ  “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି।

ଭାରତ @୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଞ୍ଚିବ। ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ। ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ। ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଆଗଭର ହେବାକୁ ପଡିବ। ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ। ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର। ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ। ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି।

ସାମାନ୍ୟ ଘର ପିଲାମାନେ ତଥା ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ମିଶନ ‘ଗଗନଯାନ’ର ଅଂଶ ହୋଇଛନ୍ତି। ଓଡ଼ିଆ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛି। ଓଡ଼ିଆ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ପ୍ରତୀକ ପଟ୍ଟନାୟକ ହୁଅନ୍ତୁ ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା ହୁଅନ୍ତୁ କିମ୍ବା ଓ୍ୱିକିପଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ ସେନାପତି ହୁଅନ୍ତୁ ସମସ୍ତେ ନିଜ ବଳରେ ଆଗକୁ ବଢିଛନ୍ତି। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଆଗାମୀ ୨୦୩୬ ଓ ୨୦୪୭ ପାଇଁ ଗାଁରୁ ରାଜ୍ୟ ପର୍ଯ୍ୟନ୍ତ ମୋର ଦାୟିତ୍ୱ କଣ, ତା’ ଉପରେ ବିଚାର କରି ଯୁବବର୍ଗମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିତିୱେ  ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ,  ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ପିଏମ୍ ବିଶ୍ୱକର୍ମା ଯୋଜନାର ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା, ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ବଡ଼ ସମ୍ମାନ ଦେଇଛନ୍ତି। ପିଏମ୍ ବିଶ୍ୱକର୍ମା ଗରିବ ଲୋକଙ୍କୁ ଧନୀ ବନାଇବାର ନୂଆ ଯୋଜନା ବୋଲି ଶୁକ୍ରବାର ଭୁବନେଶ୍ୱରର ସିଏସଆଇଆର୍ –ଆଇଏମଏମଟି ଠାରେ ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଏମ ବିଶ୍ୱକର୍ମା ଯୋଜନାରେ କୁମ୍ଭାର, କମାର, ବଢେଇ, ମିସ୍ତ୍ରୀ, ମୂର୍ତ୍ତିଶିଳ୍ପୀ, ବଣିଆ, ଦରଜୀ, ମୋଚି, ମାଳି, ଜାଲ ବୁଣାଳୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିକୁ ସାମିଲ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ମୋଦି ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ, ଡିଜିଟାଲରେ ପ୍ରୋତ୍ସାହନ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିଏମ ବିଶ୍ୱକର୍ମାରେ ଓଡ଼ିଶାର ଅଧିକ କାରିଗରଙ୍କୁ ଯୋଡିବା ଦିଗରେ ସଚେତନତା କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାର କାରିଗର ଏବଂ ଶିଳ୍ପୀକାରମାନେ ଜଣେ ଜଣେ ବିଶ୍ୱକର୍ମା । ଆଜି ଦିନରେ ସେମାନେ ପ୍ରସ୍ତୁତ କରୁଥିବା ବସ୍ତୁ ଓ ସାମଗ୍ରୀରେ ନିଖୁଣତା ଅନନ୍ୟ । ଆବୁଧାବୀରେ ନିର୍ମାଣ ହେଉଥିବା ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମନ୍ଦିର ତିଆରିରେ ଓଡ଼ିଆ ମୂର୍ତ୍ତି କାରିଗରମାନେ କାମ କରୁଛନ୍ତି । ଆଜି ବି ଓଡ଼ିଆ କାରିଗରୀ ଚକିତ କରିବା ଭଳି । ଶ୍ରୀକ୍ଷେତ୍ର ପୁରୀ ଓ ମହାପ୍ରଭୁଙ୍କ ବିଧିବ୍ୟବସ୍ଥା ସହ ଯୋଡି ହୋଇଥିବା ସେବାୟତ ମାନେ ଏହି ଯୋଜନାର ସବୁଠୁ ବଡ ଲାଭାର୍ଥୀ । ତେଣୁ ପିଏମ ବିଶ୍ୱକର୍ମା ଯୋଜନାରେ ପାରମ୍ପରିକ ଓଡ଼ିଆ କାରିଗରଙ୍କୁ ଯୋଡିବା ସହ ପଞ୍ଜିକରଣକୁ ଆହୁରି ୟୁଜର ଫ୍ରେଣ୍ଡଲି କରିବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପ୍ରସ୍ତୁତ । ସମାଜରେ ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ବିକାଶ ଦ୍ୱାରା ବିକଶିତ ଭାରତ ଗଠନ ହୋଇପାରିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ନେଇ ଥିବା ହିତାଧିକାରୀ ମାନଙ୍କର ଅନୁଭୂତି ଶୁଣିଥିଲେ । ସମାରୋହରେ ବିଶ୍ୱକର୍ମା ଗୁରୁମାନେ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଧନ୍ୟବାଦ ପତ୍ର ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

“ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବଲପୁର: ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ଆଜି ସମ୍ବଲପୁର ଶାସନ ପାବନ ସରୋବର ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଅଭିଯାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା। ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା। ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ସମ୍ବଲପୁରରୁ ଆରମ୍ଭ ହେବା ଖୁସିର ବିଷୟ।

ଦେଶରେ ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ୩ ରୁ ୨୩ ବର୍ଷ ବୟସର ପ୍ରାୟ ୫୦ କୋଟି ନାଗରିକ ଅଛନ୍ତି । ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜ୍ ହେଉଛି ସେମାନଙ୍କୁ ଆମେ ମନୁଷ୍ୟ କରିବା ନା ମେସିନ୍ ବନାଇବା ? ଆଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦରକାର ନା ଏଚଆଇ ବା ହୁମ୍ୟାନ ଇଣ୍ଟେଲିଜେନ୍ସ ଦରକାର। ଏହାର ଗୋଟିଏ ସୂତ୍ର ଆଧ୍ୟାତ୍ମିକତା। ଭାରତକୁ ଏକବିଂଶ ଶତାବ୍ଦୀରେ ଭବ୍ୟ ଓ ବିକଶିତ କରିବାର ଚାବିକାଠି ହେବା ଶିକ୍ଷା। ଦେଶରେ ସମାନତା ଓ ଦାରିଦ୍ୟକୁ ମୂଳତ୍ପାଟନ କରିବାର ଏକମାତ୍ର ପୁଞ୍ଜି ଶିକ୍ଷା। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମାଜରେ ନିରନ୍ତର ଶିକ୍ଷା ଜାରୀ ରଖିବାର ପରମ୍ପରା ପ୍ରଶଂସନୀୟ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁର ରେଳ ଷ୍ଟେସନରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ସମ୍ପ୍ରସାରଣକୁ ଶୁଭାରମ୍ଭ କରିଛନ୍ତି।

ସମ୍ବଲପୁରରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ନାଉରି ନାୟକ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନସିଂ ମାଧ୍ୟମରେ ସାଂସଦ ସୁରେଶ ପୂଜାରୀ ବରଗଡ଼ ରୋଡ଼ ଷ୍ଟେସନ ଠାରେ, ସଂଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବଲାଙ୍ଗୀର ଷ୍ଟେସନ ଠାରେ ଏବଂ ବସନ୍ତ କୁମାର ପଣ୍ଡା କେସିଙ୍ଗା ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ଟ୍ରେନ୍ ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲିବ। ଅବଶ୍ୟ, ଏହି ଟ୍ରେନ୍ ପାଇଁ ସମ୍ପ୍ରସାରଣ ଅଂଶରେ ନିୟମିତ ସେବା 22 ନଭେମ୍ବର 2023 ରୁ ବିଶାଖାପାଟନମ୍ ଠାରୁ ଏବଂ 23 ନଭେମ୍ବର 2023 ଠାରୁ ବନାରସରୁ ପ୍ରାରମ୍ଭ କରାଯିବ। ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନ ମାନଙ୍କରେ କୌଣସି ପରିବର୍ତ୍ତନ ନକରାଯାଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଅଛି।

ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ। ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀ ମାନଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ବନାରସ ଏବଂ ବିଶାଖାପାଟନମ୍ ମଧ୍ୟରେ ସିଧାସଳଖ ସଂଯୋଗ ଯୋଗୁଁ ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟରେ ଏହା ବୃଦ୍ଧି ପାଇବ।

ସମ୍ପ୍ରସାରିତ ଟ୍ରେନ୍, ବର୍ତ୍ତମାନ 18311 ବିଶାଖାପାଟନମ୍-ବନାରସ୍ ଏକ୍ସପ୍ରେସ୍ ପ୍ରତି ବୁଧବାର ଏବଂ ରବିବାର ଦିନ ଭୋର 04ଘ.10ମି.ରେ ବିଶାଖାପାଟନମ୍ ଛାଡିବ। ଫେରିବା ମାର୍ଗରେ 18312 ବନାରସ-ବିଶାଖାପାଟନମ୍ ଏକ୍ସପ୍ରେସ, ପ୍ରତ୍ୟେକ ଗୁରୁବାର ଏବଂ ସୋମବାର ଦିନ ଅପରାହ୍ନ 03 ଘଣ୍ଟାରେ ବନାରସ ଛାଡିବ।

ଏହି ଟ୍ରେନ ବରଗଡ ରୋଡ଼, ବାଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟାଗଡା, ପାର୍ବତୀପୁରମ, ବବିଲି, ବିଜୟନଗରମ ଏବଂ କୋଟାଭାଲାସା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସମ୍ପ୍ରସାରିତ ମାର୍ଗରେ ରହଣି କରିବ।

ଏହି ସମ୍ପ୍ରସାରଣ ସମ୍ବଲପୁର ଏବଂ ବନାରସ ମଧ୍ୟରେ ପ୍ରାୟ 28 ଘଣ୍ଟା 30 ମିନିଟର ବର୍ଦ୍ଧିତ ଯାତ୍ରା ସମୟ ସହିତ 895 କିମିରୁ 1400 କିମି ପର୍ଯ୍ୟନ୍ତ ଯାତ୍ରା ଦୂରତା ବୃଦ୍ଧି କରିବ।

ଏହି ଟ୍ରେନ୍ ବର୍ତ୍ତମାନ ପୂର୍ବର କନଭେଷନାଲ କୋଚ ପରିବେର୍ତ୍ତେ ଅତ୍ୟାଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ ଯେଉଁଥିରେ ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -3 ଟାୟାର୍, ଆଠଟି ସ୍ଲିପର ଶ୍ରେଣୀ, ଛଅଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଲଗେଜ୍ ଏବଂ ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ପାୱାର୍ କାର୍ ରହିଛି।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ । ଆଜି  ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ – ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ  ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ।

ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ ।  ସ୍କୁଲ ଗୁଡିକୁ ପ୍ରତିଯୋଗିତା ଆଧାରରେ ରାଜ୍ୟମାନେ କେନ୍ଦ୍ରକୁ ନାଁ ପଠାଇବାର ଆବଶ୍ୟକତା ଅଛି । ମାତ୍ର ଓଡ଼ିଶା ସରକାର ପିଏମ ଶ୍ରୀ ପାଇଁ ଏମଓୟୁ କରିନାହାନ୍ତି । ଏଥିପାଇଁ ଗତ ୧ ବର୍ଷ ମଧ୍ୟରେ ୩ ଥର ବ୍ୟକ୍ତିଗତ ଭାବରେ ଚିଠି ଲେଖାଯାଇଛି । କୌଣସି ନା କୌଣସି କାରଣରୁ ଓଡ଼ିଶା ଏହି ଯୋଜନା ଲାଗୁ କରୁନାହାନ୍ତି । ଗୋଟିଏ ଦୁଇଟି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ପିଏମ ଶ୍ରୀ ଯୋଜନା ଲାଗୁ କରୁନାହାନ୍ତି । ସେ ରାଜ୍ୟ ଗୁଡ଼ିକ ଭଳି ଓଡ଼ିଶା ସରକାରଙ୍କର ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବ ବୋଲି ଭାବୁଛି ।

ଏହି ମର୍ମରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସରକାରୀ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା ପିଏମ ଶ୍ରୀ ଯୋଜନାକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଶ୍ରୀ ଯୋଜନା ଓଡ଼ିଶା ସରକାର ଲାଗୁ କଲେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ । ଗୋଟିଏ ସ୍କୁଲରେ ୨ କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର । ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୦୦ କୋଟିରୁ ଅଧିକ ଟଙ୍କା ଆସିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସର୍ବମୋଟ ୬୨, ୨୯୧ ସ୍କୁଲ ଥିବା ବେଳେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୭୬ ଲକ୍ଷ । ସରକାରୀ ସ୍କୁଲ ୪୯,୦୭୨ଟି ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି  ୫୩ ଲକ୍ଷ । ଉଚ୍ଚ ଶିକ୍ଷାରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୧୧ ଲକ୍ଷ । ସାମଗ୍ରିକ ଭାବେ ଓଡିଆ ପିଲା ମାନଙ୍କୁ ବୈଶ୍ୱିକ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ କରାଇବାକୁ ହେବ ।  ଓଡିଶାରୁ ବିଶ୍ୱକୁ ବିଜୟ କଲା ଭଳି ପିଲା ତିଆରି ହେବେ । ଏଥିରେ ବାଛ ବିଚାର ଏବଂ ଭେଦଭାବ ନ ହେବା ଉଚିତ । ମୁଖ୍ୟମନ୍ତ୍ରୀ ଏହା ଉପରେ ସହୃଦୟ ସହ ବିଚାର କରନ୍ତୁ । ରାଜନୀତି ତା ବାଟରେ ଥାଇପାରେ । ପ୍ରତିଯୋଗିତା ତା’ ବାଟରେ ଥାଇପାରେ । କିନ୍ତୁ ୧ କୋଟି ଓଡ଼ିଆ ପିଲା ମାନଙ୍କୁ ତାଙ୍କ ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ବିଶ୍ୱାସ ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଦି ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଏ ସବୁର ଲାଭ ଓଡ଼ିଆ ଭାଷା ଆଧାରରେ ମିଳୁ, ଓଡ଼ିଆ ଲୋକଙ୍କୁ ମିଳୁ ଏବଂ ବୃହତ ସ୍ୱାର୍ଥରେ ମିଳୁ। ଏହା ଆମର ପ୍ରାଥମିକତା ବୋଲି ରବିବାର ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ଅବସରରେ ଏହି ଅନୁଷ୍ଠାନର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଏସଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରୀ ସଦାଶିବ କ୍ୟାମ୍ପସରେ ଗତକାଲି ୧୦୦ କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି । ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ହୋଇଯାଇଛି । ଆଜିର ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଆ ଭାଷା ସମେତ ଶାନ୍ତାଳି, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ । ଏହା ଏକ ସାରସ୍ୱତ କ୍ଷେତ୍ର ତିଆରି ହେବ । ଏଠାରେ ଏକ ସ୍ଥାୟୀ ଅଡିଟୋରିୟମ ନିର୍ମାଣ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗୀ ହେବେ।

ଆଜି ଦେଶ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରୁଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାକୁ ଲୋକାଦୃତ କରିବା ତଥା ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବରରେ ସମାଜର ସହଯୋଗରେ ସବୁ ସ୍କୁଲ ଏବଂ କଲେଜରେ ଓଡ଼ିଆ ଭାଷାକୁ ନେଇ ବିଶେଷ ଧରଣର ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଏବଂ ଭାରତୀୟ ଭାଷା ସଂସ୍ଥାନକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।

ଭାରତୀୟ ଭାଷା ପରସ୍ପର ପରିପୁରକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଭାଷାକୁ ଏକ ବିଷୟ ଭାବରେ ନୁହେଁ ବରଂ ଯେ କୌଣସି ବିଷୟକୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ପ୍ରାଥମିକତା ଦିଆଯାଇଛି । ଏହା ହିଁ ମୂଳ ପ୍ରାର୍ଥକ୍ୟ। ପିଲାମାନେ ପ୍ରାରମ୍ଭିକ ଅବସ୍ଥାରେ କହୁଥିବା ଏବଂ ଶୁଣୁଥିବା ଭାଷାରେ ପାଠ ପଢିଲେ ସେମାନଙ୍କର ଅନୁସନ୍ଧାନ, ତର୍କ ଓ ବିଶ୍ଲେଷଣ କରିବାର କ୍ଷମତା ବୃଦ୍ଧି ପାଇଥାଏ। ଓଡ଼ିଆ ପିଲାମାନେ ମାତୃଭାଷାରେ ପାଠ ପଢିଲେ ଉତ୍କଳ ଗୌରବ ମଧୁବାବୁ,  ସାରଳା ଦାସ, ପଠାଣି ସାମନ୍ତ ହୋଇ ବିଶ୍ୱରେ ନାଁ କରିବେ। ଏଭଳି ଆଶା ଓ ଆଂକାକ୍ଷା ମୋ ମନରେ ଅଛି।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ସମ୍ବଲପୁର ଏବଂ ଗଞ୍ଜାମରେ କଥିତ ଭାଷାର ମାଧୁର୍ଯ୍ୟ ଅତ୍ୟନ୍ତ ମଧୁର। ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଭାଷାର ଲାଳିତ୍ୟ ଅବର୍ଣ୍ଣନୀୟ। ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟର ଭିନ୍ନ ଭିନ୍ନ ଭାଷା ରହିଛି।  ଆମର ଓଡ଼ିଆ ଭାଷା କେବଳ ମଧୁର ନୁହେଁ, ବହୁତ ପ୍ରାଚୀନ ମଧ୍ୟ। ଏହି ଭାଷା ମାଧ୍ୟମରେ ଆମେ ବଡଦେଉଳ, କୋଣାର୍କ ଏବଂ ଲିଙ୍ଗରାଜ ଭଳି ମନ୍ଦିର ନିର୍ମାଣ କରିବା ସହ ସାତ ସମୁଦ୍ର ପାର କରି ବାଣିଜ୍ୟ ବ୍ୟବସାୟ କରିବାରେ ସଫଳ ହୋଇଥିଲେ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ସେହି ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶା ୨୦୩୬ରେ ୧୦୦ ବର୍ଷ ପୂରଣ ହେବ। ଏକବିଂଶ ଶତାବ୍ଦୀରେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରୁଥିବା ବେଳେ ପୃଥିବୀର ବୌଦ୍ଧିକ କେନ୍ଦ୍ର ଓଡ଼ିଶା ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷା ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ସିଆଇଆଇଏଲ, ମହୀଶୂର ଏବଂ ଏନସିଇଆରଟି ମଧ୍ୟରେ ଏକ ବୁଣାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବର ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ରେଳ ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି।

ସେମାନଙ୍କ ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖ ଅପରାହ୍ନରେ ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ।

ସମ୍ବଲପୁରରେ ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ। ଏହା ବ୍ୟତୀତ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ ବରଗଡ ରେଳ ଷ୍ଟେସନ ଠାରେ, ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବାଲଙ୍ଗୀର ରେଳ ଷ୍ଟେସନରେ ଏବଂ ମାନ୍ୟବର ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁଜିତ କୁମାର କେସିଙ୍ଗା ରେଳ ଷ୍ଟେସନ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଉଦ୍‌ଘାଟନୀ ଦିବସରେ ଏହି ଟ୍ରେନ୍ ସମ୍ବଲପୁରରୁ ଶୁଭାରମ୍ଭ କରି ବିଶାଖାପାଟନମ୍ କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ଏହି ଟ୍ରେନ୍ ପାଇଁ ସମ୍ପ୍ରସାରିତ ଅଂଶରେ ନିୟମିତ ସେବା ନଭେମ୍ବର ୨୨ ତାରିଖରୁ ବିଶାଖାପାଟନମ୍ ଠାରୁ ଏବଂ ନଭେମ୍ବର ୨୩ ତାରିଖ ଠାରୁ ବନାରସରୁ ଚଳାଚଳ କରିବ।

ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତ ପରିବର୍ତ୍ତନ। ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣ ସମ୍ବନ୍ଧରେ ଯାତ୍ରା କରିବା ସହଜ କରିବ ଏବଂ ଏହା ଉକ୍ତ ଅଞ୍ଚଳ ପାଇଁ ଜୀବନ ରେଖା ଭାବେ ପରିଗଣିତ ହେବ।

ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନକୁ କୌଣସି ପ୍ରକାର ବ୍ୟାଘାତ ନଦେଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

ପୁରୀ: ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବା। ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସଦାଶିବ କ୍ୟାମ୍ପସର ପ୍ରତିଷ୍ଠାତା ମହାମହୋପାଧ୍ୟାୟ ଆଚାର୍ଯ୍ୟ ହରିହର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀ ପୂରାଣର ବୈଜ୍ଞାନିକ ମହତ୍ତ୍ୱ ଉପରେ କହିଛନ୍ତି ଯେ ଲକ୍ଷ୍ମୀ ପୁରାଣ ଜୀବନରେ ମୋତେ ବହୁତ ପ୍ରଭାବିତ କରିଛି। ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତିକରଣ ଯୋଜନାରେ ପ୍ରତିଫଳିତ ହୋଇଛି। ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ। ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ୱଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ୱ ଅଟେ। ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ। ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ। ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ୱର ବୈଜ୍ଞାନିକ ଭାଷା। କମ୍ପ୍ୟୁଟର କୋଡିଂ ବନାଇବାର ସବୁଠୁ ସୁଗମ ଭାଷା ହେଉଛି ସଂସ୍କୃତ ଭାଷା। ପ୍ରାଚୀନ ସଂସ୍କୃତ ଭାଷା ନିଜ ଭାଷାରେ ପରିପୂର୍ଣ୍ଣ। ବେଦର ଭାଷା ହେଉଛି ସଂସ୍କୃତ ଭାଷା। ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି। ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି। ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ। ତେଣୁ ସଂସ୍କୃତ ପାଠପଢି କେବଳ ଶିକ୍ଷକ ହେବାର ଲକ୍ଷ୍ୟ ନ ରଖି ବିଶ୍ୱକୁ ଦିଗଦର୍ଶନ ଦେବାର ଲକ୍ଷ୍ୟ ରଖିବାକୁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଛନ୍ତି।

ହଜାର ହଜାର ବର୍ଷ ପୂର୍ବରୁ ସାରଳା ଦାସ ସଂସ୍କୃତ ଭାଷାରୁ ଓଡ଼ିଆ ମହାଭାରତ ଲେଖିଥିଲେ। ବଳରାମ ଦାସ ସଂସ୍କୃତ ଭାଷାରୁ ଦାଣ୍ଡି ବା ଜଗମୋହନ ରାମାୟଣ ଲେଖିଥିଲେ। ଜଗନ୍ନାଥ ଦାଶ ଓଡ଼ିଆ ଭାଗବତ ଏବଂ ଅଚ୍ୟୁତାନନ୍ଦ ଦାସ  କେଉଁ ଭାଷାରୁ ମାଳିକା ଲେଖିଥିଲେ। ଭାରତ ସରକାର ସେଥିପାଇଁ ସର୍ବବିଦ୍ୟାର ଆଦ୍ୟଗ୍ରନ୍ଥ ବେଦକୁ ଅଧ୍ୟୟନ କରିବା ପାଇଁ ଉଜ୍ଜୟିନୀର ଗୋଟିଏ ଶାଖା ଏଠାରେ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ହିଁ ଭାରତର ସବୁ ସଂସ୍କୃତ ଅନୁଷ୍ଠାନକୁ ମର୍ଯ୍ୟାଦା ଦିଆଯିବା ସହ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କଳ୍ପନା କରାଯାଇଛି। ଜାତୀୟ ଶିକ୍ଷା ନୀତିରେ ସଂସ୍କୃତ ଭାଷା ସହ ସବୁ ଭାରତୀୟ ଭାଷାକୁ ମହତ୍ତ୍ୱ ଦିଆଯାଇଛି। ମୋଦିଜୀଙ୍କ ଶାସନ ପ୍ରଣାଳୀରେ କେବଳ ସଂସ୍କୃତ ନୁହେଁ ବରଂ ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା।  ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ନେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ସଦାଶିବ ପରିସର ଏକ ସ୍ୱୟଂସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ । ଏହି କ୍ୟାମ୍ପସ ଆଗାମୀ ଦିନରେ ଇନୋଭେସନ, ଟେକ୍ନୋଲୋଜି, ଭାଷା ସଂଯୋଗ ସହ ସଂସ୍କୃତ ଓ ବୈଦ ଅଧ୍ୟୟନର ଏକ ପ୍ରୟୋଗଶାଳା ହେଉ ଏବଂ ଏଥିପାଇଁ ଭାରତ ସରକାର ସହଯୋଗୀ ପୂର୍ଣ୍ଣ ହେବେ।

ଉତ୍କଳୀୟ ପରମ୍ପରା ହେଉଛି ଜଗନ୍ନାଥ ପରମ୍ପରା। ଖ୍ରୀଷ୍ଟଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ , ଶିଖ ଧର୍ମ –ବିଶ୍ୱର ସବୁ ଧାରା-ଉପଧାରାର ମୂଳ “ଧର୍ମଗୁରୁ”ମାନେ ସାଧନା ପାଇଁ ପୁରୀ ଆସିଥିବା ଇତିହାସରେ ପ୍ରମାଣ ରହିଛି। ପୁରୀ ଭାରତ ଜୀବନ ପ୍ରବାହର ସଂସ୍କୃତି, ଭାଇଚାରା ଓ ସମରସତାର ଅନନ୍ୟ ପ୍ରୟୋଗଶାଳା। ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ମହାପ୍ରଭୁଙ୍କ ଦର୍ଶନର କେନ୍ଦ୍ର ନୁହେଁ। ଏହା  ମହାବିଦ୍ୟା, ମହାଜ୍ଞାନ ଓ ମହାସଂସ୍କାରର ପରମ ଶ୍ରୀକ୍ଷେତ୍ର। ଏହାର ମୂଳ ମଞ୍ଜି ପର୍ଯ୍ୟନ୍ତ ଯିବା ଏବଂ ବେଦକୁ ଅଧ୍ୟୟନ କରି ସଂସ୍କୃତ ଭାଷାରେ ଦକ୍ଷତା ଅର୍ଜନ କରିବା ଦରକାର।

ଖାରବେଳଙ୍କ ସମୟରୁ କପିଳେନ୍ଦ୍ର ସମୟ ପର୍ଯ୍ୟନ୍ତ ଗଙ୍ଗାରୁ ଗୋଦାବରି ପର୍ଯ୍ୟନ୍ତ ଭାରତ ଭୂଖଣ୍ଡ ମଧ୍ୟରେ କଳିଙ୍ଗ, ଓଡ଼ିଆ ଭାଷା, ଓଡିଆତ୍ୱ, ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କାରର ଆଧିପତ୍ୟ ଥିଲା। ଯେଉଁ ଭୂମିରେ ସାରଳା ଦାସ ମହାଭାରତ ଲେଖିଥିଲେ, ରାମାୟଣର ବର୍ଣ୍ଣନ କରିଥିଲେ, ୧୦୦ ବର୍ଷ ପରେ ଶ୍ରୀଚୈତନ୍ୟଙ୍କ ଆଗମନ ସମୟରେ ଓଡ଼ିଶାରେ ପଞ୍ଚସଖା ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ। ପୃଥିବୀର ସବୁ ସମାଧାନର ସୂତ୍ର ଆମ ଓଡ଼ିଆ ସାହିତ୍ୟରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ସନ୍ଥ କବି ବଳରାମ ଦାସଙ୍କ ଦ୍ୱାରା ରଚିତ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକର ଉନ୍ମୋଚନ କରିଥିଲେ। ଶ୍ରୀ ଶଦାଶିବ କ୍ୟାମ୍ପସରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ୩୬ କୋଟି ବ୍ୟୟରେ ୮ ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ଛାତ୍ରୀନିବାସ, ୨୮ କୋଟି ବ୍ୟୟରେ ୩୦୦ ଜଣ କ୍ଷମତା ସମ୍ପନ୍ନ ଛାତ୍ରାବାସ ସହ , ୭ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଅତିଥି ଭବନ, ଷ୍ଟାଫ୍ କ୍ୱାଟର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବଳକା ୭ କୋଟି ଅର୍ଥ ବ୍ୟୟବରାଦ ହୋଇଛି।

ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ବ୍ରହ୍ମଗିରି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ପଦ୍ମଶ୍ରୀ ଚମ୍ମୁକୃଷ୍ଣଶାସ୍ତ୍ରୀଙ୍କ ସମେତ ବିହାର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ଶତାଧିକ ଛାତ୍ରଛାତ୍ରୀ ଏବଂ ଅନ୍ୟ ବିକ୍ତିବିଶେଷମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି। ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ। ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ।

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ। ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଜେଡି ନେତା ରଘୁରାମଙ୍କ ସହ ବହୁ କର୍ମୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ତେବେ ସେମାନଙ୍କ ମଧ୍ୟରେ ଯେ ମୁଖ୍ୟ କେନ୍ଦ୍ରବିନ୍ଦୁ ସେ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ବା ଆଇଆରଏସ୍‌ ଶ୍ରୀ ସମ୍ବିତ ତ୍ରିପାଠୀ। ସେ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏକଦା ସେ ଚାକିରୀରେ ଥିବା ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ଚାକିରୀ ଛାଡି ଧର୍ମେନ୍ଦ୍ରଙ୍କ ରାଜନୈତିକ ବ୍ୟାପାର ପରୋକ୍ଷରେ ବୁଝାବୁଝି କରୁଛନ୍ତି।

ସେହିପରି କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସୁସଂଗଠକ ଏବଂ ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଶ୍ରୀ ରଘୁରାମ ମାଛ, ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ଅବସରରେ କୋରାପୁଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନାଗେଶ୍ୱର ପାଞ୍ଜିଆ ଓ ରମା କୁମାରୀ ସିଂହ; ସରପଂଚ ସବିତା ଡାମି ଓ କୈାଶଲ୍ୟା ଜାନୀ; ସମିତି ସଦସ୍ୟ ପ୍ରତିମା ଜାନୀଙ୍କ ସମେତ ନାରାୟଣ ନାୟକ, ଚନ୍ଦ୍ରଶେଖର ଖରା, ସୋମନାଥ ତୁରୁକ; ସମନାଥ ମାଝୀ, ପଡୁ ମୁଦୁଲୀ, ଧର୍ମ ପୂଜାରୀ, ହରି ଖେମୁଣ୍ଡୁ ପ୍ରମୁଖ ଶତାଧିକ ସମର୍ଥକ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ଡା.ଫକୀର ନାୟକ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ପ୍ରସନ୍ନ ମହନ୍ତ, ଅକ୍ଷୟ ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ବାଗ, ରାଧାକାନ୍ତ ମହନ୍ତ, ବିଜେଡି ନେତା ଆଦିକାନ୍ତ ବାଗ, ଟୁନୁ ସାହୁ, ସତ୍ୟାନନ୍ଦ ସାହୁ, କଂଗ୍ରେସ ନେତା ନିହାର ମହନ୍ତ, ଅବସରପ୍ରାପ୍ତ ସେନାଧିକାରୀ ବାଲିଆ ହାଁସଦା, ସମାଜସେବୀ ବଢିଆ ମୁଣ୍ଡା ପ୍ରମୁଖ ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ରାପଡା କନିକା ରାଜପରିବାରର ସଦସ୍ୟା ଶ୍ରୀମତୀ ଦୁର୍ଗାଦେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ସୟଦ ମୁକ୍ତାର ଅଲ୍ଲୀଙ୍କ ନେତୃତ୍ୱରେ ହାଜି ଲିୟାତ୍ ଅଲ୍ଲୀ, ମୈାଲାନା ହାଜି ଅବଦୁଲ ରହେମାନ ଖାନ୍‌, ମୁକ୍ତାର ଖାନ, ତରକୁନ୍ଦ ବ୍ଲକ ପୂର୍ବତନ ନାଏବ ସରପଂଚ ଆଜାଦ୍ ବେଗମ୍‌, କଂଗ୍ରେସ ସଂଖ୍ୟାଲଘୁ ପ୍ରକୋଷ୍ଠର ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ୟସ୍ମିନ ଖାତୁନ, ୱାର୍ଡ ମେମ୍ବର ଅଜୟ କୁମାର ପ୍ରଧାନ, ଯୁବ କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ସୈାମ୍ୟରଞ୍ଜନ ଖୁଂଟିଆ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ସାମସୁନ ନିଶା ବିବି ପ୍ରମୁଖଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ଯୋଗଦାନ କରିଛନ୍ତି।

ପୂର୍ବତନ ବ୍ୟାଂକ ପଦାଧିକାରୀ ତଥା ଆଇଟି ବିଶେଷଜ୍ଞ ଶ୍ରୀମତୀ ରାଜେଶ୍ୱରୀ ଦାସ ବିଜେପିରେ ସାମିଲ ହୋଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ପୂର୍ବତନ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି। ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଓଡିଶାବାସୀଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପି। ଶାସନକୁ ଆସିଲେ ରାଜ୍ୟରେ ଭୁଷୁଡି ପଡିଥିବା ରାଜନୈତିକ ବ୍ୟବସ୍ଥାର ପୁନଃସ୍ଥାପିତ କରାଯିବ। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ ବିକଳ୍ପ ଚାହୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦ କହିଛନ୍ତି।

Categories
ବିଶେଷ ଖବର

ସମ୍ବଲପୁର ଲୋକସଭା ଆସନ କାହିଁକି ବାଛିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିଜ ଦଳର ସାଙ୍ଗଠନିକ ଶକ୍ତି ବଳରେ ବଳିୟାନ ହେବା ପରିବର୍ତ୍ତେ ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତି ଆଗରେ ନିଜକୁ ସମର୍ପଣ କରି ଦୟାର ପାତ୍ର ହୋଇ ଲୋକସଭା ନିର୍ବାଚନ ବୈତରଣୀ ପାର ହେବା ଆଶାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଆସନରୁ ନ ଲଢ଼ି ସମ୍ବଲପୁର ଆସନ ପାଇଁ କାହିଁକି ଇଚ୍ଛାପ୍ରକାଶ କରିଛନ୍ତି ତାହାହିଁ ବର୍ତ୍ତମାନ ରାଜନୀତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।

ବିଜେପିର କେନ୍ଦ୍ରୀୟ ନିୟମ ଅନୁସାରେ ଯେଉଁମାନେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଆଉ ସେମାନଙ୍କୁ ରାଜ୍ୟସଭା ମିଳିବ ନାହିଁ। ସେମାନେ ଲୋକସଭା ନିର୍ବାଚନ ଲଢ଼ିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ଦୁଇଥର ରାଜ୍ୟସଭାକୁ ନିର୍ବଚିତ ହୋଇଥିବାରୁ ସେ ବାଧ୍ୟ ହୋଇ ଆଗାମୀ ନିର୍ବାଚନରେ ଲୋକସଭା ଲଢ଼ିବେ।

ଏହିକ୍ରମରେ ଗତମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଥିଲେ ସେ ଲୋକସଭା ନିର୍ବାଚନ ଲଢ଼ି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ଚାହୁଛନ୍ତି। ଏହାପରେ ସେ ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବେ ବୋଲି ରାଜ୍ୟର ଗଣମାଧ୍ୟମ ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ। ଏହି ପୂର୍ବାନୁମାନ କରାଯିବାର ଏକ ସପ୍ତାହ ନ ପୂରୁଣୁ ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି। ଏପରି ହେବାର କାରଣ ହେଉଛି, ଗତ ନିର୍ବାଚନରେ ଶାସକ ବିଜେଡି ଯେଉଁ ଅଯୋଗ୍ୟ ନେତାମାନଙ୍କୁ ଦଳରୁ ଫିଙ୍ଗି ଦେଇଥିଲେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଉଁଟି ଆଣି ନିଜର ତୋଷାମଦକାରୀ ଗୋଷ୍ଠୀ ତିଆରି କରିଛନ୍ତି। ଏହି ଗୋଷ୍ଠୀ ଇତି ମଧ୍ୟରେ ନିଜକୁ କେନ୍ଦ୍ରମନ୍ତ୍ରୀ ବିବେଚନା କରି ବିଜେପିର ନିଷ୍ଠାପର କର୍ମୀ ଓ ସଂଘର ପ୍ରଚାରକମାନଙ୍କୁ ଦୁର୍ବ୍ୟବାର କରିବାରେ ଲାଗିଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଦୃଢ଼ ସମର୍ଥକମାନଙ୍କ ଆସ୍ଥା ହରାଇଛନ୍ତି।

ନିକଟରେ ବିଜେପରି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ସର୍ଭେର ରିପୋର୍ଟ ଅନୁସାରେ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ଢେଙ୍କନାଳ ସଦର, କାମାକ୍ଷାନଗର, ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲୋକପ୍ରିୟତା ଆଦୌ ନାହିଁ। ଏହିସବୁ ବିଧାନସଭା କ୍ଷେତ୍ରରେ ସେ ଦଳୀୟ ସଂଗଠନରେ ଯେଉଁ ବିଭେଦ ସୃଷ୍ଟି କରିଚନ୍ତି ତାର ସେ ପରାଭବ ପାଇବେ। ସେ ଢେଙ୍କାନାଳରୁ ଲୋକସଭା ପ୍ରାର୍ଥୀ ହେଲେ ପରାଜିତ ହେବ ନିଶ୍ଚିତ ବୋଲି ଏହି ରପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।

ଢେଙ୍କାନାଳ ଲୋକସଭା ସର୍ଭେ ରିପୋର୍ଟ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ କେନ୍ଦ୍ରୀୟ ସଂଗଠନକୁ ଅନୁରୋଧ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତିନିଦିନିଆ ୟୁଏଇ ଗସ୍ତ ସାରି ସ୍ୱଦେଶ ଫେରିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ କାଳରେ ଭାରତୀୟ ଯୁବକଙ୍କୁ ଦକ୍ଷତା ତାଲିମ ଦେବା ସହ ବିଦେଶରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ନେଇ ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଅନ୍ତିମ ଦିନରେ ଟେକ୍ନୋଲୋଜି କମ୍ପାନୀ ଭିଏଫଏସ୍ ଗ୍ଲୋବାଲ ଏବଂ ଲଜିଷ୍ଟିକ୍ କମ୍ପାନୀ ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍ ଗୁଡିକ ମଧ୍ୟରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିବା ଜଣାପଡିଛି। ଏହି ବୈଠକରେ ଭାରତର ଯୁବକମାନଙ୍କୁ ବିଦେଶରେ ସୁଯୋଗ ସହ ଯୋଡିବା, ଭାରତରେ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷତା ବିକାଶରେ କ୍ଷମତା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ଦକ୍ଷତା, ପ୍ରଶିକ୍ଷଣ ଏବଂ ନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏବଂ ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା ଅଟେ। ଭବିଷ୍ୟତକୁ ସୁରକ୍ଷିତ କରିବା, ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଆମର ଦକ୍ଷତା କ୍ଷେତ୍ରକୁ ଅଧିକ ଜୀବନ୍ତ କରିବାରେ ଭାରତର ସହଯୋଗୀ ହେବା ନେଇ ଭିଏଫଏସ୍ ଗ୍ଲୋବାଲ ଓ ଟ୍ରାନ୍ସ ଓ୍ୱାର୍ଲ୍ଡର ଉଭୟ କମ୍ପାନୀ ମଧ୍ୟରେ ଥିବା ଆଗ୍ରହକୁ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଦୁବାଇ ସ୍ଥିତ ଲଜିଷ୍ଟିକ କମ୍ପାନୀ ଡିପି ଓ୍ୱାର୍ଲ୍ଡ ପରିଦର୍ଶନ କରିଥିଲେ। ବିଶ୍ୱସ୍ତରୀୟ ପ୍ରତିଭାକୁ ଗତି ଦେବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ଯୁବକମାନଙ୍କୁ ଦକ୍ଷ ତାଲିମ ଏବଂ ସଂପୃକ୍ତ ବିଦେଶୀ ନିଯୁକ୍ତି ସୁଯୋଗ ସହିତ ଯୋଡ଼ିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ସହାୟକ ସଂସ୍ଥା ୱି ୱାନ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିଥିଲେ ଭାରତ ହେଉଛି ବ୍ୟାପକ ପ୍ରତିଭାର ଭଣ୍ଡାର। କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ଅର୍ଥନୀତି ପାଇଁ ଅର୍ଥନୈତିକ ସମୃଦ୍ଧି ଆଣିବା ପାଇଁ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଭାରତ ସରକାର  ପ୍ରତିଶ୍ରୁତିବଦ୍ଧ।

ଏହା ପୂର୍ବରୁ ଗତକାଲି ଶ୍ରୀ ପ୍ରଧାନ ୟୁଏଇରେ କାର୍ଯ୍ୟ କରୁଥିବା ସମସ୍ତ ୧୦୫ଟି ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟର ପ୍ରିନ୍ସିପାଲ ମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମସ୍ତ ବିଦ୍ୟାଳୟ ଗୁଡିକ ଜାତୀୟ ଶିକ୍ଷା ନୀତି ସହ ଯୋଡି ହୋଇ କାର୍ଯ୍ୟ କରୁଛନ୍ତି। ବିଦେଶରେ ଥିବା ଭାରତୀୟ ବିଦ୍ୟାଳୟଗୁଡିକ ଆମର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରୟାସ କରୁଛନ୍ତି। ଉପସାଗରୀୟ ଦେଶ ଗୁଡିକରେ ସିବିଏସଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟରେ ପଢୁଥିବା ୫ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟୁଏଇରେ ଅଛନ୍ତି। ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଦୁବାଇରେ ସିବିଏସଇର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ହୋଇଛି।

ଇଏଫଏସ ଫାସିଲିଟି ମ୍ୟାନେଜମେଣ୍ଟ ସର୍ଭିସ ଗ୍ରୁପର ସିଇଓ ତରିଖ୍ ଚୌହ୍ୱାନଙ୍କ ସହ ମଧ୍ୟ ବୈଠକ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଜିସିସି ଦେଶଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ଭାରତର କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗତିଶୀଳତାକୁ ସୁଗମ କରିବା ପାଇଁ ଇଏଫ୍ଏସ୍ ଫେସିଲିଟି ସର୍ଭିସେସ୍ ଗ୍ରୁପ୍ ଏବଂ ଏନଏସଡିସି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଦେଖି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ଏହି ବୁଝାମଣାପତ୍ର ପାଠ୍ୟକ୍ରମ ବିକାଶ କ୍ଷେତ୍ରରେ ଯୋଗଦାନକୁ ଗଭୀର କରିବା ସହିତ ଯୁଗ୍ମ ଦକ୍ଷତା କାର୍ଯ୍ୟକ୍ରମ ଏବଂ ସହ-ବ୍ରାଣ୍ଡେଡ୍ ଦକ୍ଷତା ଅନୁଷ୍ଠାନଗୁଡ଼ିକର ବିକାଶ ପାଇଁ ବାଟ ଖୋଲିବ ଏବଂ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ କର୍ମଚାରୀମାନଙ୍କୁ ଉନ୍ନତ କରିବ ଏବଂ ସେମାନଙ୍କୁ ବିଶେଷ କରି ଜିସିସି ଦେଶମାନଙ୍କରେ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଆବୁଧାବୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ସହ ବୈଠକ କରିବା ସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଷ୍ଟ୍ରାଟେଜିକ୍ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି। ୟୁଏଇରେ ଆଇଆଇଟି ଖୋଲାଯାଉଛି ଏବଂ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି। ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ୱବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି। ଭାରତର ପ୍ରମୁଖ ଜାତୀୟ ଶିକ୍ଷା ବୋର୍ଡ ସିବିଏସଇର ୧୦୦ରୁ ଅଧିକ ବିଦ୍ୟାଳୟ ୟୁଏଇରେ କାର୍ଯ୍ୟ କରୁଛି। ଖୁବଶୀଘ୍ର ଏଠାରେ ଏକ ସିବିଏସଇ କାର୍ଯ୍ୟାଳୟ ଖୋଲାଯିବାର ଯୋଜନା ରହିଛି। ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ‘୪୨ ଆବୁଧାବୀ’ ସ୍କୁଲ ପରିଦର୍ଶନ କରିଥିଲେ। ଉକ୍ତ କୋଡିଂ ସ୍କୁଲରେ ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଇନୋଭେସନକୁ ପ୍ରୋତ୍ସାହନ ଦେବା, ସୃଜନଶୀଳତା ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପସାଗରୀୟ ଦେଶରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜି ଆଧାରିତ ସ୍କୁଲ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ପ୍ରତି ଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଅଛି। ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା ଦେବା ସହ ରୋଜଗାର କରିବା ଉପରେ ଉତ୍ତମ ବାତାବରଣ ପ୍ରଦାନ କରିବା ପ୍ରଶଂସନୀୟ। ରୋଜଗାର କରିବା ସମୟରେ ସୁବିଧା ପ୍ରଦାନ କରିବା ଏବଂ ଶିଖିବା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିଶ। ଭାରତର ପ୍ରତିଭାସମ୍ପନ୍ନ ଯୁବକ ଓ କର୍ମଚାରୀଙ୍କୁ ସଶକ୍ତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆବୁଧାବୀ ଭାରତୀୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ଏହି ସ୍କୁଲ ଭାରତ ଓ ୟୁଏଇର ସଂସ୍କୃତି, ବିଚାର ଓ ମୂଲ୍ୟବୋଧ ଶିକ୍ଷା ଦେଉଥିବା ନେଇ ସେ ଖୁସି ପ୍ରକଟ କରିଥିଲେ। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକରୁ ଅଧିକ ମଜଭୂତ୍ କରିବା ଲକ୍ଷ୍ୟରେ ଏହି ୟୁଏଇ ଗସ୍ତର ଲକ୍ଷ୍ୟ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଉଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ।

ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି ମାଟି ସମୃଦ୍ଧମୟ ହୋଇଛି। ଏହା ଶକ୍ତି ଓ ସାରସ୍ୱତ ସାଧନାର ମିଳନ ସ୍ଥଳୀ। ଆଜି ଭଳି ପବିତ୍ର ଦିନରେ ସେଭଳି ଗାଁକୁ ଆସିବା ମୋର ସୌଭାଗ୍ୟ।

ଆଜିର କାର୍ଯ୍ୟକ୍ରମରେ ପ୍ରଦର୍ଶିତ ମାଆ ଶାରଳାଙ୍କ ଘଟନୃତ୍ୟ ମୋତେ ବିସ୍ମିତ କରିଛି। ଏହି ସ୍ଥାନରୁ ମୁଁ ମୋ ଜୀବନର ଅବିସ୍ମରଣୀୟ ସ୍ମୃତି ନେଇ ଯାଉଛି। ‘କୁମାର ଉତ୍ସବ ସମିତି’ ଦୀର୍ଘ ୫୦ ବର୍ଷ ଧରି ଲୋକକଳା ମାଧ୍ୟମରେ ଆମ ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ସମିତିର ସବୁ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳାର ଦଶମ ପର୍ଯ୍ୟାୟରେ ୧୭୬ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି। ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି। ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି। ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି।

ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ। ଏଥିପାଇଁ କାର୍ଯ୍ୟକ୍ଷେତ୍ର, ନୀତି ନିର୍ଦ୍ଧାରକ, ନେତୃତ୍ୱ, ଶିକ୍ଷା ଏବଂ ସ୍କିଲିଂ ଇକୋସିଷ୍ଟମରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ମୋଦି ସରକାର ଅଭିନବ ପ୍ରୟାସ କରୁଛନ୍ତି। ମାତୃତ୍ୱକାଳୀନ ଛୁଟିର ସମୟ ସୀମାକୁ ବଢାଯାଇଛି। ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ, ମୁଦ୍ରା, ଷ୍ଟାଣ୍ଡଅପ୍ ଭଳି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମାଜର ବିକାଶ ପାଇଁ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ଯୋର୍ ଦେଇଛନ୍ତି।

ଆଜି ଦେଶରେ ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ। ଏହା ଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜଭୂତ୍ ହେବ।  ଓଡ଼ିଶା ସମେତ ଦେଶରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ।  ଶିକ୍ଷା, ଦକ୍ଷତା, କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଗ୍ରାମାଞ୍ଚଳର ଭାଗିଦାରୀକୁ ବଢାଇବା ପାଇଁ ହେବ। ବଟମ୍ ଅଫ୍ ପିରାମିଡ୍ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଗରିବ, ବଞ୍ଚିତ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷା ଓ ସ୍କିଲକୁ ଯୋର୍ ଦେବାକୁ ପଡିବ। ସେମାନଙ୍କ ହାତ ଧରି ମୁଖ୍ୟସ୍ରୋତରେ ଯୋଡିଲେ ହିଁ ସମାଜର ବିକାଶ ହେବ।

ଆଜି ଟେଲିଫୋନ ମାଧ୍ୟମରେ ଡିଜିଟାଲ କାରବାର ସହଜ ହୋଇଛି। ଭାରତରେ ଡିଜିଟାଲ ଭିତ୍ତିଭୂମି ବଢିଛି । ଦକ୍ଷତାକୁ କ୍ରେଡିଟରେ ରୂପାନ୍ତରିତ କରାଯିବାର ଯୋଜନା ହୋଇଛି। କୃଳିକ ବୃତ୍ତିଧାରୀଙ୍କୁ ଦକ୍ଷ କରିବା ପାଇଁ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି। ଅନେକ ସୁଧାରବାଦୀ ନୀତି କାରଣରୁ ସମ୍ଭାବନାପୂର୍ଣ୍ଣ ଓଡ଼ିଶାରେ ଭାରତ ସରକାର ପୁଞ୍ଜିନିବେଶ ବଢାଇଛନ୍ତି। ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି। ଓଡ଼ିଶାରେ ରେଳବାଇ ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ବଢିଛି। ଭାରତୀୟ ରେଳ, ଡାକ, ଏମ୍ସ, ସାମରିକ ବଳ, ଅର୍ଦ୍ଧ ସାମରିକ ବଳରେ ନିଯୁକ୍ତି ବିଢିଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆଜି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଠିନ ପରିଶ୍ରମ ବଳରେ ଆଜି ଜୀବନର ନୂଆ ଅଧ୍ୟାୟ କରୁଥିବା ବନ୍ଧୁ ମାନଙ୍କୁ ଶୁଭେଚ୍ଛା। ଜୀବନରେ ଅଟକିବା ଉଚିତ ନୁହେଁ। ନିରନ୍ତର ଶିଖିବା ସହ ନୂଆ ନୂଆ ଜ୍ଞାନ ଆହରଣ କରିବା ଦରକାର। ପ୍ରତିଦିନ କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିରୁ ନୂଆ କିଛି ଶିକ୍ଷା ନେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।