Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାନମଣ୍ଡିରେ ଅଘଟଣ: ପଂଚାୟତ ଗେଟ୍ ରେ ଚାପି ହୋଇ ଶ୍ରମିକ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଘୋଷରାମାଳ ଧାନ ମଣ୍ଡିରେ ଏକ ଧାନ ଟ୍ରକ୍ ପଂଚାୟତ ଗେଟ୍ ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଧାନ ମଣ୍ଡିରେ ଧାନ କ୍ରୟ କରି ଟ୍ରକ୍‌ରେ (ଓଡି ୧୫ଡି ୬୧୭୭ ନମ୍ବରରେ) ଧାନ ଲୋଡ୍ ହୋଇ ପଂଚାୟତ ଭିତରୁ ବାହାରକୁ ବାହାରୁଥିବା ବେଳେ ଟ୍ରକ୍ ଉପରେ ବସିଥିବା ଶ୍ରମିକ ଡଇଁଚା ଗ୍ରାମର ରଞ୍ଜନ କୁମାର ପ୍ରଧାନ ଚାପି (୨୯)ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଡ୍ରାଇଭରର ଅସାବଧାନତା ହେଉ ବା ଶ୍ରମିକର ଖାମଖିଆଲି ଯୋଗୁଁ ହେଉ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଡାକ୍ତରଖାନାକୁ ନେବା ବାଟରେ ଶ୍ରମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ଥିବା ଜଣା ପଡିଛି।

ରେଢାଖୋଲ ଥାନା କେସ୍ ନଂ ୭/୨୨ ୟୁ/ଏସ୍ ୨୭୯/୩୦୪ (ଏ) ଆଇପିସିି ରେ ପୋଲିସ୍ ମାମଲା ରୁଜୁ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ପୋଲିସ୍ ଗିରଫ କରି ନ ଥିଲା। ହିନ୍ତରାଇ ଗ୍ରାମର ନରହରି ମାଝୀ ମୃତ ଶ୍ରମିକ ରଞ୍ଜନ କୁମାର ପ୍ରଧାନଙ୍କୁ ଘରୁ ଡାକି ଆଣି ତାକୁ ଶ୍ରମିକ ଭାବରେ କାମରେ ନିୟୋଜିତ କରିଥିବା ବେଳେ ମୃତକର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣା ପଡିଛି।