Categories
ଆଞ୍ଚଳିକ

ବାଣପୁର: ଅଟୋରୁ ପଡ଼ି ଶ୍ରମିକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଚଳନ୍ତା ଅଟୋରୁ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ୮ ଜଣ ଶ୍ରମିକ ଧାନ ରୋଇବା ନିମନ୍ତେ କାର୍ଯ୍ୟ ଅନ୍ୱେଷଣରେ ବାଣପୁର ଅଭିମୁଖେ ଏକ ଅଟୋରେ ଆସୁଥିଲେ। ତେବେ ସକାଳ ପାଖାପାଖି ୬ ଘଟିକା ସମୟରେ ଅଟୋର ପଛ ପାର୍ଶ୍ୱରେ ବସିଥିବା ଶ୍ରମିକ ସ୍ବର୍ଗତ ଚେମା ଗୌଡ଼ଙ୍କ ପୁତ୍ର ପୀତବାସ ଗୌଡ଼ (୪୫) ଅସାବଧାନତା ବଶତଃ ଅଟୋରୁ ଖସି ପଡିଥିଲେ। ପ୍ରତାପ ଗ୍ରାମ ନିକଟସ୍ଥ ଶାଳିଆ ଡ୍ୟାମ ଉପର କେନାଲ ରୋଡରେ ଏହି ଦୁର୍ଘଟଣା ଘଟିଥିଲା।

ସଙ୍ଗେ ସଙ୍ଗେ ସାଥି ଶ୍ରମିକ ମାନେ ତାଙ୍କୁ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଡାକ୍ତରଙ୍କ ସୂଚନା କ୍ରମେ ବାଣପୁର ପୋଲିସ ବର୍ତ୍ତମାନ ମେଡିକାଲ ପହଞ୍ଚି ଶବ ଜବତ କରିଛି।

Categories
ଆଜିର ଖବର ଜାତୀୟ ଖବର

ପଥର ଖଣି ଭୁଶୁଡ଼ି ୮ ଶ୍ରମିକ ମୃତ, ୪ ନିଖୋଜ

ନୂଆଦିଲ୍ଲୀ: ମିଜୋରାମର ହନଥିଆଲ ଜିଲ୍ଲାର ପାହାଡ ଉପରେ ଏକ ପଥର ଖଣି ଭୁଶୁଡ଼ି ପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣେ ମାଟି ତଳେ ପୋତି ହୋଇ ରହିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହି ସମୟରେ ଏବିସିଆଇ ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ଶ୍ରମିକମାନେ ଖଣିରେ କାମ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକଟରରୁ ପଡ଼ି ଶ୍ରମିକ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା କତରାପାଲି ଗ୍ରାମରେ ଆଜି ସଂଧ୍ୟାରେ ଏକ ଚିପସ୍ ବୋଝେଇ ଟ୍ରାକଟରରୁ ଖସି ପଡ଼ି ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ମୃତକଙ୍କ ଘର ମାରଓ୍ବାଡି ମୁଣ୍ଡା ଗ୍ରାମର ପିଙ୍କୁ ମାହାର ବୋଲି ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା କତରାପାଲିରୁ ଚିପସ୍ ଲୋଡ଼୍ କରି ଫେରୁଥିବା ଟ୍ରାକଟର (ଓଡ଼ି ୧୫ ଇ –୫୧୦୯)ରୁ ଯୁବକ ଜଣଙ୍କ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟ୍ରାକଟରର ମାଲିକ ନାକଟିଦେଉଳ ଥାନା ଗୌଡପଡ଼ା ଗ୍ରାମର ପିଣ୍ଟୁ ଧଳଙ୍କର ବୋଲି ଜଣାପଡ଼ିଛି।

ପୋଲିସ୍ ଘଟଣା ସ୍ଥଳରେ ପହଂଚିଛି ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ତଦନ୍ତ କରୁଛି। ରେଢ଼ାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାନମଣ୍ଡିରେ ଅଘଟଣ: ପଂଚାୟତ ଗେଟ୍ ରେ ଚାପି ହୋଇ ଶ୍ରମିକ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଘୋଷରାମାଳ ଧାନ ମଣ୍ଡିରେ ଏକ ଧାନ ଟ୍ରକ୍ ପଂଚାୟତ ଗେଟ୍ ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଧାନ ମଣ୍ଡିରେ ଧାନ କ୍ରୟ କରି ଟ୍ରକ୍‌ରେ (ଓଡି ୧୫ଡି ୬୧୭୭ ନମ୍ବରରେ) ଧାନ ଲୋଡ୍ ହୋଇ ପଂଚାୟତ ଭିତରୁ ବାହାରକୁ ବାହାରୁଥିବା ବେଳେ ଟ୍ରକ୍ ଉପରେ ବସିଥିବା ଶ୍ରମିକ ଡଇଁଚା ଗ୍ରାମର ରଞ୍ଜନ କୁମାର ପ୍ରଧାନ ଚାପି (୨୯)ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଡ୍ରାଇଭରର ଅସାବଧାନତା ହେଉ ବା ଶ୍ରମିକର ଖାମଖିଆଲି ଯୋଗୁଁ ହେଉ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଡାକ୍ତରଖାନାକୁ ନେବା ବାଟରେ ଶ୍ରମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ଥିବା ଜଣା ପଡିଛି।

ରେଢାଖୋଲ ଥାନା କେସ୍ ନଂ ୭/୨୨ ୟୁ/ଏସ୍ ୨୭୯/୩୦୪ (ଏ) ଆଇପିସିି ରେ ପୋଲିସ୍ ମାମଲା ରୁଜୁ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ପୋଲିସ୍ ଗିରଫ କରି ନ ଥିଲା। ହିନ୍ତରାଇ ଗ୍ରାମର ନରହରି ମାଝୀ ମୃତ ଶ୍ରମିକ ରଞ୍ଜନ କୁମାର ପ୍ରଧାନଙ୍କୁ ଘରୁ ଡାକି ଆଣି ତାକୁ ଶ୍ରମିକ ଭାବରେ କାମରେ ନିୟୋଜିତ କରିଥିବା ବେଳେ ମୃତକର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ସେତୁରେ ପୁଣି ଅଘଟଣ: ଜଣେ ଶ୍ରମିକ ମୃତ

ଭୁବନେଶ୍ବର: ଆଜି ବିଜୁ ସେତୁ କାମ ଚାଲିଥିବା ବେଳେ ଏକ ଅଘଟଣ ଘଟିଯାଇଛି। ବାରିପଦା-ବଡସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘାଟିଯାଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେତୁର ଖୋଲାଯାଉଥିବା ଫାଉଣ୍ଡେସନ ଖାତରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଭୀର ଖାତରେ ଖସି ପଡିବାରୁ ସେହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଶ୍ରମିକଙ୍କ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଶ୍ରମିକମାନେ ଧାରଣାରେ ବସିଛନ୍ତି।