Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

Exclusive Video News: ସିଡନୀରେ ଓଡିଆ ଗୀତର ତାଳେ ତାଳେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ସ୍ବାଗତ

ସିଡନୀରେ ଓଡିଆ ଗୀତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଡନୀରେ ଓଡିଆ ଗୀତର ତାଳେତାଳେ ସ୍ବାଗତ କରାଯାଇଛି। ସିଡନୀର କ୍ୟୁଦସ ବ୍ୟାଙ୍କ ଆରେନାର ଅଲମ୍ପିକ ପାର୍କରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସଂଗୀତର ତାଳେ ତାଳେ ନାଚିଥିଲେ ପ୍ରବାସୀ ଓଡିଆ ଶିଳ୍ପୀ। ଗୀତଟି ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଥିବା ଧୀତାଙ୍ଗ.. ଧୀତାଙ୍ଗ..

ସୂଦୁର ସିଡୀନରେ ଏହି ରେକର୍ଡିଂ ଗୀତର ନୃତ୍ୟକୁ ହଜାର ହଜାର ପ୍ରବସୀ ଭାରତୀୟ ବେଶ ମନଭରୀ ଉପଭୋଗ କରିଥିଲେ। ମୁଖ୍ୟତଃ ଏହି ଗୀତଟି ଆଦିବାସୀ ଲୋକ ସଂଗୀତ ଓ ବାଦ୍ୟର ସଂଯୋଜନାରେ ପର୍ଯ୍ୟବେସିତ। ସେଥିପାଇଁ ପ୍ରେକ୍ଷାଳୟରେ ଦର୍ଶକମାନେ ତାଳିମାରି ନୃତ୍ୟ କରୁଥିବାର ପରିଲକ୍ଷିତ ହୋଇଥିଲା।

ଏହି ଗୀତକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ଉପଭୋଗ କରିଥିଲେ। ସିଡୀନର ଏହି ବିରାଟ ମଞ୍ଚରେ ନୃତ୍ୟ ପରିବେଷ କରିଥିଲେ ଅଷ୍ଟ୍ରେଲିଆରେ ଥିବା ଦ ଆସୋସିଏସନ ଅଫ ଓଡିଆସ୍ ଇନ ଅଷ୍ଟ୍ରେଲିଆ ବା The Association of Odias in Australia ବା ORIOZ । ଏହି ଗୀତକୁ କୋରିଓଗ୍ରାଫ କରିଥିଲେ ସ୍ମିତା ସାମନ୍ତରାୟ।

ଏଥିରେ ଯେଉଁମାନେ ନୃତ୍ୟ ପରିବେଷଣ କରିଥିଲେ ସେମାନେ ହେଲେ ଅନୀମା ଆଚାର୍ଯ୍ୟ, ଅରୁଣିମା ମହାନ୍ତି, ଅଭିପ୍ସା ପାଢୀ, ବନ୍ଦନା ମିଶ୍ର, ଗାୟତ୍ରୀ ଶ୍ରୀଧରନ୍, ମମତାଜ ଲେଙ୍କା, ସ୍ମିତା ସାମନ୍ତରାୟ ଏବଂ ଶୁଭଶ୍ରୀ ମହାପାତ୍ର।