Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ପୋଲିସର ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ନକଲି ଜିନିଷ ଜବତ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ଘିଅ, ସାବୁନ, ସସ୍, ପନିର ଆଚାର ଓ ଗୁଟଖା ଭଳି ବହୁ ଖାଦ୍ୟ ପଦାର୍ଥର ନକଲି ସାମଗ୍ରୀର କାରବାରକୁ ପୋଲିସ ଚଢ଼ାଉ କରି ଜବତ କରିବା ସହ ନକଲି ଜିନିଷ ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କୁ ଗିରଫ କରିବାର ପ୍ରମାଣ ରହିଛି। କିନ୍ତୁ ବର୍ତ୍ତମାନ ବହୁ ବଡ଼ ବଡ଼ କମ୍ପାନୀର ପ୍ରସାଧନ ସାମଗ୍ରୀର ନକଲି କାରବାର ବିଷୟରେ ହିନ୍ଦୁସ୍ଥାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ପାଇଛି।

ଏହା ପରେ ବଡ଼ବଜାର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ପକ୍ଷରୁ ଏକକାଳିନ ଖାଷ୍କା ସାହିସ୍ଥିତ ଓମ୍ ଓମ୍ ଷ୍ଟୋର ଓ ସାଇ ଷ୍ଟୋର ସହ ଟାଉନଥାନା ଅନ୍ତର୍ଗତ ଭାପୁର ବଜାର ମନପସନ୍ଦ ଓ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ V2 ମଲ୍ ରେ ଚଢ଼ାଉ କରି ଲାକମେ, ଆଇକନିକ୍ କମ୍ପାନୀ ର କାଜଲ୍, ଲାଇନର୍, କଣ୍ଡସନର୍, ଫାଉଣ୍ଡେସନର୍ ଓ ଲାଇନେର୍ ଭଳି ବିଭିନ୍ନ ପ୍ରସାଧନ ସାମଗ୍ରୀ ଜବତ କରିଛି। ଯାହାର ମୁଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।