Categories
ଆଜିର ଖବର ଜାତୀୟ ଖବର

ନମାମି ଗଙ୍ଗେର ସହାୟତା ପାଇଁ ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ଏବଂ ମେମେଣ୍ଟୋ ପ୍ରଦର୍ଶିତ ହେଉଥିବା ବିଷୟରେ ପୋଷ୍ଟ କରିଛନ୍ତି।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁମାନେ ବ୍ୟକ୍ତିଗତ ଭାବେ ଏନଜିଏମଏ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ଶ୍ରୀ ମୋଦୀ ୱେବସାଇଟ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜିଠାରୁ ଦିଲ୍ଲୀ ସ୍ଥିତ ଏନଜିଏମଏ ପ୍ରଦର୍ଶନୀରେ ମୋତେ ନିକଟ ଅତୀତରେ ଦିଆଯାଇଥିବା ବିଭିନ୍ନ ଉପହାର ଓ ମୋମେଣ୍ଟୋଗୁଡିକ ପ୍ରଦର୍ଶିତ ହେବ।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଉତ୍ସବ ରେ ମୋତେ ଏହା ପ୍ରଦାନ କରାଯାଇଛି, ସେଗୁଡିକ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ।

ଏଗୁଡ଼ିକର ମାଲିକ ହେବାର ସୁଯୋଗ ଆପଣଙ୍କ ପାଇଁ ଏଠାରେ ଅଛି!

ଅଧିକ ଜାଣିବା ପାଇଁ ଏନଜିଏମଏ ପରିଦର୍ଶନ କରନ୍ତୁ। ଯେଉଁମାନେ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ୱେବସାଇଟ୍ ଲିଙ୍କ୍ ସେୟାର କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ନିଲାମ ହେବ,ଏଥିରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମାରକୀ ନିଲାମ ହେବ। ଏ ନେଇ କେନ୍ଦ୍ର ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଉପହାର ଓ ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ନିଲାମୀ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବିଭିନ୍ନ ସମୟରେ ମୁଁ ପାଇଥିବା ବିଭିନ୍ନ ଉପହାର ଓ ସ୍ମାରକୀ ନିଲାମ ହେବ । ଏଥିରେ ଆମ ଅଲମ୍ପିକ୍ସ ନାୟକ, ନାୟିକାମାନେ ଦେଇଥିବା ସ୍ୱତନ୍ତ୍ର ସ୍ମାରକୀ ସାମିଲ ରହିଛି । ଏହି ନିଲାମୀରେ ଅଂଶଗ୍ରହଣ କରନ୍ତୁ । ଏଥିରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ।”