Categories
ଅପରାଧ ଆଞ୍ଚଳିକ

ଭୁବନେଶ୍ବରର ମହିଳା କର୍ପୋରେଟରଙ୍କ ଭାଇଙ୍କୁ ଆକ୍ରମଣ

ଭୁବନେଶ୍ବର: ବିଏମସି ୫୮ ନମ୍ବର ୱାର୍ଡର କର୍ପୋରେଟର ଆଡ଼ଭୋକେଟ ନମିତା ମହାପାତ୍ରଙ୍କ ଭାଇ ମଳୟ ମହାପାତ୍ରଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଆଜି ଦିନ ୧୨.୩୦ ସମୟରେ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଏହି ଆକ୍ରମଣ କରାଯାଇଛି।

ମଳୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ବାରକୁ ଅବଗତ କରାଯାଇଛି। ଏ ନେଇ ବରଗଡ ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ କାରଣ କଣ ତାହା ଜଣାପଡି ନାହିଁ।

Categories
ଆଞ୍ଚଳିକ

ଆଇନଜୀବୀରୁ ଭୁବନେଶ୍ବର କର୍ପୋରେଟର, ନୂଆ ଇନିସିଂ ଆରମ୍ଭ କଲେ ନମିତା ମହାପାତ୍ର

ଭୁବନେଶ୍ବର: ନମିତା ମହାପାତ୍ର, ଭୁବନେଶ୍ବର ମହାନଗରର 58 ୱାର୍ଡରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପେଶାରେ ଥିଲେ ଜଣେ ଅଇନଜୀବୀ, ହେଲେ ଜନ ସେବା କରିବା ଉଦ୍ଦେଶ୍ୟ ନେଇ ରାଜନୀତିକୁ ଲମ୍ପ ପ୍ରଦାନ କଲେ। ଦଳୀୟ ରାଜନୀତି ଭିତରେ ନ ପଶି ସେ ସିଧା ସ୍ବାଧୀନ ପ୍ରାର୍ଥିନୀ ଭାବେ ଛିଡା ହେଲେ। ଆଶ୍ଚର୍ଯ୍ୟର କଥା ସେ ବିଜେଡିର ପୁଷ୍ପା ଦାସଙ୍କୁ 491 ଖଣ୍ଡ ଭୋଟରେ ପରସ୍ତା କଲେ।

ନମିତାଙ୍କ ଭୋଟ ବ୍ୟବଧାନ ବେଶ କମ ହୋଇଥିଲେ ମଧ୍ୟ, ବିଜେଡି ଆଉ ବିଜେପି ପରି ପ୍ରାର୍ଥୀଙ୍କୁ ହରାଇ କର୍ପୋରେଟର ହେବକୁ ନେଇ ସେ ୱାର୍ଡରେ ଚାଲିଛି ଚର୍ଚ୍ଚା। ଏହି ୱାର୍ଡରେ ତାଙ୍କର ଭାଇ ମଳୟ ମହାପାତ୍ର ଦୁଇଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ସେ ମଧ୍ୟ ସେହି ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ବର୍ତ୍ତମାନ ଏହି ୱାର୍ଡକୁ କିପରି ଶ୍ରେଷ୍ଠ କରାଯିବ ସେ ନେଇ ଚେଷ୍ଠା କରିବେ ବୋଲି ନମିତା ନିଷ୍ପତି କରିଛନ୍ତି।