Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ। ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୈତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ନିକଟରେ ଗତ ୧୦ ତାରିଖରେ ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏହା ପୂର୍ବରୁ ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

Categories
ବିଶେଷ ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବାର୍ଷିକୀ ସମାରୋହ ଏପରି ସମୟରେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି। ଯେ କୌଣସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଏହାର ସଫଳତାକୁ ପ୍ରତିଫଳିତ କରେ। ଡିୟୁର ୧୦୦ ବର୍ଷ ଯାତ୍ରାରେ ଅନେକ ଇତିହାସର ସାକ୍ଷୀ ହୋଇଛି । ଏହା ଅନେକ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅନ୍ୟ ଲୋକଙ୍କୁ ଜୀବନକୁ ଯୋଡିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ଏବଂ ଏହା ସବୁ ମୁହୂର୍ତ୍ତରେ ଜୀବନର ପ୍ରତ୍ୟେକ ଅଂଶକୁ ପୂରଣ କରିଛି । ପ୍ରଧାନମନ୍ତ୍ରୀ ଶତବାର୍ଷିକୀ ସମାରୋହ ଅବସରରେ ସମସ୍ତ ବିଦ୍ୟାର୍ଥୀ, ଶିକ୍ଷତ ଏବଂ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶତାବ୍ଦୀ ସମାରୋହ ଭଳି ଐତିହାସିକ କ୍ଷଣକୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ପାଳିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ଶିକ୍ଷାର ମନ୍ଦିର ରୂପରେ ଏକ ଶତାବ୍ଦୀ ଧରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ବୌଦ୍ଧିକ ବିକାଶ ଏବଂ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ତୁଲାଇଛି । ଦିଲ୍ଲୀର ଗୌରବମୟ ୧୦୦ ବର୍ଷର ଯାତ୍ରାରେ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଠାରୁ ଆରମ୍ଭ କରି ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶକୁ ମାର୍ଗ ଦେଖାଇଛି । ନିଜର ଜ୍ଞାନ ଏବଂ ସଂସ୍କାର ବଳରେ ବିଶ୍ୱବିଦ୍ୟାଳୟ ଦେଶକୁ ବିଭିନ୍ନ ସ୍ଥାନରେ ଅନେକ ପ୍ରତିଭାଙ୍କୁ ପ୍ରଦାନ କରିଛି । ଅମୃତକାଳ ଭଳି ମହତ୍ୱପୂର୍ଣ୍ଣ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି ଭାବରେ ପରିଣତ କରିବାର ସଂକଳ୍ପକୁ ପୂରଣ କରିବା ଦିଗରେ ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଛି।

Categories
ଆଞ୍ଚଳିକ

ଗମ୍ଭାରିମୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିଲେ ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ମୋ ବୁଥ୍, ସବୁଠୁ ମଜବୁତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବୁଥ୍ ନଂ ୧୦ରେ ଶୁଣିଲେ ଭରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଗମ୍ଭାରିମୁଣ୍ଡା ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ସହିତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଭାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବା ସହିତ ବ୍ଲକର ବିଭିନ୍ନ ବିଷୟକୁ ନେଇ ଏକ ସକାରାତ୍ମକ ଚର୍ଚ୍ଚା ସହିତ ସହଭୋଜର ଆୟୋଜନ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ୩୦୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନିଜ ଉଦ୍ବୋଧନରେ କାର୍ଯ୍ୟକର୍ତ୍ତାଙ୍କୁ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତ୍ତାମାନଙ୍କ କାମ ହେଉଛି ଦେଶହିତ ସହିତ ଜଡ଼ିତ ସମସ୍ତ ବିଷୟକୁ ଆଗକୁ ନେଇ କାର୍ଯ୍ୟ କରିବା। ଭାରତୀୟ ଜନତା ପାର୍ଟିର ସବୁଠୁ ବଡ଼ ଶକ୍ତି ହେଉଛନ୍ତି କାର୍ଯ୍ୟକର୍ତ୍ତା। ଭାରତୀୟ ଜନତା ପାର୍ଟି ଫତୱା ଜାରି କରୁଥିବା ପାର୍ଟି ନୁହେଁ, ଜନତାଙ୍କ ବିକାଶ ପାଇଁ କାମ କରୁଥିବା ପାର୍ଟି। ସେ ଦେଶର ବିରୋଧୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ ପରିବାରବାଦକୁ ଆଗକୁ ବଢ଼ାଉଛନ୍ତି ବିରୋଧୀ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ନଡ୍ଡାଙ୍କୁ ପଚାରିଲେ ଭାରତରେ କଣ ଚାଲିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ଆମେରିକା ଏବଂ ଇଜିପ୍ଟ ଗସ୍ତଶେଷ କରି ଭାରତ ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ପିଏମ ମୋଦୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ବିଜେପି ମୁଖ୍ୟ ଜେ ପି ନାଡା ସ୍ବାଗତ କରିଛନ୍ତି। ଏଥିରେ ଦିଲ୍ଲୀର ବିଜେପି ନେତା ତଥା ଦଳର ସାଂସଦ ହର୍ଷ ବର୍ଦ୍ଧନ, ହାନ୍ସ ରାଜ ଏବଂ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ।

ବିମାନ ବନ୍ଦରରେ ମୋଦି ସଭାପତି ନଡ୍ଡାଙ୍କୁ ପଚାରିଛନ୍ତି ଯେ, ଭାରତରେ ବର୍ତ୍ତମାନ କଣ ଚାଲିଛି। ଉତ୍ତରେ ନଡ୍ଡା କହିଥିଲେ ଯେ, ସରକାରର ନଅ ବର୍ଷର ରିପୋର୍ଟ କାର୍ଡ ଧରି ଦଳର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଦେଶ ବେଶ୍ ଖୁସି ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହାଗଲା ବୋଲି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବିଜେପି ସାଂସଦ ପରଭେଶ ବର୍ମା କହିଛନ୍ତି ଯେ ଦେଶରେ କ’ଣ ଘଟୁଛି ଏବଂ ଦଳର ଜନସମ୍ପର୍କ କାର୍ଯ୍ୟକ୍ରମ କିପରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ତାଙ୍କୁ ଆମେ ଏ ବିଷୟରେ ସମସ୍ତ କଥା ଜଣାଇଥିଲୁ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏନଏଚକ୍ୟୁରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ।

ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ସାବା କୋରୋସିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଆପଣଙ୍କୁ ଦେଖିବାକୁ ଉତ୍ସୁକ ଅଛି। ଆପଣଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର ବନାଇବ।

ଯୋଗ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦିଗରେ ଦୁନିଆକୁ ଏକାଠି କରିଥାଏ। ଏହା ବୈଶ୍ୱିକ ସ୍ତରରେ ଅଧିକ ଲୋକପ୍ରିୟ ହେଉ।’

Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ଯୋଗ ଆସନର ଭିଡିଓ ସେଟ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଗ ଆସନର ଏକ ଭିଡିଓ ସେଟ୍ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍:

https://twitter.com/narendramodi/status/1669591403062755330?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1669591403062755330%7Ctwgr%5Ea96b36f69e396e18aa7ce7a2919d5c1654dd2031%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1932852

‘ଯୋଗ ଉଭୟ ଶରୀର ଏବଂ ମନ ପାଇଁ ବିଶେଷ ଲାଭଦାୟକ। ଏହା ଶକ୍ତି, ନମନୀୟତା ଏବଂ ଶାନ୍ତି ଦେଇଥାଏ। ଆସନ୍ତୁ ଯୋଗକୁ ଆମ ଜୀବନର ଏକ ଅଂଶ କରି ଶାନ୍ତି ଏବଂ ସୁସ୍ଥତା ଆଡ଼କୁ ବଢ଼ିବା। ବିଭିନ୍ନ ଆସନକୁ ଦେଖାଉଥିବା ଭିଡିଓର ଏକ ସେଟ୍ ସେୟାର କରୁଛି।’

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ସେ ଯାହା କହିଥିଲେ ତାହା ହେଲା..

ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର!

ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି। କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି। ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଆପଣମାନଙ୍କ କାନ୍ଧରେ ଗୁରୁଦାୟିତ୍ୱ ରହିଛି। ଅର୍ନ୍ତଜାତୀୟ ସ୍ତରରେ କୃଷି ସାଢେ ପାଞ୍ଚ ବିଲିୟନ ଲୋକଙ୍କ ପାଇଁ ଜୀବିକା ଯୋଗାଇଥାଏ।

ଗ୍ଲୋବାଲ୍ ସାଉଥରେ କୃଷି କ୍ଷେତ୍ରର ଜିଡିପିରେ ପ୍ରାୟ ୩୦ ପ୍ରତିଶତ ଏବଂ ନିଯୁକ୍ତିରେ ୬୦ ପ୍ରତିଶତରୁ ଅଧିକ ଯୋଗଦାନ ରହିଛି। ଆଜି ଏହି କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଯୋଗାଣ ଶୃଙ୍ଖଳା ଭୌଗୋଳିକ ଓ ରାଜନୈତିକ ତିକ୍ତତାର ପ୍ରଭାବରେ ବିଗିଡି ଯାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ବାରମ୍ବାର ପ୍ରତିକୂଳ ପାଣିପାଗ ଦେଖାଦେଉଛି। ଏହି ଆହ୍ୱାନଗୁଡିକ ଗ୍ଲୋବାଲ୍ ସାଉଥ୍ ଅଧିକ ଅନୁଭବ କରିଥାଏ।

ବନ୍ଧୁଗଣ,

ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ କ’ଣ କରୁଛି ତାହା ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହେଁ। ଆମର ନୀତି ହେଉଛି ‘ବ୍ୟାକ୍‍ ଟୁ ବେସିକ’ ଏବଂ ‘ମାର୍ଚ୍ଚ ଟୁ ଫ୍ୟୁଚର’ ର ଏକ ମିଶ୍ରଣ।  ଆମେ ପ୍ରାକୃତିକ ଚାଷ ସହିତ ଆଧୁନିକ ଜ୍ଞାନକୌଶଳ ଆଧାରିତ ଚାଷକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। ସମଗ୍ର ଭାରତର କୃଷକମାନେ ବର୍ତ୍ତମାନ ପ୍ରାକୃତିକ ଚାଷ କାର୍ଯ୍ୟ କରୁଛନ୍ତି। ସେମାନେ ସିନ୍ଥେଟିକ୍ ସାର କିମ୍ବା କୀଟନାଶକ ବ୍ୟବହାର କରୁନାହାଁନ୍ତି।

ପୃଥିବୀ ମା’କୁ ସଜୀବ କରିବା, ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା କରିବା, ‘ପ୍ରତି ବୁନ୍ଦାରେ ଅଧିକ ଫସଲ’ ଉତ୍ପାଦନ କରିବା ଏବଂ ଜୈବିକ ସାର ଓ କୀଟନାଶକ ପରିଚାଳନାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି। ସେହି ସମାନ ସମୟରେ, ଆମର କୃଷକମାନେ ଉତ୍ପାଦନ ବୃଦ୍ଧି ପାଇଁ ସକ୍ରିୟ ଭାବରେ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସେମାନେ ନିଜ ଚାଷ ଜମିରେ ସୌର ଶକ୍ତି ଉତ୍ପାଦନ ଏବଂ ବ୍ୟବହାର କରୁଛନ୍ତି।

ଫସଲ ଚୟନ କରିବା ପାଇଁ ସେମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ପୋଷକ ତତ୍ୱ ସିଞ୍ଚନ କରିବା ଏବଂ ସେମାନଙ୍କ ଫସଲ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରୁଛନ୍ତି। ମୁଁ ବିଶ୍ୱାସ କରେ କୃଷି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ପାଇଁ ଏହି “ଫ୍ୟୁଜନ୍ ଆପ୍ରୋଚ”  ହେଉଛି ସର୍ବୋତ୍ତମ ଉପାୟ।

ବନ୍ଧୁଗଣ,

ଆପଣ ଜାଣନ୍ତି, ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରାଯାଏ। ହାଇଦ୍ରାବାଦରେ ଥିବା ଆପଣଙ୍କର ଖାଦ୍ୟ ଥାଳିରେ ଆପଣ ଏହାର ପ୍ରତିଫଳନ ଦେଖିବାକୁ ପାଇବେ, ମିଲେଟ ରୁ ପ୍ରସ୍ତୁତ ଅନେକ ଖାଦ୍ୟ, କିମ୍ବା ଶ୍ରୀ ଅନ୍ନ ପାଇବେ, ଏହାକୁ ଆମେ ଭାରତରେ ଏଭଳି କହିଥାଉ। ଏହି ସୁପରଫୁଡ୍ ଖାଇବା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ କମ୍ ଜଳ ବ୍ୟବହାର କରି, କମ୍ ସାରର ଆବଶ୍ୟକତା ଏବଂ ଅଧିକ କୀଟନାଶକକୁ ପ୍ରତିରୋଧ କରି ଆମ କୃଷକଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ।

ଅବଶ୍ୟ, ମିଲେଟସ୍ ନୂଆ ନୁହେଁ। ହଜାରେ ବର୍ଷ ଧରି ସେଗୁଡିକ ଚାଷ କରାଯାଇଆସୁଛି। କିନ୍ତୁ ବଜାର ଏବଂ ବିପ୍ପଣନ ଆମର ପସନ୍ଦକୁ ଏତେ ପ୍ରଭାବିତ କରିଥିଲା ଯେ ଆମେ ପାରମ୍ପାରିକ ଭାବରେ ବୃଦ୍ଧି ହୋଇଥିବା ଖାଦ୍ୟର ମହତ୍ୱକୁ ଭୁଲିଗଲୁ।

ଆସନ୍ତୁ ଶ୍ରୀ ଅନ୍ନ ମିଲେଟସକୁ ଆମ ପସନ୍ଦର ଖାଦ୍ୟ ଭାବରେ ଗ୍ରହଣ କରିବା। ଆମର ନିଜର ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ମିଲେଟରେ ସର୍ବୋତ୍ତମ ଅଭ୍ୟାସ, ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସେୟାର କରିବାପାଇଁ ପାଇଁ ଭାରତ ଏକ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ସ ରିସର୍ଚ୍ଚକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବରେ ବିକାଶ କରୁଛି।

ବନ୍ଧୁଗଣ,

ବିଶ୍ୱର ଖାଦ୍ୟ ନିରାପତ୍ତା ହାସଲ କରିବା ପାଇଁ କିପରି ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ବିଚାର କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ ଦେଇ ନିରନ୍ତର ଏବଂ ଅନ୍ତର୍ଭୂକ୍ତ ଖାଦ୍ୟ ପ୍ରଣାଳୀ ଗଠନ ପାଇଁ ଆମକୁ ଉପାୟ ଖୋଜିବାକୁ ପଡିବ। ବିଶ୍ୱର ସାର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ଆମକୁ ଉପାୟ ଖୋଜିବାକୁ ପଡିବ। ସମାନ ସମୟରେ ମୃତ୍ତିକାର ଉନ୍ନତ ସ୍ୱାସ୍ଥ୍ୟ, ଫସଲ ସ୍ୱାସ୍ଥ୍ୟ ଏବଂ ଅମଳ ପାଇଁ କୃଷି ଅଭ୍ୟାସ ଗ୍ରହଣ କରନ୍ତୁ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପାରମ୍ପାରିକ ଅଭ୍ୟାସ ଆମକୁ ପୁନଃବିକଶିତ କୃଷି ପାଇଁ ବିକଳ୍ପ ବିକାଶ ସକାଶେ ପ୍ରେରଣା ଦେଇପାରେ। ଆମ କୃଷକମାନଙ୍କୁ ନବସୃଜନ ଏବଂ ଡିଜିଟାଲ ଜ୍ଞାନକୌଶଳ ସହିତ ସଶକ୍ତ କରିବାକୁ ପଡିବ। ଗ୍ଲୋବାଲ୍ ସାଉଥରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ମଧ୍ୟ ସୁଲଭତାର ସମାଧାନ କରିବା ଆବଶ୍ୟକ। କୃଷି ଏବଂ ଖାଦ୍ୟ ବର୍ଜ୍ୟକୁ ହ୍ରାସ କରିବା ଏବଂ ଏହାବାଦ୍‍ ଏହି ବର୍ଜ୍ୟକୁ ସମ୍ପଦ ସୃଷ୍ଟି କରିବାରେ ବିନିଯୋଗ କରିବା ମଧ୍ୟ ଏକ ଜରୁରୀ ଆବଶ୍ୟକତା।

ବନ୍ଧୁଗଣ,

କୃଷି କ୍ଷେତ୍ରରେ ଭାରତର ଜି୨୦ ପ୍ରାଥମିକତା ଆମର ‘ଗୋଟିଏ ପୃଥିବୀ’ କୁ ସମାଧାନ କରିବା, ଆମର ‘ଗୋଟିଏ ପରିବାର’ ମଧ୍ୟରେ ଐକବଦ୍ଧତା ସୃଷ୍ଟି କରିବା ଏବଂ ଏକ ଉଜ୍ୱଳ ‘ଗୋଟିଏ ଭବିଷ୍ୟତ’ ପାଇଁ ଆଶା ଦେବା ଉପରେ ଅଗ୍ରାଧିାକର ଦେଇଥାଏ। ମୁଁ ଜାଣି ଖୁସି ଯେ ଆପଣମାନେ ଦୁଇଟି ନିର୍ଦ୍ଦଷ୍ଟ ଫଳାଫଳ ଉପରେ କାମ କରୁଛନ୍ତି।

“ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଉପରେ ଡେକାନ୍ ଉଚ୍ଚ ସ୍ତରୀୟ ନୀତି”; ଏବଂ, ମିଲେଟସ୍ ଏବଂ ଅନ୍ୟାନ୍ୟ ଶସ୍ୟ ପାଇଁ “ମହାରିଷି” ପଦକ୍ଷେପ। ଏହି ଦୁଇଟି ପଦକ୍ଷେପକୁ ସମର୍ଥନ, ଅନ୍ତର୍ଭୂକ୍ତ, ସ୍ଥାୟୀ ଏବଂ ସହନଶୀଳ କୃଷି ପାଇଁ ଏକ ବିବୃତ୍ତି। ମୁଁ ଆପଣମାନଙ୍କର ସମସ୍ତ ବିଚାରରେ ସଫଳତା କାମନା କରୁଛି।

ଧନ୍ୟବାଦ

Categories
ଆଜିର ଖବର ଜାତୀୟ ଖବର

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନ ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କ ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ। ମୋଟ ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ। ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବ ତଥା ଏହି ପ୍ଲାଣ୍ଟ୍ ନଡା, ବଳକା ଓ ଖରାପ ହୋଇଯାଇଥିବା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ। ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ।  ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ୍ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ତଥା ବିକଳ୍ପ ଉର୍ଜା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଇଥାନଲ, ଅକ୍ଷୟ ଉର୍ଜା କିମ୍ବା ହାଇଡ୍ରୋଜେନ ; ସବୁ ପ୍ରକାର ସ୍ଥାୟୀ ଉର୍ଜା ଭାରତର ଉପଲବ୍ଧ ପ୍ରାକୃତିକ ସମ୍ପଦରୁ ଆସୁ, ଏହା ଉପରେ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରଥମ ୨ଜି ଓ ୧ଜି ଇଥାନଲ ପ୍ଲାଣ୍ଟ୍ ବରଗଡରେ ହୋଇଛି। ଏହି ପ୍ଲାଣ୍ଟର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସମାଜ ପାଇଁ ସବୁଠୁ ବଡ଼ ଯୋଗଦାନ ଏହି ଅଞ୍ଚଳ ପାଇଁ ମୋଦି ସରକାରଙ୍କର ଅଛି। ଖୁବ ଶୀଘ୍ର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

କେବଳ ବଗରଡ ନୁହେଁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହ ସୋନପୁରରେ ନୂଆ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କନ୍ଦ୍ରମନ୍ତ୍ରୀ। ଏହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ଆଞ୍ଚଳିକ ସରକାରୀ ଆଇଟିଆଇ ଅନୁଷ୍ଠାନରେ ଟେକ୍ନୋଲୋଜି ଆଧାରାତି ନୂଆ ଦକ୍ଷତା ପାଠ୍ୟକ୍ରମ ଓ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ ଏକ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ । ଧାନ ଓ ଚାଉଳ ଏ ଜିଲ୍ଲାର ଅର୍ଥନୀତି ମୂଳ ଆଧାର। ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହୋଇ ପେଟ୍ରୋଲ ଓ ଡିଜେଲରେ ମିଶାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଚାଷୀ ମାନଙ୍କ ପାଇଁ ଅର୍ଥନୀତିଙ୍କ ସବଳ କରିବ। ଏହାକୁ ଧ୍ୟାନରେ ରଖି ଗତ ୯ ବର୍ଷରେ ଚିନି ଶିଳ୍ପର ପୁନଉଦ୍ଧାର ପାଇଁ ଆଖୁଛେଦାରୁ ଇଥାନଲ ବାହାର କରି ପେଟ୍ରୋଲିୟମ ପ୍ରଡକ୍ଟର ୧୦ ପ୍ରତିଶତର ଲକ୍ଷ୍ୟ ବହୁତ ପୂର୍ବରୁ ପୂରଣ ହୋଇଛି। ଏବେ ଏହାକୁ ୨୦ ପ୍ରତିଶତ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ନୂଆ ଅଧ୍ୟାୟ ସହ ଯୋଡି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବର ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିମ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କର ଦାୟିତ୍ୱରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ ସମେତ ଖରିଫ ଫସଲର ଏମଏସପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା। କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।

ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ।

ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ। ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ। ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ।

ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ନୂତନ ପବିତ୍ର ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଆଜିର ଦିନ ନୂଆ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେବା ସହ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସମର୍ପଣ କରାଯାଇଥିବା ନୂଆ ସଂସଦ ଭବନ ସମସ୍ତଙ୍କୁ ଗୌରବାନ୍ୱିତ କରୁଥିବା ଭଳି ସମୟ। ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ ଲୋକତନ୍ତ୍ରର ଏହି ମନ୍ଦିର ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରେରିତ କରୁଥିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଅନୁମତି ଦିଆଯାଇଛି। ଆଜି ଅପରହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ। ଦିଲ୍ଲୀରେ ପହଞ୍ଚିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ୭ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟରର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସାରା ଦେଶରେ ୯୧ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟରର ଶୁଭାରମ୍ଭ କରିଛନ୍ତି। ଏହି ୯୧ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟର ମଧ୍ୟରୁ ଓଡ଼ିଶାରେ ମଧ୍ୟ ୭ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟରର ଉଦ୍‌ଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଙ୍କ ସମେତ ପ୍ରସାର ଭାରତୀର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଓଡ଼ିଶାର କେନ୍ଦ୍ରାପଡ଼ା, ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ଫୁଲବାଣୀଠାରେ ଏହି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟର ଉଦ୍‌ଘାଟିତ
ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱର ଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇ ଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି। ବିଶେଷ ଭାବରେ ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ ଏହି ରାଷ୍ଟ୍ର ଦ୍ୱୟ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ। ଏହି ଯୁଗ୍ମ କର୍ମଶାଳା ସିଙ୍ଗାପୁରର ପାରଦର୍ଶୀତା ଏବଂ ଜ୍ଞାନକୁ ଉପଯୋଗ କରିବା ଉପରେ ଧ୍ୟାନ ଦେବ। ସ୍କିଲ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ସହ କୌଶଳ ପରିସଂସ୍ଥାନକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭବିଷ୍ୟତର କାର୍ଯ୍ୟଶୈଳି ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ତିନି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମଓ୍ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସ୍-ସିପ୍ ଏବଂ ଫ୍ରେମଓ୍ୱାର୍କ ପାଇଁ ଆଲୋଚନା କରାଯାଇଛି। ଭବିଷ୍ୟତର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ସ୍କିଲ ମ୍ୟାପିଂ ଉପରେ ଗୁରୁତ୍ୱ ଦିଆଯାଇଛି।

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀ ମାନଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ସ୍କୁଲ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଚର୍ଚ୍ଚା ଆଲୋଚନା କରିଛନ୍ତି। ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି।

ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଭାରତ ଏବଂ ସିଙ୍ଗାପୁର ମିଶି କେବଳ ନିଜର ଆବଶ୍ୟକତା ପୂରଣ କରିବେ ନାହିଁ ବରଂ ସ୍କୁଲ ପାଠ୍ୟକ୍ରମରେ ସିଙ୍ଗାପୁର ଆଣିଥିବା ସ୍କିଲିଂ ବିଷୟକୁ ମଧ୍ୟ ଗ୍ରହଣ କରାଯିବ। ଏଆଇସିଟିଇ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଏବଂ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ କିପରି ଦକ୍ଷତା ପରିସଂସ୍ଥାନରେ ଅଧିକ ଯୋଡ଼ି ହେବେ ତାହାର ଯୋଜନା କରାଯିବ। ଏହାସହ ବର୍ତ୍ତମାନର ୱାର୍କଫୋର୍ସକୁ ନିରନ୍ତର ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି। ଭାରତ ଓ ସିଙ୍ଗାପୁର ଉଭୟ ବିଶ୍ୱ ସମୁଦାୟର କଲ୍ୟାଣକୁ ନିଶ୍ଚିତ କରିପାରିବେ। ଏହି ଯୁଗ୍ମ କର୍ମଶାଳା ସ୍କିଲିଂ ପାଇଁ ନୂଆ ମଡେଲ ତିଆରି କରିବ, ଯେଉଁ ମଡେଲ ବିଶ୍ୱର ଆକାଂକ୍ଷାକୁ ପୂରଣ କରିବା ସହ ଯୁବବର୍ଗଙ୍କୁ ପ୍ରେରିତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତାକୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହା ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ମାଧ୍ୟମରେ ଶିକ୍ଷା ଏବଂ ସ୍କିଲିଂ, ହରାଇଜେଣ୍ଟାଲ ଏବଂ ଭର୍ଟିକାଲ ମୋବିଲିଟିକୁ ଏକୀକରଣ କରିବା ସହ ଭାରତର ଦକ୍ଷତା ପରିସଂସ୍ଥାନର ପୁନଃବାଖ୍ୟା କରୁଛି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଧନ୍ଦାମୂଳକ ଶିକ୍ଷାରେ ଔପଚାରିକ ରୂପ ଦେବା ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି। ସେଥିପାଇଁ ଏହି ୱାର୍କସପର ଆୟୋଜନ କରାଯାଇଛି।

ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କ୍ଷେତ୍ରରେ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି। ବିଶେଷ ଭାବରେ ସିଙ୍ଗାପୁର ନିଜର ଦକ୍ଷତା ବଢାଇବା ତଥା  ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ ବିକାଶ କରିଥିବା କାରଣରୁ ଅର୍ଥନୀତିରେ ନିଜର ସ୍ଥାନ ନିରୂପଣ କରିସାରିଛି। ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଓ ଭାରତର ସମ୍ପର୍କ ମଜଭୂତ୍ ହୋଇଛି। ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି। ଭାରତର ୟୁପିଆଇ ସିଷ୍ଟମକୁ ସିଙ୍ଗାପୁର ସରକାର ଲାଗୁ କରିଛନ୍ତି।

ଏହି କର୍ମଶାଳାରେ ଭାରତର ସିଙ୍ଗାପୁର ହାଇକମିଶନର ସିମନ ଓ୍ୱଙ୍ଗ, ସିଙ୍ଗାପୁରର ଉଚ୍ଚ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ  ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି। ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ ହେବେ। ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହାର ସୁବିଧା ପାଇପାରିବେ। ଏହି ନିର୍ଣ୍ଣୟ ସବୁ ଭାରତୀୟ ଭାଷାର ପ୍ରଚାର ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ, ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷା ଗୁଡ଼ିକରେ ସିଏପିଏଫ ପରୀକ୍ଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।

Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା

ଭୁବନେଶ୍ୱର: ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା ସମସ୍ତଙ୍କୁ ପ୍ରେରିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀର ଉଦାହରଣ ଦେବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ। କମଳା ମହାରଣା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ପେଡ଼ି, ପାଚିଆ, ମୋବାଇଲ ଷ୍ଟାଣ୍ଡ୍ ଭଳି ଉତ୍ପାଦ ପ୍ରସ୍ତୁତ କରି ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ତାଙ୍କର ପ୍ରଚେଷ୍ଟା ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରୁଛି।

ମନ୍ କି ବାତରେ ଆଜି ପ୍ରଧାନମନ୍ତ୍ରୀଙ୍କ ଠାରୁ ଦେଶକୁ ଆଗକୁ ନେବା ଦିଗରେ ଦେଶବାସୀଙ୍କୁ ପ୍ରେରଣାଦାୟୀ ପ୍ରଚେଷ୍ଟା ଏବଂ ସକାରାତ୍ମକ କାହାଣୀ ସମସ୍ତଙ୍କୁ ପ୍ରେରିତ କରିଛି। ଭାରତର ପାରମ୍ପରିକ କଳା, ସଂସ୍କୃତି, ସଂଗୀତ ଏବଂ କୌଶଳକୁ ଆଗକୁ ନେବାରେ ନାଗରିକଙ୍କ ସାମୂହିକ ପ୍ରୟାସ ହିଁ ସବୁଠୁ ବଡ ଭୂମିକା ନିର୍ବାହ କରୁଛି। ପାରମ୍ପରିକ ଖେଳ- ଖେଳନାକୁ ପ୍ରୋତ୍ସାହିତ କରିବା, ସାମାଜିକ ଚେତନାରେ ରାଷ୍ଟ୍ରୀୟ ଏକତାକୁ ଆଣିବା, ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା କିମ୍ବା ଡିଜିଟାଲ ଇଣ୍ଡିଆର ଗତିରେ ଦେଶକୁ ଯୋଡିବା ହେଉ, ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଶରେ ଜନଭାଗିଦାରୀ ଏବଂ ସାମାଜିକ ପରିବର୍ତ୍ତନର ସବୁଠୁ ବଡ ଉତ୍ସ ହୋଇଛି।

ଆଜି ୟୁପିଆଇର ଶକ୍ତି ଦୁନିଆ ଦେଖୁଛି। ଆଜିର କାର୍ଯ୍ୟକ୍ରମରେ ଦେଶବାସୀ ଡିଜିଟାଲ ଇଣ୍ଡିଆ ଦ୍ୱାରା ମେଡିକାଲ କ୍ଷେତ୍ରରେ ଆସୁଥିବା କ୍ରାନ୍ତିକୁ ଅନୁଭବ କରିଛନ୍ତି। ଆଜିର ପ୍ରୟାସରୁ ପ୍ରେରଣା ନେଇ ସମସ୍ତେ ଐତିହ୍ୟର ସଂରକ୍ଷଣ ଏବଂ ଭୋକାଲ ଫର୍ ଲୋକାଲ ପାଇଁ ଅଧିକ ପ୍ରୟାସରତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ନୂଆ ପୀଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନତ୍ତୋର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ଧୀରେ ଧୀରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଆସ୍ଥାର ବିଷୟ ହେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଢାଉଛି । ଏହି କାର୍ଯ୍ୟକ୍ରମ ଏକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇସାରିଛି ।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର  ୧୦୨ ଜଣ ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଏନସିଇଆରଟି ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅତିଥି ଭାବେ ଭାଗ ନେବେ । ଏହି ସବୁ ପିଲାଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପରୀକ୍ଷା ପେ ଚର୍ତ୍ତାର ପର ଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ ।

ଏଗଜାମ ୱାରିୟର୍ସ ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା ।

ଏଗଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦି ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ତେଲୁଗୁ, ଉର୍ଦ୍ଧୁ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟକ୍ତି ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

———————-

 

 

 

 

 

 

 

 

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୋଳ ଏନଏଚ୍-୫୩ ପାଇଁ ୧୭୪ କୋଟି ମଞ୍ଜୁର: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟତ ସୁରକ୍ଷିତ ହେବ । ଏହାବ୍ୟତିତ ଏହି ରାଜପଥ ଭାରି ଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଏନଏଚ ୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂସମ୍ବଲପୁର ଜିଲ୍ଲାର ଯାତାୟତକୁ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ।

Categories
ଧର୍ମ ବିଶେଷ ଖବର

ବାରଣାସୀରେ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ: ‘କାଶୀ ତାମିଲ ସଙ୍ଗମମ’ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ। ଏଥିପାଇଁ ଏହି କାର୍ଯ୍ୟକ୍ରମ ନିଜ ନିଜ ମଧ୍ୟରେ ବିଶେଷ ଏବଂ ଅଦ୍ୱିତୀୟ ବୋଲି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି। ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ। ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ। ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି। ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁବଲ୍ଲୁଭରଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ‘ତିରୁକ୍କୁରଲର’ର ୧୩ଟି ଭାରତୀୟ ଭାଷାରେ ଅନୁବାଦ ଲୋକାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କାଶୀ ତାଲିମ ସଙ୍ଗମମ୍ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଜୀବନ୍ତ ରୂପ ଦେବ। ଆମର ସାଂସ୍କୃତିକ ସମ୍ପର୍କ, ଆମର ଏକତା ଏବଂ ସମାନ ଐତିହ୍ୟକୁ ସମୃଦ୍ଧ କରିବାରେ କାଶୀ ତାମିଲ ସଙ୍ଗମମ ନୂଆ ଅଧ୍ୟାୟ ଲେଖିବ। ରାଷ୍ଟ୍ରୀୟ ଶିକ୍ଷା ନୀତିର ଦୃଷ୍ଟିକୋଣ ଅନୁସାରେ ଆଧୁନିକ ନୂଆପିଢିଙ୍କୁ ପ୍ରସ୍ତୁତ କରିବାରେ ଏହା ଏକ ପ୍ରତୀକ ହେବ। ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କ ବିଦ୍ୱାନ ଓ ଦର୍ଶନ ଦ୍ୱାରା ଏହି ମିଳନରୁ ଉତ୍ପନ ହେବାକୁ ଥିବା ଅମୃତ, ଜ୍ଞାନ, ଅନୁସନ୍ଧାନ ଏବଂ ରାଷ୍ଟ୍ରୀୟ ଏକତାର ବଟ୍ଟବୃକ୍ଷ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ତିରୁକ୍କୁରଲର ତାମିଲ ସହ ଭାରତୀୟ ଭାଷାର ସମ୍ବର୍ଦ୍ଧନ ଏବଂ ଲୋକକଲ୍ୟାଣକାରୀ ଜ୍ଞାନ ପ୍ରଦାନ ଦିଗରେ ଏକ ବଡ଼ ପଦକ୍ଷେପ। କାଶୀରେ ବାବା ବିଶ୍ୱନାଥ ଏବଂ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ ରହିଛି। କାଶୀ ଓ ତାମିଲନାଡୁ ଉଭୟ ଶିବମୟ ଓ ଶକ୍ତିମୟ। ଆସ୍ଥା, ଆଧ୍ୟାତ୍ମିକତା, ଜ୍ଞାନ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ଦୁଇ ପୌରାଣିକ ଏବଂ ଜୀବନ୍ତ କେନ୍ଦ୍ର କାଶୀ ଏବଂ ତାମିଲନାଡୁକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ କାଶୀ ତାମିଲ ସଙ୍ଗମମ୍ ଭଳି ଭବ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜର ସହଭାଗୀତାରେ ସଙ୍ଗମମକୁ ଐତିହାସିକ କରିବା ପାଇଁ ସମସ୍ତ ପୂଜ୍ୟ ଗୁରୁ, ତାମିଲନାଡୁରୁ ଆସିଥିବା ଅତିଥି, ବିଦ୍ୟାର୍ଥୀ ଏବଂ କାଶୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କାଶୀ ତାମିଲ ସଙ୍ଗମମର ଆୟୋଜନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ଯଥା ସଂସ୍କୃତି, ରେଳ, ପର୍ଯ୍ୟଟନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶର ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି। ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମ ଅଧୀନରେ ତାମିଲନାଡୁର ୨୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି କାଶୀ ଗସ୍ତ କରିବେ। କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଜ୍ଞାନ ପ୍ରଣାଳୀର ମୂଲ୍ୟବାନ ସାମଗ୍ରୀକୁ ଜ୍ଞାନର ଆଧୁନିକ ପ୍ରଣାଳୀ ସହ ଏକାଠୀ କରିବାରେ ବିଶେଷ ଯୋର୍ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ। ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ। ବରଂ ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି। ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିବା କିମ୍ବା ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣ କରିବାର ଦାୟିତ୍ୱ ନେଲେ ହିଁ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ।

ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ ସୁଦ୍ଧା ୨୫ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆଗାମୀ ୧୩ ଓ ୨୫ ବର୍ଷ ପାଇଁ ଆମର ଦାୟିତ୍ୱ କଣ ରହିବ ଓ ଓଡ଼ିଶାର ଚିତ୍ର କଣ ହେବ ଏ ଦିଗ ଉପରେ କଳ୍ପନା କରିବା ଦରକାର  ଏହି ସମୟରେ ସାମାଜିକ ଦାୟିତ୍ୱ କଣ ହେବ ଓ ଓଡ଼ିଶାର ଅର୍ଥନୀତି କେଉଁ ଅବସ୍ଥାରେ ଥିବ, ଚାଷ କ୍ଷେତ୍ରର ଭିତ୍ତିଭୂମି ଓ ଯୁବକର ସ୍ୱପ୍ନ କଣ ରହିବ, ଏହା ଆଧାରରେ ସଂକଳ୍ପ ନେବାକୁ ପଡ଼ିବ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେହିପରି ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି। ଏହି ବିଚାର, ପୃଥିବୀରେ ଓଡ଼ିଆ ଜାତି ଓ ଜନଜୀବନର ଲୋକକଥାର ପ୍ରସ୍ପୁଟିତର ପ୍ରତିଫଳନ। ଏଥିରୁ ଓଡିଆ ଜାତିର ମୌଳିକ କ୍ଷମତାର ଗଭୀରତା ଅନୁମେୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ସମାଜର ପ୍ରବାଦ ପୁରୁଷ, ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଓ ରାଜନୀତିର ପ୍ରତୀକ ଭାବେ ଜଣାଶୁଣା ସ୍ୱର୍ଗତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜିକ, ରାଜନୈତିକ ଏବଂ ସାମ୍ବାଦିକତା ଜଗତର ମୂଲ୍ୟବୋଧର ପ୍ରତୀକ ଥିଲେ। ପର୍ଯ୍ୟାବରଣର ସୁରକ୍ଷା, ଗରିବ ଲୋକଙ୍କୁ ତାଙ୍କ ହକ୍ ଓ ଅଧିକାର ପ୍ରଦାନ କରିବା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଚାର ଉଚ୍ଚକୋଟ୍ଟୀର ଥିଲା। ଏହିପରି ଭାବରେ ଓଡ଼ିଆ ସ୍ୱାଭିମାନକୁ ନିଜ ଦୃଷ୍ଟିରେ ପରିପ୍ରକାଶ କରିବାରେ ସେ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ସ୍ୱର୍ଗତ ବଳଙ୍କ ଦ୍ୱାରା ସ୍ଥାପିତ ବେଞ୍ଚମାର୍କ ଆଧାରରେ ଆମେ ଓଡ଼ିଆ ଲୋକମାନେ ଆଗକୁ ବଢିବା ପାଇଁ ଦାୟିତ୍ୱ ନେବା ସହ ପରିଶ୍ରମ କରିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରେ ସ୍ୱର୍ଗତ ବଳଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଉଭୟଙ୍କ ବୈଚାରିକ ଅସହମତ ସତ୍ତ୍ୱେ ସେ ମୋତେ ବହୁତ ସ୍ନେହ ଓ ଆଦର କରିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଗତିବାଦୀ’ ଗୋଟିଏ ବିଚାର ଓ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ। କେବଳ ପ୍ରଶଂସା ନୁହେଁ ବରଂ ଏକ ସମାଲୋଚକ ଭାବେ ଖବର ପ୍ରକାଶିତ କରେ। କାରଣ, ସମାଲୋଚନା ଦ୍ୱାରା ହିଁ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଉତ୍କୃଷ୍ଟତା ସାଧିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବା ସହ ଏହି ପତ୍ରିକା ଯୁବପିଢିଙ୍କୁ ପ୍ରେରିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଆଜି ପ୍ରଧାନମନ୍ତ୍ରୀ ତାଙ୍କର ‘ମନ୍ କି ବାତ୍’ ରେ କଣ କହିଲେ, ପଢନ୍ତୁ ତାହାର ଓଡିଆ ରୂପାନ୍ତର

ନୂଆଦିଲ୍ଲୀ:  ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦେଶର ଅନେକ ଭାଗରେ ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଠ୍ ପାଳିତ ହେଉଛି । ଛଠ୍ ପର୍ବରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଗାଁ, ନିଜ ଘର, ନିଜ ପରିବାରରେ ଯାଇ ପହଞ୍ଚିଛନ୍ତି । ଛଠ୍ ମାତା ସମସ୍ତଙ୍କୁ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା ।

ବନ୍ଧୁଗଣ, ସୂର‌୍ୟ୍ୟ ଉପାସନାର ପରମ୍ପରା ଏ କଥାର ପ୍ରମାଣ ଦିଏ ଯେ ଆମ ସଂସ୍କୃତି, ଆମ ବିଶ୍ୱାସ ପ୍ରକୃତି ସହ କେତେ ଗଭୀର ଭାବେ ସଂଶ୍ଲିଷ୍ଟ । ଏହି ପୂଜା ମାଧ୍ୟମରେ ଆମ ଜୀବନରେ ସୂର‌୍ୟ୍ୟାଲୋକର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହା ସଙ୍ଗେ ସଙ୍ଗେ ଏହି ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ଯେ, ଉତ୍‌ଥାନ ପତନ ଜୀବନର ଅଭିନ୍ନ ଅଙ୍ଗ । ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଆମେ ଏକ ସମାନ ଭାବନା ରଖିବା ଉଚିତ । ଛଠ୍ ମାତାଙ୍କ ପୂଜାରେ ବିଭିନ୍ନ ପ୍ରକାର ଫଳ ଓ ଠେକୁଆ (ନାମକ ମିଷ୍ଟାନ୍ନ)ର ଭୋଗ ହୋଇଥାଏ । ଏହାର ପୂଜାବିଧି ମଧ୍ୟ କୌଣସି କଠିନ ସାଧନାଠାରୁ କମ୍ ହୋଇ ନ ଥାଏ ।

ଛଠ୍ ପୂଜାର ଆଉ ଏକ ବିଶେଷତ୍ୱ ହେଲା ଯେ, ସେଥିରେ ପୂଜା ପାଇଁ ଯେଉଁ ବସ୍ତୁଗୁଡ଼ିକ ବ୍ୟବହାର ହୋଇଥାଏ, ସେଗୁଡ଼ିକ ସମାଜର ବିଭିନ୍ନ ଶ୍ରେଣୀର ଲୋକେ ମିଶି ତିଆରି କରିଥାନ୍ତି । ସେଥିରେ ବାଉଁଶରେ ତିଆରି ଟୋକେଇ କିମ୍ବା ଚାଙ୍ଗୁଡ଼ି ବ୍ୟବହାର ହୋଇଥାଏ । ମାଟି ତିଆରି ଦୀପର ନିଜସ୍ୱ ବିଶେଷତ୍ୱ ଥାଏ । ଏହାଦ୍ୱାରା ସମାଜରେ ଚଣା ଚାଷ କରୁଥିବା ଚାଷୀ ଏବଂ ବତାସା ତିଆରି କରୁଥିବା ଛୋଟ ବ୍ୟବସାୟୀମାନଙ୍କ ଗୁରୁତ୍ୱକୁ ମଧ୍ୟ ଦର୍ଶାଯାଇଛି । ସେମାନଙ୍କ ସହଯୋଗ ବିନା ଛଠ୍ ପୂଜା ଶେଷ ହୋଇପାରିବ ନାହିଁ । ଛଠ୍ ପର୍ବ ଆମ ଜୀବନରେ ସ୍ୱଚ୍ଛତାର ମହତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ ।

ଏହି ପର୍ବ ଆସିବା ମାତ୍ରେ ସାମୂହିକ ଭାବେ ରାସ୍ତା, ନଦୀ ଘାଟ, ବିଭିନ୍ନ ଜଳ ସ୍ରୋତ ସବୁଗୁଡ଼ିକୁ ପରିଷ୍କାର କରାଯାଇଥାଏ । ଛଠ୍ ପର୍ବ ଏକ ଭାରତ-ଶ୍ରେଷ୍ଠ ଭାରତର ଅନ୍ୟତମ ଉଦାହରଣ । ଆଜି ବିହାର ଏବଂ ପୂର୍ବାଞ୍ଚଳର ଲୋକେ ଦେଶର ଯେକୌଣସି ଭାଗରେ ଥାଆନ୍ତୁ, ସେଠାରେ ଯାକଯମକରେ ଛଠ୍ ପର୍ବ ପାଳନ କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଜିଲା ସହ ଗୁଜରାଟର ଅନେକ ଭାଗରେ ବହୁ ଜାକଜମକରେ ଛଠ୍ ପର୍ବର ଆୟୋଜନ ହେଉଛି । ମୋର ମନେଅଛି, ଗୁଜରାଟରେ ଆଗରୁ ଛଠ୍ ପୂଜାର ସେମିତି କୌଣସି ବିଶେଷ ଆୟୋଜନ ହେଉନଥିଲା ।

କିନ୍ତୁ ସମୟ ସହ ଆଜି ପ୍ରାୟଃ ସମଗ୍ର ଗୁଜରାଟରେ ଛଠ୍ ପୂଜାର ଉଲ୍ଲାସ ପରିଲକ୍ଷିତ ହେଉଛି । ଏହାଦେଖି ମୋତେ ମଧ୍ୟ ବହୁତ ଖୁସି ଲାଗୁଛି । ଆଜିକାଲି ଆମେ ଲକ୍ଷ୍ୟ କରୁଛୁ ଯେ, ବିଦେଶରୁ ମଧ୍ୟ ଛଠ୍ ପୂଜାର ବଡ଼ ଆୟୋଜନର ଭବ୍ୟ ଚିତ୍ର ଆସୁଛି । ଅର୍ଥାତ ଭାରତର ସମ୍ପୂର୍ଣ୍ଣ ପରମ୍ପରା ଆମ ବିଶ୍ୱାସ ବିଶ୍ୱର କୋଣ ଅନୁକୋଣରେ ଏହାର ପରିଚୟ ସୃଷ୍ଟି କରିଚାଲିଛି । ଏହି ମହାପର୍ବରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଧର୍ମପରାୟଣ ବ୍ୟକ୍ତିଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର‌୍ୟ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର‌୍ୟ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର‌୍ୟ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର‌୍ୟ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।

ତାମିଲନାଡ଼ୁର କାଞ୍ଚିପୁରମର ଜଣେ ଚାଷୀ ହେଉଛନ୍ତି ଥିରୁ କେ. ଏଝିଲନ୍ । ସେ ପି.ଏମ. କୁସୁମ ଯୋଜନାର ଲାଭ ଉଠାଇଲେ ଏବଂ ନିଜ ଜମିରେ ଦଶ ଅଶ୍ୱଶକ୍ତି ସମ୍ପନ୍ନ ସୋଲାର ପମ୍ପସେଟ୍ ଲଗାଇଲେ । ଏବେ ତାଙ୍କୁ ନିଜ କ୍ଷେତରେ ବିଜୁଳି ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ୁନି । କ୍ଷେତରେ ଜଳସେଚନ ପାଇଁ ଏବେ ସେ ସରକାରଙ୍କ ବିଜୁଳି ଯୋଗାଣ ଉପରେ ମଧ୍ୟ ନିର୍ଭର କରୁନାହାନ୍ତି । ସେହିଭଳି ରାଜସ୍ଥାନର ଭରତପୁରରେ ପି.ଏମ. କୁସୁମ ଯୋଜନାର ଆଉ ଜଣେ ହିତାଧିକାରୀ ଚାଷୀ ରହିଛନ୍ତି – କମଲ୍ ଜୀ ମିଣା ।

କମଲ୍ ଜୀ କ୍ଷେତରେ ସୋଲାର୍ ପମ୍ପ ଲଗାଇଲେ, ଯାହାଦ୍ୱାରା ତାଙ୍କ ବିନିଯୋଗ ରାଶି ହ୍ରାସ ପାଇଛି । ବିନିଯୋଗ କମ୍ ହେବାରୁ ଆୟ ମଧ୍ୟ ବଢ଼ିଯାଇଛି । କମଲ ଜୀ ସୌର ବିଦ୍ୟୁତ ସହ ଅନ୍ୟ କେତେକ ଛୋଟ ଛୋଟ ଉଦ୍ୟୋଗକୁ ମଧ୍ୟ ସଂଶ୍ଳିଷ୍ଟ କରିଛନ୍ତି । ତାଙ୍କ ଅଞ୍ଚଳରେ କାଠ କାମ ହେଉଛି । ଗୋବରରୁ ତିଆରି ହେଉଥିବା ଉତ୍ପାଦଗୁଡ଼ିକ ରହିଛି । ଏସବୁରେ ମଧ୍ୟ ସୌର ବିଦ୍ୟୁତ ବ୍ୟବହାର ହେଉଛି । ସେ ଦଶ-ବାର ଜଣଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଅର୍ଥାତ, କୁସୁମ ଯୋଜନାରେ କମଲ୍ ଜୀ ଯେଉଁ ଶୁଭାରମ୍ଭ କଲେ, ତାର ମହକ ଅନେକ ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ।

ବନ୍ଧୁଗଣ, ଆପଣ ମାସଯାକ ବିଜୁଳି ବ୍ୟବହାର କରନ୍ତି ଏବଂ ଶେଷରେ ଆପଣଙ୍କ ନିକଟକୁ ବିଜୁଳି ବିଲ୍ ପହଞ୍ଚିବା ପରିବର୍ତ୍ତେ ଆପଣଙ୍କୁ ଟଙ୍କା ମିଳିବା କଥା ଆପଣମାନେ କଳ୍ପନା କରିପାରୁଛନ୍ତି କି? ସୌରଶକ୍ତି ଏ କଥା ମଧ୍ୟ କରିଦେଖାଇଛି । କିଛିଦିନ ପୂର୍ବେ ଆପଣ ଦେଶର ପ୍ରଥମ ସୂର‌୍ୟ୍ୟ ଗ୍ରାମ ଗୁଜରାଟର ମୋଢେରା ସମ୍ପର୍କରେ ବହୁତ କିଛି ଶୁଣିଥିବେ । ମୋଢେରା ସୌର ଗ୍ରାମର ଅଧିକାଂଶ ଘର ସୌରଶକ୍ତି ଦ୍ୱାରା ବିଜୁଳି ଉତ୍ପାଦନ କରିବା ଆରମ୍ଭ କରିଦେଇଛନ୍ତି । ଏବେ ସେଠାରେ ଅନେକ ଘରକୁ ବିଜୁଳି ବିଲ୍ ଯିବା ପରିବର୍ତ୍ତେ ବିଜୁଳିରୁ କରିଥିବା ଆୟର ଚେକ୍ ଯାଉଛି । ଏହା ଦେଖି ଅନେକ ଗାଁର ଲୋକେ ମୋତେ ଚିଠି ଲେଖି କହୁଛନ୍ତି ଯେ, ସେମାନଙ୍କ ଗାଁକୁ ବି ସୌର ଗ୍ରାମରେ ପରିବର୍ତିତ କରାଯାଉ । ଅର୍ଥାତ, ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଭାରତରେ ସୌର ଗ୍ରାମର ନିର୍ମାଣ ଗୋଟିଏ ବହୁତ ବଡ଼ ଜନଆନ୍ଦୋଳନର ରୂପ ନେବ । ଏହାର ଆରମ୍ଭ ତ ମୋଢେରା ଗାଁର ଲୋକେ କରିସାରିଛନ୍ତି ।

ଆସନ୍ତୁ, ‘ମନ୍ କି ବାତ୍‌’ର ଶ୍ରୋତାମାନଙ୍କୁ ମୋଢେରାର ଲୋକଙ୍କ ସହିତ ଭେଟ କରାଇବା । ଆମ ସହିତ ଫୋନ୍ ଲାଇନ୍‌ରେ ବର୍ତ୍ତମାନ ଯୋଡ଼ିହୋଇଛନ୍ତି ଶ୍ରୀଯୁକ୍ତ ବିପିନ୍ ଭାଇ ପଟେଲ ।

ପ୍ରଧାନମନ୍ତ୍ରୀ : ବିପିନ ଭାଇ ନମସ୍କାର । ଦେଖନ୍ତୁ, ଏବେ ତ ମୋଢେରା ସାରା ଦେଶ ପାଇଁ ଗୋଟିଏ ମଡେଲ୍ ରୂପେ ଚର୍ଚ୍ଚାର ବିଷୟ ହୋଇସାରିଛି । କିନ୍ତୁ, ଆପଣଙ୍କୁ ଯେତେବେଳେ ଆପଣଙ୍କ ବନ୍ଧୁବାନ୍ଧବ ଏହାର ଲାଭ ବିଷୟରେ ପଚାରୁଥିବେ, ସେତେବେଳେ ଆପଣ ସେମାନଙ୍କୁ କଣ କହୁଛନ୍ତି?

ବିପିନ୍ ଜୀ : ସାର୍‌, ଲୋକେ ମୋତେ ଏ ବିଷୟରେ ପଚାରିଲେ ମୁଁ କହୁଛି ଯେ, ମୋ ପାଖକୁ ଯେଉଁ ବିଜୁଳି ବିଲ୍ ଆସୁଥିଲା ତାହା ଏବେ ଜିରୋ ହୋଇଯାଇଛି । କେତେବେଳେ ୭୦ ଟଙ୍କାର ବିଲ୍ ଆସୁଛି । କିନ୍ତୁ ଆମ ଗାଁର ଅର୍ଥନୈତିକ ପରିସ୍ଥିତିରେ ଖୁବ ଉନ୍ନତି ଫ ହେଉଛି।

ପ୍ରଧାନମନ୍ତ୍ରୀ : ତା’ମାନେ ଆଗରୁ ଯେଉଁ ବିଜୁଳି ବିଲ୍ ପାଇଁ ଚିନ୍ତା ରହୁଥିଲା, ତାହା ଏକ ପ୍ରକାର ଦୂର ହୋଇଯାଇଛି?

ବିପିନ୍ ଜୀ : ହଁ ସାର୍‌, ଠିକ୍ କଥା । ଗାଁରେ ଏବେ କୌଣସି ଚିନ୍ତା ନାହିଁ । ସମସ୍ତଙ୍କୁ ଲାଗୁଛି ଯେ, ସାର୍ ଯାହା କଲେ ତାହା ବହୁତ ବଢ଼ିଆ କଲେ । ସେମାନେ ବହୁତ ଖୁସି ହୋଇଛନ୍ତି । ସମସ୍ତେ ବହୁତ ଆନନ୍ଦିତ ।

ପ୍ରଧାନମନ୍ତ୍ରୀ : ଏବେ ନିଜ ଘରେ ନିଜେ ହିଁ ବିଜୁଳି ଉତ୍ପାଦନ କେନ୍ଦ୍ରର ମାଲିକ ହେଇଗଲେ! ନିଜ

ଘରର ଛାତ ଉପରେ ହିଁ ବିଜୁଳି ଉତ୍ପାଦନ ହେଉଛି, ନୁହେଁ?

ବିପିନ୍ ଜୀ : ହଁ ସାର୍‌, ଠିକ କଥା ।

ପ୍ରଧାନମନ୍ତ୍ରୀ : ଗାଁ ଲୋକଙ୍କ ଉପରେ ଏହି ପରିବର୍ତନର କ’ଣ ପ୍ରଭାବ ପଡ଼ିଛି?

ବିପିନ୍ ଜୀ : ସାର୍‌, ଗାଁ ସାରା ଲୋକ ଚାଷ କରୁଛନ୍ତି । ତେଣୁ ବିଜୁଳି ଝାମେଲାରୁ ଆମକୁ ମୁକ୍ତି

ମିଳିଛି । ବିଜୁଳି ବିଲ୍ ତ ଆଉ ପୈଠ କରିବା ଦରକାର ନାହିଁ । ସେ ଦିଗରୁ ନିଶ୍ଚିନ୍ତ ହୋଇଯାଇଛୁ ସାର୍ ।

ପ୍ରଧାନମନ୍ତ୍ରୀ : ମାନେ, ବିଜୁଳି ବିଲ୍ ଦେବା ଦରକାର ନାହିଁ, ଆଉ ପୁଣି ସୁବିଧା ବି ବଢ଼ିଗଲା?

ବିପିନ୍ ଜୀ : ଝାମେଲା ଗଲା ସାର୍ । ସାର୍‌, ଆପଣ ଯେବେ ଏଠି ଆସିଥିଲେ, ଆଉ ସେହି ଥ୍ରୀଡି ଶୋ କୁ ଉଦ୍‌ଘାଟନ କଲେ, ତା ପରେ ତ ମୋଢେରା ଗାଁର ଶୋଭା ବଢ଼ିଯାଇଛି । ଆଉ, ସେ ଯେଉଁ ସେକ୍ରେଟାରୀ ମହୋଦୟ ଆସିଥିଲେ ସାର୍ …

ପ୍ରଧାନମନ୍ତ୍ରୀ : ହଁ . . . ହଁ . . .

ବିପିନ୍ ଜୀ : ଏହି ଗାଁଟି ଲବଜ୍ଞକ୍ଟଙ୍କଗ୍ଦ ହେଇଗଲା ସାର୍ ।

ପ୍ରଧାନମନ୍ତ୍ରୀ : ଆଜ୍ଞା ହଁ । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ନିଜର ଇଚ୍ଛା ଥିଲା । ସେ ମୋତେ ଅନୁରୋଧ କଲେ ଯେ, ଏତେ ବଡ଼ କାମ ଯେତେବେଳେ କରିଛନ୍ତି, ମୁଁ ବି ସେଠାକୁ ଯାଇ ଦେଖିବାକୁ ଚାହୁଁଛି । ହଉ, ବିପିନ୍ ଭାଇ ଆପଣଙ୍କୁ ଓ ଆପଣଙ୍କ ଗାଁର ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା । ବିଶ୍ୱବାସୀ ଆପଣଙ୍କ ଠାରୁ ପ୍ରେରଣା ଗ୍ରହଣ କରନ୍ତୁ ଓ ଏହି ସୌରଶକ୍ତିର ଅଭିଯାନ ଘରକୁ ଘର ବ୍ୟାପିଯାଉ ।

ବିପିନ୍ ଜୀ : ହଉ ଆଜ୍ଞା । ସମସ୍ତଙ୍କୁ ସୋଲାର ଲଗାଇବାକୁ ଆମେ ପ୍ରେରିତ କରିବୁ । ନିଜ ଖର୍ଚ୍ଚରେ ଲଗେଇଲେ ବି ବହୁତ ଲାଭ ହେବ ।

ପ୍ରଧାନମନ୍ତ୍ରୀ : ହଁ, ଲୋକଙ୍କୁ ବୁଝାନ୍ତୁ । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ଭାଇ ।

ବିପିନ୍ ଜୀ : ଥ୍ୟାଙ୍କ ୟୁ ସାର୍‌, ଥ୍ୟାଙ୍କ ୟୁ ସାର୍ । ଆପଣଙ୍କ ସହିତ କଥା ହୋଇ ମୋ ଜୀବନ ଧନ୍ୟ ହୋଇଗଲା ।

ପ୍ରଧାନମନ୍ତ୍ରୀ : ବିପିନ୍ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ।

ଆସନ୍ତୁ, ଏଥର ମୋଢେରା ଗାଁର ବର୍ଷା ଭଉଣୀଙ୍କ ସହିତ ମଧ୍ୟ କଥାହେବା ।

ବର୍ଷାବେନ୍ : ହ୍ୟାଲୋ, ନମସ୍କାର ସାର୍ ।

ପ୍ରଧାନମନ୍ତ୍ରୀ : ନମସ୍କାର । ନମସ୍କାର ବର୍ଷା ଭଉଣୀ । ଆପଣ କେମିତି ଅଛନ୍ତି?

ବର୍ଷାବେନ୍ : ମୁଁ ବହୁତ ଭଲ ଅଛି । ଆପଣ କେମିତି ଅଛନ୍ତି?

ପ୍ରଧାନମନ୍ତ୍ରୀ : ମୁଁ ବହୁତ ଭଲ ଅଛି ।

ବର୍ଷାବେନ୍ : ଆପଣଙ୍କ ସହିତ କଥା ହେଇ ମୁଁ ଧନ୍ୟ ହେଇଗଲି ।

ପ୍ରଧାନମନ୍ତ୍ରୀ : ହଉ ବର୍ଷା ଭଉଣୀ,

ବର୍ଷାବେନ୍ : ହଁ . . .

ପ୍ରଧାନମନ୍ତ୍ରୀ : ଆପଣ ମୋଢେରାର ଗୋଟିଏ ସୈନିକ ପରିବାରର ସଦସ୍ୟ ।

ବର୍ଷାବେନ୍ : ମୁଁ ଗୋଟିଏ ସୈନ୍ୟ ପରିବାରର । ଆର୍ମି ଏକ୍ସ-ମେନ୍ ଙ୍କ ସ୍ତ୍ରୀ କହୁଛି ସାର୍ ।

ପ୍ରଧାନମନ୍ତ୍ରୀ : ତାହେଲେ ଆଗରୁ ଭାରତର କେଉଁ କେଉଁ ଜାଗାକୁ ଯିବାର ସୁଯୋଗ ପାଇଛନ୍ତି?

ବର୍ଷାବେନ୍ : ମୋତେ ରାଜସ୍ଥାନ, ଗାନ୍ଧିନଗର, ଜାମ୍ମୁର କଚରା କାଂଝୋରଠାରେ ତାଙ୍କ ସହିତ ରହିବାର ସୁଯୋଗ ପାଇଲି । ସେଠାରେ ବହୁତ ସୁବିଧା ମିଳୁଥିଲା ସାର୍ ।

ପ୍ରଧାନମନ୍ତ୍ରୀ : ହଁ, ସୈନିକଙ୍କ ଘରର ହୋଇଥିବା ଯୋଗୁଁ ଆପଣ ଖୁବ ଭଲ କହିପାରୁଛନ୍ତି ।

ବର୍ଷାବେନ୍ : ହଁ ସାର୍‌, ଶିଖିଛି ସାର୍ ।

ପ୍ରଧାନମନ୍ତ୍ରୀ : ମୋଢେରାରେ ଏତେ ବଡ଼ ଯେଉଁ ପରିବର୍ତନ ଘଟିଲା, ଆପଣ ଯେଉଁ ସୋଲାର ରୁଫ୍ ଟପ୍ ପ୍ଳାଣ୍ଟ ଲଗାଇଲେ, ଯାହା ଆରମ୍ଭରେ ଲୋକେ କହୁଥିବେ, ସେତେବେଳେ ଆପଣ ଭାବୁଥିବେ ଯେ ଏହାର ଅର୍ଥ କ’ଣ? ଆପଣ ଏହା କ’ଣ କରିବାକୁ ଯାଉଛନ୍ତି? ଏହାଦ୍ୱାରା କ’ଣ ଲାଭ ହେବ? ଏମିତି କ’ଣ ବିଜୁଳି ଉତ୍ପାଦନ ହୋଇପାରେ? ଏସବୁ ପ୍ରଶ୍ନ ଆପଣଙ୍କ ମନରେ ଉଠିଥିବ । ଏବେ କ’ଣ ଅନୁଭବ କରୁଛନ୍ତି? ଏହାଦ୍ୱାରା କି ଲାଭ ହୋଇଛି? ଏ ବିଷୟରେ ମୋତେ କୁହନ୍ତି ।

ବର୍ଷାବେନ୍ : ବହୁତ ସାରା ଲାଭ, ଲାଭ ହିଁ ଲାଭ ହୋଇଛି ସାର୍ । ସାର୍‌, ଆମ ଗାଁରେ ତ ପ୍ରତିଦିନ ଦୀପାବଳି ପାଳନ କରାଯାଉଛି ଆପଣଙ୍କ ଯୋଗୁଁ । ୨୪ ଘଣ୍ଟା ଆମକୁ ବିଜୁଳି ମିଳୁଛି, ବିଲ୍ ତ ଆଦୌ ଆସୁନାହିଁ । ଆମ ଘରେ ଆମେ ସବୁ ଇଲେକ୍‌ଟ୍ରିକ୍‌ର ସବୁ ଜିନିଷ ଆଣି ରଖିଛୁ ସାର୍‌, ସବୁ ଜିନିଷ ବ୍ୟବହାର କରୁଛୁ- ଆପଣଙ୍କ ଯୋଗୁଁ ସାର୍ । ବିଲ୍ ତ ଜମା ଆସୁନାହିଁ, ତ ଆମେ ଫ୍ରି ମାଇଣ୍ଡରେ, ସବୁ ବ୍ୟବହାର କରିପାରିବା ନା!

ପ୍ରଧାନମନ୍ତ୍ରୀ ଜୀ : ଏ କଥା ଠିକ୍‌, ଆପଣ ବିଜୁଳିର ଅଧିକତମ ଉପଯୋଗ କରିବା ପାଇଁ ବି ମନ ସ୍ଥିର କରିସାରିଛନ୍ତି ।

ବର୍ଷାବେନ୍ : ସ୍ଥିର କରିଛି ସାର୍‌, ସ୍ଥିର କରିଛି । ଏବେ ଆମର କୌଣସି ଅସୁବିଧା ହିଁ ନାହିଁ । ଆମେ ଫ୍ରି ମାଇଣ୍ଡରେ, ସବୁ ଏଇ ଯୋଉ ୱାଶିଂମେସିନ ଅଛି, ଏସି ଅଛି ସବୁ ଚଳାଇପାରିବା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଆଉ ଗାଁର ବାକି ଲୋକ ବି ଖୁସି ଅଛନ୍ତି ଏହି କାରଣରୁ?

ବର୍ଷାବେନ୍ : ବହୁତ ବହୁତ ଖୁସି ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା .. ଏଇ ଆପଣଙ୍କ ସ୍ୱାମୀ ତ ସେଇଠି ସୂର‌୍ୟ୍ୟମନ୍ଦିରରେ କାମ କରନ୍ତି? ତ ସେଠାରେ ଯୋଉ ଲାଇଟ୍ ଶୋ ହେଲା, ଏତେ ବଡ଼ କାର‌୍ୟ୍ୟକ୍ରମ ହେଲା ଏବଂ ଏବେ ସାରା ପୃଥିବୀରୁ ଅତିଥି ଆସୁଛନ୍ତି ।

ବର୍ଷାବେନ୍ : ସାରା ପୃଥିବୀର ବିଦେଶୀ ଆସିପାରିବେ ସାର୍‌, କିନ୍ତୁ ଆପଣ ପୃଥିବୀରେ ଆମର ଗାଁକୁ ପ୍ରସିଦ୍ଧ କରିଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ : ତ ଆପଣଙ୍କ ସ୍ୱାମୀଙ୍କର ଏବେ କାମ ବଢ଼ିଯାଇଥିବ ଏତେ ଅତିଥି ଯେହେତୁ ମନ୍ଦିର ଦେଖିବାକୁ ସେଠାକୁ ଆସୁଛନ୍ତି ।

ବର୍ଷାବେନ୍ : ହଉ! କିଛି କଥା ନାହିଁ ଯେତେ ବି କାମ ବଢ଼ୁ … ସାର୍ କିଛି କଥା ନାହିଁ, ଏଥିପାଇଁ ଆମର କୌଣସି ଅସୁବିଧା ନାହିଁ – ଆମର ସ୍ୱାମୀଙ୍କୁ, କେବଳ ଆପଣ ଆମ ଗାଁର ବିକାଶ କରିଯାଆନ୍ତୁ ।

ପ୍ରଧାନମନ୍ତ୍ରୀ ଜୀ : ଏବେ ଗାଁର ବିକାଶ ତ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ ।

ବର୍ଷାବେନ୍ : ହଁ ହଁ ସାର୍ ଆମେ ଆପଣଙ୍କ ସହ ଅଛୁ ।

ପ୍ରଧାନମନ୍ତ୍ରୀ ଜୀ : ଆଉ ମୁଁ ତ ମୋଢେରାର ଲୋକଙ୍କୁ ଅଭିନନ୍ଦନ ଜଣାଇବି, କାରଣ ଗ୍ରାମବାସୀ ଏହି ଯୋଜନାକୁ ସ୍ୱୀକାର କଲେ ଏବଂ ସେମାନଙ୍କର ବିଶ୍ୱାସ ହୋଇଗଲା ଯେ ଆମେ ହିଁ ନିଜ ଘରେ ବିଜୁଳି ତିଆରି କରିପାରିବା ।

ବର୍ଷାବେନ୍ : ୨୪ ଘଣ୍ଟା ସାର୍ । ଆମ ଘରେ ବିଜୁଳି ଆସୁଛି ଆଉ ଆମେ ବହୁତ ଖୁସି ଅଛୁ ।

ପ୍ରଧାନମନ୍ତ୍ରୀ ଜୀ : ମୋର ଆପଣଙ୍କୁ ବହୁତ ଶୁଭକାମନା । ଯେଉଁ ଟଙ୍କା ବଞ୍ଚିଛି ଛି, ତାକୁ ପିଲାଙ୍କର ମଙ୍ଗଳ ପାଇଁ ବ୍ୟବହାର କରନ୍ତୁ । ସେହି ପଇସାର ଉପଯୋଗ ଭଲରେ ହେଉ, ଯେପରିକି ଆପଣଙ୍କ ଜୀବନକୁ ଫାଇଦା ହୋଇପାରିବ । ମୋର ଆପଣଙ୍କୁ ବହୁତ ଶୁଭକାମନା । ଆଉ ସବୁ ମୋଢେରାବାସୀଙ୍କୁ ମୋର ନମସ୍କାର ।

ବନ୍ଧୁଗଣ,

ବର୍ଷାବେନ ଓ ବିପିନ ଭାଇ ଯାହା କହିଲେ, ତାହା ସମଗ୍ର ଦେଶ ପାଇଁ, ଗାଁ-ସହର ପାଇଁ ଏକ ପ୍ରେରଣା । ମୋଢେରାର ଏହି ଅଭିଜ୍ଞତା ସମଗ୍ର ଦେଶରେ ପ୍ରୟୋଗ କରାଯାଇପାରିବ । ସୌରଶକ୍ତି ଏବେ ଟଙ୍କା ବଞ୍ଚାଇବ ଏବଂ ଆୟ ମଧ୍ୟ ବଢ଼ାଇବ । ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଜଣେ ସାଥୀ ଅଛନ୍ତି- ମଞ୍ଜୁର ଅହମଦ ଲର୍ହୱାଲ୍ । କାଶ୍ମୀରରେ ଥଣ୍ଡା ହେତୁ ବିଜୁଳି ଖର୍ଚ ବହୁତ ହୋଇଥାଏ । ଏହି କାରଣରୁ, ମଞ୍ଜୁର ଜୀ ନିଜ ଘରେ ସୋଲାର୍ ରୁଫ୍‌ଟପ୍ ପ୍ଲାଂଟ୍ ପ୍ରତିଷ୍ଠା କରିଛନ୍ତି । ତାଙ୍କ ଖର୍ଚ୍ଚ ଅଧାରୁ ମଧ୍ୟ କମ୍ ହୋଇଯାଇଛି ।

ସେହିପରି, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି । ସେ ଆଦିବାସୀ ମହିଳାମାନଙ୍କୁ ସୌରଶକ୍ତିରେ ଚାଲୁଥିବା ରିଲିଙ୍ଗ୍ ମେସିନରେ ସିଲ୍‌କ ସୂତାକଟା ତାଲିମ ଦେଇଥାନ୍ତି । ସୌରମେସିନ କାରଣରୁ ଏହି ଆଦିବାସୀ ମହିଳାଙ୍କ ଉପରେ ବିଜୁଳି ବିଲ୍‌ର ବୋଝ ପଡ଼େ ନାହିଁ ଏବଂ ସେମାନଙ୍କର ଆୟ ହେଉଛି । ଏହା ହିଁ ତ ସୂର‌୍ୟ୍ୟଦେବଙ୍କ ସୌରଶକ୍ତିର ବରଦାନ । ବରଦାନ ଆଉ ପ୍ରସାଦ ତ ଯେତିକି ଅଧିକ ହୁଏ, ସେତିକି ଭଲ ହୋଇଥାଏ । ସେଥିପାଇଁ ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ଯେ ଆପଣମାନେ ମଧ୍ୟ ଏଥିରେ ଯୋଡ଼ି ହୁଅନ୍ତୁ ଓ ଅନ୍ୟକୁ ମଧ୍ୟ ଯୋଡ଼ନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ,

ଏବେ ମୁଁ ଆପଣଙ୍କୁ ସୂର‌୍ୟ୍ୟଙ୍କ କଥା କହୁଥିଲି । ଏବେ ମୋର ଦୃଷ୍ଟି ମହାକାଶ ଆଡ଼କୁ ଯାଉଛି । ଏହା ଏଇଥିପାଇଁ ଯେ ଆମ ଦେଶ ସୌରକ୍ଷେତ୍ର ସମେତ ମହାକାଶ କ୍ଷେତ୍ରରେ ମଧ୍ୟ ଚମତ୍‌କାରିତା ଦେଖାଉଛି । ସମଗ୍ର ପୃଥିବୀ, ଆଜି ଭାରତର ଉପଲବ୍ଧି ଦେଖି ଆଶ୍ଚର‌୍ୟ୍ୟ ହେଉଛି । ଏଥିପାଇଁ ମୁଁ ଭାବିଲି, ‘ମନ୍ କୀ ବାତ୍‌’ର ଶ୍ରୋତାମାନଙ୍କୁ ଏ ସମ୍ପର୍କରେ କହି ମୁଁ ସେମାନଙ୍କର ମଧ୍ୟ ଖୁସି ବଢ଼ାଇବି ।

ବନ୍ଧୁଗଣ,

ଏଇ କିଛିଦିନ ପୂର୍ବେ ଆପଣ ଦେଖିଥିବେ ଭାରତ ଏକାସାଙ୍ଗେ ୩୬ଟି ଉପଗ୍ରହ ମହାକାଶରେ ସ୍ଥାପିତ କରିଛି । ଦୀପାବଳିର ଠିକ୍ ଦିନକ ଆଗରୁ ମିଳିଥିବା ଏହି ସଫଳତା ଏକ ପ୍ରକାର ଆମ ଯୁବପିଢ଼ି ପକ୍ଷରୁ ଦେଶକୁ ଏକ ସ୍ୱତନ୍ତ୍ର ଦୀପାବଳି ଉପହାର । ଏହି ଉପଗ୍ରହ ପ୍ରେରଣ ଦ୍ୱାରା କାଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କୋହିମା ପର‌୍ୟ୍ୟନ୍ତ, ସମଗ୍ର ଦେଶରେ, ଡିଜିଟାଲ୍ ସଂଯୋଗକୁ ଆହୁରି ମଜଭୁତ କରିବ । ଏହା ସାହାଯ୍ୟରେ ବହୁତ ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଦେଶର ବାକି ଅଞ୍ଚଳ ସହିତ ସହଜରେ ଯୋଡ଼ିହୋଇପାରିବ । ଦେଶ ଯେତେବେଳେ ଆତ୍ମନିର୍ଭର ହୁଏ, ତ, କିଭଳି ସଫଳତାର ନୂଆ ଉଚ୍ଚତାରେ ପହଞ୍ଚିଯାଏ- ଏହା ତା’ର ମଧ୍ୟ ଏକ ଉଦାହରଣ ।

ଆପଣଙ୍କ ସହ କଥା ହେଲାବେଳେ ମୋର ସେହି ପୁରୁଣା ଦିନ ବି ମନେପଡ଼ୁଛି, ଯେତେବେଳେ ଭାରତକୁ କ୍ରାଇଓଜେନିକ୍ ରକେଟ୍ ଟେକ୍ନୋଲୋଜି ଦେବାକୁ ମନା କରିଦିଆଯାଇଥିଲା । କିନ୍ତୁ ଭାରତର ବୈଜ୍ଞାନିକଗଣ କେବଳ ସ୍ୱଦେଶୀ ଟେକ୍ନୋଲୋଜି ବିକଶିତ କଲେ ନାହିଁ, ବରଂ ଆଜି ଏହା ସାହାଯ୍ୟରେ ଏକସଂଗେ ଡଜନେ ଉପଗ୍ରହ ପ୍ରେରଣ କରୁଛନ୍ତି । ଏହି ଉପଗ୍ରହ ପ୍ରେରଣ ଦ୍ୱାରା ଭାରତ ବିଶ୍ୱ ବାଣିଜ୍ୟିକ ବଜାରରେ ଏକ ଶକ୍ତିଶାଳୀ ଖେଳାଳି ଭାବେ ଉଭା ହୋଇଛି । ଏହାଦ୍ୱାରା ମହାକାଶ କ୍ଷେତ୍ରରେ ଭାରତ ପାଇଁ ସୁଯୋଗର ନୂଆ ଦ୍ୱାର ମଧ୍ୟ ଖୋଲିଛି ।

ବନ୍ଧୁଗଣ,

ବିକଶିତ ଭାରତର ସଂକଳ୍ପ ନେଇ ଚାଲୁଥିବା ଆମର ଦେଶ, ସମସ୍ତଙ୍କ ପ୍ରୟାସରେ ହିଁ ନିଜ ଲକ୍ଷ୍ୟକୁ ହାସଲ କରିପାରିବ । ଭାରତରେ ଆଗରୁ ମହାକାଶ କ୍ଷେତ୍ର ସରକାରୀ ବ୍ୟବସ୍ଥାର ପରିସର ଭିତରେ ହିଁ ସୀମିତ ରହିଥିଲା। ଯେତେବେଳେ ଏହି ମହାକାଶ କ୍ଷେତ୍ର ଭାରତର ଯୁବକଯୁବତୀଙ୍କ ପାଇଁ, ଭାରତର ଘରୋଇ କ୍ଷେତ୍ର ପାଇଁ ଖୋଲିଦିଆଗଲା, ସେତେବେଳେ ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଲାଗିଲା । ଭାରତୀୟ ଶିଳ୍ପ ଓ ଷ୍ଟାର୍ଟଅପ୍ ଏ କ୍ଷେତ୍ରରେ ନୂଆନୂଆ ସୃଜନ ଓ ନୂଆନୂଆ ପ୍ରଯୁକ୍ତି ଆଣିବାରେ ଲାଗିପଡ଼ିଛି । ବିଶେଷକରି, ଓଘ-ଝଚଇଉର ର ସହଯୋଗରେ ଏହି କ୍ଷେତ୍ରରେ ବଡ଼ ପରିବର୍ତନ ହେବାକୁ ଯାଉଛି । ଓଘ-ଝଚଇଉର ମାଧ୍ୟମରେ ବେସରକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ନିଜର ପେଲୋଡ୍ ଓ ଉପଗ୍ରହ ପ୍ରେରଣ କରିବାର ସୁବିଧା ମିଳୁଛି । ମୁଁ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ଓ ଇନ୍ନୋଭେଟର୍‌ମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ମହାକାଶ କ୍ଷେତ୍ରରେ ଭାରତରେ ସୃଷ୍ଟି ହେଉଥିବା ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ,

ଯେତେବେଳେ ଛାତ୍ରଛାତ୍ରୀଙ୍କ କଥା ଆସେ, ଯୁବଶକ୍ତିର କଥା ଆସେ, ନେତୃତ୍ୱ ଶକ୍ତିର କଥା ଆସେ, ତ ଆମ ମନରେ ସେହି ଚିରାଚରିତ, ପୁରୁଣା, ବହୁତ ଗୁଡ଼ାଏ ଧାରଣା ବସା ବାନ୍ଧିଯାଇଛି । ଅନେକ ଥର ଆମେ ଦେଖୁ ଯେ ଯେତେବେଳେ ଛାତ୍ରଶକ୍ତିର କଥା ଆସେ, ସେତେବେଳେ ଏହାକୁ ଛାତ୍ରସଂଘ ନିର୍ବାଚନ ସହିତ ଯୋଡ଼ି ତା’ର ପରିସରକୁ ସୀମିତ କରିଦିଆଯାଏ । କିନ୍ତୁ ଛାତ୍ରଶକ୍ତିର ପରିସର ବହୁତ ବଡ଼, ବହୁତ ବିଶାଳ । ଛାତ୍ରଶକ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ଅଟେ । ଅନ୍ତତଃ, ଆଜି ଯେଉଁମାନେ ଯୁବକଯୁବତୀ, ସେମାନେ ତ ଭାରତକୁ ୨୦୪୭ ପର‌୍ୟ୍ୟନ୍ତ ନେଇଯିବେ । ଯେତେବେଳେ ଭାରତ ଶତାବ୍ଦୀ ପାଳନ କରିବ, ଯୁବକଯୁବତୀଙ୍କ ଏହି ଶକ୍ତି, ସେମାନଙ୍କର ପରିଶ୍ରମ, ସେମାନଙ୍କ ଝାଳ, ସେମାନଙ୍କ ପ୍ରତିଭା, ଭାରତକୁ ସେହି ଉଚ୍ଚତାକୁ ନେଇ ଯିବ, ଯେଉଁଥିପାଇଁ ଆଜି ଦେଶ ସଙ୍କଳ୍ପ ଗ୍ରହଣ କରୁଛି । ଆମର ଆଜିର ଯୁବପିଢ଼ି, ଯେଉଁଭଳି ଦେଶପାଇଁ କାର‌୍ୟ୍ୟ କରୁଛନ୍ତି, ଦେଶଗଠନରେ ଲାଗିପଡ଼ିଛନ୍ତି, ତାକୁ ଦେଖି ମୁଁ ବହୁତ ଭରସା କରିଛି । ଯେଉଁଭଳି ଆମର ଯୁବା ହ୍ୟାକାଥାନ୍‌ସ୍‌ରେ ସମସ୍ୟା ସମାଧାନ କରନ୍ତି, ରାତିରାତି ଉଜାଗର ରହି କାମ କରନ୍ତି, ତାହା ବହୁତ ପ୍ରେରଣାଦାୟକ । ବିଗତ ବର୍ଷରେ ଅନୁଷ୍ଠିତ ହ୍ୟାକାଥାନ୍‌ସ୍‌ରେ ଦେଶର ଲକ୍ଷଲକ୍ଷ ଯୁବକଯୁବତୀ ମିଶି ବହୁତଗୁଡ଼ାଏ ଆହ୍ୱାନର ମୁକାବିଲା କରିଛନ୍ତି, ଦେଶକୁ ନୂଆ ସମାଧାନ ଦେଇଛନ୍ତି ।

ବନ୍ଧୁଗଣ,

ଆପଣମାନଙ୍କର ମନେଥିବ ମୁଁ ଲାଲକିଲ୍ଲାରୁ ‘ଜୟ ଅନୁସନ୍ଦାନ’ର ଘୋଷଣା କରିଥିଲି । ମୁଁ ଏହି ଦଶକକୁ ଭାରତର ଞରମଷବୟର କରିବାକୁ କହିଥିଲି ମଧ୍ୟ । ମୁଁ ଆଜି ବହୁତ ଖୁସି ଯେ ଏହାର ବାଗ୍‌ଡୋର୍ ଆଇ.ଆଇ.ଟି.ର ଛାତ୍ରମାନେ ସମ୍ଭାଳିଛନ୍ତି । ଏହି ଅକ୍ଟୋବର ମାସ ୧୪, ୧୫ ତାରିଖ ସମସ୍ତ ୨୩ଟି ଓଓଞ ନିଜର ଓଦ୍ଭଦ୍ଭକ୍ଟଙ୍ଖବଗ୍ଧସକ୍ଟଦ୍ଭଗ୍ଦ ଏବଂ ଜରଗ୍ଦରବକ୍ସମଷ ଚକ୍ସକ୍ଟହରମଗ୍ଧକୁ ପ୍ରଦର୍ଶିତ କରିବା ପାଇଁ ପ୍ରଥମଥର ଗୋଟିଏ ମଞ୍ଚରେ ଏକତ୍ରିତ ହେଲେ । ଏହି ମେଳାରେ ସାରା ଦେଶରୁ ବଛାବଛା ଛାତ୍ର ଏବଂ ଗବେଷକମାନେ ୭୫ଟିରୁ ଅଧିକ ଉନ୍ନତ ଚକ୍ସକ୍ଟହରମଗ୍ଧ ପ୍ରଦର୍ଶନ କଲେ ।

ଐରବକ୍ଷଗ୍ଧଷମବକ୍ସର, ଇଶକ୍ସସମଙ୍କକ୍ଷଗ୍ଧଙ୍କକ୍ସର, ଜକ୍ଟଭକ୍ଟଗ୍ଧସମଗ୍ଦ, ଝରଜ୍ଞସ ଉକ୍ଟଦ୍ଭୟଙ୍କମଗ୍ଧକ୍ଟକ୍ସଗ୍ଦ, ୫ଏ ଉକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭଗ୍ଦ – ଏଭଳି ଅନେକ ଞଷରଜ୍ଞରଗ୍ଦକୁ ନେଇ ଚକ୍ସକ୍ଟହରମଗ୍ଧଗୁଡ଼ିକ ତିଆରି ହୋଇଥିଲା । କହିବାକୁ ଗଲେ, ଏ ସମସ୍ତ ଚକ୍ସକ୍ଟହରମଗ୍ଧକୁ ଏକକୁ ଆରେକ ବଳି ଥିଲେ । କିନ୍ତୁ, କେତୋଟି ଚକ୍ସକ୍ଟହରମଗ୍ଧ ବିଷୟରେ ମୁଁ ଆପଣମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ଉଦାହରଣ ସ୍ୱରୂପ – ଓଓଞ ଭୁବନେଶ୍ୱରର ଗୋଟିଏ ଟିମ୍ ଶିଶୁମାନଙ୍କ ପାଇଁ ଚକ୍ଟକ୍ସଗ୍ଧବଭକ୍ଷର ଠରଦ୍ଭଗ୍ଧସକ୍ଷବଗ୍ଧକ୍ଟକ୍ସ ବିକଶିତ କରିଛନ୍ତି । ଏହା ଈବଗ୍ଧଗ୍ଧରକ୍ସଚ୍ଚ ଦ୍ୱାରା ଚାଲେ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏହାର ବ୍ୟବହାର ସହଜରେ କରାଯାଇପାରେ । ଏହା ସେଇ ପିଲାମାନଙ୍କର ଜୀବନ ବଞ୍ଚାଇବାରେ ବହୁତ ସହାୟକ ହୋଇପାରିବ, ଯେଉଁମାନେ ଧାର‌୍ୟ୍ୟ ସମୟ ପୂର୍ବରୁ ଜନ୍ମ ନେଇଥାନ୍ତି । ଋକ୍ଷରମଗ୍ଧକ୍ସସମ ଗକ୍ଟଭସକ୍ଷସଗ୍ଧଚ୍ଚ ହେଉ, ଊକ୍ସକ୍ଟଦ୍ଭର ଞରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ହେଉ ବା ୫ଏ ହେଉ, ଆମର ବହୁତ ଛାତ୍ର ଏସବୁ ସମ୍ପର୍କରେ ନୂତନ ଞରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ବିକଶିତ କରିବାରେ ଲାଗିପଡ଼ିଛନ୍ତି । ଅନେକଗୁଡ଼ିଏ ଓଓଞମିଶି ଗୋଟିଏ ବହୁଭାଷିକ ଚକ୍ସକ୍ଟହରମଗ୍ଧ ରେ କାମ କରୁଛନ୍ତି, ଯାହା ସ୍ଥାନୀୟ ଭାଷାକୁ ଶିଖିବାର ଉପାୟକୁ ସହଜ କରିଦେଇଥାଏ । ଏହି ଚକ୍ସକ୍ଟହରମଗ୍ଧ ନୂତନ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟପ୍ରାପ୍ତି ଦିଗରେ ମଧ୍ୟ ବହୁତ ସହାୟକ ହେବ । ଆପଣ ଜାଣି ଖୁସିହେବେ ଯେ, ଓଓଞ ମାଡ୍ରାସ ଏବଂ ଓଓଞ କାନପୁର ଭାରତର ସ୍ୱଦେଶୀ ୫ଏ ଞରଗ୍ଦଗ୍ଧ ଈରୟକୁ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଏହା ନିଶ୍ଚିତ ଭାବେ ଏକ ଗୌରବମୟ ଶୁଭାରମ୍ଭ । ମୁଁ ଆଶା କରୁଛି କି, ଆଗାମୀ ସମୟରେ ଏହିଭଳି ଆହୁରି ଅନେକ ପ୍ରଚେଷ୍ଟା ଦେଖିବାକୁ ମିଳିବ । ମୋର ଏହା ବି ବିଶ୍ୱାସ ଯେ ଓଓଞ ଦ୍ୱାରା ପ୍ରେରିତ ହୋଇ ଅନ୍ୟ ସଂସ୍ଥାମାନେ ମଧ୍ୟ ଅନୁସନ୍ଧାନ ଏବଂ ବିକାଶ ସମ୍ବନ୍ଧୀୟ ନିଜର ଗତିବିଧି ବଢ଼ାଇବେ ।

ମୋର ପ୍ରିୟ ଦେଶବାସୀଗଣ;

ପରିବେଶ ପ୍ରତି ସମ୍ବେଦନଶୀଳତା ଆମ ସମାଜର କୋଣ-ଅନୁକୋଣରେ ପରିବ୍ୟାପ୍ତ ହୋଇରହିଛି ଏବଂ ଆମେ ଏହା ଆମ ଚତୁଃପାଶ୍ୱର୍ରେ ମଧ୍ୟ ଅନୁଭବ କରିପାରିବା । ଦେଶରେ ଏଭଳି ଲୋକଙ୍କର ଅଭାବ ନାହିଁ ଯେଉଁମାନେ ପରିବେଶ ସୁରକ୍ଷା ପାଇଁ ନିଜର ସାରା ଜୀବନ ଲଗାଇ ଦେଇଥାନ୍ତି ।

କର୍ଣ୍ଣାଟକର ବେଙ୍ଗାଲୁରୁ ନିବାସୀ ସୁରେଶ କୁମାରଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ତାଙ୍କଠାରେ ପ୍ରକୃତି ଏବଂ ପରିବେଶ ରକ୍ଷା ପାଇଁ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳେ । ୨୦ ବର୍ଷ ପୂର୍ବେ ସେ ସହରର ସହକାର ନଗର ଅଂଚଳର ଗୋଟିଏ ଜଙ୍ଗଲକୁ ପୁଣିଥରେ ସବୁଜ ସୁନ୍ଦର କରି ଗଢ଼ିବାର ପ୍ରୟାସ କରିôଥଲେ । ଏହି କାମଟି ଅନେକ ସମସ୍ୟାରେ ପୂର୍ଣ୍ଣ ଥିଲା, ହେଲେ, ୨୦ ବର୍ଷ ପୂର୍ବରୁ ଲଗାଯାଇଥିବା ସେହି ଚାରାଗୁଡ଼ିକ ଆଜି ୪୦-୪୦ ଫୁଟ ଉଚ୍ଚ ବିଶାଳକାୟ ଦ୍ରୁମରେ ପରିଣତ ହୋଇଛନ୍ତି । ଆଜି ତା’ର ସୌନ୍ଦର‌୍ୟ୍ୟ ସମସ୍ତଙ୍କର ମନକୁ ଆକର୍ଷିତ କରୁଛି । ଏହାଦ୍ୱାରା ସେଠାରେ ରହୁଥିବା ଲୋକମାନେ ମଧ୍ୟ ବଡ଼ ଗର୍ବ ଅନୁଭବ କରିଛନ୍ତି । ସୁରେଶ କୁମାର ଜୀ ଆଉ ଗୋଟିଏ ଅଦ୍ଭୁତ କାମ ମଧ୍ୟ କରନ୍ତି । ସେ କନ୍ନଡ଼ ଭାଷା ଏବଂ ସଂସ୍କୃତିର ବିକାଶ ପାଇଁ ସହକାର ନଗରରେ ଏକ ଈଙ୍କଗ୍ଦ ଝଷରକ୍ଷଗ୍ଧରକ୍ସ ମଧ୍ୟ ତିଆରି କରିଛନ୍ତି । ସେ ଶହ ଶହ ଲୋକଙ୍କୁ କନ୍ନଡ଼ ଭାଷାରେ ଲେଖାଯାଇଥିବା ଈକ୍ସବଗ୍ଦଗ୍ଦ ଚକ୍ଷବଗ୍ଧର ମଧ୍ୟ ଭେଟି ଦେଇସାରିଛନ୍ତି । ଋମକ୍ଟକ୍ଷକ୍ଟଶଚ୍ଚ ଓ ଉଙ୍କକ୍ଷଗ୍ଧଙ୍କକ୍ସର ଦୁଇଟିର ଏକସଙ୍ଗେ ବିକାଶ ହେଉ – ଭାବିଲେ ଦେଖି ଏହା କେତେବଡ଼ କଥା!

ବନ୍ଧୁଗଣ;

ଆଜି ଋମକ୍ଟକ୍ଷକ୍ଟଶଚ୍ଚ ଏବଂ ଋମକ୍ଟ-ଲକ୍ସସରଦ୍ଭୟକ୍ଷଚ୍ଚ ଚକ୍ସକ୍ଟୟଙ୍କମଗ୍ଧଗ୍ଦ ବିଷୟରେ ପୂର୍ବାପେକ୍ଷା ଅଧିକ ସଚେତନତା ଦେଖାଯାଉଛି । ତାମିଲନାଡୁର ଏହିଭଳି ଏକ ମନଛୁଆଁ ପ୍ରଚେଷ୍ଟା ବିଷୟରେ ମୋତେ ଜାଣିବାର ସୁଯୋଗ ମିଳିଲା । ଏହି ଗୌରବଶାଳୀ ପ୍ରଚେଷ୍ଟା କୋଏମ୍ବାଟୁର ଅନାଇକଟ୍ଟିର ଆଦିବାସୀ ମହିଳାମାନେ କରିଛନ୍ତି । ଏହି ମହିଳାମାନେ ରପ୍ତାନୀ ପାଇଁ ଦଶହଜାର ଋମକ୍ଟ-ଲକ୍ସସରଦ୍ଭୟକ୍ଷଚ୍ଚ ଟେରାକୋଟ୍ଟାର ଚା’ କପ୍ ନିର୍ମାଣ କରିଛନ୍ତି । ଆନନ୍ଦର କଥା ଯେ, ଟେରାକୋଟ୍ଟାର ଚା’କପ୍ ତିଆରି କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ମହିଳାମାନେ ହିଁ ନିର୍ବାହ କରିଛନ୍ତି । କ୍ଲେ ମିକ୍ସିଠାରୁ ଆରମ୍ଭକରି ୠସଦ୍ଭବକ୍ଷ ଚବମଳସଦ୍ଭଶ ପର‌୍ୟ୍ୟନ୍ତ ସମସ୍ତ କାର‌୍ୟ୍ୟ ଏହିପାଇଁ କରିଛନ୍ତି । ଏଥିପାଇଁ ସେମାନେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଏଭଳି ଏକ ଅଦ୍ଭୁତ ପ୍ରୟାସର ଯେତେ ପ୍ରଶଂସା କଲେ ବି ତାହା କମ୍ ହେବ ।

ସାଥିଗଣ, ତ୍ରିପୁରାର କେତେକ ଗ୍ରାମ ମଧ୍ୟ ଆମକୁ ଖୁବ୍ ଭଲ ଶିକ୍ଷା ଦେଇଛନ୍ତି । ଆପଣମାନେ ବାୟୋଭିଲେଜ୍ ବିଷୟରେ ତ ନିଶ୍ଚୟ ଶୁଣିଥିବେ । କିନ୍ତୁ ତ୍ରିପୁରାରେ କେତେକ ଗାଆଁ, ଈସକ୍ଟ ଠସକ୍ଷକ୍ଷବଶର-୨ର ସୋପାନ ଅତିକ୍ରମ କରିଯାଇଛନ୍ତି । ଈସକ୍ଟ ଠସକ୍ଷକ୍ଷବଶର-୨ରେ ପ୍ରାକୃତିକ ବିପଦ ସମୟରେ ହେଉଥିବା କ୍ଷତିକୁ କେମିତି କମ୍ କରାଯାଇପାରିବ, ସେ ବିଷୟରେ ଅଧିକ ଧ୍ୟାନ ଦିଆଯାଇଥାଏ । ଏହାଦ୍ୱାରା ବିଭିନ୍ନ ଉପାୟରେ ଲୋକମାନଙ୍କର ଜୀବନସ୍ତରକୁ ଉନ୍ନତ କରାଇବାରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ ।

ଝକ୍ଟକ୍ଷବକ୍ସ ଋଦ୍ଭରକ୍ସଶଚ୍ଚ, ଈସକ୍ଟଶବଗ୍ଦ, ଈରର କରରକ୍ଟ୍ରସଦ୍ଭଶ ଏବଂ ଈସକ୍ଟ ୠରକ୍ସଗ୍ଧସକ୍ଷସଚ୍ଛରକ୍ସ ଏସବୁ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ । ମୋଟଉପରେ ଯଦି ଦେଖିବା, ଜଳବାୟୁ ପରିବର୍ତ୍ତନ ବିରୋଧି ଅଭିଯାନକୁ ଈସକ୍ଟ-ଠସକ୍ଷକ୍ଷବଶର-୨ ଅଧିକ ମଜଭୁତ କରିଥାଏ । ଦେଶର ବିଭିନ୍ନ ଭାଗରେ ପରିବେଶ ସଂରକ୍ଷଣକୁ ନେଇ ବଢ଼ୁଥିବା ଉତ୍ସାହକୁ ଦେଖି ମୁଁ ବହୁତ ଆନନ୍ଦିତ । ଏହି କିଛିଦିନ ତଳେ ଭାରତରେ ପରିବେଶ ସୁରକ୍ଷା ପ୍ରତି ସମର୍ପିତ ମିଶନ ଲାଇପ କାର‌୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ମିଶନ ଲାଇଫ୍‌ର ମୂଳ ସିଦ୍ଧାନ୍ତ ହେଲା – ଆମେ ଏଭଳି ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଯାହା ପରିବେଶର କ୍ଷତି କରୁନଥିବ । ମୋର ଅନୁରୋଧ ଆପଣମାନେ ମଧ୍ୟ ମିଶନ୍ ଲାଇଫକୁ ଜାଣନ୍ତୁ ଏବଂ ଆପଣେଇନେବାର ପ୍ରୟାସ କରନ୍ତୁ ।

ବନ୍ଧୁଗଣ, କାଲି ଅକ୍ଟୋବର ୩୧ ତାରିଖ ରାଷ୍ଟ୍ରୀୟ ଏକତା ଦିବସ ଅଟେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଜୟନ୍ତୀର ଏକ ପୂଣ୍ୟ ଅବସର । ଏହିଦିନ ଦେଶର କୋଣ ଅନୁକୋଣରେ ଜଙ୍କଦ୍ଭ ଲକ୍ଟକ୍ସ ଟଦ୍ଭସଗ୍ଧଚ୍ଚ ଆୟୋଜନ କରାଯାଏ । ଏହି ଦୌଡ଼ ଦେଶର ଏକତାର ସୂତ୍ରକୁ ମଜଭୁତ କରେ ଏବଂ ଆମର ଯୁବବର୍ଗକୁ ପ୍ରେରିତ କରେ । ଏହି କିଛିଦିନ ପୂର୍ବରୁ ଆମର ଜାତୀୟ ଖେଳ ସମୟରେ ଏହିଭଳି ମନୋଭାବ ଦେଖିବାକୁ ମିଳିଥିଲା । “ଜୁଡ଼େଗା ଇଣ୍ଡିଆ ତୋ ଜିତେଗା ଇଣ୍ଡିଆ” – ଏହି ଞଷରଜ୍ଞରକୁ ନେଇ ଜାତୀୟ ଖେଳ ଏକତାର ଦୃଢ଼ ସନ୍ଦେଶ ଦେଇଥିବା ବେଳେ ଭାରତର ଖେଳସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହନ ଦେବାର କାମ କରିଛି । ଆପଣମାନେ ଜାଣି ଖୁସି ହେବେ ଯେ ଭାରତରେ ଏ ପର‌୍ୟ୍ୟନ୍ତ ଯେତେ ଜାତୀୟ ଖେଳ ଆୟୋଜିତ ହୋଇଛି । ତା’ମଧ୍ୟରେ ଏ ବର୍ଷର ଖେଳ ସବୁଠାରୁ ବଡ଼ ଆୟୋଜନ ଥିଲା । ଏହି ପ୍ରତିଯୋଗିତାରେ ୩୬ଟି ଖେଳକୁ ସାମିଲ କରାଯାଇଥିଲା ଯେଉଁଥିରେ ୭ଟି ନୂତନ ଖେଳ ଏବଂ ୨ଟି ସ୍ୱଦେଶୀ ଖେଳ ଯୋଗାସନ ଏବଂ ମଲ୍ଲଖମ୍ବ ମଧ୍ୟ ସାମିଲ ହୋଇଥିଲା । ସ୍ୱର୍ଣ୍ଣପଦକ ପାଇବାରେ ଯେଉଁ ୩ଟି ଟିମ୍ ସବୁଠାରୁ ଆଗରେ ଥିଲେ – ସେମାନେ ହେଉଛନ୍ତି ଝରକ୍ସଙ୍ଖସମରଗ୍ଦଟିମ୍‌, ମହାରାଷ୍ଟ୍ର ଏବଂ ହରିୟାଣା ଦଳ । ଏହି ଖେଳରେ ୬ଟି ଜାତୀୟ ରେକର୍ଡ଼ ଏବଂ ପାଖାପାଖି ୬୦ ଘବଗ୍ଧସକ୍ଟଦ୍ଭବକ୍ଷ ଏବଜ୍ଞରଗ୍ଦ ଜରମକ୍ଟକ୍ସୟ ମଧ୍ୟ ସୃଷ୍ଟି ହେଲା । ପଦକ ଜିତିଥିବା ନୂତନ ରେକର୍ଡ ସୃଷ୍ଟି କରିଥିବା ଏବଂ ଏହି ଖେଳ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଏହି ଖେଳାଳିମାନଙ୍କର ସୁନେଲି ଭବିଷ୍ୟତର କାମନା କରୁଛି ।

ବନ୍ଧୁଗଣ, ମୁଁ ସେମାନଙ୍କୁ ମଧ୍ୟ ହୃଦୟରୁ ପ୍ରଶଂସା କରିବାକୁ ଚାହେଁ, ଯେଉଁମାନେ ଗୁଜୁରାଟରେ ଆୟୋଜିତ ହୋଇଥିବା ଜାତୀୟ ଖେଳର ସଫଳ ଆୟୋଜନ ଦିଗରେ ଯୋଗଦାନ କରିଥିଲେ । ଆପଣମାନେ ଦେଖିଛନ୍ତି ଯେ’ ଗୁଜୁରାଟରେ ଜାତୀୟ ଖେଳ ନବରାତ୍ରି ସମୟରେ ହିଁ ହୋଇଥିଲା । ଏହି ଖେଳ ଆୟୋଜିତ ହେବା ପୂର୍ବରୁ ମୋ ମନରେ ପ୍ରଶ୍ନ ଉଠିଥିଲା ଯେ’ ଏ ସମୟରେ ତ ସମଗ୍ର ଗୁଜୁରାଟ ଉତ୍ସବରେ ଲାଗିରହିବ, ତେବେ ଏ ଖେଳର ଆନନ୍ଦ ସେମାନେ କିପରି ନେଇପାରିବେ? ଖେଳର ଏତେ ବଡ଼ ଆୟୋଜନ ଏବଂ ଅନ୍ୟପକ୍ଷରେ ନବରାତ୍ରିର ଗରବା ଆଦିର ସୁବ୍ୟବସ୍ଥା ଲୋକମାନେ କେମିତି କରିପାରିବେ! କିନ୍ତୁ ଗୁଜୁରାଟର ଲୋକମାନେ ଅତିଥିସତ୍କାର ଦ୍ୱାରା ସମସ୍ତଙ୍କୁ ଆନନ୍ଦିତ କରିଦେଇଥିଲେ । ଅହମ୍ମଦାବାଦରେ ଜାତୀୟ ଖେଳ ସମୟରେ ଯେଉଁଭଳି ଭାବରେ କଳା, ଖେଳ ଏବଂ ସଂସ୍କୃତିର ସଙ୍ଗମ ହେଲା, ତାହା ସମସ୍ତଙ୍କୁ ଆନନ୍ଦବିଭୋର କରିଦେଲାଭଳି ଥିଲା । ଖେଳାଳିମାନେ ମଧ୍ୟ ଦିନରେ ଖେଳ ଖେଳୁଥିବାବେଳେ ସନ୍ଧ୍ୟାରେ ଗରବା ଓ ଦାଣ୍ଡିଆର ରଙ୍ଗରେ ରଙ୍ଗୀନ ହୋଇଯାଉଥିଲେ । ସେମାନେ ଗୁଜୁରାଟୀ ଖାଦ୍ୟ ଏବଂ ନବରାତ୍ରିର ଅନେକ ଫଟୋ ସୋସିଆଲ ମିଡିଆରେ ଝଷବକ୍ସର କରିଥିଲେ । ଏଗୁଡ଼ିକ ଆମମାନଙ୍କ ପାଇଁ ବହୁତ ଆନନ୍ଦଦାୟକ ଥିଲା । ମୋଟ ଉପରେ ଏହିଭଳି ଖେଳମାନଙ୍କ ଦ୍ୱାରା ଭାରତର ବିବିଧ ସଂସ୍କୃତି ବିଷୟରେ ଜାଣିବାକୁ ମିଳେ । ଏହା “ଏକ୍ ଭାରତ – ଶ୍ରେଷ୍ଠ ଭାରତ”ର ଭାବନାକୁ ସେତିକି ସବଳ କରେ ।

ମୋର ପ୍ରିୟ ଦେଶବାସୀଗଣ; ନଭେମ୍ବର ମାସ ୧୫ ତାରିଖରେ ଆମ ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରିବ । ଆପଣମାନଙ୍କର ମନେଥିବ, ଗତବର୍ଷଠାରୁ ଆମର ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ସଂସ୍କୃତି ଏବଂ ଗୌରବକୁ ପାଳନ କରିବାର ଶୁଭାରମ୍ଭ କରିଛି । ଭଗବାନ ବିର୍ସା ମୁଣ୍ଡା ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଏକଜୁଟ କରିଦେଇଥିଲେ । ସେ ଭାରତର ସ୍ୱାଧୀନତା ଏବଂ ଆଦିବାସୀ ସଂସ୍କୃତିର ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ । ଏଭଳି ଅନେକ କିଛି ଅଛି ଯାହା ଆମେମାନେ ଧରତୀଆବା ଅର୍ଥାତ୍ ଧରିତ୍ରୀର ପିତାସମ ବିର୍ସାମୁଣ୍ଡାଙ୍କଠାରୁ ଶିଖିପାରିବା ।

ବନ୍ଧୁଗଣ, ଯେତେବେଳେ ଧରତୀ ଆବା ବିର୍ସାମୁଣ୍ଡାଙ୍କ କଥା ପଡ଼େ, ତାଙ୍କର ସ୍ୱଳ୍ପ ଜୀବନକାଳ ଉପରେ ନଜର ଦେଲେ ଆଜି ମଧ୍ୟ ଆମେ ତାଙ୍କଠାରୁ ଅନେକ କିଛି ଶିଖିପାରିବା । ଧରତୀ ଆବା ତ’ କହିଥିଲେ – ଏହି ଧରତୀ ଆମର ଏବଂ ଆମେ ଏହାର ରକ୍ଷକ । ତାଙ୍କର ଏହି ବାକ୍ୟରେ ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟ ଭାବନା ତଥା ପରିବେଶ ପ୍ରତି ଆମର କର୍ତ୍ତବ୍ୟର ଅନୁଭବ ହୁଏ । ସେ ସବୁବେଳେ ଏହି କଥା ଉପରେ ଜୋର୍ ଦେଉଥିଲେ ଯେ’ – ଆମେ ଆଦିବାସୀ ସଂସ୍କୃତିକୁ ଭୁଲିବା ନାହିଁ; ତା’ଠାରୁ ତିଳେମାତ୍ର ଦୂରକୁ ଯିବାନାହିଁ । ଆଜି ମଧ୍ୟ ଦେଶର ଆଦିବାସୀ ସମାଜଠାରୁ ଆମେ ପ୍ରକୃତି ଏବଂ ପରିବେଶ ସମ୍ପର୍କରେ ବହୁତ କିଛି ଶିଖିପାରିବା ।

ବନ୍ଧୁଗଣ, ଗତବର୍ଷ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମୋତେ ରାଞ୍ଚିର ଭଗବାନ ବିର୍ସାମୁଣ୍ଡା ଗଙ୍କଗ୍ଦରଙ୍କଜ୍ଞ ଉଦ୍‌ଘାଟନ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ଆମର ଯୁବବର୍ଗକୁ ଆହ୍ୱାନ କରିବି ଯେ’ ସେମାନଙ୍କୁ ଯେତେବେଳେ ବି ସମୟ ମିଳୁଛି, ସେମାନେ ଏହାକୁ ଦେଖିବାକୁ ଯାଆନ୍ତୁ । ମୁଁ ଆପଣମାନଙ୍କୁ ଏହା ବି କହିବାକୁ ଚାହେଁ ଯେ’ ନଭେମ୍ବର ଏକ ତାରିଖ ଅର୍ଥାତ୍ ପରଦିନ ମୁଁ ଗୁଜୁରାଟ ରାଜସ୍ତାନର ସୀମାବର୍ତ୍ତୀ ମାନଗଡ଼ରେ ରହିବି । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଆମର ସମୃଦ୍ଧ ଆଦିବାସୀ ସଂସ୍କୃତିରେ ମାନଗଡ଼ର ସ୍ଥାନ ଅତି ବିଶିଷ୍ଟ । ଏହି ସ୍ଥାନରେ ୧୯୧୩ ମସିହା ନଭେମ୍ବର ମାସରେ ଏକ ଭୟାନକ ନରସଂହାର ହୋଇଥିଲା ଯେଉଁଥିରେ ଇଂରେଜମାନେ ନିର୍ମମ ଭାବରେ ସ୍ଥାନୀୟ ଆଦିବାସୀମାନଙ୍କୁ ହତ୍ୟା କରିଥିଲେ । କୁହାଯାଏ ଯେ’ ଏହି ନରସଂହାରରେ ପ୍ରାୟ ୧ ହଜାର ଆଦିବାସୀ, ଜୀବନ ହରାଇଥିଲେ । ଏହି ଜନଜାତୀୟ ଆନ୍ଦୋଳନର ନେତୃତ୍ୱ ଗୋବିନ୍ଦ ଗୁରୁଜୀ କରିଥିଲେ, ଯାହାର ଜୀବନ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । ଆଜି ମୁଁ ସେ ସମସ୍ତ ଆଦିବାସୀ ଶହୀଦ ଏବଂ ଗୋବିନ୍ଦ ଗୁରୁଜୀଙ୍କର ଅଦମ୍ୟ ସାହସ ଏବଂ ଶୌର‌୍ୟ୍ୟକୁ ପ୍ରଣାମ ଜଣାଉଛି। ଏହି ଅମୃତବେଳାରେ ଭଗବାନ ବିର୍ସାମୁଣ୍ଡା, ଗୋବିନ୍ଦ ଗୁରୁ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆଦର୍ଶର ଅନୁପାଳନ ଯେତେ ନିଷ୍ଠାର ସହିତ କରିବା ଆମର ଦେଶ ସେତିକି ଶିଖରକୁ ଛୁଇଁଯିବ ।

ମୋର ପ୍ରିୟ ଦେଶବାସୀଗଣ । ଆସନ୍ତା ନଭେମ୍ବର ୮ ତାରିଖ ଗୁରୁପର୍ବ ହେବ । ଗୁରୁ ନାନକଙ୍କର ପ୍ରକାଶପର୍ବ ବା ଜୟନ୍ତୀ ଉତ୍ସବ ଆମମାନଙ୍କ ପାଇଁ ଯେତିକି ମହତ୍ୱପୂର୍ଣ୍ଣ ସେଥିରୁ ଆମକୁ ସେତିକି ଶିକ୍ଷା ମଧ୍ୟ ମିଳିଥାଏ । ଗୁରୁ ନାନକଦେବ ଜୀ ନିଜର ସାରାଜୀବନ ମାନବତାକୁ ଆଲୋକ ଦେବାରେ ବିତାଇଦେଲେ । ଗତ କିଛିବର୍ଷରେ ଆମ ଦେଶ ଗୁରୁମାନଙ୍କର ଜ୍ଞାନକୁ ଜନମାନସରେ ବିତରଣ କରିବା ପାଇଁ ଅନେକ ପ୍ରୟାସ କରିଛି । ଆମକୁ ଗୁରୁ ନାନକଦେବଙ୍କର ୫୫୦ତମ ପ୍ରକାଶପର୍ବ ଦେଶ ତଥା ବିଦେଶରେ ବ୍ୟାପକ ଭାବରେ ପାଳନ କରିବାର ସୌଭାଗ୍ୟ ମିଳିଥିଲା । ଦଶକ ଦଶକ ଧରି ଅପେକ୍ଷା କରିବା ପାଇଁ କର୍ତାରପୁର ସାହେବ କରିଡର୍‌ର ନିର୍ମାଣ ମଧ୍ୟ ସେତିକି ସୁଖଦ । ଏହି କିଛିଦିନ ପୂର୍ବେ ମୁଁ ହେମକୁଣ୍ଡ ସାହେବ ପାଇଁ ରୋପ ୱେ ଶିଳାନ୍ୟାସ କରିବାର ସୁଯୋଗ ପାଇଥିଲି । ଆମକୁ ଆମ ଗୁରୁମାନଙ୍କର ବିଚାରଧାରାରୁ ସଦାସର୍ବଦା ଶିଖିବାକୁ ହେବ । ସେମାନଙ୍କ ପ୍ରତି ସମର୍ପିତ ରହିବାକୁ ହେବ । ଏହିଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ମଧ୍ୟ ପାଳିତ ହେବ । ଏହିଦିନ ଆମେ ତୀର୍ଥସ୍ଥାନରେ, ନଦୀମାନଙ୍କରେ ସ୍ନାନ କରୁ – ସେବା ଓ ଦାନ ମଧ୍ୟ କରୁ । ମୁଁ ଆପଣମାନଙ୍କୁ ଏହି ପର୍ବର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆଗାମୀ ଦିନମାନଙ୍କରେ କେତେକ ରାଜ୍ୟ ନିଜ ନିଜର ରାଜ୍ୟଦିବସ ମଧ୍ୟ ପାଳନ କରିବେ । ଆନ୍ଧ୍ରପ୍ରଦେଶ ନିଜର ସ୍ଥାପନା ଦିବସ ପାଳନ କରିବ । କେରଳରେ ମଧ୍ୟ ପିରାବୀ ପାଳିତ ହେବ । କର୍ଣ୍ଣାଟକରେ ବି ରାଜ୍ୟୋତ୍ସବ ପାଳନ କରାଯିବ । ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ହରିୟାଣା ମଧ୍ୟ ନିଜ ନିଜର ରାଜ୍ୟଦିବସ ପାଳନ କରିବେ । ମୁଁ ଏ ସମସ୍ତ ରାଜ୍ୟର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଆମର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଜଣେ ଅନ୍ୟଠାରୁ ଶିଖିବାର, ପରସ୍ପର ସହଯୋଗ କରିବାର ଏବଂ ମିଳିମିଶି କାମ କରିବାର ପ୍ରବୃତି ଯେତିକି ମଜଭୁତ୍ ହେବ, ଦେଶ ସେତିକି ଆଗକୁ ଯିବ । ମୋର ବିଶ୍ୱାସ, ଆମେ ଏହି ଭାବନାକୁ ନେଇ ଆଗେଇ ଚାଲିବା । ଆପଣମାନେ ନିଜ ନିଜର ଧ୍ୟାନ ରଖନ୍ତୁ, ସୁସ୍ଥ ରୁହନ୍ତୁ । ‘ମନ୍ କି ବାତ୍‌’ରେ ଆଗାମୀ ସାକ୍ଷାତ ପର‌୍ୟ୍ୟନ୍ତ ମୋତେ ଆଜ୍ଞା ଦିଅନ୍ତୁ ।

ନମସ୍କାର, ଧନ୍ୟବାଦ ।