Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୩’ର ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

‘ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୩’ର ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

December 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍‌ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା ହୋଇଥିଲା। ଦେଶର ନୂଆପିଢିର ସୃଜନଶୀଳତାକୁ ଭାରତର ବିକାଶରେ ଯୋଡିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ନେତୃତ୍ୱ ନେଉଛନ୍ତି। ଚଳିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣରେ ୨ ଲକ୍ଷ ୬୭ ହଜାର ପ୍ରତିଯୋଗୀ ଅଛନ୍ତି। ୫୧ ହଜାର ନୂଆ ଆଇଡିଆକୁ ନେଇ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ୨୦୧୭ରେ ଏହି ହକାଥନ ଆରମ୍ଭ ବେଳେ ମାତ୍ର ୭ ହଜାର ୫୩୧ଟି ଟିମ୍ ଥିବା ବେଳେ ଏହି ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଁ ୪୪ ହଜାର ୬୧୭ରେ ପହଞ୍ଚିଛି।

ଦେଶରେ ଦୀର୍ଘ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଆମ ଦେଶ ନୂଆ ନୂଆ ଉଚ୍ଚତାକୁ ଯାଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । ସର୍ବାଧିକ ଯୁବଶକ୍ତିର ଦେଶ ଭାରତ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ଭାବୁଥିବା ଦେଶ । ଆଗାମୀ ଦିନରେ ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଉଦ୍ୟମିତା, ନବସୃଜନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମ ଦେଶ ଆଗକୁ ବଢୁଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି ।

‘ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.