Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ବିଜେପି ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ: ଯୋଗଦେଲେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା
ଆଞ୍ଚଳିକ

ଚିଲିକାରେ ବିଜେପି ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ: ଯୋଗଦେଲେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା

January 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ ଚିଲିକା ନିର୍ବାଚନୀ ମଣ୍ଡଳୀର‌ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ‌ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଯୁବକ ଯୁବତୀମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଏକ ସୁନ୍ଦର ସମାଜ ଗଠନ କରିବାରେ ଯୁବକ ଯୁବତୀମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଏହାପରେ ଅନୁଷ୍ଠିତ ସଭାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶେଷ ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିରଜାଈ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ଭୋଳ,ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଦୀନବନ୍ଧୁ ସାହୁ‌, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଯୁବମୋର୍ଚ୍ଚା ପ୍ରଭାରୀ ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ, ଚ଼ଣ୍ଡେଶ୍ବର ମଣ୍ଡଳ ସଭାପତି ଲକ୍ଷ୍ମୀଧର ବରାଳ, ବଡ଼କୂଳ ମଣ୍ଡଳ ସଭାପତି ଦିଲ୍ଲିପ ମହାନ୍ତି, ପ୍ରତାପେଶ୍ବର ମଣ୍ଡଳ ସଭାପତି କୈଳାସ ବରାଳ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ କାଉନସିଲର ତଥା ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବି ନାରାୟଣ ମିଶ୍ର, ଗମ୍ଭାରୀମୁଣ୍ଡା ପଞ୍ଚାୟତ ର‌ ସମିତିସଭ୍ୟା ଅନିତା ପ୍ରଧାନ ଯୋଗଦେଇଥିଲେ।ସମସ୍ତ ନୂତନ ଭୋଟର୍ ମାନଙ୍କୁ ସଚେତନ କରାଯିବା ସହିତ ସେମାନେ ମତଦାନକୁ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ବିବେଚିତ କରି କିପରି ଶତ ପ୍ରତିଶତ ମତଦାନ କରିବେ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

୨୦୪୭ ମସିହା ମଧ୍ୟରେ ଭାରତକୁ ଆତ୍ମନିର୍ଭର ଓ ବିକଶିତ ରାଷ୍ଟ୍ର‌ ରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଇଥିଲେ। ଏହି ସଭା‌କୁ‌ ପରିଚ଼ାଳନା କରିଥିଲେ ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ପ୍ରଭାରୀ ବିଶ୍ବବିଜୟୀ ଦାଶ‌। ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତପନ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ କାହ୍ନୁଚ଼ରଣ ପ୍ରଧାନ, ସମର ରଞ୍ଜନ ସୁବୁଦ୍ଧି, ସଂଯୋଜକ ଶ୍ୟାମସୁନ୍ଦର ପ୍ରଧାନ, ସାଜିଦ୍ ହୁସେନ, ବାଲୁଗାଁ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁଚରଣ ପଲାଇ‌, ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲଲାଟ କେଶରୀ ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ୧୫୦୦ ରୁ ଊର୍ଦ୍ଧ୍ଵ ନବ ଭୋଟର ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ।

ନରେନ୍ଦ୍ର ମୋଦି ବିଜେପି ଯୁବମୋର୍ଚ୍ଚା ଭିଡ଼ିଓ କନଫରେନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026
Latest News

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତେଜେନ୍ଦ୍ରଙ୍କ ସରୋଦ, ଲିପ୍ସାଙ୍କ ଓଡିଶୀ 

September 7, 2026

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ’ ସଙ୍କଳ୍ପ ପୂରଣ ହେବ: ଗୃହମନ୍ତ୍ରୀ

September 7, 2026

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.