Categories
ବିଶେଷ ଖବର

ଆସନ୍ତାକାଲି ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ରାଜଭବନ ପରିସରରେ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ।

ଭୁବନେଶ୍ୱର ସ୍ଥିତ ରାଜଭବନ ପରିସରରେ ଆସନ୍ତାକାଲି ‘ମନ କୀ ବାତ’ର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରସାର ଭାରତୀ ଏବଂ ପିଆଇବି ପକ୍ଷରୁ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବରୁ ପ୍ରସାରିତ ‘ମନ କୀ ବାତ’ ଅଧ୍ୟାୟରେ ଓଡ଼ିଶାର ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ବିଷୟରେ ଆଲୋଚନା କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂକୁ ଆମନ୍ତ୍ରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ମନ କୀ ବାତ୍‌ର ନିୟମିତ ଶ୍ରୋତାମାନେ ଅଂଶଗ୍ରହଣ କରିବେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ମନ କୀ ବାତ’ ଏବଂ ଆଜାଦୀ କା ଅମୃତ ମହୋତ୍ସବ’କୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସାମାଜିକ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଆଲୋଚନା କରିସାରିଛନ୍ତି ସେହି ସବୁ ବିଷୟ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏହି ଅବସରରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି), ଦୂରଦର୍ଶନ ଓ ଆକାଶବାଣୀର କର୍ମଚାରୀମାନେ ଅଂଶଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦୧୪ ପରଠାରୁ ଏବେ ସୁଦ୍ଧା ମନ୍‌ କୀ ବାତ୍‌ର ୯୯ଟି ଅଧ୍ୟାୟ ପ୍ରସାରିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ଭାବ ବିନିମୟ ଲାଗି ଦେଶର ସାଧାରଣ ନାଗରିକଙ୍କ ପାଇଁ ଏକ ମଞ୍ଚ ପାଲଟିଛି। ୧୦୦ତମ ଅଧ୍ୟାୟ ପ୍ରସାରଣ ପୂର୍ବରୁ ‘ମନ କୀ ବାତ’ ଅନେକ ଉପଲବ୍ଧି ହାସଲ କରିଛି। ଆଇଆଇଏମ ରୋହତକ ଏବଂ ପ୍ରସାର ଭାରତୀ ପକ୍ଷରୁ ମନ କୀ ବାତକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣର ଫଳାଫଳ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମକୁ ୧୦୦ କୋଟି ଶ୍ରୋତା କୌଣସି ନା କୌଣସି ପ୍ରକାରରେ ଶୁଣିଛନ୍ତି। ସେହିପରି ମନ କୀ ବାତର ୨୩ କୋଟି ନିୟମିତ ଶ୍ରୋତା ରହିଛନ୍ତି। ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ମଧ୍ୟ ଅନୁପ୍ରାଣିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୬୦% ଲୋକ ରାଷ୍ଟ୍ର ଗଠନରେ ଆଗ୍ରହୀ ହୋଇଛନ୍ତି ଏବଂ ୭୩% ଲୋକ ଭାବୁଛନ୍ତି ଯେ ଦେଶ ବର୍ତ୍ତମାନ ଠିକଣା ପଥରେ ପ୍ରଗତି ହାସଲ କରୁଛି।

ଅନ୍ୟପକ୍ଷରେ ଆଜି ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ କରାଯାଇଥିବା ଏକ ସ୍ୱତନ୍ତ୍ର ଅଧ୍ୟୟନରୁ ଜଣାପଡ଼ିଛି ଯେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ ମନ କୀ ବାତ୍‌କୁ ଏକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥାନ୍ତି।

Categories
ବିଶେଷ ଖବର

ଏଫ୍ଏମ୍ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୯୧ଟି ୧୦୦ଡବ୍ଲ୍ୟୁ କ୍ଷମତା ବିଶିଷ୍ଟ ଟ୍ରାନ୍ସମିଟର ଉଦ୍ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍ଘାଟନ କରିଛନ୍ତି। ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ। ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ।

ଏହି ଅବସରରେ ଉଦ୍ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଭାରେ ଉପସ୍ଥିତ ଥିବା ଅନେକ ପଦ୍ମ ପୁରସ୍କାର ବିଜେତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିବସଟି ଆକାଶବାଣୀର ଏଫ୍ଏମ୍ ସେବା ପ୍ରସାରଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ଯଥାର୍ଥରେ ସର୍ବଭାରତୀୟ ବା ଅଲ ଇଣ୍ଡିଆ ଏଫଏମ୍ ସେବା ହେବାକୁ ଯାଇଛି। ଆଜି ଉଦ୍ଘାଟିତ ହୋଇଥିବା ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ୮୫ଜିଲ୍ଳାର ଦୁଇକୋଟି ଜନତାଙ୍କ ପାଇଁ ଏକ ଉପହାର ସଦୃଶ। ଏହା ଭାରତର ବିବିଧତା ଓ ବର୍ଣ୍ଣାଳୀର ସ୍ପର୍ଶ ପ୍ରଦାନ କରୁଛି। ସେ ଆହୁରି କହିଥିଲେ ଯେ ଏହି ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ଆକାଂକ୍ଷୀ ଜିଲ୍ଳା ଓ ବ୍ଲକମାନଙ୍କୁ ଏଫ୍ଏମ୍ ରେଡିଓ ସେବା ଯୋଗାଇବ। ଏହି ସଫଳତା ପାଇଁ ଆକାଶବାଣୀ କର୍ତ୍ତୃପକ୍ଷଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଦେଶର ଉତ୍ତର ପୂର୍ବାଞ୍ଚଳର ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେବାକୁ ଥିବାରୁ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରେଡିଓ ସହିତ ବର୍ତ୍ତମାନ ପିଢିର ଆବେଗାତ୍ମକ ସଂଯୋଗ ସମ୍ପର୍କରେ କହିଥିଲେ। ସେ କହିଥିଲେ, “ମୋ ପାଇଁ ଏହା ଏକ ଅତିରିକ୍ତ ଆନନ୍ଦ ଆଣିଛି ଏବଂ ସେଇଟି ହେଲା ଜଣେ ହୋଷ୍ଟ(ଉପସ୍ଥାପକ)ଭାବେ ରେଡିଓ ସହିତ ମୁଁ ସମ୍ପୃକ୍ତ।” ତାଙ୍କର ଆଗାମୀ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍” ସମ୍ପର୍କରେ ସେ କହିଛନ୍ତି ଯେ “ଦେଶବାସୀଙ୍କ ସହ ଯେଉଁ ଭାବ ପ୍ରବଣତାର ସହିତ ମୁଁ ସମ୍ପୃକ୍ତ ହୋଇପାରୁଛି ତାହା କେବଳ ରେଡିଓ ଯୋଗୁଁ ସମ୍ଭବ ହେଉଛି। ଏହା ମାଧ୍ୟମରେ ମୁଁ ଦେଶର ସାମର୍ଥ୍ୟ ଓ ଦେଶବାସୀଙ୍କ କର୍ତ୍ତବ୍ୟର ସମ୍ମିଳିତ ଶକ୍ତି ସହିତ ସଂଯୁକ୍ତ ହୋଇପାରୁଛି।”

ଏ ସମ୍ପର୍କରେ କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ସ୍ୱଚ୍ଛ ଭାରତ, ବେଟି ବଚାଓ ଓ ବେଟି ପଢାଓ ଓ ହର୍ ଘର୍ ତିରଙ୍ଗା ଭଳି କାର୍ଯ୍ୟକ୍ରମ ସବୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ଆନ୍ଦୋଳନରେ ପରିଣତ ହୋଇଛି। “ସେ ଦୃଷ୍ଟିରୁ ଗୋଟିଏ ବିଚାରରେ ମୁଁ ଆପଣଙ୍କ ଆକାଶବାଣୀ ଟିମ୍ର ଜଣେ ସଦସ୍ୟ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଉଦ୍ଘାଟିତ ହୋଇଥିବା ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ପଛରେ ସରକାରଙ୍କ ନୀତି ଓ ଆଦର୍ଶ ହେଲା ଦେଶର ଯେଉଁ ଅଞ୍ଚଳର ଲୋକେ ଆକାଶବାଣୀ ସେବାରୁ ବଂଚିତ ହୋଇ ରହିଛନ୍ତି ସେମାନଙ୍କୁ ସେ ସୁବିଧା ଯୋଗାଇବା। ଏଣିକି ସେମାନେ ଆଉ ରେଡିଓ ସେବାରୁ ବଞ୍ôଚତ ହେବେ ନାହିଁ। ଯେଉଁମାନେ ଆଗରୁ ନିଜକୁ ଦୂର ବୋଲି ବିଚାର କରୁଥିଲେ ଏବେ ସେମାନେ ନିକଟତର ହୋଇ ନିଜକୁ ଭଲଭାବେ ସଂଯୁକ୍ତ କରିପାରିବେ।

ଏଫ୍ଏମ୍ ଟ୍ରାନ୍ସମିଟର ଲାଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବା, ଗୋଷ୍ଠୀ ନିର୍ମାଣ ଉଦ୍ୟମ, ଚାଷବାସ ପାଇଁ ପାଣିପାଗ ସୂଚନା ପ୍ରଦାନ, ଖାଦ୍ୟ ଓ ପନିପରିବାର ଦରଦାମ ସଂକ୍ରାନ୍ତ ସୂଚନା ପ୍ରଦାନ, ଚାଷରେ ରାସାୟନିକ ସାର ପ୍ରୟୋଗରୁ ଘଟୁଥିବା କ୍ଷତି ସମ୍ପର୍କରେ ଆଲୋଚନା, ଚାଷବାସ ପାଇଁ ଅଗ୍ରଣୀ ଯନ୍ତ୍ରପାତିର ବ୍ୟବହାର, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନୂଆ ମାର୍କେଟ ନୀତି ସମ୍ପର୍କରେ ସୂଚନା ପ୍ରଦାନ ତଥା ପ୍ରାକୃତିକ ବିପଦ ସମୟରେ ସବୁ ଲୋକଙ୍କୁ ଖବର ଦେଇ ସାହାଯ୍ୟ ସହଯୋଗ କରିବା ସମ୍ଭବ ହେବ। ଏହାଛଡା ଏଫ୍ଏମ୍ ଟ୍ରାନ୍ସମିଟର ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଟେକ୍ନୋଲୋଜିର ଗଣତାନ୍ତ୍ରିକୀକରଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। “ଭାରତକୁ ଉପରକୁ ଉଠିବାକୁ ହେଲେ କୌଣସି ଭାରତୀୟ ସୁଯୋଗର ଅଭାବ ଅନୁଭବ କରିବା ଉଚିତ ନୁହେଁ। ସମସ୍ତେ ଅତ୍ୟାଧୁନିକ ଟେକ୍ନୋଲୋଜିର ସୁବିଧାସୁଯୋଗ ପାଇବା ଆବଶ୍ୟକ। ଏହା ମଧ୍ୟ ସୁଲଭ ହେବା ଆବଶ୍ୟକ। ତେବେ ଯାଇ ସମସ୍ତେ ସୁଯୋଗର ଉପଯୋଗ କରି ଆଗକୁ ବଢିପାରିବେ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଫାଇବର ଅପ୍ଟି୍କ୍ସ ମାଧ୍ୟମରେ ଗ୍ରାମଞ୍ଚଳକୁ ଅତି ଶସ୍ତାରେ ଡାଟା ପ୍ରେରଣ ସମ୍ଭବ ହେଉଛି। ଏହା ଦ୍ୱାରା ଲୋକେ ସୂଚନା ସେବା ସହଜରେ ପାଇପାରୁଛନ୍ତି। ଏହା ଫଳରେ ଗ୍ରାମାଞ୍ଚଳରେ ଡିଜିଟାଲ ଉଦ୍ୟମିତା ବଢିଛି। ସେହିଭଳି ୟୁପିଆଇ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ, ଷ୍ଟ୍ରୀଟ ଭେଣ୍ଡର ଓ ସେହିଭଳି ବୃତ୍ତିରେ ଥିବା ଲୋକଙ୍କୁ ବ୍ୟାଙ୍କ ସେବାର ସୁଯୋଗ ଯୋଗାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ବିଗତ କେତେ ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଯେଉଁ ପ୍ରଯୁକ୍ତିଗତ ବିପ୍ଳବ ଆରମ୍ଭ ହୋଇଛି ତାହା ରେଡିଓ, ବିଶେଷକରି ଏଫ୍ଏମ୍ର ଚାହିଦା ବୃଦ୍ଧି କରିଛି। ନୂଆ ରୂପରେ ଏହାର ଆତ୍ମପ୍ରକାଶ ଘଟିଛି। ଇଣ୍ଟରନେଟର ବିକାଶ ସହିତ ରେଡିଓ ଅଗ୍ରଭାଗକୁ ଆସିବା ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ପଡ୍କାଷ୍ଟ ଓ ଅନ୍ଲାଇନରେ ଏଫ୍ଏମ୍ ସେବା ମିଳୁଛି। ଡିଜିଟାଲ ଇଣ୍ଡିଆ କେବଳ ନୂଆ ଶ୍ରୋତା ଦେଇନାହିଁ ଏକ ନୂଆ ବିଚାରଧାରା ମଧ୍ୟ ପ୍ରଦାନ କରିଛି। ଏହି ପ୍ରକାର ବିପ୍ଳବ ପ୍ରତ୍ୟେକ ପ୍ରସାରଣ ମାଧ୍ୟମରେ ଦେଖା ଯିବ ବୋଲି ସେ କହିଛନ୍ତି। ସେ ଆହୁରି ସୂଚନା ଦେଇଛନ୍ତି ଯେ ଡିଡି ଫ୍ରି ଡିସ୍ (ଦେଶର ବୃହତ୍ ଡିଟିଏଚ୍ ପ୍ଲାଟଫର୍ମ) ଦେଶର ୪କୋଟି ୩୦ଲକ୍ଷ ଘରେ ଏବେ ଉପଲବ୍ଧ। ଏହା ମାଧ୍ୟମରେ ଲୋକେ ଠିକ୍ ସମୟରେ ଦେଶବିଦେଶର ଖବର ପାଉଛନ୍ତି। ଦେଶର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସୀମାନ୍ତ ଇଲାକା ଯାଏ ସବୁଠି ଏହି ସୁବିଧା ଉପଲବ୍ଧ। ଯେଉଁ ବର୍ଗ, ସମାଜ ଓ ପରିବାର ପିଢିପିଢି ଧରି ଶିକ୍ଷା ଓ ମନୋରଞ୍ଜନରୁ ବଞ୍ଚିତ ହେଉଥିଲେ ଏବେ ସେମାନଙ୍କ ପାଖରେ ତାହା ପହଞ୍ଚୁଛି। ଏହା ଫଳରେ ସମାଜରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଥିବା ତାରତମ୍ୟ ଦୂର ହୋଇଛି ଓ ସମସ୍ତେ ଉତ୍ତମମାନର ସୂଚନା ପାଇପାରୁଛନ୍ତି। ଏବେ ଡିଟିଏଚ୍ରେ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଉପଲବ୍ଧ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ବିଶ୍ୱବିଦ୍ୟାଳୟଠାରୁ ଅଧିକ ପାଠ ଆମ ଘରକୁ ପଠାଉଛି। ଏହା ଫଳରେ ଦେଶର କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। କରୋନା ମହାମାରୀ ସମୟରେ ଆମେ ଏହା ଅଭିଜ୍ଞତା ଅର୍ଜନ କରିଛୁ। ଏହା ଡିଟିଏଚ୍ ହେଉ ଅଥବା ଏଫଏମ୍ ରେଡିଓ ଏହି କ୍ଷମତା ଆମକୁ ଭବିଷ୍ୟତର ଭାରତକୁ ଦେଖିବାକୁ ଏକ ଝରକା ପ୍ରଦାନ କରିଛି। ଆମକୁ ଏହି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି।

ଦେଶର ଭାଷାଗତ ବିବିଧତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଫ୍ଏମ୍ ଟ୍ରାନ୍ସମିଶନ ସବୁ ଭାରତୀୟ ଭାଷା ସମେତ ୨୭ଟି ଉପଭାଷାରେ କରାଯିବ। ଏହି ସଂଯୋଗ ବ୍ୟବସ୍ଥା କେବଳ ଯୋଗାଯୋଗର ଯନ୍ତ୍ର ବା ଟୁଲ୍ସକୁ ସଂଯୋଗ କରିବ ନାହିଁ ; ଏହା ମଧ୍ୟ ଲୋକଙ୍କୁ ଯୋଡିବ। ଏହା ସରକାରଙ୍କ କର୍ମ ସଂସ୍କୃତିର ଏକ ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସାମାଜିକ ସଂଯୋଗ ସହିତ ଭୌତିକ ସଂଯୋଗ ଉପରେ ମଧ୍ୟ କାମ କରୁଛନ୍ତି। ଏହା ସହିତ ସାଂସ୍କୃତିକ ଓ ବୌଦ୍ଧିକ ସଂଯୋଗକୁ ମଜବୁତ୍ କରାଯାଉଛି। ଏଥିପାଇଁ ପଦ୍ମ ଭଳି ବିଭିନ୍ନ ସରକାରୀ ପୁରସ୍କାରକୁ ବାଛ ବିଚାର ରହିତ କରି ଜନତାଙ୍କ ପୁରସ୍କାରରେ ପରିଣତ କରାଯାଇଛି। ଏହା ମାଧ୍ୟମରେ ଦେଶ ଓ ସମାଜର ପ୍ରକୃତ ନାୟକ, ଯୋଗ୍ୟ ବ୍ୟକ୍ତିମାନେ ହିଁ ସମ୍ମାନୀତ ହେଉଛନ୍ତି। ଏବେ ପଦ୍ମ ପୁରସ୍କାରରେ ପୂର୍ବଭଳି ସୁପାରିସ ବ୍ୟବସ୍ଥା ନାହିଁ। ବ୍ୟକ୍ତିର ସେବା, କାମ ଏବଂ ସମାଜ ତଥା ଦେଶ ପ୍ରତି ତାହାର ଅବଦାନକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପର୍ଯ୍ୟଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ପୀଠ ଓ ତୀର୍ଥସ୍ଥଳ ଆଦିର ବିକାଶ ହେବା ପରେ ତୀର୍ଥାଟନ / ପର୍ଯ୍ୟଟନ ବଢିଛି। ଅଧିକରୁ ଅଧିକ ଲୋକଙ୍କୁ ଦେଶ ବିଦେଶରୁ ଏସବୁ ସ୍ଥଳକୁ ଆସୁଛନ୍ତି। ଏହା ଆମ ସାଂସ୍କୃତିକ ସଂଯୋଗର ପ୍ରମାଣ ବହନ କରୁଛି। ଏହି ଅବସରରେ ସେ ଆଦିବାସୀ ମୁକ୍ତି ସଂଗ୍ରାମୀଙ୍କ ସଂଗ୍ରହାଳୟ, ବାବା ସାହେବ ଆମ୍ବେଦକରଙ୍କ ପଂଚତୀର୍ଥ, ଜାତୀୟ ଯୁଦ୍ଧ ସ୍ମାରକ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଆଦିର ଉଦାହରଣ ଦେଇଥିଲେ। ଏହା ଫଳରେ ଦେଶର ବୌଦ୍ଧିକ ଓ ଆବେଗାତ୍ମକ ସଂଯୋଗରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଥିବା ସେ କହିଥିଲେ।

ନିଜର ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆକାଶବାଣୀ ଭଳି ସବୁ ଯୋଗାଯୋଗ ଚାନେଲ ଓ ସରକାରୀ ଗଣମାଧ୍ୟମର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ସେ ସ୍ପଷ୍ଟ କରି ଦେଇଥିଲେ ଯେ ସଂଯୋଗ ବ୍ୟବସ୍ଥା ଯାହାହେଉ ନା କାହିଁକି, ସେସବୁର ଉଦ୍ଦେଶ୍ୟ ହେଲା ଦେଶକୁ ଓ ଏହାର ୧୪୦କୋଟି ଲୋକଙ୍କୁ ଯୋଡିବା। ସବୁ ସମ୍ପୃକ୍ତ ପକ୍ଷ ଏହି ଲକ୍ଷ୍ୟ ନେଇ ଆଗକୁ ବଢିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ସେ କହିଥିଲେ ନିରନ୍ତର ଆଲୋଚନା ଓ ମତ ବିନିମୟ ମାଧ୍ୟମରେ ଦେଶକୁ ଆଗେଇ ନେବା ସହଜ ହେବ।

ପୃଷ୍ଠଭୂମି :- ସରକାର ଦେଶର ଏଫ୍ଏମ୍ ରେଡିଓ ସେବାର ପରିସର ବଢାଇବାକୁ ଆଉ ୯୧ଟି ନୂଆ ୧୦୦ ୱାଟ ବିଶିଷ୍ଟ ଏଫ୍ଏମ୍ ଟ୍ରାନ୍ସମିଟର ସ୍ଥାପନ କରିଛନ୍ତି। ଏହା ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୮୫ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଆକାଂକ୍ଷୀ ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଇଛି। ଓଡିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ତେଲଙ୍ଗାନା, କେରଳ, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡାମାନ ନିକୋବରରେ ଏହି ଏଫ୍ଏମ୍ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି। ଏହା ଦ୍ୱାରା ଦୁଇ କୋଟି ଲୋକ ରେଡିଓ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ପାଇବେ। ଅତିରକ୍ତିଭାବେ ୩୫ହଜାର ବର୍ଗ କି.ମି. ଇଲାକାରେ ରେଡିଓ ସେବା ପହଞ୍ଚିବ। ଆଗରୁ ଏସବୁ ସ୍ଥାନରେ ରେଡିଓ ଶୁଭୁ ନ ଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରେଡିଓର ଯୋଗାଯୋଗ ଦକ୍ଷତା ଉପରେ ଦୃଢ ବିଶ୍ୱାସ। ଏହା ମାଧ୍ୟମରେ ଅଧିକ ଲୋକଙ୍କ ପାଖରେ ସହଜରେ ପହଞ୍ଚି ହେବ ବୋଲି ସେ ବିଚାର କରନ୍ତି। ଏପ୍ରିଲ ୩୦ରେ ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟର ପ୍ରସାରଣ ପୂର୍ବରୁ ଏହି ନୂଆ ଏଫ୍ଏମ୍ ଟ୍ରାନ୍ସମିଟରଗୁଡିକ କାର୍ଯ୍ୟକ୍ଷମ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ ୨୮ ରେ ୯୧ ଏଫ୍ଏମ୍ ଟ୍ରାନ୍ସମିଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଚଳିତମାସ ୨୮ତାରିଖ ଅର୍ଥାତ୍ ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍ଘାଟନ କାର୍ଯ୍ୟ ସମ୍ପାଦିତ ହେବ। ଉଦ୍ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା ୧୦୦ଡବ୍ଲୁ। ଏସବୁ ଏଫ୍ଏମ୍ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ।

ଭାରତ ସରକାର ଦେଶରେ ଏଫ୍ଏମ୍ ସଂଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧ। ଏହି ୯୧ ନୂଆ୧୦୦ଡବ୍ଲୁ (100W) ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୮୪ଜିଲ୍ଲାରେ ସ୍ଥାପନ କରାଯାଇଛି। ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ। ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫ୍ଏମ୍ ସେବା ଅଧିକ ଦୁଇକୋଟି ଲୋକ ପାଇବେ। ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନ ଥିଲା।

ନୂଆ ଏଫ.ଏମ୍ ଟ୍ରାନ୍ସମିଟର ଗୁଡିକ ଅତିରିକ୍ତ୩୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିପାରିବେ।

ପ୍ରଧାନମନ୍ତ୍ରୀ ରେଡିଓର ଜଣେ ଦୃଢ ସମର୍ଥକ। ଏହି ବେତାର ସେବା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି। ଗଣମାଧ୍ୟମର ସାମର୍ଥ୍ୟକୁ ଉପଯୋଗ କରି ତାହାର ସେବା ସର୍ବାଧିକ ଜନତାଙ୍କ ପାଖରେ ପହଞ୍ଚାବାକୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍” ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ତାରିଖ ରବିବାର ଦିନ ୧୦୦ତମ ଅଧ୍ୟାୟରେ ପହଞ୍ଚିବ। ଏହି ଐତିହାସିକ କ୍ଷଣର ଠିକ ଦୁଇଦିନ ପୂର୍ବରୁ ଦେଶରେ ନୂଆ ୯୧ଟି ଏଫଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଉଛି।

Categories
ବିଶେଷ ଖବର

ଜାତୀୟ ଚିକିତ୍ସା ଉପକରଣ ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩କୁ ମଞ୍ଜୁରି ମିଳିଛି।

ଭାରତର ଚିକିତ୍ସା ଉପକରଣ କ୍ଷେତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ। କୋଭିଡ -୧୯ ମହାମାରୀ ସମୟରେ ଭାରତ ବ୍ୟାପକ ପରିମାଣରେ ଚିକିତ୍ସା ଉପକରଣ ଓ ନିଦାନ କିଟ୍ସ ଯଥା ଭେଣ୍ଟିଲେଟର୍ସ, ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ସ, ରିଅଲ-ଟାଇମ୍‌ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆରଟି-ପିସିଆର) କିଟ୍ସ, ଇନଫ୍ରାରେଡ୍‌ (ଆଇଆର) ଥର୍ମୋମିଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ସ ଏବଂ ଏନ-୯୫ ମାସ୍କ ଉତ୍ପାଦନ କରିବା ସହିତ ଘରୋଇ ଏବଂ ବିଶ୍ୱସ୍ତରରେ କୋଭିଡ-୧୯ ମହାମାରୀ ମୁକାବିଲାରେ ସମର୍ଥନ ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ରର ଯୋଗଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଏକ ଉଦୀୟମାନ କ୍ଷେତ୍ର ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି । ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ୨୦୨୦ରେ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି) ଥିବା ବେଳେ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଭାଗ ୧.୫% ରହିଛି। ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ର ବର୍ତ୍ତମାନ ପ୍ରଗତି ପଥରେ ରହିଛି ଏବଂ ଆତ୍ମନିର୍ଭରଶୀଳ ହେବା ଲାଗି ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲ ଦିଗରେ ଏହି କ୍ଷେତ୍ର ଯୋଗଦାନ ଦେଇପାରିବ। ଭାରତ ସରକାର ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି।

ସେହିପରି ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୪ଟି ଚିକିତ୍ସା ଉପକରଣ ପାର୍କ ପ୍ରତିଷ୍ଠା ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି। ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୬ ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି ଏବଂ ଏଥିପାଇଁ ୧୨୦୬ କୋଟି ଟଙ୍କାର ନିବେଶ ଲାଗି ଯୋଜନା ହୋଇଛି। ଏବେ ସୁଦ୍ଧା ୭୧୪ କୋଟି ଟଙ୍କାର ନିବେଶ ହୋଇସାରିଲାଣି। ପିଏଲଆଇ ଯୋଜନା ଅଧୀନରେ, ମୋଟ ୧୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୩୭ଟି ଉତ୍ପାଦ ନିର୍ମାଣ ଆରମ୍ଭ ହୋଇସାରିଛି।

ସେହିପରି ଉନ୍ନତ ମାନର ଚିକିତ୍ସା ଉପକରଣ ନିର୍ମାଣ ଆରମ୍ଭ ହୋଇସାରିଛି ଯେଉଁଥିରେ ଲିନିୟର ଆକ୍ସେଲରେଟର, ଏମଆରଆଇ ସ୍କାନ, ସିଟି-ସ୍କାନ, ମାମୋଗ୍ରାମ, ସି-ଆର୍ମ, ଏମଆରଆଇ କଏଲ, ହାଇଏଣ୍ଡ ଏକ୍ସ-ରେ ଟ୍ୟୁବ ଆଦି ସାମିଲ ରହିଛି। ଅବଶିଷ୍ଟ ୧୨ଟି ଉତ୍ପାଦ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ହେବ। ୮୭ଟି ଉତ୍ପାଦ/ଉତ୍ପାଦ ଉପକରଣର ଘରୋଇ ବିନିର୍ମାଣ ଲାଗି ବି ବର୍ଗ ଅଧୀନରେ ମୋଟ୍‌ ୨୬ଟି ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ପ୍ରକଳ୍ପକୁ ନିକଟରେ ଅନୁମୋଦନ କରାଯାଇଛି।

ଏସବୁ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଏକ ସାମଗ୍ରିକ ନୀତିଗତ ଢାଞ୍ଚା ବର୍ତ୍ତମାନ ସମୟର ଆବଶ୍ୟକତା। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି।

ତେବେ ଏକ ସମନ୍ୱିତ ଢଙ୍ଗରେ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକର ଏକ ବିସ୍ତୃତ ସେଟ୍‌ ପ୍ରସ୍ତୁତ କରିବା ଲାଗି ବର୍ତ୍ତମାନର ନୀତିରେ ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, ଏହି କ୍ଷେତ୍ରର ବିବିଧତା ଏବଂ ବହୁ-ବିଷୟକ ପ୍ରକୃତିକୁ ଦେଖି ଚିକିତ୍ସା ଉପକରଣ ଉଦ୍ୟୋଗରେ ନିୟାମକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। କୌଶଳ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ସରକାରଙ୍କ ଅନେକ ବିଭାଗ ମଧ୍ୟରେ ସମନ୍ୱୟ ଆଣିବାର ଆବଶ୍ୟକତା ରହିଛି। ତେବେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପକୁ ଏକ ସୁସଙ୍ଗତ ଢଙ୍ଗରେ ଏକତ୍ରିତ କରିବାର ଆବଶ୍ୟକତା ରହିଛି ଯାହା ସମ୍ପୃକ୍ତ ଏଜେନ୍ସିମାନଙ୍କ ଦ୍ୱାରା ଏହି କ୍ଷେତ୍ର ପାଇଁ କେନ୍ଦ୍ରିତ ଓ କୁଶଳ ସମର୍ଥନ ସହିତ ସୁବିଧା ପ୍ରଦାନ କରିବ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ ଆସିବା ଫଳରେ ପ୍ରସାର, ସାମର୍ଥ୍ୟ, ଗୁଣବତ୍ତା, ନବସୃଜନ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରିବା ସହଜ ହେବ। ଚିକିତ୍ସା ଉପକରଣ କ୍ଷେତ୍ରର ବ୍ୟବସ୍ଥିତ ବିକାଶ ଏଥିପାଇଁ ସୁବିଧା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ର ନିଜର ସମ୍ପୂର୍ଣ୍ଣ ସମ୍ଭାବନା -ଯଥା, ନବସୃଜନ ଉପରେ ଧ୍ୟାନ ଦେବା ସହିତ ଉତ୍ପାଦନ ଲାଗି ଏକ ସକ୍ଷମ ଇକୋସିଷ୍ଟମର ନିର୍ମାଣ, ଏକ ମଜବୁତ ଓ ସୁବ୍ୟସ୍ଥିତ ନିୟାମକ ଢାଞ୍ଚା ପ୍ରସ୍ତୁତ କରିବା, ଉଦ୍ୟୋଗ ଆବଶ୍ୟକତା ଅନୁରୂପ ପ୍ରତିଭା ଓ କୁଶଳୀ ସମ୍ବଳ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିବା ଏବଂ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ଲକ୍ଷ୍ୟକୁ ପୂରଣ କରିବ ବୋଲି ଆଶା କରାଯାଉଛି। ଘରୋଇ ନିବେଶ ଓ ଚିକିତ୍ସା ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଏହି ନୀତି ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମର ଅନୁରୂପ ଅଟେ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ :

ସଂକଳ୍ପ: ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ତ୍ୱରିତ ବିକାଶ ମାର୍ଗ ଏବଂ ପରବର୍ତ୍ତୀ ୨୫ ବର୍ଷରେ ବର୍ଦ୍ଧିତ ବିଶ୍ୱ ବଜାରରେ ୧୦-୧୨ ପ୍ରତିଶତ ସହଭାଗିତା ହାସଲ କରି ଚିକିତ୍ସା ଉପକରଣ ନିର୍ମାଣ ଓ ନବସୃଜନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବା। ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ଚିକିତ୍ସା ଉପକରଣ କ୍ଷେତ୍ରର ଆକାରକୁ ବର୍ତ୍ତମାନର ୧୧ ବିଲିୟନ ଆମେରିକୀୟ ଡଲାରରୁ ୫୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ବଢ଼ାଇବାରେ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି।

ଲକ୍ଷ୍ୟ : ଏହି ନୀତି ଚିକିତ୍ସା ଉପକରଣ କ୍ଷେତ୍ରର ତ୍ୱରିତ ବିକାଶ ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ନିମ୍ନଲିଖିତ ମିଶନ, ପ୍ରସାର ଓ ସାର୍ବଜନୀନତା, ସାମର୍ଥ୍ୟ, ଗୁଣବତ୍ତା, ରୋଗୀ କୈନ୍ଦ୍ରିକ ଓ ଗୁଣବତ୍ତା ଯତ୍ନ, ନିବାରଣକାରୀ ଓ ପ୍ରୋତ୍ସାହନକାରୀ ସ୍ୱାସ୍ଥ୍ୟ, ସୁରକ୍ଷା, ଗବେଷଣା ଓ ନବସୃଜନ ଏବଂ କୁଶଳ ଜନଶକ୍ତିକୁ ପ୍ରାପ୍ତ କରାଯାଇପାରିବ।

ଚିକିତ୍ସା ଉପକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରଣନୀତି:

ମେଡ଼ିକାଲ ଉପକରଣ କ୍ଷେତ୍ରକୁ ରଣନୀତିଗୁଡ଼ିକର ଏକ ସେଟ୍‌ ମାଧ୍ୟମରେ ସୁବିଧା ଓ ମାର୍ଗଦର୍ଶନ ପ୍ରଦାନ କରାଯାଉଛି ଯାହା ନୀତିଗତ କାର୍ଯ୍ୟକଳାପର ଛଅଟି ବ୍ୟାପକ କ୍ଷେତ୍ରକୁ କଭର କରିବ:

ବିନିୟାମକ ବ୍ୟବସ୍ଥାଗତ ତାଳମେଳ : ଗବେଷଣା ଓ ବ୍ୟବସାୟକୁ ସହଜ କରିବା ଲାଗି ଏଇଆରବି, ଇଲେକ୍ଟ୍ରୋନିକକ୍ସ ଏଣ୍ଡ ଆଇଟି ମନ୍ତ୍ରଣାଳୟ, ପଶୁପାଳନ ଓ ଡାଏରୀ ବିଭାଗ ଭଳି ସମସ୍ତ ଅଂଶୀଦାର ବିଭାଗ/ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଚିକିତ୍ସା ଉପକରଣ ଲାଇସେନ୍ସ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ନିର୍ମାଣ ଭଳି ଉତ୍ପାଦ ନବସୃଜନ ଉପାୟ କରାଯିବ। ବିଆଇଏସ ଭଳି ଭାରତୀୟ ମାନକର ଭୂମିକାକୁ ବଢ଼ାଇବା ଏବଂ ସୁସଙ୍ଗତ ମୂଲ୍ୟ ନିର୍ଦ୍ଧାରଣ ନିୟାମକକୁ ଅନୁସରଣ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ।

ସକ୍ଷମ ମୌଳିକ ଭିତ୍ତିଭୂମି : ଜାତୀୟ ଶିଳ୍ପ କରିଡର କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବିତ ଜାତୀୟ ଲଜିଷ୍ଟିକ୍ସ ନୀତି ୨୦୨୧ ପରିଧିରେ ଆବଶ୍ୟକ ଲଜିଷ୍ଟିକ୍ସ କନେକ୍ଟିଭିଟୀ ସହିତ ଆର୍ଥିକ କ୍ଷେତ୍ର ନିକଟରେ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧାଯୁକ୍ତ ବଡ଼ ଚିକିତ୍ସା ଉପକରଣ ପାର୍କ, କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏସବୁ ପିଏମ ଗତିଶକ୍ତି ଯୋଜନା ଅଧୀନରେ କରାଯିବ। ରାଜ୍ୟ ସରକାର, ଶିଳ୍ପ ଜଗତ ସହିତ ଉନ୍ନତ ସମନ୍ୱୟ ଏବଂ ଚିକିତ୍ସା ଉପକରଣ ଉଦ୍ୟୋଗ ସହିତ ବ୍ୟାକୱାର୍ଡ ଇଣ୍ଟିଗ୍ରେସ ଜରିଆରେ ଭିତ୍ତିଭୂମି ବିକାଶ କରାଯିବ।

ଗବେଷଣା ଓ ବିକାଶ ଏବଂ ନବସୃଜନକୁ ସୁଗମ କରିବା: ଏହି ନୀତି ଭାରତରେ ଗବେଷଣା ଓ ବିକାଶକୁ ପ୍ରେତ୍ସାହିତ କରିବ ସହିତ ନବସୃଜନକୁ ସୁଗମ କରିବ। ଏହା ମଧ୍ୟ ଗବେଷଣା ଓ ବିକାଶ ଉପରେ ବିଭାଗର ପ୍ରସ୍ତାବିତ ଜାତୀୟ ନୀତି ଏବଂ ଭାରତରେ ଫାର୍ମା ମେଡ଼ ଟେକ୍‌ କ୍ଷେତ୍ରରେ ନବସୃଜନ ଦିଗରେ ସହାୟକ ହେବ। ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ନବସୃଜନ କେନ୍ଦ୍ର, ପ୍ଲଗ୍‌ ଏଣ୍ଡ ପ୍ଲେ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଷ୍ଟାର୍ଟଅପଗୁଡ଼ିକୁ ସହାୟତା ଯୋଗାଇ ଦେବ।

ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା : ଜାତୀୟ ଚିକିତ୍ସା ଉପକରଣ ନୀତି ସରକାରଙ୍କ ବର୍ତ୍ତମାନର ଯୋଜନା ଯଥା ମେକ ଇନ ଇଣ୍ଡିଆ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ହିଲ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟଅପ ମିଶନ ଭଳି ଯୋଜନା ଓ ନୀତିଗତ ହସ୍ତକ୍ଷେପ ଜରିଆରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବ; ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ସରକାରୀ-ଘରୋଇ ଭାଗିଦାରୀ ଠାରୁ ମଧ୍ୟ ବାରମ୍ବାର ପୁଞ୍ଜିନିବେଶକୁ ମଧ୍ୟ ଆକୃଷ୍ଟ କରିବ।

ମାନବ ସମ୍ବଳ ବିକାଶ: ବୈଜ୍ଞାନିକ, ନିୟାମକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିଚାଳକ, ଟେକ୍ନିସିଆନ ଆଦିଙ୍କ ଭଳି ମୂଲ୍ୟଶୃଙ୍ଖଳାରେ କୁଶଳୀ ଶ୍ରମ ଶକ୍ତିଙ୍କ ନିରନ୍ତର ଯୋଗାଣ ଲାଗି ନୀତିରେ ପରିକଳ୍ପନା କରାଯାଇଛି:

ଚିକିତ୍ସା ଉପକରଣ କ୍ଷେତ୍ରରେ ପେସାଦାରମାନଙ୍କର କୌଶଳ ବିକାଶ, ପୁନଃକୌଶଳ ବିକାଶ ଏବଂ କୌଶଳ ଉନ୍ନତିକରଣ ଲାଗି ଆମେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଉପଲବ୍ଧ ସମ୍ବଳକୁ ଉପଯୋଗ କରିପାରିବା।

ଭବିଷ୍ୟତ ପାଇଁ ପ୍ରସ୍ତୁତ ମେଡଟେକ୍‌ ମାନବ ସମ୍ବଳର ଉପଲବ୍ଧ କରିବା ଏବଂ ଏହି କ୍ଷେତ୍ରରେ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି, ଅତ୍ୟାଧୁନିକ ନିର୍ମାଣ ଏବଂ ଗବେଷଣା ଭଳି କୁଶଳ ଶ୍ରମଶକ୍ତିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଏହି ନୀତି ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକରେ ଚିକିତ୍ସା ଉପକରଣ ଲାଗି ସମର୍ପିତ ବହୁ ବିଷୟକ ପାଠ୍ୟକ୍ରମକୁ ସମର୍ଥନ କରିବ।

ବିଶ୍ୱ ବଜାର ସହିତ ତାଳ ଦେଇ ଚାଲିବା ଲାଗି ଚିକିତ୍ସା ପ୍ରଯୁକ୍ତିକୁ ବିକଶିତ କରିବା ନିମନ୍ତେ ବିଦେଶୀ ଶିକ୍ଷା/ଉଦ୍ୟୋଗ ସଂଗଠନ ସହିତ ସହଭାଗିତା ବିକଶିତ କରାଯିବ।

ବ୍ରାଣ୍ଡ ପୋଜିସନିଂ ଏବଂ ସଚେତନତା ନିର୍ମାଣ: ଏହି ନୀତି ବିଭାଗର ଅଧୀନ କ୍ଷେତ୍ର ପାଇଁ ଏକ ସମର୍ପିତ ରପ୍ତାନି ପ୍ରୋତ୍ସାହନ ପରିଷଦର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି ଯାହାକି ବିଭିନ୍ନ ବଜାର ପହଞ୍ଚ ସହ ଜଡ଼ିତ ପ୍ରସଙ୍ଗର ସମାଧାନ ଲାଗି ସକ୍ଷମ ହେବ:

ଉତ୍ପାଦନ ଓ କୌଶଳ ବିକାଶ ପ୍ରଣାଳୀର ସର୍ବୋତ୍ତମ ବୈଶ୍ୱିକ ପଦ୍ଧତିକୁ ଶିଖିବା ପାଇଁ ଅଧ୍ୟୟନ ଓ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରିବା, ଯାହାଫଳରେ ଭାରତରେ ଏପରି ସଫଳ ମଡେଲଗୁଡ଼ିକୁ ଆପଣାଇବାର ବାସ୍ତବତାକୁ ଠାବ କରାଯାଇପାରିବ।

ଜ୍ଞାନ ବିନିମୟ କରିବା ଏବଂ ସମ୍ପୂର୍ଣ୍ଣ କ୍ଷେତ୍ରରେ ମଜବୁତ ନେଟୱର୍କ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅଂଶୀଦାରମାନଙ୍କୁ ଏକସଙ୍ଗେ ଆଣିବା ପାଇଁ ଆହୁରି ଅଧିକ ମଞ୍ଚକୁ ପ୍ରୋତ୍ସାହନ ଦେବା।

ଏହି ନୀତି ଚିକିତ୍ସା ଉପକରଣ ଉଦ୍ୟୋଗକୁ ଏକ ପ୍ରତିଦ୍ୱନ୍ଦ୍ୱୀ, ଆତ୍ମନିର୍ଭରଶୀଳ, ସହନଶୀଳ ଏବଂ ନବୋନ୍ମେଷ ଉଦ୍ୟୋଗରେ ପରିଣତ କରିବା ସହ ସୁଦୃଢ଼ କରିବା ଲାଗି ଆବଶ୍ୟକ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦେବ ଯାହାକି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିପାରୁଥିବ। ରୋଗୀଙ୍କ ପରିବର୍ତ୍ତିତ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ଚିକିତ୍ସା ଉପକରଣ କ୍ଷେତ୍ରକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ପାଇଁ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ରେ ଲକ୍ଷ୍ୟ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ନେଇ ଆଇଆଇଏମ ଦେଲା ଏକ ଚମକପ୍ରଦ ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ ସମ୍ପର୍କରେ ଦେଶର ୯୬ ପ୍ରତିଶତ ଜନସଂଖ୍ୟା ଅବଗତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଶ୍ରୋତାଙ୍କ ନିକଟରେ ପହଞ୍ଚିପାରିଛି, ଯେଉଁମାନେ ମନ କୀ ବାତ୍‌ ସମ୍ପର୍କରେ ଅବଗତ ଅଛନ୍ତି କିମ୍ବା ଅତିକମରେ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିଛନ୍ତି।

ପ୍ରସାର ଭାରତୀ ଏବଂ ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ) ରୋହତକ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ବିସ୍ତୃତ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି । ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ଦ୍ୱିବେଦୀ ଏବଂ ଆଇଆଇଏମ ରୋହତକର ନିର୍ଦ୍ଦେଶକ ଶ୍ରୀ ଧୀରଜ ପି. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଧ୍ୟୟନର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଧ୍ୟୟନରୁ ମିଳିଥିବା ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ, ୨୩ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌କୁ ନିୟମିତ ଶୁଣିଥାନ୍ତି। ଅନ୍ୟପଟେ ୪୧ କୋଟି ଲୋକ ସାମୟିକ ଭାବେ ଏହି ରେଡିଓ କାର୍ଯ୍ୟକ୍ରମ ଶୁଣିଥାନ୍ତି ଏବଂ ଏମାନେ ନିୟମିତ ଦର୍ଶକ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମ କାହିଁକି ଏତେ ଲୋକପ୍ରିୟ ହୋଇପାରିଛି ତା’ର କାରଣ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ଏହାର କେତେକ ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଉଲ୍ଲେଖ କରାଯାଇଛି । ଶକ୍ତିଶାଳୀ ଓ ନିର୍ଣ୍ଣାୟକ ନେତୃତ୍ୱ ଏବଂ ଜନସାଧାରଣଙ୍କ ସହିତ ଭାବଗତ ସମ୍ପର୍କ କାରଣରୁ ଏହି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କୁ ବାନ୍ଧି ରଖିପାରିଛି ।

ପ୍ରଧାନମନ୍ତ୍ରୀଙ୍କର ବିଜ୍ଞତା ଗୁଣ ଏବଂ ଦୟାଳୁ ତଥା ସହାନୁଭୂତିପୂର୍ଣ୍ଣ ସ୍ୱଭାବ କାରଣରୁ ତାଙ୍କ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଦେଶର ଜନସାଧାରଣ କହିଛନ୍ତି। ନାଗରିକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଓ ମାର୍ଗଦର୍ଶନ କାରଣରୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଭରସା ହାସଲ କରିପାରିଛି ।

ବର୍ତ୍ତମାନ ସୁଦ୍ଧା ପ୍ରସାରିତ ହୋଇସାରିଥିବା ମନ୍‌ କୀ ବାତର ୯୯ଟି ଅଧ୍ୟାୟର କିଭଳି ପ୍ରଭାବ ସାଧାରଣ ଶ୍ରୋତାଙ୍କ ଉପରେ ପଡ଼ିଛି ସେ ସମ୍ପର୍କରେ ମଧ୍ୟ ଅଧ୍ୟୟନରେ ଜାଣିବାକୁ ଚେଷ୍ଟା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଅଧିକାଂଶ ଶ୍ରୋତା ସରକାରଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ ଅଛନ୍ତି । ୭୩ ପ୍ରତିଶତ ଲୋକ ଦେଶର ଭବିଷ୍ୟତକୁ ନେଇ ଆଶାବାଦୀ ରହିଛନ୍ତି ଏବଂ ଏମାନେ ଭାବନ୍ତି ଯେ ଦେଶ ସଠିକ୍‌ ମାର୍ଗରେ ବିକଶିତ ହେଉଛି ।

୫୮% ଶ୍ରୋତା ଏହା କହିଛନ୍ତି ଯେ ଦେଶବାସୀଙ୍କ ଜୀବନଧାରଣ ମାନରେ ସୁଧାର ଆସିଛି ଏବଂ ସରକାରଙ୍କ ପ୍ରତି ୫୯% ଲୋକଙ୍କର ଭରସା ବୃଦ୍ଧି ପାଇଛି । ୬୩% ଲୋକ କହିଛନ୍ତି ଯେ ସରକାରଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିଛି ଏବଂ ୬୦% ଲୋକ ରାଷ୍ଟ୍ର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିବା ଏହି ସର୍ବେକ୍ଷଣ ବେଳେ ପ୍ରକାଶ କରିଛନ୍ତି । ଏହି ତଥ୍ୟରୁ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଭାବନା କିଭଳି ରହିଛି ତାହା ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଛି ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ୪୪.୭% ଶ୍ରୋତା ଟିଭିରେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପସନ୍ଦ କରୁଥିବା ବେଳେ ୩୭.୬% ଲୋକ ଏହାକୁ ମୋବାଇଲ ଡିଭାଇସରେ ଶୁଣିଥାନ୍ତି। ଶୁଣିବା ଅପେକ୍ଷା ୬୨ ପ୍ରତିଶତ ଲୋକ ଏହାକୁ ଟିଭିରେ ଦେଖିବାକୁ ପସନ୍ଦ କରୁଥିବା କହିଛନ୍ତି ଏବଂ ଏଭଳି ଶ୍ରୋତାମାନଙ୍କର ବୟସ ୧୯ରୁ ୩୪ ବର୍ଷ ମଧ୍ୟରେ ଥିବା ଅଧ୍ୟୟନରେ କୁହାଯାଇଛି ।

ମନ କୀ ବାତ୍‌ର ୬୫% ଶ୍ରୋତା ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଥିବା ବେଳେ ୧୮% ଶ୍ରୋତା ଇଂରାଜୀରେ ମନ ବାତ୍‌ ଶୁଣିଥାନ୍ତି।

ସର୍ବେକ୍ଷଣରେ ସାମିଲ ହୋଇଥିବା ଉତ୍ତରଦାତାଙ୍କ ସମ୍ପର୍କରେ ସୂଚନା ଦେଇ ନିର୍ଦ୍ଦେଶକ ଧୀରଜ ଶର୍ମା କହିଛନ୍ତି ଯେ ମୋଟ୍‌ ୧୦୦୦୩ ନମୁନା କ୍ଷମତା ସହିତ ଜନମତ ସଂଗ୍ରହ କରାଯାଇଥିଲା ଏମାନଙ୍କ ମଧ୍ୟରେ ୬୦% ପୁରୁଷ ଏବଂ ୪୦% ମହିଳା ଥିଲେ । ୬୮ଟି ଭିନ୍ନ ଭିନ୍ନ ପେସାର ଜନସଂଖ୍ୟାଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୪% ଅନୌପଚାରିକ ଏବଂ ସ୍ୱାବଲମ୍ବୀ ବୃତ୍ତିଧାରୀ ଥିଲେ।  ସେହିପରି ଅଧ୍ୟୟନରେ ସାମିଲ ଶ୍ରୋତାଙ୍କ ମଧ୍ୟରେ ୨୩% ଛାତ୍ରଛାତ୍ରୀ ଥିଲେ ।

ଶ୍ରୀ ଶର୍ମା ଆହୁରି କହିଥିଲେ ଯେ ସର୍ବେକ୍ଷଣ ସମୟରେ ସ୍ନୋବଲ ନମୁନା ସଂଗ୍ରହ ପଦ୍ଧତି ଅବଲମ୍ବନ କରି  ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପ୍ରାନ୍ତରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ପ୍ରତ୍ୟେକ ପ୍ରାନ୍ତରୁ ପ୍ରାୟ ୨୫୦୦ ଉତ୍ତରଦାତା ସାଇକୋମେଟ୍ରିକ ରୂପରେ ଶୁଦ୍ଧ ସର୍ବେକ୍ଷଣ ଉପକରଣ ଉପଯୋଗ କରି ସର୍ବେକ୍ଷଣରେ ସାମିଲ ହୋଇଥିଲେ।

ଶ୍ରୀ ଗୌରବ ଦ୍ୱିବେଦୀ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷା ଓ ୨୯ଟି କଥିତ ଭାଷାରେ ପ୍ରସାରଣ ହେବା ସହିତ ଇଂରାଜୀ ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହେଉଛି । ଏହି ଭାଷାଗୁଡ଼ିକ ହେଲା ଫରାସୀ, ଚୀନ, ଇଣ୍ଡୋନେସିଆ, ତିବ୍ବତୀୟ, ବର୍ମୀୟ, ବଲୁଚି, ଆରବୀୟ, ପଶ୍‌ତୁ, ପାର୍ସୀ, ଦାରୀ ଓ ସ୍ୱାହିଲି। ସେ କହିଥିଲେ ଯେ, ଆକାଶବାଣୀର ୫୦୦ଟି ପ୍ରସାରଣ କେନ୍ଦ୍ର ଦ୍ୱାରା ମନ କୀ ବାତ୍‌ ପ୍ରସାରିତ ହେଉଛି।

ଏଭଳି ଏକ ସର୍ବେକ୍ଷଣ କରାଯିବା ପଛରେ ରହିଥିବା କାରଣ ବିଷୟରେ ସୂଚନା ଦେଇ ଶ୍ରୀ ଦ୍ୱିବେଦୀ କହିଥିଲେ ଯେ, କେବଳ ଗୋଟିଏ ଅଧ୍ୟାୟକୁ ନେଇ ନୁହେଁ ବରଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନେଇ ଏକ ସ୍ୱୟଂସମ୍ପୂର୍ଣ୍ଣ ମତାମତ ସଂଗ୍ରହ କରିବା ଲାଗି ଆମେ ବହୁଦିନରୁ ଚିନ୍ତା କରି ଆସୁଥିଲୁ। ସେ ଆହୁରି କହିଥିଲେ ଯେ, ମନ କୀ ବାତ୍‌କୁ ନେଇ ଡିଜିଟାଲ ଭାବନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି, ଯାହାକି କେତେକ ସୀମା କାରଣରୁ ପାରମ୍ପରିକ ଗଣମାଧ୍ୟମରେ ପାଇବା ସମ୍ଭବ ହୁଏ ନାହିଁ । ଏହି ଦୃଷ୍ଟିରୁ ୧୮ ଏପ୍ରିଲ ୨୦୨୨ରେ ସର୍ବେକ୍ଷଣ ଆୟୋଜନ କରିବାର ଦାୟିତ୍ୱ ଆଇଆଇଏମ ରୋହତକକୁ ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାରଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ‘‘ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ।’’

Categories
ଆଜିର ଖବର ଜାତୀୟ ଖବର

ଗତ ୯ ବର୍ଷରେ ଦେଢ ଗୁଣ ବୃଦ୍ଧି ପାଇଲା ଜାତୀୟ ରାଜପଥର ଦୈର୍ଘ୍ୟ, ନିର୍ମାଣ ହେଲା ଏତେ କିଲୋମିଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ଜାତୀୟ ରାଜପଥ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି ଏବଂ ସେଗୁଡିକ ରେକର୍ଡ ବେଗରେ ନିର୍ମାଣ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୫୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି।

ପରିସଂଖ୍ୟାନ ଅନୁଯାୟୀ, ୨୦୧୪-୧୫ ପର୍ଯ୍ୟନ୍ତ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ୯୭,୮୩୦ କିଲୋମିଟର ଥିଲା। ଯାହା ମାର୍ଚ୍ଚ ୨୦୨୩ ରେ ୧,୪୫,୧୫୫ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୧୪-୧୫ ବର୍ଷରେ ଦୈନିକ ୧୨.୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ୨୦୨୧-୨୨ ମସିହାରେ ଦେଶରେ ସଡକ ନିର୍ମାଣର ଗତି ଦିନକୁ ୨୮.୬ କିଲୋମିଟରକୁ ବୃଦ୍ଧି ପାଇଛି।

ପ୍ରକାଶ ଥାଉ କି ଦେଶର ଅର୍ଥନୀତିରେ ରାସ୍ତା ଏବଂ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସଡକ ପରିବହନ କେବଳ ଅର୍ଥନୈତିକ ବିକାଶ ପାଇଁ ନୁହେଁ ବରଂ ସାମାଜିକ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ତଥା ଜୀବନର ମୌଳିକ ଜିନିଷଗୁଡ଼ିକର ପ୍ରବେଶ ପାଇଁ ମଧ୍ୟ ଆଧାର ଅଟେ। ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୮୫ ପ୍ରତିଶତ ଯାତ୍ରୀ ଯାତାୟାତ ଏବଂ ୭୦ ପ୍ରତିଶତ ସାମଗ୍ରୀ ସଡ଼କ ଦ୍ୱାରା ପରିବହନ କରାଯାଇଥାଏ। ଏହା ରାଜପଥଗୁଡ଼ିକର ମହତ୍ତ୍ୱ ଦର୍ଶାଏ।

ଭାରତର ଦ୍ୱିତୀୟ ବୃହତ୍ତମ ନେଟୱାର୍କ:

ଭାରତରେ ପ୍ରାୟ ୬୩.୭୩ ଲକ୍ଷ କିଲୋମିଟର ସଡକ ନେଟୱାର୍କ ଅଛି। ଯାହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଟେ। ଦେଶରେ ଜାତୀୟ ରାଜପଥ ଭିତ୍ତିଭୂମିର କ୍ଷମତା ବୃଦ୍ଧି ପାଇଁ ଭାରତ ସରକାର ଗତ ନଅ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଭାରତମାଳା ପ୍ରକଳ୍ପ ଅଧୀନରେ ଦେଶର ସବୁଠାରୁ ବଡ ଏକ୍ସପ୍ରେସୱେ ୧,୩୮୬ କିଲୋମିଟର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେକୁ ବିକଶିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଦିଲ୍ଲୀ-ଦୌସା-ଲାଲସୋଟ ଖଣ୍ଡର ଉଦଘାଟନ କରିସାରିଛନ୍ତି।

ନୂତନ ରେକର୍ଡ ପ୍ରସ୍ତୁତ ହେବାକୁ ଯାଉଛି:

ପୂର୍ବରୁ ଖବର ଆସିଥିଲା ​​ଯେ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ସଡକ ନିର୍ମାଣର ଆଭ୍ୟନ୍ତରୀଣ ଲକ୍ଷ୍ୟ ସ୍ଥିର କରିଛି। ଏହା ହେଉଛି ସରକାରଙ୍କ ପ୍ରୟାସ ଯେ, ଚଳିତ ଆର୍ଥିକ ବର୍ଷରେ ହାରାହାରି ୪୫ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯିବା ଉଚିତ୍। ଯଦି ଏହି ବେଗରେ ରାସ୍ତା ନିର୍ମାଣ କରାଯାଏ, ତେବେ ଏପ୍ରିଲ ୨୦୨୩ ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଦେଶରେ ୧୬ ହଜାର କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ପ୍ରସ୍ତୁତ ହୋଇଯିବ।

ଏହିପରି ରାସ୍ତା ନିର୍ମାଣ କରାଯାଉଛି:

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କ୍ରମାଗତ ଦୁଇ ଆର୍ଥିକ ବର୍ଷ ପାଇଁ ରାସ୍ତା ନିର୍ମାଣ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେଉଛି। ଏହାପୂର୍ବରୁ, ୨୦୨୦-୨୧ ଆର୍ଥିକ ବର୍ଷରେ, ଦ୍ରୁତ ଗତିରେ ରାସ୍ତା ତିଆରି କରିବାର ରେକର୍ଡ ପ୍ରତିଷ୍ଠା କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୧୩,୨୯୮ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ଅର୍ଥ ହେଉଛି ପ୍ରତିଦିନ ୩୬.୪ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଆମ ସଂସ୍କାରମୂଳକ କାର୍ଯ୍ୟକ୍ରମ ଦ୍ୱାରା ସଂଚାଳିତ ତଥା ଲଜିଷ୍ଟିକ୍ସ ଭିତ୍ତିଭୂମି ଉନ୍ନତ କରିବାରେ ଧ୍ୟାନ କେନ୍ଦ୍ରିତ କରିବାର ଏକ ଉତ୍ସାହଜନକ ଧାରା। ଏହି ଉନ୍ନତି ଦ୍ୱାରା ଖର୍ଚ୍ଚ କମିବ ଓ ଆମ ବ୍ୟବସାୟ ପ୍ରତିଦ୍ୱନ୍ଦିତାମୂଳକ ହେବ।”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତ୍ମଘାତୀ ଆକ୍ରମଣର ଧମକ ମାମଲା: ତଦନ୍ତ ଆରମ୍ଭ କଲା ପୋଲିସ

ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ଚିଠିର କେରଳ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିମାନେ ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୪ ଏବଂ ୨୫ ତାରିଖରେ କେରଳ ଗସ୍ତ କରିବେ। କୋଚିର ଜଣେ ବାସିନ୍ଦାଙ୍କ ଦ୍ୱାରା ମାଲାୟାଲାମରେ ଲେଖାଯାଇଥିବା ଏକ ଚିଠି ଭାରତୀୟ ଜନତା ପାର୍ଟି ରାଜ୍ୟ ୟୁନିଟ୍ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟକୁ ମିଳିଥିଲା। ଗତ ସପ୍ତାହରେ ସୁରେନ୍ଦ୍ରନ ଏହି ଚିଠିକୁ ପୋଲିସକୁ ହସ୍ତାନ୍ତର କରିଥିଲେ।

ଗଣମାଧ୍ୟମରେ ଏଡିଜିପି (ଇଣ୍ଟେଲିଜେନ୍ସ) ର ଏକ ରିପୋର୍ଟ ପ୍ରସାରିତ ହେବା ପରେ ଆଜି ଏହି ଧମକ ପତ୍ରର ଖବର ସାମ୍ନାକୁ ଆସିଥିଲା।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଚିଠିର ସତ୍ୟତା ଏବଂ ଏହା ପଛରେ କିଏ ଅଛନ୍ତି ତାହା ଅନୁସନ୍ଧାନ କରାଯାଉଛି। ଏହି ୪୯ ପୃଷ୍ଠାର ରିପୋର୍ଟରେ କର୍ତ୍ତବ୍ୟରେ ଥିବା ଅଧିକାରୀଙ୍କ ନାମ, ସେମାନଙ୍କର ଭୂମିକା, ପ୍ରଧାନମନ୍ତ୍ରୀଙ୍କ ବିସ୍ତୃତ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଜିନିଷ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମନ କି ବାତ ସମ୍ପର୍କରେ ଅଞ୍ଜୁ ବବି ଜର୍ଜଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି ଅଞ୍ଜୁ ବବି ଜର୍ଜଙ୍କ ଏକ ପ୍ରବନ୍ଧ ଶେୟାର କରିଛନ୍ତି। ଏହି ପ୍ରବନ୍ଧରେ ମନ କି ବାତ ଦେଶର କ୍ରୀଡା ସଫଳତାକୁ ଗୌରବାନ୍ୱିତ କରିବାର ଏକ ପ୍ଲାଟଫର୍ମ ଭାବେ ବିକଶିତ ହୋଇଥିବା ସମ୍ପର୍କରେ ଲେଖାଯାଇଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି @anjubobbygeorg1 ଲେଖିଛନ୍ତି କିପରି #MannKiBaat ଏପରି ଏକ ପ୍ଲାଟଫର୍ମ ପାଲଟି ଯାଇଛି, ଯେଉଁଠି ଦେଶର କ୍ରୀଡା ସଫଳତାକୁ ଲୋକଲୋଚନକୁ ଅଣାଯାଇଛି।”

Categories
ବିଶେଷ ଖବର

“ଭଗବାନ ବୁଦ୍ଧଙ୍କ ବାଣୀରେ ଉଦବୁଦ୍ଧ ହୋଇ ଭାରତ ବୈଶ୍ୱିକ କଲ୍ୟାଣ ଦିଗରେ ନୂତନ ପଦକ୍ଷେପମାନ ନେଉଛି”: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦-୦୪-୨୦୨୩) ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ଆୟୋଜିତ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନକୁ ବୈଶ୍ୱିକ ବୁଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ‘ଅତିଥି ଦେବୋ ଭବ’ ଅର୍ଥାତ ଅତିଥିଗଣ ହିଁ ଈଶ୍ୱରସମ। ଏହା ହେଉଛି ବୁଦ୍ଧଙ୍କ ଏହି ଧର୍ମର ପରମ୍ପରା ଓ ବୁଦ୍ଧଙ୍କ ବାଣୀ ଓ ଆଦର୍ଶରେ ବିଶ୍ୱାସୀ ଏତେ ବ୍ୟକ୍ତିଙ୍କ ସମାବେଶରେ ଅନୁଭବ ହେଉଛି ସତେ ଯେପରି ବୁଦ୍ଧ ଆମମାନଙ୍କ ଗହଣରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ବୁଦ୍ଧ ବ୍ୟକ୍ତି ବିଶେଷ ନୁହନ୍ତି ଏହା ଏକ ଉପଲବ୍ଧି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ବୁଦ୍ଧ ହେଉଛନ୍ତି ଏକ ଇନ୍ଦ୍ରିୟାନୁଭୂତି ଯାହା ବ୍ୟକ୍ତିକୁ ଅତିକ୍ରମ କରି ଯାଇଥାଏ। ସେ ଏକ ଭାବନା ଯାହା ପରିବର୍ତ୍ତିତ ହୋଇଥାଏ। ବୁଦ୍ଧ ଏକ ଚେତନା ଯାହାର କୌଣସି କଳନା ନାହିଁ।” ଏହି ବୁଦ୍ଧ ଚେତନା ହେଉଛି ଚିରନ୍ତନ ବୋଲି ସେ କହିଥିଲେ। ଭିନ୍ନ ଭିନ୍ନ ସ୍ଥାନରୁ ଏହି ସମ୍ମିଳନୀରେ ରୁଣ୍ଡ ହୋଇଥିବା ବ୍ୟକ୍ତିବିଶେଷ ହେଉଛି ବୁଦ୍ଧଙ୍କ ଏକ ସମ୍ପ୍ରସାରିତ ରୂପ ଯାହା ମାନବତାକୁ ଏକତା ସୂତ୍ରରେ ବାନ୍ଧି ରଖିଛି। ସେ ମଧ୍ୟ ଭଗବାନ ବୁଦ୍ଧଙ୍କ କୋଟି କୋଟି ଅନୁଗାମୀଙ୍କ ଇଚ୍ଛା ଓ ସଂକଳ୍ପର ଶକ୍ତି ସମ୍ପର୍କରେ କହି ବିଶ୍ୱକଲ୍ୟାଣ ଦିଗରେ ପ୍ରୟାସ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀ ପ୍ରତ୍ୟେକ ଦେଶ ନିମନ୍ତେ ଏକ ମଞ୍ଚ ତିଆରି କରିବ ଓ ଏଭଳି ସ୍ମରଣୀୟ ଘଟଣାକୁ ସାକାର କରିଥିବା ଯୋଗୁ ସେ ସଂସ୍କୃତି ମନ୍ତ୍ରଣାଳୟ ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘକୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କର ବୌଦ୍ଧ ଧର୍ମ ପ୍ରତି ଥିବା ବ୍ୟକ୍ତିଗତ ସଂଯୋଗ ଉପରେ ଆଲୋକପାତ କରି କହିଥିଲେ ଯେ ତାଙ୍କର ଜନ୍ମସ୍ଥାନ ବଡ଼ଗନର ସହ ବୌଦ୍ଧ ଧର୍ମର ସମ୍ପର୍କ ଅଛି । କାରଣ ହୁଏନସାଂ ବଡ଼ନଗର ପରିଦର୍ଶନ କରିଥିଲେ ବୋଲି କହିଥିଲେ। ଶ୍ରୀ ମୋଦୀ ମଧ୍ୟ କାଶୀ ସମ୍ପର୍କରେ ସାରନାଥ ସହିତ ଥିବା ବୌଦ୍ଧ ଐତିହ୍ୟର ଅବତାରଣା କରିଥିଲେ। ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ଭାରତର ସ୍ୱାଧୀନତାର ୭୫ ବର୍ଷରେ ଅନୁଷ୍ଠିତ ହେଉଥିବା ବେଳେ ଦେଶ ସ୍ୱାଧୀନତାର ଅମୃତ କାଳ ଜଗତ ପାଇଁ ଅନେକ ଲକ୍ଷ୍ୟ ଓ ସଂକଳ୍ପ ନେଇ ଆଗଉଛି ବୋଲି ସେ କହିଥିଲେ। ଭାରତ ନିକଟରେ ଅନେକ ବୈଶ୍ୱିକ ସଫଳତା ବିଭିନ୍ନ କ୍ଷେତ୍ରରେ ପାଇଥିବା ବେଳେ ସେଥିରେ ଭଗବାନ ବୁଦ୍ଧ ମଧ୍ୟ ରହିଛନ୍ତି ବୋଲି ସେ କହିଥିଲେ।

ବୁଦ୍ଧଙ୍କ ପ୍ରଦର୍ଶିତ ସିଦ୍ଧାନ୍ତ, ଅଭ୍ୟାସ ଓ ଉପଲବ୍ଧି ପଥକୁ ସ୍ମରଣ କରି ଭାରତ କିପରି ଗତ ନଅ ବର୍ଷ ମଧ୍ୟରେ ଏସବୁକୁ ଆପଣାଉଛି ତାହାର ଶ୍ରୀ ମୋଦୀ ବର୍ଣ୍ଣନା କରିଥିଲେ। ବୁଦ୍ଧଙ୍କ ବାଣୀ ପ୍ରଚାରରେ ଉତ୍ସର୍ଗୀ ଭାବାପନ୍ନ ହୋଇ ଭାରତ କାର୍ଯ୍ୟ କରୁଛି। ସେ ଭାରତ ଓ ନେପାଳର ବୌଦ୍ଧମଣ୍ଡଳର ବିକାଶ, ସାରନାଥ ଓ କୁଶୀନଗର ନବୀକରଣ, କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦର ଓ ଲୁମ୍ବିନୀ ଠାରେ ଆଇବିସିର ସହଯୋଗରେ ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ କହିଥିଲେ।

ମାନବତା କ୍ଷେତ୍ରରେ ଭାରତରେ ଅନ୍ତର୍ନିହିତ ସମ୍ବେଦନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ତାହାର ଶ୍ରେୟ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଚାର ଓ ବାଣୀକୁ ନେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଶାନ୍ତି ଅଭିଯାନ ଓ ତୁର୍କୀର ଭୂକମ୍ପ ବିପର୍ଯ୍ୟୟରେ ମାନବିକ ସହାୟତା ଓ ଉଦ୍ଧାର କାର୍ଯ୍ୟର ଉଦାହରଣ ଦେଇଥିଲେ। “୧୪୦ କୋଟି ଭାରତବାସୀଙ୍କ ଭାବାବେଗ ବିଶ୍ୱବାସୀ ଦେଖିଛନ୍ତି, ବୁଝିଛନ୍ତି ଓ ଗ୍ରହଣ କରିଛନ୍ତି” ବୋଲି ସେ କହିଥିଲେ। ଆଇବିସି ଭଳି ମଞ୍ଚ ସମଭାବାପନ୍ନ ଦେଶ ଓ ବ୍ୟକ୍ତିଙ୍କୁ ବୁଦ୍ଧଙ୍କ ଧର୍ମ ଓ ଶାନ୍ତି  ବାର୍ତ୍ତା ପ୍ରଚାର ପାଇଁ ସୁଯୋଗ ଦେଇଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମସ୍ୟାରୁ ସମାଧାନରେ ପହଂଚିବା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଯାତ୍ରା।” ଭଗବାନ ବୁଦ୍ଧଙ୍କ ଯାତ୍ରା ଉପରେ ଆଲୋକପାତ କରି ସେ କହିଥିଲେ ଯେ ସେ ଅନ୍ୟ ଜଣଙ୍କର ଜୀବନର ଦୁଃଖକୁ ଅନୁଭବ କରି ରାଜପ୍ରାସାଦ ଓ ସାମ୍ରାଜ୍ୟର ମୋହକୁ ସେ ପରିତ୍ୟାଗ କରିଥିଲେ। ଏକ ସମୃଦ୍ଧ ବିଶ୍ୱର ଲକ୍ଷ୍ୟ ହାସଲ ନିମନ୍ତେ ରାସ୍ତା ହେଉଛି ଯେତେବେଳେ ଜଣେ ବ୍ୟକ୍ତି ଅଂହ ଓ ସଂକୀର୍ଣ୍ଣ ମନୋଭାବ ପରିତ୍ୟାଗ କରି ବୁଦ୍ଧଙ୍କ ମନ୍ତ୍ର ସମଗ୍ର ଜଗତ କଥା ଚିନ୍ତା କରେ, ସେତେବେଳେ ଜଗତ କଲ୍ୟାଣ ହୁଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଯେଉଁ ଦେଶ କମ ସମ୍ବଳ ସହ ଦେଶ ଚଳାଉଛି ତାକୁ ନିଜ ବିଚାର ମଧ୍ୟରେ ରଖିଲେ ଏକ ଉନ୍ନତ ଓ ସ୍ଥିର ବିଶ୍ୱ ଲକ୍ଷ୍ୟ ହାସଲ ହୋଇପାରିବ। “ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ପ୍ରାଥମିକତା ନିଜ ଦେଶ ଓ ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ ହେବା ଉଚିତ” ବୋଲି ସେ କହିଥିଲେ।

ବର୍ତ୍ତମାନ ବିଶ୍ୱ ଚଳିତ ଶତାବ୍ଦୀର ସବୁଠାରୁ ଆହ୍ୱାନମୂଳକ ସମୟ ଦେଇ ଗତି କରୁଛି। ଯୁଦ୍ଧ, ଆର୍ଥିକ ଅସ୍ଥିରତା, ଆତଙ୍କବାଦ ଓ ଧର୍ମାନ୍ଧତା ସହ ଜଳବାୟୁ ପରିବର୍ତ୍ତନ, ଜୀବଜଗତ ବିଲୋପ ସହିତ ହିମବାହ ତରଳିବା ହେଉଛି ମାନବ ସମାଜ ଆଗରେ ବିରାଟ ଆହ୍ୱାନ। ଏସବୁ ସତ୍ତ୍ୱେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ବୁଦ୍ଧ ଓ ପ୍ରାଣୀର ମଙ୍ଗଳ କଥା ଚିନ୍ତା କରନ୍ତି। “ଏହି ଆଶା ଓ ବିଶ୍ୱାସ ହେଉଛି ପୃଥିବୀର ସବୁଠାରୁ ବଡ଼ ଶକ୍ତି। ଯେତେବେଳେ ଏହି ଆଶା ଏକାଠି ହୁଏ ସେତେବେଳେ ବୁଦ୍ଧଙ୍କ ଧମ ଜଗତରେ ବିଶ୍ୱାଳ ପାଲଟିଯିବା ସହ ବୁଦ୍ଧଙ୍କ ଚିନ୍ତାଧାରା ମାନବତାର ବିଶ୍ୱାସ ହୋଇ ଉଠେ।

ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ଉପରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଧୁନିକ ସମାଜରେ ସମସ୍ତ ସମସ୍ୟାର ସମାଧାନର ପନ୍ଥା ଭଗବାନ ବୁଦ୍ଧଙ୍କ ପ୍ରାଚୀନ ବାଣୀ ମଧ୍ୟରେ ହିଁ ରହିଛି। ଭଗବାନ ବୁଦ୍ଧ ଯୁଦ୍ଧ ପରିହାର ନିମନ୍ତେ ଶିକ୍ଷା ଦେଇଥିଲେ, କାରଣ ଜୟ ପରାଜୟ ଚିରନ୍ତନ ଶାନ୍ତି ପାଇଁ ଉଦ୍ଦିଷ୍ଟ। ସେ କହିଥିଲେ ଶତ୍ରୁତାକୁ ଶତ୍ରୁତା ଦ୍ୱାରା ଶେଷ କରି ହୁଏନାହିଁ ଓ ଶାନ୍ତି କେବଳ ଏକତାରୁ ହିଁ ମିଳିଥାଏ। ବୁଦ୍ଧଙ୍କ ବାଣୀ ଜଣେ ଅନ୍ୟଜଣକୁ ଉପଦେଶ ଦେବା ଆଗରୁ ନିଜର କର୍ମ ପ୍ରତି ଦୃଷ୍ଟି ଦେବା ଦରକାର। ଆଜି ଏହି ବାଣୀ ବିଶ୍ୱରେ ଜଣେ ଅନ୍ୟ ଜଣଙ୍କ ଉପରେ ଲଦି ଦେଉଥିବା ନିଜର ମତ ଦୃଷ୍ଟିରୁ ବେଶୀ ପ୍ରଯୁଜ୍ୟ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ ବୁଦ୍ଧଙ୍କ ବାଣୀ ‘ଅପ୍ୟ ଦୀପ ଭବଃ’ ନିଜେ ନିଜର ଆଲୋକବର୍ତ୍ତିକା ହୁଅର ଅବତାରଣା କରି ପ୍ରଭୁ ବୁଦ୍ଧଙ୍କ ଏମିତି ଚିରନ୍ତନ ପ୍ରାସଙ୍ଗିକ ବାଣୀର ଅବତାରଣା କରିଥିଲେ। ସେ ଜାତିସଂଘରେ ଆମେ ବୁଦ୍ଧଙ୍କ ଦେଶର ଲୋକ ଯୁଦ୍ଧର ନୁହେଁ ବୋଲି କହିଥିବା କଥାର ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ମାର୍ଗ ଓ ନିରନ୍ତର ସ୍ଥାୟୀତ୍ୱର ମାର୍ଗ। ବିଶ୍ୱ ବୁଦ୍ଧଙ୍କ ବାଣୀକୁ ଅନୁସରଣ କରିଥିଲେ ଆଜି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସାମ୍ନା କରିନଥାନ୍ତା।” ଯେତେବେଳେ ଦେଶ ଅନ୍ୟମାନଙ୍କ ବିଷୟରେ ତଥା ଭବିଷ୍ୟତ ପିଢ଼ି ସମ୍ପର୍କରେ ଚିନ୍ତା କରିବା ବନ୍ଦ କରିଦେଲେ ସେତେବେଳେ ସମସ୍ୟା ଉପୁଜିଲା। ଏହି ଭୁଲ ଏକ ଧ୍ୱଂସାତ୍ମକ ରୂପ ନେଲା। ବୁଦ୍ଧ ଉତ୍ତମ ଆଚରଣ ଶିକ୍ଷା ଦେଉଥିଲେ। ଏଥିରେ ବ୍ୟକ୍ତିଗତ ଲାଭ କିଛି ନ ଥିଲା, କାରଣ ଭଲ ବ୍ୟବହାର ସାମଗ୍ରିକ ଭାବେ ଭଲ ଫଳ ପ୍ରଦର୍ଶନ କରିଥାଏ।

ସେ ଜୀବନଶୈଳୀ ହେଉ, ଖାଇବା ବା ବୁଲିବା ଅଭ୍ୟାସ ହେଉ ତାହା ଦ୍ୱାରା କିପରି ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଉପାୟରେ ପୃଥିବୀର କ୍ଷତି କରୁଛନ୍ତି। ସେ ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅବଦାନ ଦେଇ ପାଇପାରିବେ ବୋଲି ସେ କହିଥିଲେ। ପରିବେଶ ବା ମିଶନ ଲାଇଫ ଜୀବନ ଧାରଣ ଶୈଳୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମିଶନ ଲାଇଫ ପଦକ୍ଷେପ ଭଗବାନ ବୁଦ୍ଧଙ୍କ ପ୍ରେରଣାର ଉଦ୍ଧୃତ ବୋଲି କହିଥିଲେ। ଯଦି ଜନସାଧାରଣ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତି, ତେବେ ଜଳବାୟୁ ପରିବର୍ତ୍ତନର ବିରାଟ ସମସ୍ୟାର ମୁକାବିଲା କରିହେବ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବସ୍ତୁବାଦ ଓ ସ୍ୱାର୍ଥପରତାର ସଂଜ୍ଞା ଉପରେ କହିବା ସହ ସେଥିରୁ ନିଜକୁ ମୁକ୍ତ କରି ‘ବଭନ୍ତୁ ସର୍ବ ମଙ୍ଗଳମ’ ନୀତି ଆପଣାଇବାକୁ ପରାମର୍ଶ ଦେଇଥିଲେ। ବୁଦ୍ଧ କେବଳ ପ୍ରତୀକ ବିବେଚିତ ହେବା ଅନୁଚିତ ସେ ଏକ ପ୍ରତିଫଳନ ବୋଲି ସେ କହିଥିଲେ। ବୁଦ୍ଧଙ୍କ ବାଣୀ ପଛକୁ ନ ଚାହିଁ ଆଗେଇ ଚାଲ ଭଳି ବୁଦ୍ଧଙ୍କ ବାଣୀକୁ ଅନୁସରଣ କଲେ ଆମର ସଂକଳ୍ପ ସାକାର ହେବ। ସମସ୍ତେ ଏକାଠି ହେଲେ ଏହା ସଫଳ ହେବ ବୋଲି ସେ କହିଥିଲେ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ମହାସଚିବ ଡକ୍ଟର ଧର୍ମପ୍ରିୟ ଏଥିରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସଂସ୍କୃତି ମନ୍ତ୍ରଣାଳୟ, ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ସମନ୍ୱୟରେ ଏହି ଦୁଇଦିନିଆ ଶିଖର ସମ୍ମିଳନୀ ୨୦-୨୧ ଏପ୍ରିଲରେ ଆୟୋଜନ କରୁଛି। ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ବାର୍ତ୍ତା ସାମ୍ପ୍ରତିକ ଆହ୍ୱାନର ମୁକାବିଲା ଦର୍ଶନ ଓ ପାରମ୍ପରିକ ବିଶ୍ୱାସ ରଖିଛି।

ବୈଶ୍ୱିକ ବୌଦ୍ଧ ଧର୍ମ ନେତୃତ୍ୱ ଓ ବୌଦ୍ଧ ଦର୍ଶନର ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଶିଖର ବୈଠକରେ ହେବ। ସାମ୍ପ୍ରିକ ସମାଜରେ କିପରି ବୌଦ୍ଧ ଧର୍ମର ମୌଳିକ ବିଶେଷତ୍ୱ ପ୍ରେରଣାଦାୟୀ ହେବ ତା’ର ନିର୍ଯାସ ମଧ୍ୟ ବୈଠକରୁ ବାହାରିବ।

ଶିଖର ବୈଠକରେ ଖ୍ୟାତନାମା ବିଶେଷଜ୍ଞ, ସଂଘ ନେତା ଓ ବିଶ୍ୱବ୍ୟାପୀ ଧର୍ମପାଳନକାରୀ ଯୋଗ ଦେଇ ବିଶ୍ୱରେ ବୌଦ୍ଧ ଧର୍ମର ସାର୍ବଜନୀନ ମୂଲ୍ୟବୋଧ ଉପରେ ଆଲୋଚନା କରିବେ। ଆଲୋଚନା ଚାରିଟି କଥାବସ୍ତୁ ଉପରେ ହୋଇଛି। ତାହା ହେଲା- ବୌଦ୍ଧ ଧର୍ମ ଓ ଶାନ୍ତି, ବୌଦ୍ଧ ଧର୍ମ ଓ ପରିବେଶ ସମସ୍ୟା, ସ୍ୱାସ୍ଥ୍ୟ ଓ ସ୍ଥାୟୀ ଓ ନିରନ୍ତର ସମାଧାନ, ନାଳନ୍ଦା ବୌଦ୍ଧ ପରମ୍ପରା ସଂରକ୍ଷଣ, ବୌଦ୍ଧ ଧର୍ମ ତୀର୍ଥଯାତ୍ରା ଓ ବୌଦ୍ଧ ଧ୍ୱଂସାବଶେଷ।

Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କ ମଜବୁତ ପଦକ୍ଷେପ ପାଇଁ ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ଦୃଶ୍ୟମାନ ହେଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି।

କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହିତ ଦେଶ ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆପଣାଉଛି।

କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “ବେଶ ଉତ୍ସାହଜନକ ସୂଚନା! ବୈଦ୍ୟୁତିକ ବାହାନଗୁଡିକର ଲୋକପ୍ରିୟତା ବଢାଇବା ପାଇଁ ଆମ ସରକାର ଯେଉଁ ମଜବୁତ ପଦକ୍ଷେପ ନେଇଛନ୍ତି, ତାର ପ୍ରଭାବ ଏବେ ସାରା ଦେଶରେ ଦେଖିବାକୁ ମିଳୁଛି।”

Categories
ବିଶେଷ ଖବର

ଅଷ୍ଟ୍ରେଲିଆ ଯିବେ ପ୍ରଧାନମନ୍ତ୍ରୀ, ସିଡନୀରେ ହେବ ସାଧାରଣ ସଭା, କ୍ୱାଡ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ଚତୁର୍ଦ୍ଦଶ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ମେ ୨୩ ତାରିଖରେ ଅଷ୍ଟ୍ରେଲିଆର ରାଜଧାନୀ ସିଡନୀରେ ଭାରତୀୟ ଡାୟସ୍ପୋରାର ଏକ ବଡ ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ତଥା ଶିଖର ସମ୍ମିଳନୀରେ ପାରସ୍ପରିକ ଆଗ୍ରହର ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚତୁର୍ଦ୍ଦଶ ସମ୍ମିଳନୀରେ ସାମୁଦ୍ରିକ କ୍ଷେତ୍ର, ମହାକାଶ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ନିରନ୍ତର ସହଯୋଗ ଉପରେ ଆଲୋଚନା ହେବ। ଭାରତ ସମେତ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଦେଶର ନେତାମାନେ କ୍ୱାଡର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ୮ ରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତ ଗସ୍ତରେ ଥିଲେ। ଅଷ୍ଟ୍ରେଲିଆରେ ଲେବର ପାର୍ଟି ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ।

ଏଥି ସହିତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପାରସ୍ପରିକ ସହଯୋଗର ଅନେକ ଦିଗ ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଚୁକ୍ତିନାମା ହୋଇଛି, ଯେଉଁଥିରେ ଉଭୟ ଦେଶର ସୈନ୍ୟବାହିନୀ ପାଇଁ ଲଜିଷ୍ଟିକ୍ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛ ହାଇଡ୍ରୋଜେନ ଏବଂ ସୌର କ୍ଷେତ୍ରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଏକାଠି କାମ କରୁଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ କ୍ୱାଡର ସଦସ୍ୟ ଅଟନ୍ତି। କ୍ୱାଡ୍ ଲିଡର୍ସ ସମ୍ମିଳନୀ ପାଇଁ ମୋତେ ଅଷ୍ଟ୍ରେଲିଆ ନିମନ୍ତ୍ରଣ କରାଯାଇଛି, ଯେଉଁଥିପାଇଁ ମୁଁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜଙ୍କୁ ଧନ୍ୟବାଦ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ସେପ୍ଟେମ୍ବର ମାସରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଆନ୍ଥୋନିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛି।

Categories
ବିଶେଷ ଖବର

ରାଷ୍ଟ୍ରୀୟ କ୍ୱାଣ୍ଟମ୍‌ ମିଶନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରାଷ୍ଟ୍ରୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ)କୁ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁର କରିଛନ୍ତି। ଏହି ମିଶନରେ ମୋଟ୍‌ ୬୦୦୩.୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ମିଶନର ଲକ୍ଷ୍ୟ ହେଉଛି କ୍ୱାଣ୍ଟମ ପ୍ରଯୁକ୍ତି କ୍ଷେତ୍ରରେ ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ଓ ବିକାଶର ବୀଜବପନ କରିବା, ଏହାକୁ ବିକଶିତ କରିବା ତଥା ଆଗକୁ ବଢ଼ାଇବା ସହିତ ଏ ସହ ଜଡ଼ିତ ଏକ ଜୀବନ୍ତ ଏବଂ ସୃଜନଶୀଳ ଇକୋସିଷ୍ଟମ ପ୍ରସ୍ତୁତ କରିବା। ଏହି ମିଶନ କ୍ୱାଣ୍ଟମ ପ୍ରଯୁକ୍ତି ଉପରେ ଆଧାରିତ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଦେଶରେ ଏକ ଅନୁକୂଳ ଇକୋସିଷ୍ଟମ ବିକଶିତ କରିବ ଏବଂ କ୍ୱାଣ୍ଟମ ପ୍ରଯୁକ୍ତି ଓ ପ୍ରୟୋଗ (କ୍ୟୁଟିଏ)ର ବିକାଶ କ୍ଷେତ୍ରରେ ଭାରତକୁ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେବ।

ଏହି ନୂଆ ମିଶନ ସୁପରକଣ୍ଡକ୍ଟିଂ ଏବଂ ଫଟୋନିକ ଜ୍ଞାନକୌଶଳ ଭଳି ବିଭିନ୍ନ ପ୍ଲାଟଫର୍ମରେ ଆଠ ବର୍ଷରେ ୫୦-୧୦୦୦ ଭୌତିକ କ୍ୟୁବିକ କ୍ଷମତା ବିଶିଷ୍ଟ ମଧ୍ୟବର୍ତ୍ତୀ ସ୍ତରର କ୍ୱାଣ୍ଟମ କମ୍ପ୍ୟୁଟର ବିକଶିତ କରିବାର ଲକ୍ଷ୍ୟ ବହନ କରିଛି । ଭାରତ ଭିତରେ ୨୦୦୦ କିଲୋମିଟର ସୀମା ଭିତରେ ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକ ମଧ୍ୟରେ ଉପଗ୍ରହ ଆଧାରିତ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ଅନ୍ୟ ଦେଶମାନଙ୍କ ସହିତ ଲମ୍ବା ଦୂରତା ବିଶିଷ୍ଟ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ୨୦୦୦ କିଲୋମିଟରରୁ ଅଧିକ ପରିଧିରେ ଆନ୍ତଃସହରୀ (ଇଣ୍ଟରସିଟୀ) କ୍ୱାଣ୍ଟମ କୀ ବିତରଣ ସହିତ କ୍ୱାଣ୍ଟମ ମେମୋରୀ ଆଧାରିତ ମଲ୍ଟି-ନୋଡ କ୍ୱାଣ୍ଟମ ନେଟୱର୍କ ମଧ୍ୟ ଏହି ମିଶନର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ।

ଏହି ମିଶନ ସଠିକ୍‌ ସମୟ, ସଞ୍ଚାର ଓ ନେଭିଗେସନ ପାଇଁ ଆଣବିକ ପ୍ରଣାଳୀ ଏବଂ ଆଣବିକ ଘଡ଼ି ବା ଆଟମିକ କ୍ଲକ୍‌ରେ ଉଚ୍ଚ ସମ୍ବେଦନଶୀଳତା ଯୁକ୍ତ ମ୍ୟାଗ୍ନେମିଟର ବିକଶିତ କରିବାରେ ସହାୟକ ହେବ। ଏହା କ୍ୱାଣ୍ଟମ ଉପକରଣର ନିର୍ମାଣ ପାଇଁ ସୁପରକଣ୍ଡକ୍ଟର, ନୂତନ ସେମିକଣ୍ଡକ୍ଟର ଢାଞ୍ଚା ଏବଂ ଟୋପୋଲୋଜିକାଲ ସାମଗ୍ରୀ ଆଦି ଭଳି କ୍ୱାଣ୍ଟମ ସାମଗ୍ରୀର ଡିଜାଇନ ଏବଂ ସଂଶ୍ଳେଷଣରେ ମଧ୍ୟ ସହାୟତା କରିବ। ଏହା ଅଧୀନରେ କ୍ୱାଣ୍ଟମ ସଞ୍ଚାର, ସେନ୍ସିଂ ଏବଂ ପାଣିପାଗ ବିଜ୍ଞାନ ସମ୍ବନ୍ଧୀୟ ପ୍ରୟୋଗ ଲାଗି ଏକକ ଫୋଟନ ଉତ୍ସ/ଡିଟେକ୍ଟର ଏବଂ ଛନ୍ଦି ହୋଇ ରହିଥିବା ଫୋଟନ ଉତ୍ସ ମଧ୍ୟ ବିକଶିତ କରାଯିବ ।

କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, କ୍ୱାଣ୍ଟମ ସଞ୍ଚାର, କ୍ୱାଣ୍ଟମ ସେନ୍ସିଂ ଏବଂ ମେଟ୍ରୋଲୋଜି ଏବଂ  କ୍ୱାଣ୍ଟମ୍‌ ସାମଗ୍ରୀ ଓ ଉପକରଣ କ୍ଷେତ୍ରରେ ଚାରିଟି ବିଷୟଗତ କେନ୍ଦ୍ର (ଟୀ-ହବ୍‌) ଶୀର୍ଷସ୍ତରର ଶିକ୍ଷା ଓ ଜାତୀୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନରେ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ର ବା ହବ୍‌ଗୁଡ଼ିକ ମୌଳିକ ଏବଂ ପ୍ରୟୋଗାତ୍ମକ ଗବେଷଣା ମାଧ୍ୟମରେ ନୂଆ ଜ୍ଞାନ ସୃଜନ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ତଥା ସେହିସବୁ କ୍ଷେତ୍ରରେ ମଧ୍ୟ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବେ  ଯାହାର ଉତ୍ତରଦାୟିତ୍ୱ ସେମାନଙ୍କୁ ଅର୍ପଣ କରାଯିବ।

ଜାତୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ) ଦେଶରେ ପ୍ରଯୁକ୍ତି ବିକାଶ ସହ ଜଡ଼ିତ ଇକୋସିଷ୍ଟମକୁ ବୈଶ୍ୱିକ ପ୍ରତିଯୋଗିତା ସ୍ତର ପର୍ଯ୍ୟନ୍ତ ନେଇଯାଇପାରେ। ଏହି ମିଶନ ଦ୍ୱାରା ସଞ୍ଚାର, ସ୍ୱାସ୍ଥ୍ୟ, ଆର୍ଥିକ ଓ ଇନ୍ଧନ କ୍ଷେତ୍ର ସହିତ ଔଷଧ ନିର୍ମାଣ ଏବଂ ମହାକାଶ ପ୍ରୟୋଗ କ୍ଷେତ୍ରକୁ ବ୍ୟାପକ ଲାଭ ମିଳିପାରିବ। ଏହା ଡିଜିଟାଲ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ ଏବଂ ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଭଳି ରାଷ୍ଟ୍ରୀୟ ପ୍ରାଥମିକତାକୁ ବ୍ୟାପକ ରୂପରେ ପ୍ରୋତ୍ସାହନ ଦେବ।

Categories
ଆଜିର ଖବର ଜାତୀୟ ଖବର

ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଶାହାଜାହନପୁରରେ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ, ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଶୃଙ୍ଖଳରେ କୁହାଯାଇଛି ଯେ, “ଉତ୍ତର ପ୍ରଦେଶର ଶାହାଜାହନପୁରରେ ଟ୍ରାକ୍ଟର ଟ୍ରଲି ନଦୀରେ ଖସି ପଡିବା ଘଟଣା ବେଶ ମର୍ମାହତ କରିଛି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ”

“ଶାହଜାହାନପୁରରେ ଦୁର୍ଘଟଣାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ସମୂର୍ଣ୍ଣ ତତ୍ପରତାର ଲାଗି ପଡିଛନ୍ତି। ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଛି: ପ୍ରଧାନମନ୍ତ୍ରୀ”

“ଉତ୍ତର ପ୍ରଦେଶର ଶାହାଜାହନପୁର ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ।”

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗୁଆହାଟୀ ଏମ୍ସ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଗୁଆହାଟୀ ଏମ୍ସ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଇଛନ୍ତି। ରାଜେଶ ଭାରତୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏମ୍ସ ନେଟୱର୍କର ବିସ୍ତାର ବେଶ ସନ୍ତୋଷଜନକ ଉପକ୍ରମ ଓ ଆମେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଓ ସୁଲଭ କରିବା ପାଇଁ ଅନେକ ପଦକ୍ଷେପ ନେବୁ।”

ଉତ୍ତର ପୂର୍ବାଞ୍ଚଳରେ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ ସମ୍ପର୍କରେ ପ୍ରଫେସର ଡଃ ସୁଧିର ଦାସଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ନିଶ୍ଚିତ ଭାବେ, ଏହା ଉତ୍ତର ପୂର୍ବାଞ୍ଚଳର ମୋ ଭଉଣୀ ଓ ଭାଇମାନଙ୍କ ପାଇଁ ବେଶ ସହାୟକ ହେବ।”

ଜୋରହାଟ ବାସିନ୍ଦା ଦୀପଙ୍କର ପରାଶରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଦ୍ୱାରା ଆସାମର ବିକାଶ ଆହୁରି ତ୍ୱରାନ୍ୱିତ ହେବ।”

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରର ଐତିହାସିକ ନିଷ୍ପତ୍ତି: ଓଡିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ କନେଷ୍ଟବଳ (ସିଏପିଏଫ) ପରୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନ ଭାଷାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ:

୧. ଅହମୀୟା
୨. ବଙ୍ଗଳା
୩. ଗୁଜରାଟୀ
୪. ମରାଠୀ
୫. ମାଲାୟଲମ
୬. କନ୍ନଡ଼
୭. ତାମିଲ
୮. ତେଲୁଗୁ
୯. ଓଡ଼ିଆ
୧୦. ଊର୍ଦ୍ଦୁ
୧୧. ପଞ୍ଜାବୀ
୧୨. ମଣିପୁରୀ
୧୩. ଏବଂ କୋଙ୍କଣୀ

ଏହି ନିଷ୍ପତ୍ତି ସିଏପିଏଫ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଲକ୍ଷାଧିକ ପ୍ରାର୍ଥୀଙ୍କୁ ଲାଭାନ୍ୱିତ କରିବ କାରଣ ସେମାନେ ଏଣିକି ନିଜ ମାତୃଭାଷା/ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବା ସହିତ ନିଜ ଚୟନ ସମ୍ଭାବନାକୁ ବଢ଼ାଇପାରିବେ।

ବିଭିନ୍ନ ଭାରତୀୟ ଭାଷାରେ ପରୀକ୍ଷା ଆୟୋଜନ ସୁବିଧା ଦେବା ଲାଗି ବର୍ତ୍ତମାନର ବୁଝାମଣାପତ୍ର ସହିତ ଏକ ପରିଶିଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କର୍ମଚାରୀ ଚୟନ ଆୟୋଗ ସ୍ୱାକ୍ଷର କରିବେ। କନେଷ୍ଟବଳ (ଜେନେରାଲ ଡ୍ୟୁଟୀ), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଜାନୁଆରୀ ୦୧, ୨୦୨୪ ଠାରୁ ପରୀକ୍ଷା ଆୟୋଜନ ଆରମ୍ଭ ହେବ।

ଏହି ନିଷ୍ପତ୍ତି ପରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଜ ମାତୃଭାଷାରେ ପରୀକ୍ଷା ଦେବା ଲାଗି ଏହି ସୁଯୋଗର ଉପଯୋଗ କରିବା ଏବଂ ଦେଶ ସେବାରେ କ୍ୟାରିଅର ଗଢ଼ିବା ଲାଗି ବହୁସଂଖ୍ୟାରେ ଆଗେଇ ଆସିବାକୁ ପ୍ରୋତ୍ସାହତ କରିବା ନିମନ୍ତେ ବ୍ୟାପକ ଅଭିଯାନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆଞ୍ଚଳିକ ଭାଷାର ଉପଯୋଗ ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସଂକଳ୍ପବଦ୍ଧ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନ ସହଜ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ ପୁଞ୍ଚର ସାଂସଦ ଯୁଗଳ କିଶୋର ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି। ନିଜ ଟ୍ୱିଟରେ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ଯୋଗୁଁ ପୁଞ୍ଚର ଚଞ୍ଚଳା ଦେବୀଙ୍କ ଜୀବନରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନକୁ ସହଜ କରୁଛି। ସେ ଟ୍ୱିଟ କରିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା କିପରି ଆମ ମାଆ ଭଉଣୀମାନଙ୍କ ଜୀବନ ସହଜ ହେଉଛି ତାହା ଜମ୍ମୁ-କଶ୍ମୀରର ଚଞ୍ଚଳା ଦେବୀ ଜୀଙ୍କ ଏହି ଖୁସି ବଖାଣୁଛି।”

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

‘ଧରହର ଭାରତ କି’ ଉପରେ ଡିଡି ଡକ୍ୟୁମେଣ୍ଟାରୀ ଦେଖିବା ପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ‘ଧରୋହର ଭାରତ କି’ ଉପରେ ଦୁଇ ଭାଗ ବିଶିଷ୍ଟ ଦୂରଦର୍ଶନ ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ ଯାହା ୧୪ ଏବଂ ୧୫ ଏପ୍ରିଲ ରାତି ୮ ଟା ସମୟରେ ଡିଡି ନେସନାଲରେ ପ୍ରସାରିତ ହେବ।

ଦୂରଦର୍ଶନର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମର ଐତିହ୍ୟ, ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଯେଉଁମାନେ ଆମର ସ୍ୱାଧୀନତାକୁ ସୁରକ୍ଷିତ ରଖିବାପାଇଁ ନିଜର ସର୍ବସ୍ୱ ଦାନ କରିଥିଲେ ଏବଂ ପୋଷକରେ ସେବା କରୁଥିବା ଲୋକଙ୍କ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି।

ଏହି ଦୁଇ ଭାଗର ଡକ୍ୟୁମେଣ୍ଟାରୀକୁ ୧୪ ଏବଂ ୧୫ ଏପ୍ରିଲରେ ରାତି ୮ଟା ସମୟରେ ରେ ଡିଡି ନେସନାଲରେ ଦେଖନ୍ତୁ।”

Categories
ବିଶେଷ ଖବର

ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୪-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସେ ବିଭନ୍ନ କେନ୍ଦ୍ର ସରକାରୀ ବିଭାଗର ପ୍ରାୟ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପାଇଥିବା ଏହି ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦପଦବୀ ଯଥା ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ, ନିରୀକ୍ଷକ ଇନିସପେକ୍ଟର, ସବ ଇନିସପେକ୍ଟର, କନେଷ୍ଟବଳ, ଷ୍ଟେନୋ ଗ୍ରାଫର, କନିଷ୍ଠ ଲେଖାକାର, ଡାକ ସହାୟକ, ଆୟକର ନିରୀକ୍ଷକ, ଟିକସ ସହାୟକ, ସିନିୟର ଡ୍ରାଫ୍ଟସ ମ୍ୟାନ, ଜେଇ/ସୁପର ଭାଇଜର, ସହାୟକ ଅଧ୍ୟାପକ, ଶିକ୍ଷକ, ଗ୍ରନ୍ଥାଧ୍ୟକ୍ଷ, ସେବିକା, ପ୍ରୋବେସନାରୀ ଅଫିସର, ପିଏ, ଏଟିଏସ ଇତ୍ୟାଦି ପଦ ପଦବୀରେ ଯୋଗ ଦେବେ। ନବନିଯୁକ୍ତ ନିଯୁକ୍ତିଧାରୀମାନେ ମଧ୍ୟ ଅନଲାଇନ ପ୍ରାକ ଚାକିରି ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଜକୁ ତାଲିମପ୍ରାପ୍ତ କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ୪୫ଟି ମେଳା ସ୍ଥାନ ସହ ସଂଯୁକ୍ତ କରାଯାଇଥିଲା।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶକୁ ବୈଶାଖୀର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇଥିଲେ। ନବନିଯୁକ୍ତି ପାଇଥିବା ପାଇଥିବା ପ୍ରାର୍ଥୀ ଓ ସେମାନଙ୍କ ପରିବାରବର୍ଗକୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ।

ଏକ ଉନ୍ନତ ଭାରତର ସଂକଳ୍ପକୁ ଫଳପ୍ରଦ କରିବା ଦିଗରେ ଦେଶରେ ଯୁବଶକ୍ତିକୁ ସେମାନଙ୍କ ଶକ୍ତି ଓ ମେଧାର ଉପଯୋଗ କରିବା ନିମନ୍ତେ ସୁଯୋଗ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗୁଜରାଟରୁ ଆସାମ ଓ ଉତ୍ତର ପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏନଡିଏ ଶାସିତ ରାଜ୍ୟଗୁଡ଼ିକରେ ସରକାରୀ ନିଯୁକ୍ତି ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମଧ୍ୟ ପ୍ରଦେଶରେ ଗତକାଲି ୨୨ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। “ଏହି ରୋଜଗାର ମେଳା ଦେଶର ଯୁବଗୋଷ୍ଠୀ ନିମନ୍ତେ ଆମର ଅଙ୍ଗୀକାରବଦ୍ଧତା ପ୍ରମାଣ” ବୋଲି ସେ କହିଥିଲେ।

ଭାରତ ବିଶ୍ୱର ଦ୍ରୁତତମ ଆର୍ଥିକ ଅଭିବୃଦ୍ଧି ଦେଶ ମଧ୍ୟରେ ଅନ୍ୟତମ ବୋଲି କହି ପ୍ରଧାନମନ୍ତ୍ରୀ ବିଶ୍ୱ ଭାରତକୁ ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ଓ ମହାମାରୀ ସତ୍ତ୍ୱେ ଉଜ୍ୱଳ ସମ୍ଭାବନାର ଦେଶ ଭାବେ ଦେଖୁଛି ବୋଲି କହିଥିଲେ। “ଆଜି ଭାରତ ଯେଉଁ ନୂତନ ନୀତି ଓ ରଣନୀତି ଧରି ଅଗ୍ରସର ହେଉଛି ତାହା ଅନେକ ନୂତନ ସମ୍ଭାବନାର ଦିଗ ଉନ୍ମେଚାନ କରୁଛି” ବୋଲି ସେ କହିଥିଲେ। ୨୦୧୪ ମସିହା ପରେ ଭାରତ ଏକ ସକ୍ରିୟ ମନୋଭାବ ନେଇ କାର୍ଯ୍ୟ କଲା ଯାହା ଆଗରୁ ଦେଖା ନ ଥିଲା। “ସେଥିପାଇଁ ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ନିଯୁକ୍ତି ଓ କର୍ମନିଯୁକ୍ତି ସୁଯୋଗର ସାକ୍ଷୀ ରହିଛି ଯାହାକି ପୂର୍ବରୁ କଳ୍ପନାତୀତ ଥିଲା। ଯୁବାଗୋଷ୍ଠୀ ସେହି କ୍ଷେତ୍ରକୁ ଆଜି ପାଇଛନ୍ତି ଯାହା ଦଶବର୍ଷ ଆଗରୁ ତିଷ୍ଠି ନଥିଲା” ବୋଲି ସେ କହିଥିଲେ। ଷ୍ଟାର୍ଟଅପ ଓ ଭାରତୀୟ ଯୁବାଗୋଷ୍ଠୀର ଉତ୍ସାହ ଉପରେ ପ୍ରଧାନମନ୍ତ୍ରୀ ଏକ ରିପୋର୍ଟର ଅବତାରଣା କରି କହିଥିଲେ ଯେ ଷ୍ଟାର୍ଟଅପମାନେ ୪୦ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବା ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ସେ ମଧ୍ୟ ନିଯୁକ୍ତିର ନୂତନ ମାଧ୍ୟମ ଡ୍ରୋନ ଓ କ୍ରୀଡ଼ା କ୍ଷେତ୍ର ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ଓ ପଦକ୍ଷେପ କେବଳ ସ୍ୱଦେଶୀ ଓ ଭୋକାଲ ଫର ଲୋକାଲ ମଧ୍ୟରେ ସୀମିତ ନୁହଁ। ଆତ୍ମନିର୍ଭର ଭାରତ ହେଉଛି ଏକ ଅଭିଯାନ ଯାହା ଗ୍ରାମରୁ ସହର ପର୍ଯ୍ୟନ୍ତ କୋଟି କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।” ସେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଆଧୁନିକ ଉପଗ୍ରହ ଓ ମଧ୍ୟମ-ଉଚ୍ଚ ଗତିଯୁକ୍ତ ଟ୍ରେନର ଉଦାହରଣ ଦେଇଥିଲେ। ଗତ ୮ରୁ ୯ ବର୍ଷ ମଧ୍ୟରେ ଭାରତରେ ୩୦,୦୦୦ ଏଲଏଚବି କୋଚ ତିଆରି ହୋଇଛି। ଏସବୁ କୋଚଗୁଡ଼ିକ ନିମନ୍ତେ ଆବଶ୍ୟକ ବୈଷୟିକ ଜ୍ଞାନ ଓ କଞ୍ଚା ମାଲ ହଜାର ହଜାର କର୍ମନିଯୁକ୍ତି ଭାରତରେ ସୃଷ୍ଟି କରିଛି।

ଭାରତୀୟ ଖେଳଣା ଶିଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତରେ ପିଲାମାନେ ଆମଦାନୀ ହୋଇ ଆସୁଥିବା ଖେଳଣାରେ ଖେଳୁଥିଲେ। ସେ ଖେଳଣାଗୁଡ଼ିକ ଉତ୍ତମ ଗୁଣର ନ ଥିଲା କି ଭାରତର ପିଲାମାନଙ୍କ ମନକୁ ଆକୃଷ୍ଟ କରିବା ବିଷୟ ଚିନ୍ତା କରି ତିଆରି ମଧ୍ୟ ହୋଇ ନ ଥିଲା। ସରକାରୀ ଆମଦାନୀ ହୋଇ ଆସୁଥିବା ଖେଳଣାଗୁଡ଼ିକର ଗୁଣାତ୍ମକ ମାନର ନିର୍ଦ୍ଧାରିତ ବ୍ୟବସ୍ଥା ରଖିବା ସହ ଭାରତୀୟ ଖେଳଣା ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ଦେଲେ। ଫଳରେ ଭାରତରେ ଖେଳଣା ଶିଳ୍ପର ଦୃଶ୍ୟପଟ ସମ୍ପୂର୍ଣ୍ଣ ପରବର୍ତ୍ତିତ ହେବା ସହ ଏହା ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କଲା ବୋଲି ସେ କହିଥିଲେ।

ଭାରତରେ ପ୍ରତିରକ୍ଷା ଉପକରଣ ଯେ କେବଳ ଆମଦାନୀ ଦ୍ୱାରା ସମ୍ଭବ ସେପରି ମାନସିକ ସିଦ୍ଧାନ୍ତକୁ ପରିବର୍ତ୍ତନ କରି ସରକାର ୩୦୦ରୁ ଅଧିକ ପ୍ରତିରକ୍ଷା ଉପକରଣ କେବଳ ଭାରତରେ ହିଁ ତିଆରି ହେବ ବୋଲି ଏକ ନୀତି ଗ୍ରହଣ କଲେ। ଏଥିସହ ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ବିଦେଶକୁ ରପ୍ତାନୀ ମଧ୍ୟ ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ। ଶ୍ରୀ ମୋଦୀ ଦେଶରେ ମୋବାଇଲ ନିର୍ମାଣ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ବିରାଟ ପରିବର୍ତ୍ତନ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସ୍ଥାନୀୟ ନିର୍ମାଣକାରୀ ସଂସ୍ଥାଙ୍କୁ ଦିଆଯାଇଥିବା ପ୍ରୋତ୍ସାନ ସ୍ୱରୂପ ଭାରତ ଅନେକ ବିଦେଶୀ ପୁଞ୍ଜି ବଞ୍ଚାଇବା ସହ ଆଜି ଭାରତ ନିଜର ଚାହିଦା ମେଣ୍ଟାଇବା ସହ ମୋବାଇଲ ହ୍ୟାଣ୍ଡସେଟ ବିଦେଶକୁ ମଧ୍ୟ ରପ୍ତାନୀ କରିବାରେ ସକ୍ଷମ ହୋଇଛି।

ପ୍ରଧାନମନ୍ତ୍ରୀ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭିତ୍ତିଭୂମିରେ ନିବେଶର ଭୂମିକା ଉପରେ ଆଲୋକପାତ କରିଥିଲେ। ମୂଳଧନ ବାବଦ ବ୍ୟୟ ଉପରେ ଗୁରୁତ୍ୱ ଆରୋପ ଦ୍ୱାରା ସଡ଼କ, ରେଳବାଇ, ବନ୍ଦର ଓ ଭବନର ଭିତ୍ତିଭୂମି ସୃଷ୍ଟି ହେଉଛି। ଭିତ୍ତିଭୂମିରେ ଥିବା ନିଯୁକ୍ତି ସାମର୍ଥ୍ୟ ଉପରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳରେ ମୂଳଧନ ବ୍ୟୟ ଚାରିଗୁଣା ବୃଦ୍ଧି ପାଇଛି ବୋଲି କହିଥିଲେ।

୨୦୧୪ ମସିହା ପୂର୍ବ ଓ ପରରର ବିକାଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପୂର୍ବରୁ ଭାରତୀୟ ରେଳବାଇ ବିଗତ ୭୦ ବର୍ଷ ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ରେଳପଥର ବିଦୁତକରଣ କରିଥିଲା। ମାତ୍ର ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳପଥ ବିଦୁତକରଣ କାର୍ଯ୍ୟ ହୋଇପାରିଛି। ୨୦୧୪ ମସିହା ଆଗରୁ ମେଟ୍ରୋ ରେଳପଥ ବିଚ୍ଛା କାର୍ଯ୍ୟ ମାସିକ ମାତ୍ର ଛଅଶହ ମିଟର ଥିବାବେଳେ, ଆଜି ଏହା ଛଅ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୧୪ ମସିହା ପୂର୍ବରୁ ଦେଶର ଗ୍ୟାସ କ୍ଷେତ୍ର ମାତ୍ର ୭୦ଟି ଜିଲ୍ଲାରେ ସୀମିତ ଥିବାବେଳେ ଆଜି ଏହା ୬୩୦ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି। ଗ୍ରାମାଞ୍ଚଳରେ ସଡ଼କ ଅବସ୍ଥା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ୨୦୧୪ ମସିହା ପରଠାରୁ ୪ ଲକ୍ଷରୁ ୭ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । “ଯେତେବେଳେ ସଡ଼କ ଗ୍ରାମ ପର୍ଯ୍ୟନ୍ତ ଯାଏ ଏହା ସମଗ୍ର ବାତାବରଣରେ ନିଯୁକ୍ତି ସୁଯୋଗର ଦ୍ରୁତ ଅଭିବୃଦ୍ଧି ଘଟାଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉଡ଼ାଣ କ୍ଷେତ୍ରକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ମସିହାରେ ୭୪ଟି ବିମାନବନ୍ଦର ଥିବାବେଳେ ତାହା ଏବେ ୧୪୮କୁ ବୃଦ୍ଧି ପାଇଛି । ସେ ବିମାନବନ୍ଦର କାର୍ଯ୍ୟରେ ନିଯୁକ୍ତି ସାମର୍ଥ୍ୟ ଉପରେ ମଧ୍ୟ କହିଥିଲେ। ସେ ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ କମ୍ପାନୀର ରେକର୍ଡ ସଂଖ୍ୟକ ବିମାନ ଆହରଣ ଉପରେ ମଧ୍ୟ ପ୍ରକାଶ କରିଥିଲେ। ବନ୍ଦର କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଗତି ଉପରେ ଆଲୋକପାତ କରି ଅତୀତ ତୁଳନାରେ ବନ୍ଦରର ପଣ୍ୟ ଦ୍ରବ୍ୟ କାରବାର ଦ୍ୱିଗୁଣିତ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ର ନେଇ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ମସିହାରେ ଦେଶର ୪୦୦ରୁ ମଧ୍ୟ କମ ମେଡିକାଲ କଲେଜ ଥିବାବେଳେ ଆଜି ୬୬୦ ମେଡିକାଲ କଲେଜ ସ୍ଥାପିତ ହୋଇଛି । ସେହିପରି ଅଣ୍ଡରଗ୍ରାଜୁଏଟ ମେଡିକାଲ ସ୍ଥାନ ୨୦୧୪ରେ ୫୦ ହଜାର ଥିବାବେଳେ ତାହା ଏବେ ଏକ ଲକ୍ଷକୁ ବୃଦ୍ଧି ପାଇ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି।

ଗ୍ରାମାଞ୍ଚଳ ସଂକ୍ରାନ୍ତରେ ସେ କହିଥିଲେ ଯେ ଏଫପିଓ ଓ ଏସଏଚଜି ମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପାଉଛନ୍ତି, ଭଣ୍ଡାରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିଛି, ୨୦୧୪ ମସିହାରେ ତିନି ଲକ୍ଷରୁ ଅଧିକ ସାଧାରଣ ସେବାକେନ୍ଦ୍ର ସୃଷ୍ଟି ହୋଇଛି । ଗ୍ରାମାଞ୍ଚଳରେ ୬ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇଛି। ପିଏମଏୱାଇ ଅଧିନରେ ୩ କୋଟିରୁ ୨.୫ କୋଟି ଘର ଗ୍ରାମାଞ୍ଚଳରେ ନିର୍ମିତ ହୋଇଛି। ୧୦ କୋଟି ଶୌଚାଳୟ ଓ ୧.୫ ଲକ୍ଷ ସୁଧାର କେନ୍ଦ୍ର ନିର୍ମାଣ କରାଯାଇଥିବା ସହ କୃଷିର ଯାନ୍ତ୍ରିକୀକରଣ ହୋଇଛି। ଏସବୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ମଧ୍ୟ ବୃଦ୍ଧି ପାଇଥିବା ଔଦ୍ୟୋଗିକତା ଓ କ୍ଷୁଦ୍ର ଶିଳ୍ପ ବିକାଶ ଉପରେ କହିଥିଲେ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ନିକଟରେ ଆଠ ବର୍ଷ ଅତିକ୍ରମ କରିଛି । ଏହି ଯୋଜନା ଅଧିନରେ ବିନା ଗ୍ୟାରେଣ୍ଟିରେ ୨୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଏହାର ଶତକଡ଼ା ୭୦ ଭାଗ ହିତାଧିକାରୀ ମହିଳା। “ଏହି ଯୋଜନା ଆଠ କୋଟି ନୂତନ ଉଦ୍ୟୋଗୀ ସୃଷ୍ଟି କରିଛି। ମୁଦ୍ରା ଯୋଜନା ଜରିଆରେ ସେମାନେ ନିଜର ପ୍ରଥମ ବ୍ୟବସାୟ ଆରମ୍ଭ କରିଛନ୍ତି” ବୋଲି ସେ କହିଥିଲେ। ତୃଣମୂଳ ସ୍ତରରେ ଅଣ ଆର୍ଥିକ ଶକ୍ତି ଅର୍ଥନୀତିକୁ ମଜବୁତ କରିଛି।

ଆଜି ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ୨୦୪୭ ମସିହା ସୁଦ୍ଧା ବିକଶିତ ହେବା ଲକ୍ଷ୍ୟ ନେଇ ଆଗେଇଥିବା ବେଳେ ନବନିଯୁକ୍ତଗଣ ଦେଶର ବିକାଶ ପାଇଁ ଏକ ସୁଯୋଗ ପାଇଛନ୍ତି। “ଏହି ଯାତ୍ରାରେ ଆପଣ ସବୁବେଳେ ନିଜକୁ ଜଣେ ସାଧାରଣ ନାଗରିକ ଭାବି କାର୍ଯ୍ୟ କରୁଥିବେ।” ସରକାରଙ୍କ ନିକଟରୁ ସେମାନଙ୍କ ଆଶା ସହ ସେମାନେ ବର୍ତ୍ତମାନ ଅନ୍ୟମାନଙ୍କ ଆଶା ଆକାଂକ୍ଷା ପୂରଣର ଦାୟିତ୍ୱ ନେବା ଦରକାର। “ଆପଣମାନେ ସମସ୍ତେ ଜଣେ ସାଧାରଣ ଲୋକର ଜୀବନରେ ନିଜ ଉଦ୍ୟମ ଯୋଗୁ ପରିବର୍ତ୍ତନ ଆଣିପାରିବେ।” କାର୍ଯ୍ୟ କ୍ଷେତ୍ରରେ ସକାରାତ୍ମକତା ମନୋଭାବ ସହ ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇ ସେମାନଙ୍କ ଜୀବନମାନ ଉନ୍ନତ କରିବା ଉପରେ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ଅଭିଭାଷଣ ଶେଷରେ ଶ୍ରୀ ମୋଦୀ ଜୀବନରେ ଶିଖିଥିବା ପ୍ରକ୍ରିୟାରେ ବିରାମ ନ ଦେବା ପାଇଁ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ଜିଓଟି କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ନିଜର କୌଶଳ ଉନ୍ନୀତ କରିବାକୁ ସେ ପରାମର୍ଶ ଦେଇଥିଲେ।

 ପୃଷ୍ଠଭୂମି

କର୍ମନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ନେଇ ପ୍ରଧାନମନ୍ତ୍ରୀ ଅଙ୍ଗୀକାରବଦ୍ଧତାର ଏକ ପଦକ୍ଷେପ ହେଉଛି ଏହି ରୋଜଗାର ମେଳା। ରୋଜଗାର ମେଳା ଅଧିକ କର୍ମନିଯୁକ୍ତି ସୃଷ୍ଟି ନେଇ ଓତଃପ୍ରୋତ ଭାବେ କାର୍ଯ୍ୟ କରିବା ସହ ଯୁବ ସମାଜର ସଶକ୍ତୀକରଣ ଓ ଜାତୀୟ ବିକାଶରେ ସେମାନଙ୍କ ଭାଗିଦାରିତା ପାଇଁ ଏକ ସୁଯୋଗ ପ୍ରଦାନ କରିବ।

Categories
ବିଶେଷ ଖବର

ରୋଜଗାର ମେଳା: ପ୍ରାୟ ୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୩୧ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୮୩ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୬୫ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପତ୍ର ପାଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ / ପଦବୀରେ ଯୋଗଦେବେ। ଏହା ସହିତ ରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ / ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମୁଖ୍ୟ, ଯଥା ଜିଏସଟି ଏସୟୁ ଓଡିଶାର ନିର୍ଦ୍ଦେଶକ ଡକ୍ଟର ଆଶିତ କୁମାର ସ୍ୱାଇଁ, ପ୍ରଫେସର (ଡ।) ଆଶୁତୋଷ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଏମସ, ଭୁବନେଶ୍ୱର, ଦେବାଶିଷ ପଟ୍ଟନାୟକ, ଏଜିଏମ (ପର୍ସନାଲ), ଆରଏସପି, ଲୋପାମୁଦ୍ରା ମହାନ୍ତି, କଣ୍ଟ୍ରୋଲର ଅଫ କମ୍ୟୁନିକେସନ ଆକାଉଣ୍ଟସ, ଓଡିଶା, ରାଧେଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (HR), ନାଲକୋ, ପି ଏସ୍ ପଣ୍ଡା, ଆଞ୍ଚଳିକ ନିର୍ଦ୍ଦେଶକ, ଇଏସଆଇସି, ଭୁବନେଶ୍ୱର, ପ୍ରଫେସର ପି ଭି ସତ୍ୟମ୍, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର, ଲିଙ୍ଗରାଜ ନାୟକ, ଇନଚାର୍ଜ ଏସଏଲବିସି (ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି), ସୁଭେନ୍ଦୁ ସ୍ୱାଇଁ, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ପ୍ରମୁଖ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।