Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନୱା ସେୱା ଅଟଳ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନୱା ସେୱା ଅଟଳ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

January 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ-ନୱା ସେୱା ଅଟଳ ସେତୁକୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ଫଟୋ ଗ୍ୟାଲେରୀ ଓ ଅଟଳ ସେତୁର ଏକ ପ୍ରଦର୍ଶନୀ ମଡେଲ ପରିଦର୍ଶନ କରିଥିଲେ।

ଏମଟିଏଚଏଲ ଅଟଳ ସେତୁ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ପ୍ରାୟ ୨୧.୮ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ପୋଲ ଯାହାର ଦୂରତା ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ଭୂପୃଷ୍ଠରେ ପ୍ରାୟ ୫.୫ କିଲୋମିଟର ବ୍ୟାପୀ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

‘‘ଆମ ନାଗରିକମାନଙ୍କ ପାଇଁ ‘ସହଜ ଜୀବନଧାରଣ’ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟଳ ସେତୁକୁ ଉଦଘାଟନ କରି ଆନନ୍ଦିତ। ଏହି ସେତୁ ଯାତ୍ରା ସମୟ ହ୍ରାସ କରିବା ସହ ଯୋଗାଯୋଗରେ ସୁଧାର ଆଣି ଦୈନନ୍ଦିନ ଯାତାୟାତକୁ ସହଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି।’’

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ।

ଅଟଳ ବିହାରୀ ବାଜପେୟୀ ସେୱରୀ–ନୱା ସେୱା ଅଟଳ ସେତୁ

ସହରୀ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକମାନଙ୍କ ‘ସହଜ ପରିବହନ’ରେ ଉନ୍ନତି ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌), ଯାହାର ନାମ ଏବେ ‘ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ- ନହୱା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ।

ମୋଟ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ। ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ବ୍ୟାପି ରହିଥିବା ଏହି ସେତୁର ମୋଟ୍‌ ଲମ୍ବ ପ୍ରାୟ ୨୧.୮ କିଲୋମିଟର ଏବଂ ଏହା ହେଉଛି ୬ ଲେନ୍ ବିଶିଷ୍ଟ। ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ। ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଭୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦ୍ରୁତ ସଡ଼କ ଯୋଗାଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ। ଏହାଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ।

ଅଟଳ ବିହାରୀ ବାଜପେୟୀ ଅଟଳ ସେତୁ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026
Latest News

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.