Categories
ଆଞ୍ଚଳିକ

ନାଚୁଣୀ ଏନଏଚରେ ସଡକ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ବଡ଼ି ଭୋରରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ପୋଲିସ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋସାଣି-ନୂଆଗାଁ ଥାନା ଅଞ୍ଚଳର ଦେବରାଜ ମଣ୍ଡଳଙ୍କ ପୁତ୍ର ଶିବ ମଣ୍ଡଳ ତାଙ୍କ ସହଯୋଗୀ ସମୀର ମଣ୍ଡଳଙ୍କ ସହ ଏକ ବାଇକରେ ଖୋର୍ଦ୍ଧା ରୁ ବ୍ରହ୍ମପୁର ଯାଉଥିଲେ।

ତେବେ ଆଜି ବଡି ଭୋରରେ ବାଇକଟି ହରିକୁଣ୍ଡ ବରଡ଼ି ଛକରେ ଏକ ଡିଭାଇଡ଼ର କୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ବ୍ୟକ୍ତି ଆହତ ହୋଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଜରିଆରେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଥିବା ବେଳେ ସେଠାରେ ଶିବଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନାଚୁଣୀ ପୋଲିସ ବାଲୁଗାଁ ମେଡିକାଲରେ ପହଞ୍ଚି ଶବ ଜବତ କରି ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ନାଚୁଣୀରେ ରାମ ନବମୀ ପାଳନ, ବାହାରିଲା ବାଇକ୍ ରାଲି

ନାଚୁଣୀ: ଏ ବର୍ଷର ରାମ ନବମୀ ଦେଶର କୋଣ ଅନୁକୋଣ ରେ ପାଳିତ ହେଉଥିବା ସମୟରେ ନାଚୁଣୀ ରେ ସ୍ଥାନୀୟ ଅଞ୍ଚଳ ର ଯୁବକ ମାନଙ୍କ ପ୍ରୟାସ ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଯାହା କି, ଉଦୀୟମାନ ଯୁବକ ସାଇ ଅମିତ୍ ମହାପାତ୍ର ଙ୍କ ନେତୃତ୍ଵ ରେ ନାଚୁଣୀ ବାଇପାସ୍ ସନ୍ନିକଟ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ନାଚୁଣୀ ବଜାର ମଧ୍ୟ ଦେଇ କଉଡ଼ିଖଣି ଠାରେ ସମାପ୍ତ ହୋଇଥିଲା ଏବଂ ଏଥିରେ ଯୁବକ ମାନେ ଜୟ ଶ୍ରୀ ରାମ ନାରା ଦେଇ ଆଗକୁ ବଢ଼ି ଦିବସ ଟିକୁ ସୋହାର୍ଦ୍ଦ୍ୟ ପୂର୍ଣ୍ଣ କରିଥିଲେ।

ଶାନ୍ତି ଶୃଙ୍ଖଳା ନିମନ୍ତେ ନାଚୁଣୀ ଥାନା ପୋଲିସ ଏଥିରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଯୁବକ ମାନଙ୍କ ମଧ୍ୟରେ ଶୁଭମ୍ ତ୍ରିପାଠୀ, ତୋଫାନ ବେହେରା,ବାଦଲ ସୁବୁଦ୍ଧି ,ସାଇ ମହାପାତ୍ର ,ସୋମ ପ୍ରଧାନ ଆଦି ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ନାଚୁଣୀ: କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ତିନି ଆହତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ, ଅନୁରୂପ ଭାବେ ତାମିଲନାଡୁରୁ ପୁରୀ ଅଭିମୁଖେ ଯାଉଥିବା ଏକ କାରଟି ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁଁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ମେଡିକାଲ ପଠାଇଥିବାବେଳେ ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ନାଚୁଣୀ: ତୋଟାଗାଁରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ବାଣପୁର ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ନାଚୁଣୀ ଥାନା ତୋଟାଗାଁରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଅଗ୍ନିକାଣ୍ଡରେ ତୋଫାନ ଜେନାଙ୍କ ଏକ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।  ସେହିପରି ଭାବେ ତୋଫାନଙ୍କ ପଡୋଶୀ ବ୍ରଜକିଶୋର ପ୍ରଧାନଙ୍କ ଘରର ମଧ୍ୟ ଆଂଶିକ କ୍ଷତି ହୋଇଛି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ତେବେ ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସର୍ଟ ସର୍କିଟ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଛକରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗି ବେହେରାଙ୍କ ପୁତ୍ର କୃଷ୍ଣ ବେହେରା (୨୩) ଆଜି ପୂର୍ବାହ୍ନରେ ବାଇକ ଯୋଗେ ଚାକିରୀ ନିମନ୍ତେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ବରଡ଼ି ଛକରେ କୃଷ୍ଣ ଅସାବଧାନତା ବଶତଃ ପୁର୍ବରୁ ଛିଡା ହୋଇଥିବା ଏକ କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳବାସି ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ସୁଟକେଶରେ ଖଣ୍ଡବିଖଣ୍ଡିତ ମୃତ ଶରୀର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛ। ଜଣେ ଯୁବକଙ୍କ ମୃତ ଶରୀର କୁ ଏକ ସୁଟକେସ ମଧ୍ୟରୁ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ନାଚୁଣୀ ଥାନା ହରିପୁର ଷଣ୍ଢ ଛକଠାରୁ ମାତ୍ର ୧୦୦ ମିଟର ଦୂର ଜଙ୍ଗଲ ମଧ୍ୟରେ ଏକ ସୁଟକେସ ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ ।

ତେବେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ଏ ନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଓ ଟିମ ଜଙ୍ଗଲ ମଧ୍ୟରେ ପହଞ୍ଚି ସୁଟକେସ ଖୋଲିବାରୁ ଏହା ମଧ୍ୟରେ ଏକ ଶବ ଥିବାର ଦେଖିବାକୁ ପାଇଥିଲେ। ତନାଘନା ପରେ ପୋଲିସ ମୃତକଙ୍କ ପରିଚୟ ଜାଣିପାରିଛି।

ମୃତକ ବ୍ୟକ୍ତି ଜଣଙ୍କ ହେଲେ ରଣପୁର ଥାନା ବଳଭଦ୍ରପୁର ପଂଚାୟତ ଲାଖପଡାର ମନୋରଂଜନ ମହାପାତ୍ର। ତାଙ୍କର ଶବକୁ ତାଙ୍କ ପତ୍ନୀ ଚିହ୍ନଟ କଲେ। ସେ ଜଣେ ଟ୍ରକ୍ ଚାଳକ ଓ ଗାଁ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ବୟସ ୩୨ ବର୍ଷ ହେବ ବୋଲି ଜଣାପାଡିଛି।

ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ବାଲୁଗାଁ ଏସଡ଼ିପିଓ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଆଦି ଉପସ୍ଥିତ ରହି ତଦନ୍ତ ଜାରି ରଖିଥିବା ବେଳେ, ଚିଲିକା ଅଞ୍ଚଳରେ ଏପରି ହତ୍ୟାକାଣ୍ଡ ପ୍ରଥମ ଥର ପାଇଁ ଘଟିଥିବାରୁ ଅଞ୍ଚଳବାସି ଏହାକୁ ନେଇ ଭୟଭୀତ ଅଞ୍ଚନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁରୀରୁ ନାଚୁଣୀ ଫେରୁଥିଲେ ଯାତ୍ରୀ, ୫ ଗୁରୁତର

ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର ମୀନା ମୁଦୁଲି (୫୦), ଉମାକାନ୍ତ ମୁଦୁଲି (୫୩), ପ୍ରକାଶ ଚନ୍ଦ୍ର ମୁଦୁଲି (୩୬), ରିନା ମୁଦୁଲି (୨୪) ଏବଂ ଅଖିଳେଶ ମୁଦୁଲି (୭)।

ସମସ୍ତ ଗୁରୁତର ଆହତଙ୍କୁ ଚାନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ବରଡ଼ି ଛକରେ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା ପାଣି ଟ୍ୟାଙ୍କର

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ନାଚୁଣୀ ଇଛାପୁର ଅଞ୍ଚଳର ଗୋପାଳକୃଷ୍ଣ ସ୍ୱାଇଁ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ବାଲୁଗାଁରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବରଡ଼ି ଛକରେ ଏକ ପାଣି ବୋଝେଇ ଟ୍ୟାଙ୍କରଟି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଗୋପାଳକୃଷ୍ଣ ଗୁରୁତର ଆହତ ହୋଇଥିବା ବେଳେ ସ୍କୁଟି ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଆହତ ଗୋପାଳଙ୍କୁ ବର୍ତ୍ତମାନ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା ପାଇଁ ପୋଲିସ ତାହାର ପ୍ରୟାସ ଆରମ୍ଭ କରିଦେଇଥିବାର ଆଇଆଇସି କହିଛନ୍ତି।

ସୂଚନାଥାଉ କି ନାଚୁଣୀ କଉଡ଼ିଖଣି ଛକରେ ଅଣ୍ଡରପାସ ନଥିବାରୁ ବହୁ ଧନଜୀବନ ବାରମ୍ବାର ଦୁର୍ଘଟଣା ଦ୍ୱାରା ନଷ୍ଟ ହେଉଛି। ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ସତ୍ତ୍ୱେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯାଉନାହିଁ।

Categories
ଆଞ୍ଚଳିକ

ନାଚୁଣୀ: ଜାତୀୟ ରାଜପଥରେ ଲେଉଟିଲା ପିଚୁ ଡ୍ରମ ବୋଝେଇ ଟ୍ରକ, ଚାଳକ ଗୁରୁତର

ନାଚୁଣୀ: ଜାତୀୟ ରାଜପଥରେ ପିଚୁ ଡ୍ରମ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିଚୁ ଡ୍ରମ ବୋଝେଇ ଟ୍ରକଟି ବରଡ଼ି ଛକ ନିକଟରେ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଗାଡ଼ି ଚାଳକ ଛିଟିକି ପଡ଼ି ରୋଡରେ ପଡ଼ିଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଚାଳକକୁ ଉଦ୍ଧାର କରି ମେଡିକାଲ ପଠାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ବିଷପିଇ ଆତ୍ମହତ୍ୟା କଲେ ମହିଳା, ମୃତଦେହ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ଥାନା ସାମନ୍ତସିଂହାରପୁର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଅନିତା ନାୟକ (୨୮)। ସେ ସଲପଡିହ ଗ୍ରାମର ନିରଞ୍ଜନ ନାୟକଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ମୁମ୍ବାଇରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ତେବେ କୌଣସି କାରଣବଶତଃ ଗତକାଲି ସଂନ୍ଧ୍ୟାରେ ଅନିତା ବିଷ ପିଇଦେଇଥିଲେ।  ପରବର୍ତ୍ତୀ ସମୟରେ ପରିବାର ବର୍ଗଙ୍କ ଦ୍ୱାରା ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଥାନାନ୍ତରଣ ସମୟରେ ବାଲୁଗାଁରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଡାକ୍ତରଙ୍କ ଠାରୁ ସୂଚନା ପାଇ ନାଚୁଣୀ ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଅନିତାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛି।  ତେବେ ଅଦ୍ୟାବଧି ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ନାଚୁଣୀ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ରଜ ପାଳିବା ପାଇଁ ମାମୁଁ ଘରକୁ ଆସିଥିବା ଭଣଜାର ପୋଖରୀରେ ବୁଡି ମୃତ୍ୟୁ

ସୀତାରାମ ଅଗ୍ରୱାଲ

ନାଚୁଣୀ: ମାମୁଁ ଘରକୁ ରଜ ପାଳିବାକୁ ଆସି ଭଣଜା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଭଳି ଏକ ଅଭାବନୀୟ ଘଟଣା ଘିଟିଛି। ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଦତ୍ତପୁର ଗ୍ରାମ ପୋଖରୀରେ ଏଭଳି ଘଟଣା ଘଟିଛି। ମାମୁଁ ଘର ଛୋଟରାୟପୁର ଗ୍ରାମକୁ ଭଣଜା ଆସିଥିଲା। ମାମୁଁ ଭଣଜା ପୋଖରୀରେ ଗାଧୋଉଥିବା ବେଳେ ଭଣଜା ଗଭୀର ଜଳରେ ବୁଡି ମୃତ୍ୟୁବରଣ କରିଛି।

ମୃତ ଭଣଜାର ନାମ ଆୟୁଷ ପଟ୍ଟନାୟଜ(୧୪)। ଘର ବ୍ରହ୍ମପୁର ବୋଲି ଜଣା ପଡିଛି। ରଜ ସଂକ୍ରାନ୍ତିରେ ପୋଖରୀରେ ଗାଧୋଇବାର ମଜା ନେବା ପାଇଁ ମାମୁଁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ଭଣଜା ଆୟୁଷ ପଟ୍ଟନାୟକ ଓ ଅନ୍ୟ ଜଣେ ଭଣଜା ମିଶି କରି ଯାଇଥିଲେ ଛୋଟରାୟପୁର ନିକଟସ୍ଥ ଦତ୍ତପୁର ଗ୍ରାମରେ ଥିବା ପୋଖରୀକୁ। ପୋଖରୀରେ ୨ ଭଣଜାଙ୍କ ସହ ମାମୁଁ ଗାଧୋଉଥିବା ବେଳେ ୨ ଜଣ ଭଣଜା ଗଭୀର ଜଳକୁ ଟଣା ଟଣି ହୋଇ ପଳାଇଥିଲେ।

ଫଳରେ ମାମୁଁ ଜଣେ ଭଣଜାଙ୍କୁ ପାଣିରୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଆୟୁଷଙ୍କ ପତ୍ତା ମିଳି ନଥିଲା। ଖଵର ପାଇ ଚିଲିକା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପୋଖରୀରେ ଖୋଜା ଖୋଜି କରି ଆୟୁଷଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଆୟୁଷ ପଟ୍ଟନାୟକ ୧୦ ମ ଶ୍ରେଣୀର ଛାତ୍ର ଓ ତାଙ୍କ ବାପା ହରିହର ପଟ୍ଟନାୟକଙ୍କର ଏକ ମାତ୍ର ସନ୍ତାନ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କଲେଜ ରୋଡ଼ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଜଣେ କର୍ମଚାରୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ସିନ୍ଦୁରିଆ ଗ୍ରାମର ତପନ କୁମାର ପଲାଇ (୨୧)। ସେ ନାଚୁଣିସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିଲେ।

ତେବେ କୌଣସି କାରଣବଶତଃ ଗତକାଲି ରାତିରେ ସେ ନିଜକୁ କବାଟ ଦେଇ ଘର ଭିତରେ ବନ୍ଦ କରିଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା। ଏବଂ ସେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଆଜି ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ ଆରମ୍ଭ ହେବା ନେଇ ଜଣାପଡିଛି।  ଏହି ସଂକ୍ରାନ୍ତରେ ବାଣପୁର ଥାନାରେ କେଶ ନମ୍ବର ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ବିଦ୍ୟୁତ ସଂସ୍ପର୍ଶରେ ଆସି ଲଣ୍ଡ୍ରି ଦୋକାନୀଙ୍କ ପ୍ରାଣହାନୀ, ଅନ୍ୟ ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ବଜାରରେ ଏକ ବଡ଼ ଅଘଟଣ ଘଟିଯାଇଛି।  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଅଛି।

ଖବର ମୁତାବକ ନାଚୁଣୀ ବଜାର ଅଞ୍ଚଳର ଦେବରାଜ ସେଠି ନାମକ ଜଣେ ବ୍ୟକ୍ତି ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ। ତେବେ ଆଜି ଅପରାହ୍ନରେ ଲଣ୍ଡ୍ରି ଦୋକାନ ପାର୍ଶ୍ଵରେ ଥିବା ମନପୁରମ ଗୋଲଡ଼ ଲୋନ ଅଫିସର ଲୁହା ସିଡିରେ ପ୍ରତିଦିନ ଭଳି ବସିଥିବା ବେଳେ ହଠାତ ସିଡିରେ କେଉଁ କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଦେବରାଜ ଚିତ୍କାର କରିବାରୁ ଉପର ଥିବେ ମନପୁରମ ଅଫିସର ମୁଖ୍ୟ ରାକେଶ ମହାନ୍ତି ତଳକୁ ଆସିଲା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଉଭୟଙ୍କୁ ଟାଙ୍ଗୀ ମେଡିକାଲ ପଠାଯାଇଥିବା ବେଳେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା ଏବଂ ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହରା ଏବଂ ଅନ୍ୟ ପୋଲିସ କର୍ମୀମାନେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: କହ୍ନେଇପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅସମର୍ଥିତ ସୂତ୍ର ମୁତାବକ ଆଜି ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ। ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ଭିତରେ ପିଟି ହୋଇଯାଇଥିଲା। ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ।

ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି। ବର୍ତ୍ତମାନ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଞ୍ଚଳିକ

ନାଚୁଣୀ: ‘ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ନାଚୁଣୀ: ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମୋରାମରି ପଞ୍ଚାୟତ ସଳପଡିହ ବିଟ ହାଉସ ପରିସରରେ ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ବସନ୍ତ ମାଳି ମୁଖ୍ୟଅତିଥି, ସମିତି ସଭ୍ୟ ରତ୍ନାକର ପ୍ରଧାନ, ସାମାଜିକ କର୍ମୀ ଏସ କେ ଆବିଦ, ସୁକାନ୍ତ ନାୟକ, ହର୍ଷକଶ୍ୟପ ସୁଆର, ଅଭିଜିତ ବିଶ୍ବାଳ, ପରିବେଶବିତ ଧନେଶ୍ବର ବିଧାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବରୋପ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ।

ଯୁବ ସାମ୍ବାଦିକ ତଥା ସମାଜସେବୀ ପ୍ରଭାତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ଵ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବା। ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ନିଆ ନିୟନ୍ତ୍ରଣ ଜରୁରୀ। ଜଙ୍ଗଲ କ୍ଷୟ ହେଲେ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ଯଜନ୍ତୁ ମଧ୍ଯ ପ୍ରଭାବିତ ହୋଇଥାନ୍ତି। ଆମେ ସଚେତନ ହେଲେ ଜଙ୍ଗଲ ନିଆ ଦାଉରୁ ରକ୍ଷା କରାଯାଇପାରିବ ବୋଲି କହିଥିଲେ। ଫରେଷ୍ଟ ଗାର୍ଡ ଧନେଶ୍ବର ଭୁଜବଳ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ରକ୍ଷକ ସାଜିଲା ଭକ୍ଷକ!, ନିଜ କମ୍ପାନୀର ୩୨ ଲକ୍ଷରୁ ଉର୍ଦ୍ଧ୍ଵ ସୁନାଗହଣା ଲୁଟିନେଲେ କର୍ମଚାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ପାଖପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ଅଳଙ୍କାରକୁ ଫାଇନାନ୍ସ କମ୍ପାନୀର ମ୍ୟାନେଜର ଏବଂ କର୍ମଚାରୀ ଚୋରି କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ନାଚୁଣୀ ବଜାରସ୍ଥିତ ମନପୁରମ ଆସେଟ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଡିଟ ରିପୋର୍ଟରୁ ଜାଣିବାକୁ ପାଇଥିଲେ ଉପରିସ୍ଥ ଅଧିକାରୀ ଅଜୟ କୁମାର ଲେଙ୍କା। ତେବେ ପରବର୍ତ୍ତୀ ସମୟରେ କମ୍ପାନୀ ତଦନ୍ତ କରିବାରୁ ଉକ୍ତ ଚୋରିରେ ନାଚୁଣୀ ଶାଖା ପ୍ରବନ୍ଧକ ସଚିନ କୁମାର ପ୍ରଧାନ, ସହାୟକ ଶାଖା ପ୍ରବନ୍ଧକ ସାବିତ୍ରୀ ପ୍ରଧାନ ଏବଂ ଶ୍ରୀମନ୍ତ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ସାମିଲ ଥିବାର ଜାଣିବାକୁ ପାଇଥିଲା।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କମ୍ପାନୀ ପକ୍ଷରୁ ଉକ୍ତ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଆଜି ପୋଲିସ କେଶ ନମ୍ବର ୮୨/୨୨ ରେ ଏକ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଅଘଟଣ: କୂପରେ ପଡ଼ି ନାବାଳକର ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂପରେ ପଡ଼ି ଜଣେ ୧୨ ବର୍ଷୀୟ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ନାଚୁଣୀ ଗ୍ରାମର ପ୍ରଶାନ୍ତ କୁମାର ଦାସଙ୍କ ପୁତ୍ର ବିଶ୍ୱରଞ୍ଜନ ଦାସ ଗ୍ରାମରେ ଖେଳିଲାବେଳେ ଗ୍ରାମ ମଝିରେ ଥିବା ଏକ ଗଭୀର କୂପ ଭିତରେ ଖସି ଯାଇଥିଲେ।

ଏହା ଦେଖି ଗ୍ରାମବାସୀ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଲାପରେ ଅଗ୍ନିଶମ ବାହିନୀ ଦ୍ୱାରା କୂପରୁ ନାବାଳକଙ୍କୁ ଉଦ୍ଧାର କରାଯାଇ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।  ତେବେ ଡାକ୍ତର ସେଠାରେ ବିଶ୍ୱଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଶ ନମ୍ବର ୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ଫାଣ୍ଡି ଅଧିକାରୀ କେଶବ ବେହେରା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗକୁ ବଡ଼ ସଫଳତା: ନାଚୁଣୀରୁ ଜବତ କଲା ଦୁଇଟି ଆଇଚର ଏବଂ ୪୦୭ ଟ୍ରକ ବୋଝେଇ ଆସ୍କା-୪୦

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍ଗଲ ମଧ୍ୟରୁ ଚଢ଼ାଉ କରି ଜବତ କରିଛି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ମଦ। ଖବର ମୁତାବକ ଆଜି ରାତିରେ ନୟାଗଡ଼ ଅଞ୍ଚଳରୁ ବାଲୁଗାଁ ଅଭିମୁଖେ ଆସ୍କା-୪୦ ମଦ ବୋଝେଇ ଦୁଇ ଗୋଟି ଆଇଚର ଏବଂ ୪୦୭ ଟ୍ରକ ଆସୁଥିବାର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଖବର ପାଇଥିଲା।

ଉକ୍ତ ଟିମ ଦ୍ୱାରା ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ତେବେ ଦୁଇ ଗୋଟି ଟ୍ରକରେ ପାଖାପାଖି ଏକ ହଜାର ଗୋଟି ଆସ୍କା-୪୦ ପେଟି ଥିବା ଅନୁମାନ କରାଯାଉଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରୁ ଜଣେ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି।

ତେବେ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ସୂଚନା ରହିଛି। ତଦନ୍ତ ସରିଲା ପରେ ଅବକାରୀ ବିଭାଗ ଦ୍ୱାରା ସଠିକ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ଫାଣ୍ଡି ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବଡ଼ପଦର ଗ୍ରାମର କୈବଲ୍ୟ ପଲାଇ (୫୮) ତାଙ୍କର ନୂତନ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ମାନେ ଘରେ ପସି ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଛନ୍ତି। କୈବଲ୍ୟଙ୍କ ଘରୁ ୩ ହଳ ସୁନା କାନ ଫୁଲ ଏବଂ ୧୭ ହଜାର ଟଙ୍କା ନକଦ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବାର ଫାଣ୍ଡି ଅଧିକାରୀ କେଶବ ବେହେରା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏହି ଜଙ୍ଗଲରେ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପଡିରହିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହା ଦେଖି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେବାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ମୁକେଶ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ତେବେ ପୋଲିସ ଉକ୍ତ ଶବଟି ପାଖାପାଖି ୨୦ ରୁ ୨୫ ଦିନ ହେବ ଏଠାରେ ପଡିରହିଥିବା ଅନୁମାନ କରୁଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନୁରୂପ ଭାବେ ଶବ ନିକଟସ୍ଥ ଏକ ଗଛରେ ଦଉଡି ବନ୍ଧା ହୋଇ ରହିଥିବାର ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବାକୁ ଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବାର ଜଣାପଡିଛି।